ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାର ଡିଏପି ସାର ଉପରେ ବ୍ୟାଗ୍ ପିଛା ସବ୍ସିଡିକୁ ୭୦୦ ଟଙ୍କା ବଢ଼ାଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଏଭଳି ନିଷ୍ପତ୍ତି ଦ୍ୱାରା ରାଜକୋଷ ଉପରେ ଅତିରିକ୍ତ ୧୪,୭୭୫ କୋଟି ଟଙ୍କାର ବୋଝ ପଡ଼ିବ। ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ଇନ୍ପୁଟ୍ ଖର୍ଚ୍ଚ ବଢ଼ିଥିବା ବେଳେ କୃଷକ ଯେଭଳି ସୁଲଭ ମୂଲ୍ୟରେ ସାର କ୍ରୟ କରିପାରିବେ ତାକୁ ଧ୍ୟାନରେ ରଖି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୟୁରିଆ ପରେ ଡିଏପି ସାରା ଦେଶରେ କୃଷକଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହୃତ ହୋଇଥାଏ। ଗତ ମାସରେ କେନ୍ଦ୍ର ସରକାର ଡିଏପି ସବ୍ସିଡି ପ୍ରାୟ ୧୪୦% ବୃଦ୍ଧି କରିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା।
ଏ ସଂକ୍ରାନ୍ତରେ ସୂଚନା ଦେଇ ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି, ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା କୃଷକମାନେ ଲାଭବାନ ହୋଇପାରିବେ। କୃଷକମାନେ ପୁରୁଣା ରେଟ୍ ବ୍ୟାଗ୍ ପିଛା ୧୨ ଶହ ଟଙ୍କାରେ ଡିଏପି କ୍ରୟ କରିପାରିବେ। ଗୋଟିଏ ବ୍ୟାଗ୍ ଉପରେ ସବ୍ସିଡି ପୂର୍ବରୁ ୫୦୦ ଟଙ୍କା ରହିଥିଲା। ଏହା ବର୍ତ୍ତମାନ ୭୦୦ ଟଙ୍କା ବୃଦ୍ଧି ହେବାରୁ ୧୨ ଶହ ଟଙ୍କା ଛୁଇଁଛି। ଯାହାଦ୍ୱାରା କୃଷକ ଲାଭବାନ ହୋଇପାରିବେ। ଗତ ବର୍ଷ ଡିଏପି ବ୍ୟାଗ୍ ପିଛା ୧୭୦୦ ଟଙ୍କା ରହିଥିଲା। ଏହା ଉପରେ କେନ୍ଦ୍ର ସରକାର ୫୦୦ ଟଙ୍କାର ସବ୍ସିଡି ଦେଉଥିଲେ। ଫଳରେ କମ୍ପାନୀଗୁଡିକ କୃଷକଙ୍କୁ ଏହାକୁ ୧୨ ଶହ ଟଙ୍କାରେ ବିକ୍ରି କରୁଥିଲେ।
ବିଶ୍ୱ ବଜାରରେ ଦର ବଢ଼ିବାରୁ ଏହା ବର୍ତ୍ତମାନ ୨୪ ଶହ ଟଙ୍କା ଛୁଇଁଛି। ଲୋକଙ୍କୁ ସେହି ୧୨ ଶହ ଟଙ୍କାରେ ସାର ଯୋଗାଣ ଲାଗି ସବ୍ସିଡିକୁ ବ୍ୟାଗ୍ ପିଛା ୧୨ ଶହ ଟଙ୍କାକୁ ବଢ଼ାଇଥିବା ସରକାର କହିଛନ୍ତି। ସେହିଭଳି ୟୁରିଆ ଉପରେ ସରକାର ୯୦୦ ଟଙ୍କା ସବ୍ସିଡି ଦେଉଥିବା ମାଣ୍ଡବୀୟ ସ୍ପଷ୍ଟ କରିଛନ୍ତି।
ଏଫ୍ପିଆଇଙ୍କ ନିବେଶ ୮ ହଜାର କୋଟି
ନୂଆଦିଲ୍ଲୀ: ଦେଶର ପୁଞ୍ଜି ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ) ୮ ହଜାର କୋଟି ଟଙ୍କାର ନିବେଶ କରିଛନ୍ତି। ଗତ ୪ କାରବାର ସେସନରେ ଏଭଳି ନିବେଶ...
ଜନମଙ୍ଗଳକାରୀ ଯୋଜନା ଲାଗି ଅର୍ଥ ସଞ୍ଚୟ କରୁଛୁ
ନୂଆଦିଲ୍ଲୀ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବୃଦ୍ଧି ହୋଇ ରେକର୍ଡ ସ୍ତରରେ ରହିଛି। ତେଲ ଉପରେ ଉଚ୍ଚ ଟିକସକୁ ନେଇ ବିରୋଧୀ ଦଳଗୁଡିକ କେନ୍ଦ୍ର...
ତେଲ ଦରରୁ ଏବେ ମିଳିବନି ଆଶ୍ୱସ୍ତି
ନୂଆଦିଲ୍ଲୀ: କରୋନା କାଳରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଜନିତ ଚିନ୍ତାରେ ରହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ତେଲ ଦର ବର୍ତ୍ତମାନ ୧୦୦ ଟଙ୍କା...
ଆର୍ବିଆଇ ଏମ୍ପିସି ବୈଠକ ଆରମ୍ଭ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)ର ମୁଦ୍ରାନୀତି କମିଟି(ଏମ୍ପିସି) ବୈଠକ ବୁଧବାରଠାରୁ ଆରମ୍ଭ ହୋଇଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ୪...
ପାନ୍-ଆଧାର ଲିଙ୍କ୍ ଅବଧି ସେପ୍ଟେମ୍ବର ଯାଏ ବୃଦ୍ଧି
ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ପାନ୍ ସହ ଆଧାର ଲିଙ୍କ୍ କରାଇବା ସମୟକୁ ୩ ମାସ ବଢ଼ାଇଛନ୍ତି। ଫଳରେ ଲୋକମାନେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ...
ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଆୟୋଜିତ ଭର୍ଚୁଆଲ ପ୍ଲାଟଫର୍ମରେ ବିଶ୍ୱ ପରିବେଶ...
ବହୁଦେଶୀୟ କମ୍ପାନୀଙ୍କ ଟିକସ ନେଇ ଜି-୭ର ନିଷ୍ପତ୍ତି
ନୂଆଦିଲ୍ଲୀ,୭।୬: ଶନିବାର ଜି-୭ ରାଷ୍ଟ୍ର ସମୂହର ପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ଏକ ବିଶେଷ ବୈଠକ ଲଣ୍ଡନରେ ଅନୁଷ୍ଠିତ ହୋଇଯାଇଛି। ଗୁଗଲ, ଆପଲ୍ ଓ ଆମାଜନ...
କୋଲ୍ ଇଣ୍ଡିଆ ଦେଇପାରେ ଅତିରିକ୍ତ ଡିଭିଡେଣ୍ଡ
ନୂଆଦିଲ୍ଲୀ: କୋଲ୍ ଇଣ୍ଡିଆ ଏହାର ଅଂଶୀଦାରଙ୍କୁ ୨୦ରୁ ୨୫ ପ୍ରତିଶତ ଅତିରିକ୍ତ ଡିଭିଡେଣ୍ଡ ଦେଇପାରେ। ସୋମବାର ହେବାକୁ ଥିବା କମ୍ପାନୀର ବୋର୍ଡ ବୈଠକରେ ଏ ନେଇ...


