ଜୟପୁର,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍ ଅଭାବ ଯୋଗୁ ଟିକାଦାନରେ ବାଧା ସୃଷ୍ଟି ହୋଇଛି। ଏପରିସ୍ଥଳେ ରାଜସ୍ଥାନର ଡୁଙ୍ଗରପୁର ଜିଲାରେ ୫୦୦ ଡୋଜ୍ କୋଭିଶିଲ୍ଡ୍ ଡୋଜ୍ ନଷ୍ଟ ହୋଇଛି। ସ୍ଥାନୀୟ ରଘୁନାଥପୁରା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ଫ୍ରିଜ୍ କାମ ନ କରିବାରୁ ଡୋଜ୍ ନଷ୍ଟ ହୋଇଥିବା ସିଏମ୍ଏଚ୍ଓ ମହେନ୍ଦ୍ର କୁମାର ପରମାର କହିଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ରର ନର୍ସ ଲତା ଯାଦବ ଫ୍ରିଜ୍ରେ କୋଭିଶିଲ୍ଡ୍ ଡୋଜ୍ ଜମାଟ ବାନ୍ଧି ଯାଇଥିବା ଦେଖି ଏସମ୍ପର୍କରେ ଡାକ୍ତର ରାମଚରଣ ଶର୍ମାଙ୍କୁ ସୂଚନା ଦେଇଥିଲେ। ପରେ ଏନେଇ ସିଏମ୍ଏଚ୍ଓଙ୍କୁ ଅବଗତ କରାଯାଇଥିଲା। ଖବରକୁ ଚପାଇ ଦେବାର ଉଦ୍ୟମ ହୋଇଥିଲା। ତେବେ ଫ୍ରିଜ୍ ମରାମତି କରିବାକୁ ଆସିଥିବା ଲୋକେ ଏବଂ ହସ୍ପିଟାଲର କେତେକ କର୍ମଚାରୀ ଘଟଣାକୁ ଲିକ୍ କରିଦେଇଥିଲେ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ତଲବ କରାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
କରୋନାର ଦ୍ୱିତୀୟ ଲହର ନେଇଛି ୫୯୪ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ,୨।୬: କରୋନା ମହାମାରୀ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁରା ହଲାଇଦେଇଛି। ଏହି ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ...
କୋଭିଡ୍ ନିୟମ ଭୁଲି ନାଚିଲେ ଭାଜପା ଏମ୍ପି
ଜୟପୁର,୨୨।୬: ଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଉଛି। ହେଲେ ଏବେ ମଧ୍ୟ ବିଭିନ୍ନ ରାଜ୍ୟରେ କଟକଣା ବଳବତ୍ତର ରହିଛି। କିନ୍ତୁ କଟକଣାକୁ ଖାତିର କରୁ...
ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା ପୁଣି କମିଲା…
ନୂଆଦିଲ୍ଲୀ,୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
‘ମୃତଦେହ ଫିଙ୍ଗିବା ପାଇଁ ମୁମ୍ବାଇରେ ନଦୀ ନାହିଁ’
ମୁମ୍ବାଇ, ୧୦।୬: ସରକାରୀ ସ୍ତରରେ ରିପୋର୍ଟ ହେଉଥିବା କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟାଠାରୁ ମହାରାଷ୍ଟ୍ରର ରାଜଧାନୀରେ ଢେର ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ବିରୋଧୀ ଭାଜାପା...
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ
ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ଅକାଳୀ ଦଳ-ବିଏସ୍ପି ମଧ୍ୟରେ ମେଣ୍ଟ: ଆସନ ଭାଗବଣ୍ଟା ବି ଚୂଡ଼ାନ୍ତ
ଚଣ୍ଡିଗଡ଼,୧୨।୬: ବିଭିନ୍ନ ରାଜ୍ୟର ରାଜନୈତିକ ଦଳରେ ବର୍ତ୍ତମାନ ମିଶ୍ରଣ ପର୍ବ ଚାଲିଛି। ଏତଦ୍ ବ୍ୟତୀତ ଦଳକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ମେଣ୍ଟ...
ଟିକାକରଣରୁ ବଞ୍ଚିତ ହେଉଛନ୍ତି ଲୋକେ
କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର...
ରାଜ୍ୟର ପ୍ରଥମ ମୁସଲିମ୍ ମହିଳା ଡିଏସ୍ପି
ପାଟନା,୧୧।୬: ନିକଟରେ ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍ସି)ର ୬୪ତମ କମ୍ପିଟେଟିଭ୍ ଏକ୍ସାମର ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ ପ୍ରଥମ ଥରେ ଜଣେ ମୁସଲିମ...


