ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଜୁନ୍ ୨୦ ବିଶ୍ୱ ଶରଣାର୍ଥୀ ଦିବସ ଅବସରରେ ଶରଣାର୍ଥୀ ସଙ୍କଟ ଉପରେ ଜାତିସଂଘର କୂଟନୀତିଜ୍ଞ, ନୀତି ଅଧିକାରୀ ତଥା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ବୈଶାଳୀ ମହାନ୍ତିଙ୍କ ନୃତ୍ୟ ଡକ୍ୟୁମେଣ୍ଟାରି ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶ କରାଯାଇଛି। ବୈଶାଳୀଙ୍କ ରଚିତ ତଥା ପରିବେଷିତ ଏହି ନୃତ୍ୟରେ ମ୍ୟାନ୍ମାରରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ରୋହିଙ୍ଗ୍ୟା ସମ୍ପ୍ରଦାୟଙ୍କ ଗଣ ପଳାୟନ ଓ ଦୁଃଖକୁ ପ୍ରଦର୍ଶନ କରାଯାଇଛି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ପ୍ରଦର୍ଶିତ ଏହି ଡ୍ରାମା ସର୍ବପ୍ରଥମ କଳାତ୍ମକ ସୃଷ୍ଟି, ଯାହାକି ବିଶ୍ୱର ସର୍ବବୃହତ୍ ଶରଣାର୍ଥୀ ଗୋଷ୍ଠୀ ରୋହିଙ୍ଗ୍ୟାଙ୍କ ଦୁର୍ଦ୍ଦଶାକୁ ପ୍ରତିଫଳିତ କରିଛି। ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ବାସ୍ତବ କାହାଣୀ ସହ ପୂରା ପ୍ରସ୍ତୁତି ପାଇଁ ଏକ ବର୍ଷ ସମୟ ଲାଗିଥିବା ବୈଶାଳୀ କହିଛନ୍ତି। ସୂଚନାଯୋଗ୍ୟ, ପୁରୀରେ ଜନ୍ମଗ୍ରହଣ କରିଥିବା ବୈଶାଳୀ ଏବେ ରୋମ୍ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ନୀତି ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି।
୭ ଜିଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଗତ ୨୩ ଦିନରେ ଅର୍ଥାତ୍ ଗତ ୧ରୁ ୨୩ତାରିଖ...
ଭଉଁରି ଯାତ୍ରାରେ ନିୟୋଜିତ ହେବେ ୫ ପ୍ଲାଟୁନ ଫୋର୍ସ
ପୁରୀ ଅଫିସ, ୩।୬: ଅକ୍ଷୟତୃତୀୟାଠାରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରାର ବିଂଶତମ ଦିବସକୁ ଭଉଁରି ଯାତ୍ରା କୁହାଯାଏ। ଶ୍ରୀମନ୍ଦିର ସ୍ବତ୍ୱଲିପି ଏବଂ ରଥସଂହିତା...
ବଞ୍ଚାଇଦେଲା ପୋଷା କୁକୁର
ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି।...
ତ୍ରିକୋଣୀୟ ପ୍ରେମ: ଭଡାଘରୁ ମିଳିଲା ଯୁବତୀଙ୍କ ମୃତଦେହ
ଲୋଇସିଂହା,୨।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନାଠାରୁ ୨ଶହ ମିଟର ଦୂର ମଣ୍ଟୁ କଲୋନୀର ଏକ ଭଡା ଘରୁ ବୁଧବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ମୃତଦେହ...
ବିବାହରେ ବିଳମ୍ବ ଯୋଗୁ ହାତ କାଟିଲେ ପ୍ରେମିକା
ଖଇରା, ୨୨।୬: ବିବାହ କରିବାରେ ବିଳମ୍ବ କରୁଥିଲେ ପ୍ରେମିକ। ଆଉ ଘର ଲୋକ ଅନ୍ୟତ୍ର ବିବାହ ପାଇଁ ଚାପ ପକାଉଥିଲେ। ଏଥିଯୋଗୁ ମାନସିକ ଭାରସାମ୍ୟ ହରାଇ...
ଖଟିଆ କାନ୍ଧେଇ ପ୍ରତିବାଦ କଲେ ଗ୍ରାମବାସୀ
ସାରସକଣା,୧୮।୬(ଡି.ଏନ.ଏ.)- ପ୍ରଶାସନର କାର୍ଯ୍ୟଧାରା ଏବଂ ଅପାରଗତାକୁ ପଦାରେ ପକାଇବା ଲକ୍ଷ୍ୟନେଇ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଗଁାକୁ ଯିବାକୁ ଭଲ ରାସ୍ତା ଓ ପୋଲ...
କୋଭିଡ୍ ପରିଚାଳନାରେ ପ୍ରମୁଖ ଅସ୍ତ୍ର ସିଏମ୍ଏସ୍
ଅନୁଗୋଳ ଅଫିସ, ୧୨ା୬ କରୋନାର ଦ୍ୱିତୀୟ ଲହର ଭୟାନକ ସାବ୍ୟସ୍ତ ହୋଇଛି। ଏଥିରେ ଦ୍ରୁତ ସଂକ୍ରମଣ ସହ ଅଧିକ ମୃତ୍ୟୁ ଦେଖିବାକୁ ମିଳିଛି। କେବଳ ମେ’...
ପ୍ରସ୍ତାବ ମାତ୍ରେ ଅଣଦେଖା
ଯାଜପୁର ଅଫିସ,୭ା୬: ଯାଜପୁର ଜିଲାରେ ପ୍ରାୟ ପ୍ରତିବର୍ଷ ବନ୍ୟା ବିଭୀଷିକା ଦେଖିବାକୁ ମିଳୁଛି। ବିପୁଳ ପରିମାଣର ଚାଷଜମି ପ୍ରଭାବିତ ହେବାଯୋଗୁ ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି।...


