E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍‌

୩ ଦେଶରେ ଟିକାକରଣର ୬୦%
9:28 amJune 6, 2021

ଜାତିସଂଘ,୬।୬(ପି.ଟି.): ସାରା ବିଶ୍ୱରେ ଏପର୍ଯ୍ୟନ୍ତ କୋଭିଡ୍‌-୧୯ ଟିକାର ୨୦୦ କୋଟି ଡୋଜ୍‌ ଆବଣ୍ଟନ ହୋଇଛି। ଏହାର ୬୦ ପ୍ରତିଶତ ଭାରତ, ଆମେରିକା ଓ ଚାଇନାରେ ଦିଆଯାଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନମ ଘେବ୍ରେୟେସସ୍‌ଙ୍କ ବରିଷ୍ଠ ଉପଦେଷ୍ଟା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଟିକାର ୨୦୦ କୋଟି ଡୋଜ୍‌ ୨୧୨ରୁ ଊର୍ଦ୍ଧ୍ୱ ଦେଶକୁ ଆବଣ୍ଟନ ହୋଇଛି। ସେଥିରୁ ୭୫ ପ୍ରତିଶତ ମାତ୍ର ୧୦ଟି ଦେଶକୁ ଯାଇଛି। ୧୨୭ ଦେଶକୁ କୋଭିଡ୍‌ ଟିକା ଯୋଗାଇବାରେ କୋଭାକ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଭାକ୍ସିନ ଅଭାବରେ କେତେକ ଦେଶରେ ଏପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଭାରତ, ଆମେରିକା ଓ ଚାଇନାରେ ୬୦ ପ୍ରତିଶତ ଟିକା ଉପଯୋଗ ହୋଇଛି, ଯାହା ସେଠାର ସ୍ଥାନୀୟ ଉତ୍ପାଦନ। ଗରିବ ଦେଶଗୁଡ଼ିକୁ ମାତ୍ର ୦.୫ ପ୍ରତିଶତ ଟିକା ଯାଇଛି, ଯେଉଁଠି ବିଶ୍ୱ ଜନସଂଖ୍ୟାର ୧୦ ପ୍ରତିଶତ ରହୁଛନ୍ତି। ନିମ୍ନ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଟିକାକରଣ ଆଗେଇ ଚାଲିଛି। ଉଚ୍ଚ ଆୟକାରୀ ଦେଶରେ ସଂକ୍ରମଣର ଅଧିକ ବିପଦ ଥିବା ଜନସଂଖ୍ୟା ଏବଂ ଯୁବବର୍ଗଙ୍କ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏବେ ବି ନିମ୍ନ ଆୟକାରୀ ଦେଶଗୁଡ଼ିକରେ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କୁ ଟିକା ଯୋଗାଇବା ପାଇଁ ଉତ୍ପାଦନ ଯଥେଷ୍ଟ ହେଉନାହିଁ। କୋଭାକ୍ସ ଜରିଆରେ ୮୦ ନିୟୁତ ଡୋଜ୍‌ ବଣ୍ଟନ କରାଯାଇଛି। ଭାରତ ଓ ଅନ୍ୟ କେତେକ ଦେଶରେ ସମସ୍ୟା ଯୋଗୁ ଟିକା ଯୋଗାଣ ବାଧାପ୍ରାପ୍ତ ହୋଇଥିବା ଡବ୍ଲ୍ୟୁଏଚ୍‌ଓ ଉପଦେଷ୍ଟା କହିଛନ୍ତି।

