E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜାତୀୟ

୨୮ ଖାଲି, ଅନେକ ଆଶାୟୀ
9:48 amJune 19, 2021

ନୂଆଦିଲ୍ଲୀ,୧୯ା୬: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ଶିବସେନା ଓ ଶିରୋମଣି ଅକାଳୀ ଦଳ ଓହରିଯିବା ଏବଂ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଅଧ୍ୟକ୍ଷ ରାମବିଳାସ ପାଶ୍ୱାନଙ୍କ ପରଲୋକ ହେବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳର କେତୋଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି। କେତେଜଣ ମନ୍ତ୍ରୀ ଏକାଥରକେ ୩-୪ଟି ଲେଖାଏ ମନ୍ତ୍ରଣାଳୟର ଭାର ସମ୍ଭାଳୁଛନ୍ତି। ତେଣୁ ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ହେବାକୁ ଥିବା ୫ ରାଜ୍ୟ ବିଧାନସଭା ଭୋଟ ଓ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଏବଂ ଏନ୍‌ଡିଏର କେତେଜଣ ଅନୁଭବୀ ନେତାଙ୍କୁ ଏହି ପଦରେ ଥଇଥାନ କରାଯାଇପାରେ। କ୍ୟାବିନେଟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁଶୀଲ ମୋଦିଙ୍କ ସମେତ କେତେଜଣ ନୂଆମୁହଁଙ୍କୁ ସାମିଲ କରାଯିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି। କାରଣ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ କରୋନା କାଳରେ ହଠାତ୍‌ ଚଳଚଞ୍ଚଳ ହୋଇଉଠିଛି। ମନ୍ତ୍ରୀ ହେବା ପାଇଁ ମାଳ ମାଳ ଆଶାୟୀ ଦିଲ୍ଲୀରେ ଡେରା ପକାଇଛନ୍ତି।
୨୦୧୯ ମେ’ ୩୦ରେ କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଆରମ୍ଭ ହୋଇଥିଲା। ସେତେବେଳେ ୫୭ ମନ୍ତ୍ରୀ ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୨୪ କ୍ୟାବିନେଟ ମନ୍ତ୍ରୀ, ୯ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଓ ୨୪ ରାଷ୍ଟ୍ରମନ୍ତ୍ରୀ। ପ୍ରଥମ ପାଳି କ୍ୟାବିନେଟଠାରୁ ଏହି ସଂଖ୍ୟା ୧୨ ଅଧିକ ଥିଲା। ବର୍ତ୍ତମାନ କ୍ୟାବିନେଟରେ ୨ ଡଜନରୁ ଊର୍ଦ୍ଧ୍ୱ ପଦବୀ ଖାଲିପଡ଼ିଛି। ପ୍ରଧାନମନ୍ତ୍ରୀଙ୍କୁ ବାଦ୍‌ଦେଇ ୨୧ ଜଣ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ସେହିପରି ୯ ରାଷ୍ଟ୍ରମନ୍ତ୍ରୀ ଏବଂ ୨୩ ସ୍ବାଧୀନ ଦାୟିତ୍ୱ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ପ୍ରଧାନମନ୍ତ୍ରୀ ଚାହିଁଲେ ଆଉ ସର୍ବାଧିକ ୨୮ ଜଣଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରନ୍ତି। ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ପୂର୍ବରୁ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ମନ୍ତ୍ରୀମାନଙ୍କୁ ଡକାଇ ଗୋଷ୍ଠୀଗତ ଭାବେ ସେମାନଙ୍କ କାର୍ଯ୍ୟ ସମୀକ୍ଷା କରୁଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକଗୁଡ଼ିକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉପସ୍ଥିତ ରହୁଛନ୍ତି। ୪ ଦିନ ଭିତରେ ୨ ଥର ବୈଠକ ବସିଛି। କ୍ୟାବିନେଟ ସମ୍ପ୍ରସାରଣ ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନ ଥିଲେ ହେଁ ମୋଦି ସରକାରରେ ମନ୍ତ୍ରୀମାନଙ୍କ ସଂଖ୍ୟା ୬୦ରୁ ୭୯କୁ ଉଠିଯାଇପାରେ। ଦୁର୍ବଳ ପ୍ରଦର୍ଶନକାରୀ ମନ୍ତ୍ରୀମାନଙ୍କୁ ବିଦା କରି ନୂଆ ମୁହଁଙ୍କୁ ସାମିଲ କରାଯିବ। ନିର୍ବାଚନ ହେବାକୁ ଥିବା ରାଜ୍ୟ ଉତ୍ତର ପ୍ରଦେଶ, ପଞ୍ଜବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରର ନେତାମାନଙ୍କୁ କ୍ୟାବିନେଟରେ ଅଧିକ ପ୍ରତିନିଧିତ୍ୱ ମିଳିବ ବୋଲି ଚର୍ଚ୍ଚା

 

