ଛତ୍ରପୁର,୨୫।୬(ଡି.ଏନ୍.ଏ.): ଗଞ୍ଜମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଗାଡ଼ି ଶୋରୁମରୁ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରରେ ଚୋରି ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ୨ଟି ବାଇକୁ ଦୁର୍ବୃତ୍ତମାନେ ନେଇ ଯାଇଥିଲେ। ଏଥିସହ ସିସିଟିଭି ହାର୍ଡଡିସ୍କକୁ ନେଇଯାଇଥିଲେ । ଏହି ମାମଲାରେ ସମ୍ପୃକ୍ତ ୫ଜଣିଆ ଆନ୍ତଃରାଜ୍ୟ ଡକାୟତି ଦଳକୁ ଛତ୍ରପୁର ପୋଲିସ ଚି଼ହ୍ନଟ କରିବାରେ ସକ୍ଷମ ହୋଇଛନ୍ତି । ଏଥିରୁ ୨ଜଣ ଡକାୟତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଥିବା ନେଇ ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଶୁକ୍ରବାର ସୂଚନା ଦେଇଛନ୍ତି । ଗିରଫମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ଅଧୀନ ସୁକୁଣ୍ଡାର ପି ନରସିଂହ ଓ ସିଏଚ୍ ରାମବାବୁ । ଏମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସେ କହିଛନ୍ତି । ଏମାନଙ୍କଠାରୁ ଗୋଟିଏ ଚୋରି ବାଇକକୁ ମଧ୍ୟ ପୋଲିସ ଜବତ କରିଛନ୍ତି । ପୂର୍ବରୁ ମଧ୍ୟ ଗୋଟିଏ ଚୋରି ବାଇକକୁ ପୋଲିସ ଜବତ କରିଥିଲେ । ଉକ୍ତ ଡକାୟତ ମାମଲରେ ଅନ୍ୟ ୩ ସମ୍ପୃକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଆଇଆଇସି କହିଛନ୍ତି ।
Posted inଆମ ଜିଲା ଖବର, ଗଞ୍ଜାମ View All
ବିନା ଅନୁମତିରେ ମେସ୍କୋ ରେଲୱେ ସାଇଡିଂ ମାମଲା: ଏସ୍ପିସିବି ପକ୍ଷରୁ ତଦନ୍ତ ଆରମ୍ଭ
ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୬: କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଷ୍ଟିଲ ପରିସରରେ ଥିବା ରେଲୱେ ସାଇଡିଂ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି)ର କଳିଙ୍ଗନଗର...
ପୁରୀରେ ହେବ ଆନ୍ତର୍ଜାତିକ ବିମାନ ବନ୍ଦର
ପୁରୀ ଅଫିସ,୧୮ା୬: ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍ ଗୁରୁବାର ପ୍ରସ୍ତାବିତ...
ଗଞ୍ଜାମର ୬.୪୩ ଲକ୍ଷ ନେଲେଣି ପ୍ରଥମ ଡୋଜ୍ ଟିକା
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକାକରଣ ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି। ଜିଲାରେ...
ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ
ବୁଗୁଡ଼ା,୧୦।୬(ଡି.ଏନ୍.ଏ): ଓଡ଼ିଶାରେ କରୋନାର ତୃତୀୟ ଲହର ମୁକାବିଲା ପାଇଁ ଜିଲାପାଳ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲାପାଳ ବିଜୟ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡ଼ା ବ୍ଲକର ବିଭିନ୍ନ...
‘ପିନାକ୍’ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୫।୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍)ରେ ଶୁକ୍ରବାର ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର (ଏମ୍ବିଆର୍ଏଲ୍)ରୁ ପରିବର୍ଦ୍ଧିତ ରେଞ୍ଜ ୧୨୨ଏମ୍ଏମ୍ କାଲିବର...
ତିନିଦିନ ତଳେ ରାଗିକି ଘର ଛାଡ଼ି ଯାଇଥିଲେ: ଏବେ ଗଛରୁ ଝୁଲନ୍ତା ମୃତଦେହ ଜବତ
ବ୍ରହ୍ମପୁର ଅଫିସ,୪ା୬: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ନିକଟ ବେଡ଼ାବନ୍ଧ ହୁଡ଼ାରେ ଥିବା ଏକ ଖଜୁରୀ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା...
ମହିଳାଙ୍କୁ ଗଣବଳାତ୍କାର
କେନ୍ଦୁଝର, ୭ା୬ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଗାଡ଼ିରେ ଉଠାଇ ନେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି...
ବଡ଼ ଆକ୍ରମଣ ଯୋଜନାରେ ଥିଲେ ମାଓବାଦୀ
ମାଲକାନଗିରି,୨୦ା୬: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲା ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ...