ପୁଣି ଟିକା ନିଅନ୍ତୁ ଭାରତୀୟ ଛାତ୍ର

ଯେଉଁ ଭାରତୀୟ ଛାତ୍ରୀଛାତ୍ର କୋଭାକ୍ସିନ କିମ୍ବା ସ୍ପୁଟ୍‌ନିକ-ଭି ଟିକା ନେଇଛନ୍ତି, ସେମାନଙ୍କୁ ପୁଣିଥରେ ଡବ୍ଲ୍ୟୁଏଚ୍‌ଓ ଅନୁମୋଦିତ କୋଭିଡ୍‌ ଟିକା ନେବାକୁ ଆମେରିକାର ବିଶ୍ୱବିଦ୍ୟାଳୟଗୁଡ଼ିକ ପରାମର୍ଶ ଦେଇଛନ୍ତି। ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଏବଂ ରୁଷିଆ ପ୍ରସ୍ତୁତ ସ୍ପୁଟ୍‌ନିକ-ଭି ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁମୋଦନ କରିନାହିଁ। ଉଭୟ ଭାକ୍ସିନ କେତେ ସୁରକ୍ଷିତ ଓ ଫଳପ୍ରଦ ତାହାର ତଥ୍ୟ ନ ଥିବାରୁ ଆମେରିକା ବିଶ୍ୱବିଦ୍ୟାଳୟଗୁଡ଼ିକ ଏହି ଟିକାକୁ ଭରସା କରୁନାହାନ୍ତି। ତେଣୁ ଅଟମ୍‌ ସେମିଷ୍ଟର ପୂର୍ବରୁ ଭାରତୀୟ ଛାତ୍ରୀଛାତ୍ର ପୁଣିଥରେ ଟିକା ନେବାକୁ ପରାମର୍ଶ ଦିଆଯାଇଛି। ତେବେ ଦୁଇପ୍ରକାର ଟିକାର ନିରାପତ୍ତାକୁ ନେଇ ଛାତ୍ରୀଛାତ୍ର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କଲମ୍ବିଆ ୟୁନିଭର୍ସିଟିର ସ୍କୁଲ୍‌ ଅଫ୍‌ ଇଣ୍ଟରନ୍ୟାଶନାଲ ଆଣ୍ଡ ପବ୍ଲିକ୍‌ ଆଫେୟାର୍ସରେ ଯୋଗଦେବାକୁ ଚାହୁଁଥିବା ମିଲୋନି ଦୋସୀ (୨୫) ଭାରତରେ କୋଭାକ୍ସିନର ୨ଟି ଡୋଜ୍‌ ନେଇଛନ୍ତି। କ୍ୟାମ୍ପସ୍‌ରେ ପ୍ରବେଶ ପୂର୍ବରୁ ତାଙ୍କୁ ଭିନ୍ନ ଟିକା ନେବା ପାଇଁ ବିଶ୍ୱବିଦ୍ୟାଳୟ କହିଛି। ଦୁଇ ପ୍ରକାର ଟିକା ନେବାକୁ ନେଇ ମିଲୋନି ଚିନ୍ତାରେ ପଡ଼ିଯାଇଛନ୍ତି। କୋଭିଡ୍‌ ଟିକା ବଦଳ ହେଉ ନ ଥିବାରୁ ଭିନ୍ନ ଟିକା ନେବା କେତେ ସୁରକ୍ଷିତ ଓ ଫଳପ୍ରଦ ତାହା ଉପରେ ଅନୁଧ୍ୟାନ ହୋଇ ନ ଥିବା ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ୍‌ (ସିଡିସି) ମୁଖପାତ୍ର କ୍ରିଷ୍ଟେନ୍‌ ନର୍ଡଲୁଣ୍ଡ କହିଛନ୍ତି। ଯେଉଁମାନେ ଡବ୍ଲ୍ୟୁଏଚ୍‌ଓ ଅନୁମୋଦନ ହୋଇ ନ ଥିବା ଟିକା ନେଇଛନ୍ତି, ସେମାନେ ଆମେରିକାରେ ପୁଣି ଥରେ ଟିକା ନେବା ପୂର୍ବରୁ ୨୮ ଦିନ ଅପେକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସବୁଠୁ ଶସ୍ତା ହେବ କର୍ବେଭାକ୍ସ

ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା କୋଭିଡ୍‌ ଟିକା କର୍ବେଭାକ୍ସ ମଞ୍ଜୁରୀ ପାଇବା ପରେ ଭାରତୀୟ ବଜାରରେ ଏହା ସବୁଠୁ ଶସ୍ତା ଟିକା ହେବ। ଏହି ଟିକାର ଦୁଇଟି ଡୋଜ୍‌ ଦାମ୍‌ ୫୦୦ ଟଙ୍କା ରହିବ ବୋଲି ଜଣାପଡ଼ିଛି। ଏପରିକି ଉଭୟ ଡୋଜ୍‌ ୪୦୦ ଟଙ୍କାରୁ କମ୍‌ ମୂଲ୍ୟରେ ମଧ୍ୟ ମିଳିପାରେ ବୋଲି କୁହାଯାଉଛି। ବାୟୋଲୋଜିକାଲ-ଇ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମହିମା ଡାଟ୍‌ଲା ଏହି ସୂଚନା ଦେଇଛନ୍ତି।
ଭାରତରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କୋଭିଶିଲ୍ଡ ଟିକା ଡୋଜ୍‌ ପ୍ରତି ଦାମ୍‌ ରାଜ୍ୟ ସରକାରଙ୍କ ପାଇଁ ୩୦୦ ଟଙ୍କା ହୋଇଥିବାବେଳେ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ରଖାଯାଇଛି। ସେହିପରି ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଦାମ୍‌ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଏବଂ ଘରୋଇ ହସ୍ପିଟାଲ ପାଇଁ ୧୨୦୦ ଟଙ୍କା ଧାର୍ଯ୍ୟ ହୋଇଛି। ରୁଷିଆ ପ୍ରସ୍ତୁତ ସ୍ପୁଟ୍‌ନିକ-ଭି ଟିକା ଦାମ୍‌ ଡୋଜ୍‌ ପ୍ରତି ୯୯୫ ଟଙ୍କା ରଖାଯାଇଛି। ଏହି ଦୃଷ୍ଟିରୁ ଦେଖିଲେ ବାୟୋଲୋଜିକାଲ-ଇ ପ୍ରସ୍ତୁତ ଟିକା ସବୁଠୁ ଶସ୍ତା ହେବାକୁ ଯାଉଛି। ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଥିବାବେଳେ ୩୦ କୋଟି ଭାକ୍ସିନ କିଣିବା ପାଇଁ ସରକାର ଚୁକ୍ତି ସ୍ବାକ୍ଷର କରିଛନ୍ତି।

ଗୁଜରାଟରେ କରୋନାର ନୂଆ ଷ୍ଟ୍ରେନ୍‌ ଏନ୍‌୪୪୦କେ

ଘାତକ ଡେଲ୍‌ଟା ଷ୍ଟ୍ରେନ୍‌ ପରେ ଗୁଜରାଟରେ କରୋନା ଭୂତାଣୁର ଆଉ ଏକ ସଂକ୍ରାମକ ଷ୍ଟ୍ରେନ୍‌ ଦେଖାଯାଇଛି। ଏନ୍‌୪୪୦କେ ନାମିତ ହୋଇଥିବା ଏହି ଷ୍ଟ୍ରେନ୍‌ରେ ଗତ ଜାନୁୟାରୀରୁ ଏପ୍ରିଲ ୨୪ ମଧ୍ୟରେ ଗୁଜରାଟରେ ୯ ଜଣ ସଂକ୍ରମିତ ହୋଇଛନ୍ତି। ଏ ବାବଦରେ ଗାଜିଆବାଦସ୍ଥିତ ଏକାଡେମୀ ଫର୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇନୋଭେଟିଭ ରିସର୍ଚ୍ଚ (ଏସିଏସ୍‌ଆଇଆର୍‌) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ପୂର୍ବରୁ ଥିବା ଏ୨ ଷ୍ଟ୍ରେନ୍‌ଠାରୁ ଏନ୍‌୪୪୦କେ ୧୦ ଗୁଣା ଅଧିକ ସଂକ୍ରାମକ ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ବ୍ରିଟେନ୍‌ ଷ୍ଟ୍ରେନ୍‌ କିମ୍ବା ଡେଲ୍‌ଟା ଷ୍ଟ୍ରେନ ସହ ଗବେଷକମାନେ ଏହା ତୁଳନା କରି ନ ଥିବା କହିଛନ୍ତି। ଏନ୍‌୪୪୦କେ ଷ୍ଟ୍ରେନ୍‌ରେ ମହାରାଷ୍ଟ୍ରର ୯୧ ଜଣ, ତେଲଙ୍ଗାନାରେ ୮୧, କର୍ନାଟକରେ ୫୪ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।


[mc4wp_form id="252536"] All Right Reserved By Dharitri.Com

Posted inଅନ୍ତର୍ଜାତୀୟ, କରୋନା ଭାଇରସ୍‌ View All

ସ୍ବାମୀଙ୍କଠାରୁ ଛାଡ଼ପତ୍ର କଥା ଶୁଣି ସ୍ତ୍ରୀ ନେଲେ ଚରମ ପଦକ୍ଷେପ, ଜାଣିଲେ…

ବ୍ରାସିଲିଆ,୧୨ା୬: ବ୍ରାଜିଲରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ କହିବାରୁ ସ୍ତ୍ରୀ ରାଗି କି ଏମିତି...

