ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସମୟରେ ଗୁଜରାଟରେ ଏକ ବଡ଼ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି। ଏକ ଘରୋଇ ଆଇଟି କମ୍ପାନୀ ଓ ଏହାର ୬ଜଣ ବରିଷ୍ଠ ଅଧିକାରୀ (ନିର୍ଦ୍ଦେଶକ) ଗୁଜରାଟର କଚ୍ଛ ଅଞ୍ଚଳର ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ)ରୁ ୧୩୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଆକାରରେ ନେଇ ଠକେଇ କରିଥିବା ଜଣାପଡ଼ିଛି। ଶୁକ୍ରବାର ଏନେଇ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ଉକ୍ତ ମାମଲାରେ ଗୁଜରାଟର ଗାନ୍ଧୀଧାମ ଅଞ୍ଚଳରେ ରହିଥିବା ଆଇଟି କମ୍ପାନୀ ହାଇ ପ୍ରେସର ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏହାର ୬ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁସାରେ ୟୁବିଆଇରୁ ୧୩୪.୪୩ କୋଟି ଟଙ୍କା ବିଭିନ୍ନ ଜାଲ୍ କାଗଜପତ୍ର ଦେଇ ଠକି ନେଇଛି ଏହି ଘରୋଇ କମ୍ପାନୀ। ସିବିଆଇ ଏହି ଘରୋଇ ଆଇଟି କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ବ୍ୟାଙ୍କ ପକ୍ଷରୁ ଏ ନେଇ ସିବିଆଇ ନିକଟରେ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକମାନଙ୍କ ବିରୋଧରେ ୟୁବିଆଇରୁ ୧୩୪.୪୩ କୋଟି ଟଙ୍କା ହଡ଼ପ କରିବା ନେଇ ଏକ ଅଭିଯୋଗ ହୋଇଛି। ଏହି ମାମଲାରେ ସିବିଆଇ ଟିମ୍ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି। ଦେଶରେ ବ୍ୟାଙ୍କ ଠକେଇ ଭଳି ଘଟଣାକୁ ଆଖି ଆଗରେ ରଖି କମ୍ପାନୀ ଏବଂ ଏହାର ଅଧିକାରୀ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଋଣ ନେଇଥିଲେ। ମନ୍ଦ ଉଦ୍ଦେଶ୍ୟ ରଖି ସେମାନେ ଏହି ଋଣ ଟଙ୍କାକୁ ବ୍ୟବହାର କରିଥିବା ସିବିଆଇ ପକ୍ଷରୁ କୁହାଯାଇଛି। ବ୍ୟାଙ୍କର ଅଭିଯୋଗକ୍ରମେ ସିବିଆଇ ଏଫ୍ଆଇଆର୍ ରୁଜୁ କରି ଏକ ତଦନ୍ତକାରୀ ଟିମ୍ ଜରିଆରେ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକଙ୍କ ସନ୍ଧାନରେ ରହିଛି। ଅନ୍ୟପକ୍ଷରେ ମୁମ୍ବାଇର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଆଉ ଏକ ଟିମ୍ ଏକା ସଙ୍ଗେ ଚଢ଼ାଉ କରିଛି। ୟୁନିୟନ ବ୍ୟାଙ୍କ ପକ୍ଷରୁ ଏନେଇ ଅଭିଯୋଗ ପାଇବା ପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ଏବଂ ନିର୍ଦ୍ଦେଶକ ବ୍ୟାଙ୍କରୁ ଟଙ୍କା ହଡ଼ପ କରି ଏହାକୁ ଅସତ ଉପାୟରେ ବ୍ୟବହାର କରିଛନ୍ତି ବୋଲି ୟୁନିୟନ ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହୋଇଥିବା ଜଣାପଡ଼ିଛି।
ବହୁଦେଶୀୟ କମ୍ପାନୀଙ୍କ ଟିକସ ନେଇ ଜି-୭ର ନିଷ୍ପତ୍ତି
ନୂଆଦିଲ୍ଲୀ,୭।୬: ଶନିବାର ଜି-୭ ରାଷ୍ଟ୍ର ସମୂହର ପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ଏକ ବିଶେଷ ବୈଠକ ଲଣ୍ଡନରେ ଅନୁଷ୍ଠିତ ହୋଇଯାଇଛି। ଗୁଗଲ, ଆପଲ୍ ଓ ଆମାଜନ...
ପ୍ରଭାବିତ ହେବନି କୃଷି କ୍ଷେତ୍ର
ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଯୋଗୁ ଦେଶର କୃଷି କ୍ଷେତ୍ର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ ବୋଲି ନୀତି ଆୟୋଗ ସଦସ୍ୟ ରମେଶ...
ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨ ଗୁଣ ବଢ଼ିଲା
ନୂଆଦିଲ୍ଲୀ,୧୭।୬: ଚଳିତ ଆର୍ଥତ୍କ ବର୍ଷ ଅଦ୍ୟାବଧି ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବେଶ୍ ଉନ୍ନତ ରହିଛି। ଆୟକର ବିଭାଗ ସୂଚନା ମୁତାବକ, ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨...
ଭାରତୀୟ କର୍ତ୍ତୃପକ୍ଷଙ୍କୁ ଚୋକ୍ସୀଙ୍କ ଖୋଲା ଆମନ୍ତ୍ରଣ
ନୂଆଦିଲ୍ଲୀ,୬।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଖୋଲା ଆମନ୍ତ୍ରଣ କରିଛନ୍ତି। ଯାହା ପଚାରିବାର ଅଛି ଆସି ପଚାରିପାରିବ ବୋଲି ଚୋକ୍ସୀ କହିଛନ୍ତି।...
ଡିଏପି ସାର ସବ୍ସିଡି ୭୦୦ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାର ଡିଏପି ସାର ଉପରେ ବ୍ୟାଗ୍ ପିଛା ସବ୍ସିଡିକୁ ୭୦୦ ଟଙ୍କା ବଢ଼ାଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ...
କାର୍ଯ୍ୟକାରୀ ଅପେକ୍ଷାରେ ଶ୍ରମ କୋଡ୍
ନୂଆଦିଲ୍ଲୀ: ଆଗାମୀ କିଛି ମାସରେ ୪ ଶ୍ରମ କୋଡ୍ ବିଲ୍ ଦେଶ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଆଇନକୁ ଲାଗୁ କରାଇବା ଲାଗି କେନ୍ଦ୍ର ସରକାର...
ସୁଇସ ବ୍ୟାଙ୍କରୁ ତଥ୍ୟ ମଗାଗଲା
ନୂଆଦିଲ୍ଲୀ: ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ବଢିଥିବା ଏକ ରିପୋର୍ଟ ନିକଟରେ ଆସିଥିଲା। ଭାରତୀୟଙ୍କ କଳାଧନ ବଢିଥିବା ଏହି ରିପୋର୍ଟକୁ ଆଧାର କରି ସାରା ଦେଶରେ...
ମେ’ରେ କମିଲା ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୬।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ମାସରେ ଦେଶର ଜିଏସ୍ଟି ସଂଗ୍ରହରେ ହ୍ରାସ ଘଟିଛି। ମେ’ ରେ ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍ଟି)...


