ଜୟପୁର,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍ ଅଭାବ ଯୋଗୁ ଟିକାଦାନରେ ବାଧା ସୃଷ୍ଟି ହୋଇଛି। ଏପରିସ୍ଥଳେ ରାଜସ୍ଥାନର ଡୁଙ୍ଗରପୁର ଜିଲାରେ ୫୦୦ ଡୋଜ୍ କୋଭିଶିଲ୍ଡ୍ ଡୋଜ୍ ନଷ୍ଟ ହୋଇଛି। ସ୍ଥାନୀୟ ରଘୁନାଥପୁରା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ଫ୍ରିଜ୍ କାମ ନ କରିବାରୁ ଡୋଜ୍ ନଷ୍ଟ ହୋଇଥିବା ସିଏମ୍ଏଚ୍ଓ ମହେନ୍ଦ୍ର କୁମାର ପରମାର କହିଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ରର ନର୍ସ ଲତା ଯାଦବ ଫ୍ରିଜ୍ରେ କୋଭିଶିଲ୍ଡ୍ ଡୋଜ୍ ଜମାଟ ବାନ୍ଧି ଯାଇଥିବା ଦେଖି ଏସମ୍ପର୍କରେ ଡାକ୍ତର ରାମଚରଣ ଶର୍ମାଙ୍କୁ ସୂଚନା ଦେଇଥିଲେ। ପରେ ଏନେଇ ସିଏମ୍ଏଚ୍ଓଙ୍କୁ ଅବଗତ କରାଯାଇଥିଲା। ଖବରକୁ ଚପାଇ ଦେବାର ଉଦ୍ୟମ ହୋଇଥିଲା। ତେବେ ଫ୍ରିଜ୍ ମରାମତି କରିବାକୁ ଆସିଥିବା ଲୋକେ ଏବଂ ହସ୍ପିଟାଲର କେତେକ କର୍ମଚାରୀ ଘଟଣାକୁ ଲିକ୍ କରିଦେଇଥିଲେ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ତଲବ କରାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
ବିବାହ କରିବାକୁ ଜିଦ୍ ଧରିଲେ ୬୫ ବର୍ଷୀୟ ବ୍ୟକ୍ତି: ଶେଷରେ ବର ବେଶରେ ସଜେଇ ହୋଇ ଜାଣନ୍ତୁ କାହାକୁ କଲେ ବିବାହ
ଆମେଠି,୨୧।୬: ଉତ୍ତରପ୍ରଦେଶର ଆମେଠିରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବ୍ୟକ୍ତି ବିବାହ କରିବାକୁ...
୮୦ କୋଟି ଲୋକଙ୍କୁ ମାଗଣା ରାଶନ
ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସୋମବାର ମାଗଣା ଟିକା ସହ ରାଶନ ଦେବାକୁ ଘୋଷଣା କରିଛନ୍ତି। ନଭେମ୍ବର ପର୍ଯ୍ୟନ୍ତ ଦେଶର ୮୦...
ଗଛ ଲଗାଇଲେ ପରୀକ୍ଷାରେ ମିଳିବ ଅତିରିକ୍ତ ନମ୍ବର: ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ଚଣ୍ଡିଗଡ଼,୨୧।୬: ଏଣିକି ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ଗଛ ଲଗାଇଲେ ପରୀକ୍ଷାରେ ଅତିରିକ୍ତ ନମ୍ବର ମିଳିବ। ଏନେଇ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ସରକାର...
ରାମମନ୍ଦିର ଟ୍ରଷ୍ଟରେ ଜମି ଦୁର୍ନୀତି ଅଭିଯୋଗ
ଲକ୍ଷ୍ନୌ, ୧୪।୬: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ଦେଖାଶୁଣା କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ବେଆଇନ ଜମି କାରବାରରେ ସମ୍ପୃକ୍ତ ଥିବାନେେଇ...
୨ ଭଉଣୀଙ୍କୁ ଗଣବଳାତ୍କାର
ଜୟପୁର,୫।୬: ରାଜସ୍ଥାନର ଜୟପୁରରେ ଦୁଇ ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରାଜ୍ୟ ପୋଲିସ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ...
ଡ୍ରାଗନର ନୂଆ ଷଡ଼ଯନ୍ତ୍ର: ଭାରତରେ ସାଇବର ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍…
ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀ ଭୂତାଣୁ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା ଚାଇନା ଏବେ ଭାରତରେ ନୂଆ ସଙ୍କଟ ସୃଷ୍ଟି କରିବା ଲାଗି ଷଡ଼ଯନ୍ତ୍ର ରଚିଛି।...
ଦିଲ୍ଲୀରେ ଖୋଲିବ ମଲ୍, ମାର୍କେଟ
ନୂଆଦିଲ୍ଲୀ, ୧୩।୬: ଦିଲ୍ଳୀରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଅନ୍ଲକ ପ୍ରକ୍ରିୟାକୁ ଆହୁରି କୋହଳ କରିଛନ୍ତି। ସୋମବାରଠାରୁ ମଲ୍ ଓ ମାର୍କେଟଗୁଡ଼ିକ ପ୍ରତିଦିନ ଖୋଲିବାକୁ...
ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ମଙ୍ଗଳବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୪୦୫ ଜଣ...