ଅଧା ପୃଥିବୀ ବୁଲି ରେକର୍ଡ କଲା ଗ୍ରେ ହ୍ବେଲ୍‌…

ଓ୍ବିଣ୍ଡ୍‌ହୋକ୍‌,୧୦।୬: ପୃଥିବୀର ବୃହତ୍‌ ସ୍ତନ୍ୟପାୟୀ ପ୍ରାଣୀ ଅଧା ପୃଥିବୀ ବୁଲି ଏବେ ରେକର୍ଡ କରିଛି। ଏହି ହେଉଛି ଏକ ଗ୍ରେ ହ୍ବେଲ୍‌(ଧୂସର ତିମି)। ଇତିମଧ୍ୟରେ ତିମିଟି...

ଭାଜପା-ବିଜେଡିର ଟୁଇଟ୍‌ ଯୁଦ୍ଧ

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ବାଦ୍‌ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ...

ସେପ୍ଟେମ୍ବର ସୁଦ୍ଧା ୭୦କୋଟି ଲୋକଙ୍କୁ ଟିକା ଦିଆଯିବା ଲକ୍ଷ୍ୟ: ସିଇଏ

ନୂଆଦିଲ୍ଲୀ,୪।୬: ଦେଶରେ କରୋନା ଟିକାକରଣକୁ ଆହୁରି ତ୍ୱରାନ୍ବିତ କରାଯିବ। ସେପ୍ଟେମ୍ବର ସୁଦ୍ଧା ଦେଶର ୭୦କୋଟି ଲୋକଙ୍କୁ କରୋନା ଭାକ୍ସିନର ପ୍ରଥମ ଡୋଜ୍‌ ଦିଆଯିବା ନେଇ ସରକାର...

ଆଜିଠୁ କ୍ୟାମ୍ପେନ୍‌ ମୋଡ୍‌ରେ ଟିକାକରଣ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସାରା ରାଜ୍ୟରେ ସୋମବାରଠାରୁ କ୍ୟାମ୍ପେନ୍‌ ମୋଡ୍‌ରେ ଟିକାକରଣ ଆରମ୍ଭ ହେବ। ପୂର୍ବରୁ ରାଜ୍ୟରେ ଦୈନିକ ଦେଢ଼ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଥିବାବେଳେ ଏହା ଦୁଇଗୁଣ...

କୋଭିଡ ମୃତ୍ୟୁସଂଖ୍ୟାକୁ ନେଇ ଅସନ୍ତୁଷ୍ଟ ହାଇକୋର୍ଟ

ପାଟନା,୧୨।୬: ବିହାରରେ କରୋନାଜନିତ ହୋଇଥିବା ମୃତ୍ୟୁସଂଖ୍ୟାକୁ ନେଇ ପାଟନା ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି। ସରକାର ଦେଇଥିବା ମୃତ୍ୟୁସଂଖ୍ୟା ତଥ୍ୟ ଉପରେ କୋର୍ଟ ଅସନ୍ତୁଷ୍ଟ। ଏହି...

ଟିକା ନେଲେ ଜରାଶ୍ରମ ଅନ୍ତେବାସୀ

ଭୁବନେଶ୍ୱର, ୩।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ କେତେକ ସ୍ବତନ୍ତ୍ର ବର୍ଗଙ୍କ ପାଇଁ ଟିକା ବ୍ୟବସ୍ଥାକୁ ଏବେ ପ୍ରାଥମିକତା ଦିଆଯାଉଛି। ବିଶେଷକରି ବୟୋଜ୍ୟେଷ୍ଠ ବୃଦ୍ଧାବୃଦ୍ଧଙ୍କୁ ଅଧିକ...

୧୨ ରାଜ୍ୟରେ ୫୧ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତ …

ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍‌ ପରେ ଏବେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଯୋଗୁ ପୁଣି ବିପଦ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
୧୬୦ ବର୍ଷ ପରେ ଦ୍ୱୀପ ଫେରିପାଇଲେ
Next Post Next post:
ଟିକା ନେଇଥିବା ସେକ୍ସପିୟରଙ୍କ ମୃତ୍ୟୁ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts