ପୁରୀ ଅଫିସ, ୧ା୬: କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ଚଳିତ ବର୍ଷର ସ୍ନାନଯାତ୍ରା ହୋଇପାରେ। ତେବେ ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। କେବଳ ଆଲୋଚନା ଚାଲିଛି। ସ୍ନାନଯାତ୍ରା ସହ ସଂଶ୍ଲିଷ୍ଟ ସମସ୍ତ ବ୍ୟକ୍ତିବିଶେଷଙ୍କ ସହିତ ବିଚାର ବିମର୍ଶ କରାଯିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲାପାଳ ସମର୍ଥ ବର୍ମା ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜିଲାପାଳ ବର୍ମା କହିଛନ୍ତି, ପୁରୀ ଜିଲାରେ ଏବେ ଦୈନିକ କୋଭିଡ୍ ସଂକ୍ରମଣ ୩ଶହରୁ ୪ଶହ ରହୁଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷର ଚନ୍ଦନଯାତ୍ରାକୁ ବିନା ଭକ୍ତରେ କରାଯାଉଛି। ଯଦି ଏଭଳି କୋଭିଡ୍ ସ୍ଥିତି ଜାରି ରହେ ତେବେ ଆଗକୁ ମଧ୍ୟ ବିନା ଭକ୍ତରେ ସ୍ନାନଯାତ୍ରା ହେବାର ସମ୍ଭାବନା ରହିଛି। ତେବେ ଏ ନେଇ ବିଧିବଦ୍ଧ ଭାବେ କିଛି ନିଷ୍ପତ୍ତି ନିଆଯାଇନାହିଁ କି ସ୍ନାନଯାତ୍ରା ସଂକ୍ରାନ୍ତ କୌଣସି ବୈଠକ ଏପର୍ଯ୍ୟନ୍ତ ହୋଇନାହିଁ। ବୈଠକ ନ ହେବା ପୂର୍ବରୁ ସ୍ନାନଯାତ୍ରା ସମ୍ପର୍କରେ ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ। ସ୍ନାନଯାତ୍ରା ସହ ସମ୍ପୃକ୍ତ ସେବାୟତ ଏବଂ ଅନ୍ୟ ପକ୍ଷଙ୍କ ସହ ପ୍ରଶାସନ ଆଲୋଚନା କରିବ। ଏହାପରେ ସହମତି ଭିତ୍ତିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ପ୍ରଶାସନ ଏନେଇ ବିଧିବଦ୍ଧ ଭାବେ ସୂଚନା ଦେବେ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ଚଳିତବର୍ଷ ଜୁନ୍ ୨୪ରେ ଦେବସ୍ନାନ ପୂର୍ଣ୍ଣିମା ତଥା ସ୍ନାନଯାତ୍ରା ପଡୁଛି। ଗତବର୍ଷ କରୋନା ଯୋଗୁ ବିନା ଭକ୍ତରେ ସ୍ନାନଯାତ୍ରା ସମ୍ପନ୍ନ ହୋଇଥିଲା।
Posted inଆମ ଜିଲା ଖବର, ପୁରୀ View All
ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଗୁରୁତର
କଟକ ଅଫିସ,୮।୬: କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା...
ଟିକା ନେବାର ଘଣ୍ଟାକ ପରେ ମୃତ୍ୟୁ ଅଭିଯୋଗ
ଛେଣ୍ଡିପଦା,୧୨ା୬(ସ୍ବ.ପ୍ର.): କୋଭିଡ୍ ଟିକା ନେବାର ଘଣ୍ଟାକ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା...
ବେଦାନ୍ତ ପାଉଁଶ ଡମ୍ପିଂ ବିରୋଧରେ ମହିଳା ଏକାଠି
ଝାରସୁଗୁଡ଼ା ଅଫିସ,୧୬ା୬: ଝାରସୁଗୁଡ଼ା ଭୁର୍କାମୁଣ୍ଡାଠାରେ ଥିବା ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ଜିଲାବାସୀଙ୍କୁ ଅତିଷ୍ଠ କରିଛି। ପରିସ୍ଥିତି ଏପରି ହୋଇଛି ଯେ ଏହା ବିରୋଧରେ ଝାରସୁଗୁଡ଼ା...
୫୫ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ
ବାଲୁଗାଁ,୬।୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଅଧୀନ ହାଟବରଡ଼ି ମୌଜାର ନିମୁନା ଠାରୁ ହାଟବରଡ଼ି ମଧ୍ୟରେ ଚିଲିକାରେ ବେଆଇନ ଭାବେ ଗଢ଼ି ଉଠିଥିବା ୫୫ ଏକର ପରିବ୍ୟାପ୍ତ ୧୦ଟି...
‘ନିର୍ଭୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୪ା୬: ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ ଲଞ୍ଚ୍ ପ୍ୟାଡ୍ରୁ ଗୁରୁବାର ପୂର୍ବାହ୍ନ ୧୦ଟା ୪୩ ମିନିଟ୍ରେ ଦୂରଗାମୀ ସବ୍ସୋନିକ କ୍ରୁଜ...
ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର
କାଶୀନଗର,୧୮ା୬: ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...
ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ସ୍ବାମୀ
ପୁରୁଷୋତ୍ତମପୁର,୩ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ଛେଲୁ ଗ୍ରାମରେ ଜଣେ ମଦ୍ୟପ ସ୍ବାମୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସେ ସ୍ତ୍ରୀଙ୍କ ମୁଣ୍ଡକୁ ପଥର ଛେଚି...
କ୍ୟାଡର ମାଓବାଦୀ ନିହତ: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଡିଜିପି
ବରଗଡ଼ ଅଫିସ,୧୧ା୬: ବରଗଡ଼ ଜିଲା ପଦ୍ମପୁରରେ ଜଣେ ସିନିୟର କ୍ୟାଡର ମାଓବାଦୀ ଶୁକ୍ରବାର ନିହତ ହୋଇଥିବା ଜଣାପଡ଼ିଛି। ପୋଲିସ ମାଓବାଦୀ ଗୁଳି ବିନିମୟରେ ଏହି କ୍ୟାଡର...


