ନୂଆଦିଲ୍ଲୀ, ୮ା୬: କରୋନାରେ ଦେଶର ୩୦,୦୭୧ ପିଲା ଅନାଥ ହୋଇଛନ୍ତି। ଜୁନ୍ ୫ ସୁଦ୍ଧା ରାଜ୍ୟଗୁଡ଼ିକ ପକ୍ଷରୁ ଏ ନେଇ ତଥ୍ୟ ଦାଖଲ ହୋଇଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍ସିପିସିଆର୍) ସୋମବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ମୋଟ ୨୬,୧୭୬ ଜଣ ସେମାନଙ୍କ ମା’ ବାପାଙ୍କୁ ହରାଇଥିବାବେଳେ ୩,୬୨୧ ଜଣଙ୍କ କେହି ନାହାନ୍ତି। ସେହିପରି ୨୭୪ ଜଣଙ୍କୁ ପରିତ୍ୟକ୍ତ କରାଯାଇଛି। ୨୦୨୦ ଏପ୍ରିଲ ୧ରୁ ୨୦୨୧ ଜୁନ୍ ୫ ପର୍ଯ୍ୟନ୍ତ ମହାମାରୀ ସମୟରେ କେତେଜଣ ଶିଶୁ ସେମାନଙ୍କ ମା’, ବାପା କିମ୍ବା ଉଭୟଙ୍କୁ କୋଭିଡ୍ ଓ ଅଣକୋଭିଡ୍ ଜନିତ ରୋଗରେ ହରାଇଛନ୍ତି ସେ ନେଇ ରାଜ୍ୟଗୁଡ଼ିକ ‘ବାଲ୍ ସ୍ବରାଜ’ ପୋର୍ଟାଲରେ ତଥ୍ୟ ଅପ୍ଲୋଡ୍ କରିଥିଲେ। ମହାରାଷ୍ଟ୍ରରେ ସର୍ବାଧିକ ୭,୦୮୪ ଜଣ ଅନାଥ, ପରିତ୍ୟକ୍ତ ତଥା ମା’ ବାପାଙ୍କୁ ହରାଇଥିବା କମିଶନ କହିଛନ୍ତି। ଏହାପରେ ଉତ୍ତରପ୍ରଦେଶରେ ୩,୧୭୨, ରାଜସ୍ଥାନରେ ୨,୪୮୨, ହରିୟାଣାରେ ୨,୪୩୮, ମଧ୍ୟପ୍ରଦେଶରେ ୨,୨୪୩, ଆନ୍ଧ୍ରପ୍ରଦେଶରେ ୨,୦୮୯, କେରଳରେ ୨,୦୦୨, ବିହାରରେ ୧,୬୩୪ ଏବଂ ଓଡ଼ିଶାରେ ୧,୦୭୩ ଜଣ ଏପରି ଶିଶୁ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୫,୬୨୦ ଜଣ ପୁଅ, ୧୪,୪୪୭ ଜଣ ଝିଅ ଏବଂ ୪ ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
ଏମ୍-ଯୋଗ ଆପ୍ ବହୁ ଭାଷାରେ ହେବ ଉପଲବ୍ଧ: ମୋଦି..
ନୂଆଦିଲ୍ଲୀ,୨୧।୬: ଏଣିକି ପୃଥିବୀବ୍ୟାପୀ ଏମ୍-ଯୋଗ ଆପ୍ ବହୁ ଭାଷାରେ ଉପଲବ୍ଧ ହେବ। ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ...
କରୋନାରୁ ଶିଶୁଙ୍କୁ ସୁରକ୍ଷା ଦେବ ମିଳିମିଳା ଟିକା
ନୂଆଦିଲ୍ଲୀ, ୨୩।୬: କରୋନା ସଂକ୍ରମଣର ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିବା ନେଇ ଚିନ୍ତା ପ୍ରକଟ କରାଯାଉଛି। ହେଲେ ମିଳିମିଳା ଟିକା ଏଥିରୁ ସୁରକ୍ଷା...
କୋଭିଡ୍ ଟିକା ପ୍ରସଙ୍ଗ: ନବୀନଙ୍କୁ ପିନାରାୟୀଙ୍କ ସମର୍ଥନ
ଭୁବନେଶ୍ୱର, ୫।୬(ବ୍ୟୁରୋ): କୋଭିଡ୍-୧୯ ଟିକା କ୍ରୟ କରି ରାଜ୍ୟକୁ ଯୋଗାଇବାକୁ କେନ୍ଦ୍ର ସରକାର ଉପରେ ଚାପ ସୃଷ୍ଟି କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ...
ପାଣି ତଳେ ଧାରଣା ଦେଇ ପ୍ରଶାସକଙ୍କୁ ହଟାଇବା ପାଇଁ ଦାବି…
କାଭର୍ତ୍ତିି,୮।୬: ପ୍ରଶାସକଙ୍କୁ ହଟାଇବା ପାଇଁ ଲୋକେ ପାଣିତଳେ ଧାରଣା ଦେଇଛନ୍ତି। ଏଭଳି ନିଆରା ଘଟଣା ଲାକ୍ଷାଦ୍ୱୀପରେ ଘଟିଛି। ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ଦାୟିତ୍ୱରୁ ହଟାଇବା ଲାଗି...
ଟିକାକରଣରୁ ବଞ୍ଚିତ ହେଉଛନ୍ତି ଲୋକେ
କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର...
ଆଜି ରାଜ୍ୟରୁ ୩୦୩୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାର ରାଜ୍ୟରୁ ୩୦୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୮୦,୫୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...
ଗର୍ଭବତୀଙ୍କ ପାଇଁ ସୁରକ୍ଷିତ କରୋନା ଭାକ୍ସିନ୍: ଏଠାରେ ଆରମ୍ଭ ହେବ ଟିକାକରଣ…
ଅକ୍ଲାଣ୍ଡ,୧୩।୬: କରୋନା ଭାକ୍ସିନ୍ ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଜଣାପଡ଼ିବା ପରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ସେମାନଙ୍କୁ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଖୁବ୍ ଶୀଘ୍ର ଏଠାରେ...
ପୁଣି ବଢ଼ିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...


