ଅଷ୍ଟ୍ରେଲିଆର ଆଠ ବର୍ଷର କୁନି ଝିଅ ରୋକ୍ସେନ ଡାଉନ୍। ଏଇ ବୟସରେ ଯେଉଁଠି ପିଲାମାନେ ହୋମଓ୍ବାର୍କ କରନ୍ତି ଓ ଖେଳାଖେଳିରେ ବ୍ୟସ୍ତ ରୁହନ୍ତି, ସେ କିନ୍ତୁ କରୁଛନ୍ତି ଏକ ଭିନ୍ନ କାମ। ଆଉ ଗଢିଛନ୍ତି ନିଜର ଏକ ଭିନ୍ନ ପରିଚୟ। ଏଇ ବୟସରେ ସେ ପାଲଟିଛି ପୃଥିବୀର ସର୍ବକନିଷ୍ଠ ମାଗାଜିନ ସମ୍ପାଦିକା। ମାଗାଜିନ୍ର ନାମ ହେଉଛି ‘ଇଟ୍ ଗର୍ଲ’। ରୋକ୍ସେନ ଏତେ କମ୍ ବୟସରେ ଏଡିଟୋରିଆଲ କନସେପ୍ଟ ତିଆରି କରିବା ସହ ମାର୍କେଟ ସର୍ଚ୍ଚ କରନ୍ତି ଏବଂ ମାସକୁ ଥରେ ଏଡିଟର୍ସ ଲେଟର୍ ଲେଖନ୍ତି। ଆଉ ପ୍ରିଣ୍ଟ ପୂର୍ବରୁ ମାଗାଜିନ୍କୁ ରିଭ୍ୟୁ ବି କରନ୍ତି। ରୋକ୍ସେନ କହନ୍ତି, ”ମୁଁ ସବୁବେଳେ ମୋ ବୟସଠାରୁ ବଡ଼ କିଛି କରିବାକୁ ଚାହୁଁଥିଲି। ତା’ସହ ସାଙ୍ଗମାନଙ୍କ ଭିତରେ ଅଲଗା ହେବାର ଇଚ୍ଛା ଥିଲା। ତେଣୁ ଏଭଳି କିଛି କରିବାକୁ ଇଚ୍ଛା ପ୍ରକାଶ କଲି। ମୁଁ ଛୋଟ ପିଲା, ଏହି ମାଗାଜିନ ବି ଛୋଟପିଲାଙ୍କ ଉପରେ ଆଧାରିତ। ମୁଁ ଜାଣେ ପିଲାମାନଙ୍କୁ କ’ଣ ଭଲ ଲାଗେ। ସେମାନଙ୍କ ପାଇଁ କ’ଣ ଭଲ ଓ ସେମାନେ କ’ଣ ଜାଣିବାକୁ ଚାହାନ୍ତି।“ ରୋକ୍ସେନ ପାଠପଢ଼ାରେ ବେଶ୍ ଭଲ। ତେଣୁ ସେ ଏହି କାମ ବେଶ୍ ସୁଚାରୁ ରୂପେ ତୁଲାଇ ପାରୁଛନ୍ତି।
ପ୍ରାଣୀଟିଏ ପାଇଁ ଜୀବନକୁ ବାଜି ଲଗାଇ ଦେଉଛନ୍ତି ଯୁବକ,ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...
କନ୍ୟାଙ୍କ ପାଦ ଛୁଇଁଲେ ବର: କହିଲେ ହୃଦୟସ୍ପର୍ଶୀ କଥା
ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ପରେ କନ୍ୟା ବରଙ୍କ ପାଦ ଛୁଇଁଥା’ନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି।...
ହାତୀ ଖାଉଛି ହେଲମେଟ୍ : ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...
ପଛରେ ବାଘକୁ ଦେଖି, ଜୀବନ ନେଇ ଦୌଡ଼ୁଥିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...
ଏମିତି ଦେଶ, ଯାହାର ନୌସେନା ନାହିଁ କି ବାୟୁସେନା, ଏପରି ହୋଇଥାଏ ଦେଶ ସୁରକ୍ଷା
ସାଧାରଣତଃ ଦେଶର ସୁରକ୍ଷା ପାଇଁ ଜଳ, ସ୍ଥଳ, ବାୟୁ ସେନା ଗଠନ କରାଯାଇଥାଏ। କାରଣ ଶତ୍ରୁ ଦେଶ ସହ କଡ଼ା ମୁକାବିଲା କରିବା ପାଇଁ ଏପରି...
ଏହି ବ୍ୟକ୍ତି ଏମିତି ଶବ୍ଦ କରନ୍ତି ଯେ ଚାରିଆଡୁ ଉଡିଆସି ଏକାଠି ହୋଇଯାଆନ୍ତି କାଉ; ଭିଡିଓ ଦେଖିଲେ…
ଭାରତରେ ପ୍ରତିଭାର ଅଭାବ ନାହିଁ। ହେଲେ ଅନେକ ସମୟରେ ପ୍ରତିଭା ଦେଖାଇବା ପାଇଁ ସମସ୍ତଙ୍କୁ ପ୍ଲାଟଫର୍ମ ମିଳି ନ ଥାଏ। ଫଳରେ ବଣମଲ୍ଲୀର ମହକ ବଣରେ...
ସ୍ବାମୀଙ୍କଠାରୁ ଏତିକି ଲମ୍ବା ସ୍ତ୍ରୀ, ସୃଷ୍ଟି କଲେ ଓ୍ବାଲର୍ଡ ରେକର୍ଡ
କୁହାଯାଏ, ଉପରବାଲା ଯୋଡ଼ି ବନେଇଥାନ୍ତି। ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି ବ୍ରିଟେନରେ । ଜେମ୍ସ ଏବଂ କ୍ଲୋଇଙ୍କ ଯୋଡ଼ି ଭଗବାନ ତିଆରି କରିଛନ୍ତି। ଯାହକି...
ସ୍କେଟିଂରେ ସଚେତନତା
ଲକ୍ଷ୍ନୌ: ଶାଢ଼ି ପିନ୍ଧି ସ୍କେଟିଂ କରି ଗାଁ ଦାଣ୍ଡରେ ଲୋକଙ୍କୁ ଟିକା ନେବା ପାଇଁ ପ୍ରବର୍ତ୍ତାଉଛନ୍ତି ଶ୍ରୀଗୁପ୍ତା। ଉତ୍ତରପ୍ରଦେଶ ସୀତାପୁରର ରାମକୋଟ ଗାଁରେ ରୁହନ୍ତି ୧୧...