ଚର୍ଚ୍ଚାରେ ସମ୍ଭାବ୍ୟ ଚେହେରା
ମୋଦି କ୍ୟାବିନେଟରେ ସ୍ଥାନ ପାଇବାକୁ ଥିବା ନେତାଙ୍କ ମଧ୍ୟରୁ ୪ ଥର ଏମ୍‌ପି ହୋଇଥିବା ତଥା କଂଗ୍ରେସରୁ ଭାଜପାକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ସର୍ବାଧିକ ଚର୍ଚ୍ଚାରେ ରହିଛି। ସେହିପରି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଶୁକ୍ରବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେତେଜଣ ବରିଷ୍ଠ ଭାଜପା ନେତାଙ୍କୁ ଭେଟିଛନ୍ତି। ତାଙ୍କୁ ପୁଣି ଥରେ କେନ୍ଦ୍ରମନ୍ତ୍ରୀ କରାଯାଇପାରେ। ତୃଣମୂଳ କଂଗ୍ରେସରୁ ଭାଜପାକୁ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀନେଶ ତ୍ରିବେଦୀ, ରାଜସ୍ଥାନରୁ ରାଜ୍ୟ ସଭାକୁ ଯାଇଥିବା ଭୂପେନ୍ଦର ଯାଦବ ଏବଂ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ସେହିପରି ପିଲିଭିଟ ଏମ୍‌ପି ବରୁଣ ଗାନ୍ଧୀ, ଲଦାଖ ଏମ୍‌ପି ସେରିଙ୍ଗ୍‌ ନମ୍‌ଗ୍ୟାଲ୍‌ ଓ ଅପନା ଦଳ ନେତ୍ରୀ ଅନୁପ୍ରିୟା ପଟେଲଙ୍କୁ ମଧ୍ୟ ସୁଯୋଗ ମିଳିପାରେ। ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ସମ୍ମାନଜନକ ଭାଗ ମାଗୁଥିବାରୁ ଏହାକୁ ମଧ୍ୟ ଏଥିରେ ସାମିଲ କରାଯାଇପାରେ। ମହାରାଷ୍ଟ୍ରର ଭାଜପା ଏମ୍‌ପି ନାରାୟଣ ରାଣେ, ଉଦୟନରାଜେ ଭୋସ୍‌ଲେ ଓ ପ୍ରୀତମ ମୁଣ୍ଡେଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

 


[mc4wp_form id="252536"] All Right Reserved By Dharitri.Com

Posted inଜାତୀୟ View All

୨ରୁ ଅଧିକ ସନ୍ତାନ ଥିଲେ ଆଉ ମିଳିବନି ସରକାରୀ ସୁବିଧା: ମୁଖ୍ୟମନ୍ତ୍ରୀ…

ଗୁଆହାଟି,୨୦।୬: ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ଆଉ ସରକାରୀ ସୁବିଧା ସୁଯୋଗ ମିଳିବନି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୂଚନା ଦେଇଛନ୍ତି।...

ଅମ୍ରିତସରରେ ‘ସିଦ୍ଧୁଙ୍କ ନିଖୋଜ’ ପୋଷ୍ଟର

ଅମ୍ରିତସର,୨।୬ : କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ ନିଖୋଜ ଥିବା ପୋଷ୍ଟର ଅମ୍ରିତସରର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏକ...

ମିଥ୍ୟା ଜାତିଗତ ପ୍ରମାଣପତ୍ର ପାଇଁ ଫସିଲେ ଏମ୍‌ପି

ମୁମ୍ବାଇ,୮।୬: ମିଥ୍ୟା ଜାତିଗତ ପ୍ରମାଣପତ୍ର ଦାଖଲ କରିବା ମହାରାଷ୍ଟ୍ରର ସ୍ବାଧୀନ ଏମ୍‌ପି ନବନୀତ କୌର ରାଣାଙ୍କୁ ମହଙ୍ଗା ପଡ଼ିଛି। ଏଥିନେଇ ବମ୍ବେ ହାଇକୋର୍ଟ ତାଙ୍କ ଉପରେ...

ସନ୍ତାନ ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମହିଳା, ଡାକ୍ତର କରିଦେଲେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର; ଆଉ ତା’ ପରେ…

ରାଞ୍ଚି,୨୦ା୬: ଜଣେ ମହିଳା ସଦର ହସ୍ପିଟାଲରେ ସନ୍ତାନ ପ୍ରସବ କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ଡାକ୍ତରମାନେ କାହାକୁ କିଛି ନ ପଚାରି ମହିଳାଙ୍କର...

ବିପଦ ଉପରେ ପୁଣି ନୂଆ ବିପଦ: ୬ରୁ ୮ସପ୍ତାହ ମଧ୍ୟରେ ତୃତୀୟ ଲହର…

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ମାଡ଼ି ଆସୁଥିବା ନେଇ ଏମ୍ସ୍‌ ପକ୍ଷରୁ ସୂଚନା ଦିଆଯାଇଛି।...

ପୁଣି ଘନେଇଲା ବିପଦ, ଆସିଲା କରୋନାର ନୂଆ ରୂପ: ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଅଧିକ ତାଣ୍ଡବ ରଚିବା ଆଶଙ୍କା…

ନୂଆଦିଲ୍ଲୀ,୧୫।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍‌ର ନୂଆ ରୂପ ଡେଲ୍ଟା...

୮୦ କୋଟି ଲୋକଙ୍କୁ ମାଗଣା ରାଶନ

ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସୋମବାର ମାଗଣା ଟିକା ସହ ରାଶନ ଦେବାକୁ ଘୋଷଣା କରିଛନ୍ତି। ନଭେମ୍ବର ପର୍ଯ୍ୟନ୍ତ ଦେଶର ୮୦...

‘କୋର୍ଟରେ ସମୟ ନଷ୍ଟ ନ କରି ମହାମାରୀର ଉପଶମ ଖୋଜ’

ନୂଆଦିଲ୍ଲୀ, ୩।୬ : ଏଲୋପାଥି ଔଷଧ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରାମଦେବଙ୍କ ବିରୋଧରେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିଥିଲା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
କମୁନିିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୨ ଜୀବନ
Next Post Next post:
କୁଶଳୀ ହେବେ ଲକ୍ଷେ କୋଭିଡ୍‌ ଯୋଦ୍ଧା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts