ନୂଆଦିଲ୍ଲୀ, ୧ା୬ (ପି.ଟି.)- ଟ୍ୟୁନିସିଆର ଟୁନିସ୍ଠାରେ ଚାଲିଥିବା ଡବ୍ଲ୍ୟୁଟିଟି ୟୁଥ୍ ଷ୍ଟାର କଣ୍ଟେଣ୍ଡର ଟେବୁଲ ଟେନିସ ଟୁର୍ନାମେଣ୍ଟରେ ଭାରତର ଯୁବ ଟେବୁଲ ଟେନିସ ଖେଳାଳି ଦିୟା ଚିତାଲେ ଓ ସ୍ବସ୍ତିକା ଘୋଷ ପ୍ରଭାବୀ ପ୍ରଦର୍ଶନ ସହ ରନର୍ସ ଅପ୍ ହୋଇଛନ୍ତି। ୧୯ ବର୍ଷରୁ କମ୍ ବାଳିକା ବିଭାଗରେ ଏହି ଯୋଡ଼ି ରୁଷିଆର ନାତାଲିଆ ମାଲିନିନା ଓ ଏଲିଜାବେଥ୍ ଆବ୍ରାମିଆନଙ୍କଠାରୁ ୩-୧୧, ୬-୧୧, ୭-୧୧ରେ ପରାଜିତ ହୋଇଛନ୍ତି। ଭାରତୀୟ ଯୋଡ଼ି ପୂର୍ବରୁ ସେମିଫାଇନାଲରେ ଚେକ୍ ରିପବ୍ଲିକର ଲିଣ୍ଡା ଜାଡେରୋଭା ଓ କ୍ରୋଏସିଆର ହାନା ଆରାପୋଭିକ୍ଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଦିୟା ଓ ସ୍ବସ୍ତିକା ୧୯ ବର୍ଷରୁ କମ୍ ସିଙ୍ଗଲ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ସେମିଫାଇନାଲରେ ସମାନ ୨-୩ରେ ପରାଜିତ ହୋଇ ସେମାନଙ୍କ ଅଭିଯାନ ଶେଷ କରିଥିଲେ। ଦିୟା ରୁଷିଆର ଭ୍ଲାଦା ଭୋରୋନିନାଙ୍କୁ କଡ଼ା ଟକ୍କର ଦେଇଥିଲେ ଏବଂ ୮-୧୧, ୧୧-୭, ୧୧-୬, ୮-୧୧, ୭-୧୧ରେ ପରାଜିତ ହୋଇଥିଲେ। ବର୍ତ୍ତମାନର ଜାତୀୟ ଜୁନିୟର ଚାମ୍ପିୟନ ସ୍ବସ୍ତିକା ତୁର୍କୀର ଇସି ହାରାକ୍ଙ୍କଠାରୁ ୧୧-୮, ୪-୧୧, ୧୧-୯, ୩-୧୧, ୬-୧୧ରେ ହାରିଯାଇଥିଲେ। କୋଭିଡ୍ର ଆବିର୍ଭାବ ପରେ ଭାରତୀୟ ଟେବୁଲ ଟେନିସ ଖେଳାଳିଙ୍କ ଅକ୍ସନ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ୟୁଥ୍ ଇଭେଣ୍ଟରେ ଦେଖିବାକୁ ମିଳିଥିଲା।
ବ୍ୟାଟ୍ ଛାଡି ମାଇକ୍ ଧରିବେ ଏହି କ୍ରିକେଟର୍
ଲଣ୍ଡନ,୬।୬: ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନ୍ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ମ୍ୟାଚ ଖେଳାଯିବ। ଏହି ମ୍ୟାଚ...
ଫ୍ରେଞ୍ଚ୍ ଓପନ ଟେନିସ: ଜୋକୋଭିଚ୍-ବେରେଟିନି କ୍ୱାର୍ଟର ଫାଇନାଲ
ପ୍ୟାରିସ, ୮।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ନମ୍ବର ଓ୍ବାନ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍। ୪ର୍ଥ ରାଉଣ୍ଡରେ...
ଫର୍ମରେ ଥାଇ ମଧ୍ୟ ଡବ୍ଲୁଟିସି ଫାଇନାଲରୁ ବାଦ୍ ପଡିଲେ ଏହି ୫ ଖେଳାଳି
ଲଣ୍ଡନ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ...
ବର୍ଷେ ଭିତରେ ଏତିକି ଟଙ୍କା ରୋଜଗାର କରିଛନ୍ତି କୋହଲି
କ୍ରମାଗତ ପଞ୍ଚମ ବର୍ଷ ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି। ସେ...
ଭର୍ଷ୍ଟାପେନ୍ ଜିତିଲେ ଫ୍ରେଞ୍ଚ୍ ଗ୍ରାଁ ପ୍ରି
ଲି କାଷ୍ଟିଲେଟ୍,୨୧ା୬ (ଏପି): ଲୁଇସ୍ ହାମିଲଟନଙ୍କୁ ପଛରେ ପକାଇ ପୂର୍ବତନ ଫର୍ମୁଲା ଓ୍ବାନ ଚାମ୍ପିୟନଶିପ୍ ଲିଡର ମାକ୍ସ ଭର୍ଷ୍ଟାପେନ୍ ଫ୍ରେଞ୍ଚ ଓପନ୍ ଗ୍ରାଁ ପ୍ରି ମୋଟର...
ସ୍ବତନ୍ତ୍ର ଦିନକୁ ସ୍ମରଣୀୟ କରିପାରିଲେ ନାହିଁ ବିରାଟ କୋହଲି: ଆଇପିଏଲ୍ ସାଥୀ ଖେଳାଳି କରିଦେଲେ ଫିକା
ସାଉଥମ୍ପଟନ,୨୦।୬: ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ୧୦ ବର୍ଷ ପୂରଣ କରିଛନ୍ତି। ଆଜି ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଦିନ।...
ଫଲୋଅନ୍ ପରେ ବି ମ୍ୟାଚ୍ ଛଡ଼ାଇ ଆଣିଲା ମହିଳା ଦଳ
ବ୍ରିଷ୍ଟଲ,୧୯।୬: ଫଲୋଅନ୍ ପରେ ମ୍ୟାଚ୍ ବଞ୍ଚାଇବା କଷ୍ଟକର। କିନ୍ତୁ ଇଂଲଣ୍ଡ ମାଟିରେ ଏହା କରି ଦେଖାଇଛି ଭାରତୀୟ ମହିଳା କ୍ରିକେଟ ଦଳ। ମ୍ୟାଚ୍ର ଉଭୟ ଇନିଂସରେ...
ରାହୁଲ ଦ୍ରାଭିଡ ନା ବାପା, କାହା କଥା ଆଗ ମାନିବେ କ୍ରିକେଟର୍ ଶୁଭମନ ଗିଲ୍: ମିଳିଲା ରୋଚକ ଉତ୍ତର
ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ ରାହୁଲ ଦ୍ରାବିଡଙ୍କ କୋଚିଂ ଶୈଳୀକୁ ଏକ ବଡ଼ କଥା କହିଛନ୍ତି। ରାହୁଲ ଦ୍ରାବିଡ ଅନ୍ୟ କୋଚମାନଙ୍କଠାରୁ କିପରି...


