ଭୁବନେଶ୍ୱର,୨୬।୬(ବ୍ୟୁରୋ): କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଇଣ୍ଡିଆ ସ୍ମାର୍ଟସିଟି ଆଓ୍ବାର୍ଡସ କଣ୍ଟେଷ୍ଟ (ଆଇଏସ୍ଏସି)-୨୦୨୦ ପ୍ରତିଯୋଗିତାରେ ଭୁବନେଶ୍ୱର ସ୍ମାର୍ଟସିଟିକୁ ଦୁଇଟି ପୁରସ୍କାର ମିଳିଛି। ‘ସୋସିଆଲି ସ୍ମାର୍ଟ ଭୁବନେଶ୍ୱର’ ପାଇଁ ସାମାଜିକ ପର୍ଯ୍ୟାୟ ବର୍ଗରେ ଦେଶରେ ରାଜଧାନୀ ଭୁବନେଶ୍ୱରକୁ ଦ୍ୱିତୀୟ ସ୍ଥାନ ମିଳିଥିବା ବେଳେ ଗଭର୍ନାନ୍ସ ପର୍ଯ୍ୟାୟରେ ମୋବାଇଲ ଫୋନ୍ ଆପ୍ଲିକେଶନ ‘ଭୁବନେଶ୍ୱର ମି’ ପାଇଁ ତୃତୀୟ ସ୍ଥାନ ହାସଲ କରିଛି। ସାମାଜିକ ପର୍ଯ୍ୟାୟ ବର୍ଗରେ ତିରୁପତି ପ୍ରଥମ ଓ ତୁମାକୁରୁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ଗଭର୍ନାନ୍ସ ପର୍ଯ୍ୟାୟରେ ଭଦୋଦରା ଏବଂ ଥାଣେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ୧୦୦ଟି ସ୍ମାର୍ଟସିଟି ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଖୁସିବ୍ୟକ୍ତ କରି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ କହିଛନ୍ତି, ଆଗାମୀ ଦିନରେ ଆହୁରି ଅନେକ ଅଭିନବ ନାଗରିକ କୈନ୍ଦ୍ରିକ ସେବା ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ସ୍ମାର୍ଟସିଟି ପ୍ରକଳ୍ପ କାର୍ଯ୍ୟ ଆହୁରି ତ୍ୱରାନ୍ବିତ କରାଯିବ। ଆଗାମୀ ଦିନରେ ଆମେ ଆହୁରି ଅନେକ ପୁରସ୍କାର ପାଇବାକୁ ଯୋଗ୍ୟବିବେଚିତ
ହେବୁ ବୋଲି ସେ କହିଛନ୍ତି।
ଓଜେଇଇ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର,୧୪।୬(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସ୍ଥଗିତ କରାଯାଇଛି। ଏହି ପରୀକ୍ଷା ସମ୍ଭବତଃ ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର...
ବୈଶାଳୀଙ୍କ ନୃତ୍ୟ ଡକ୍ୟୁମେଣ୍ଟାରିରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶା
ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଜୁନ୍ ୨୦ ବିଶ୍ୱ ଶରଣାର୍ଥୀ ଦିବସ ଅବସରରେ ଶରଣାର୍ଥୀ ସଙ୍କଟ ଉପରେ ଜାତିସଂଘର କୂଟନୀତିଜ୍ଞ, ନୀତି ଅଧିକାରୀ ତଥା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ...
କମ୍ପାନୀ ନିର୍ଦ୍ଦେଶିକାଙ୍କ ସମେତ ୩ ଗିରଫ
କଟକ ଅଫିସ, ୨୪।୬: ନକଲି କରୋନା ଔଷଧ (ଫାଭିପିରାଭିର) ବିକ୍ରି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ବୁଧବାର ଓଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡର...
ସଂକ୍ରମିତ ଶିଶୁଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବର ବେଳକୁ ତୃତୀୟ...
ଆବର୍ଜନାକୁ ନେଇ ବଢ଼ୁଛି ଆପତ୍ତି
ଅନୁଗୋଳ ଅଫିସ, ୧୧ା୬ ନୂଆ ଠିକା ସଂସ୍ଥା ସଫେଇ ଦାୟିତ୍ୱ ନେବା ପରେ ଅନୁଗୋଳ ସହରର ଆବର୍ଜନା ସମସ୍ୟା ଦୂର ହୋଇଯିବ ବୋଲି ଅନେକେ ଆଶା...
କୋରାପୁଟ ଏମ୍ପି ଛତିଶଗଡ଼ ଇନ୍ଚାର୍ଜ
ଭୁବନେଶ୍ୱର,୩।୬: କୋରାପୁଟ ଏମ୍ପି ସପ୍ତଗିରି ଉଲାକାଙ୍କୁ ଛତିଶଗଡ଼ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏପରିକି ତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି।...
ରାଜ୍ୟରେ ଆଜି ୫,୨୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୫,୨୩୫କରୋନା ଆକ୍ରାନ୍ତ ଚିହ୍ନଟ...
ଭିଡ଼ିଓ ଭାଇରାଲ ହେବାପରେ ଧରାପଡିଲେ ଇତିହାସ ଅଧ୍ୟାପକ
ବାଲେଶ୍ୱର ଅଫିସ,୨୬।୬: ବାଲେଶ୍ୱର ସହର ଆଇଟିଆଇସ୍ଥିତ ଆର୍ଟ କଲେଜର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅଧ୍ୟାପକ ଅସଦାଚରଣ କରିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ...


