ଆବୁଜା, ୧ା୬: କେତେଜଣ ବନ୍ଧୁକଧାରୀ ରବିବାର ନାଇଜେରିଆର ନାଇଜର୍ ପ୍ରଦେଶରେ ଥିବା ଏକ ଇସ୍ଲାମିକ୍ ସ୍କୁଲରୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଅପହରଣ କରିନେଇଛନ୍ତି। ଏ ନେଇ ନାଇଜର ରାଜ୍ୟ ସରକାରଙ୍କ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଉତ୍ତର-ପଶ୍ଚିମ ନାଇଜେରିଆର ଏକ ୟୁନିଭର୍ସିଟିରୁ ଅପହୃତ ହୋଇଥିବା ୧୪ ଛାତ୍ରୀଛାତ୍ରଙ୍କୁ ୪୦ ଦିନ ଧରି ବନ୍ଦୀ ରଖି ମୁକ୍ତ କରିବା ପରେ ଏହି ଘଟଣା ଘଟିଛି। ଅପହରଣକାରୀମାନେ ଅପରାହ୍ନ ପ୍ରାୟ ୩ଟାରେ ମୋଟରସାଇକେଲରେ ଆସି ତେଗିନା ସହରରେ ଗୁଳି ଚଳାଇଥିଲେ। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଥିବା ସେଠାକାର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେମାନେ ସାଲିହୁ ତାନ୍କୋ ଇସ୍ଲାମିକ୍ ସ୍କୁଲର ଛାତ୍ରୀଛାତ୍ରଙ୍କୁ ଅପହରଣ କରିବା ବେଳେ ଚାଲି ପାରୁ ନ ଥିବା ଛୋଟ ପିଲାଙ୍କୁ ଛାଡ଼ି ଦେଇଥିଲେ। ଉକ୍ତ ସ୍କୁଲରେ ପ୍ରାୟ ୩ ଶହ ଛାତ୍ରୀଛାତ୍ର ଥିଲେ।
ନାଇଜେରିଆରେ ବନ୍ଧୁକଧାରୀଙ୍କ ଆତଙ୍କ ଜାରି ରହିଛି। ଏହି ଘଟଣାକୁ ବାଦ୍ ଦେଲେ ୨୦୨୦ ଡିସେମ୍ବର ପରଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ୭୩୦ ଛାତ୍ରୀଛାତ୍ରଙ୍କୁ ଅପହରଣ କରାଯାଇଛି। ମୁଖ୍ୟତଃ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ସେମାନେ ଅପହରଣକୁ ମାଧ୍ୟମ କରୁଛନ୍ତି।
Posted inଅନ୍ତର୍ଜାତୀୟ View All
ଆମେରିକାରେ ୫୦% ଭାରତୀୟ ବୈଷମ୍ୟର ସମ୍ମୁଖୀନ
ଓ୍ବାଶିଂଟନ, ୧୧।୬:ଆମେରିକାରେ ଦ୍ୱିତୀୟ ସର୍ବାଧିକ ପ୍ରବାସୀ ଭାବେ ଜଣାଶୁଣା ଭାରତୀୟମାନେ ନିୟମିତ ଭାବେ ବୈଷମ୍ୟ ଓ ଧ୍ରୁବୀକରଣର ଶିକାର ହେଉଥିବା ଏକ ସର୍ଭେରୁ ଜଣାପଡ଼ିଛି। ୟୁଏସ୍ରେ...
ମୋଷ୍ଟ ଓ୍ବାଣ୍ଟେଡ୍ ବାଘ ଶିକାରୀ ଗିରଫ
ଢାକା, ୧।୬: ୨୦ ବର୍ଷରେ ପ୍ରାୟ ୭୦ ବାଘଙ୍କ ଜୀବନ ନେଇଥିବା ମୋଷ୍ଟ ଓ୍ବାଣ୍ଟେଡ୍ ଶିକାରୀକୁ ଗିରଫ କରିଛି ବାଂଲାଦେଶ ପୋଲିସ। ‘ହବିବ ଟାଇଗର’ ଭାବେ...
ଦକ୍ଷିଣ କୋରିଆ ନ୍ୟୁକ୍ଲିୟର ସଂସ୍ଥା ହ୍ୟାକ୍
ଉତ୍ତର କୋରିଆର ସାଇବର ଅପରାଧୀମାନେ ଦକ୍ଷିଣ କୋରିଆର ନ୍ୟୁକ୍ଲିୟର ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟକୁ ହ୍ୟାକ୍ କରିଛନ୍ତି। ଗତମାସରେ ୧୩ ଅନଧିକୃତ ଆଇପି ଆଡ୍ରେସ୍ରୁ କୋରିଆ ଆଟମିକ୍ ଏନର୍ଜି...
ପାକିସ୍ତାନର ଆମ୍ବ କୂଟନୀତି ବିଫଳ: ଆମେରିକା-ଚାଇନା ଫେରାଇଲେ ଉପହାର…
ଇସଲାମାବାଦ୍,୧୩।୬: ପାକିସ୍ତାନର ଆମ୍ବ କୂଟନୀତି ଶେଷରେ ବିଫଳ ହୋଇଛି। ଆମେରିକା ସହିତ ପାକିସ୍ତାନର ବନ୍ଧୁ ବୋଲାଉଥିବା ଚାଇନା ଏକ୍ଷେତ୍ରରେ ପ୍ରଦାନ କରାଯାଇଥିବା ଉପହାର ଦେଇଛି। ପାକିସ୍ତାନ...
‘ଟିକା ନ ନେଲେ ଭାରତ ଯାଅ’
ମାନିଲା, ୨୪।୬: ଯେଉଁମାନେ କୋଭିଡ୍ ଟିକା ନେବାକୁ ଅନିଚ୍ଛୁକ ସେମାନଙ୍କୁ ଗିରଫ କରାଯିବ ବୋଲି ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି।...
ଡେଭିଡ୍ଙ୍କୁ ଅନ୍ତର୍ଜାତୀୟ ବୁକର ପୁରସ୍କାର
ଲଣ୍ଡନ,୪ା୬:ଏକ ଦୁଃଖଦ କିନ୍ତୁ ଉପନିବେଶବାଦ ଓ ଯୁଦ୍ଧଭୟର କାବି୍ୟକ କାହାଣୀକୁ ନେଇ ଗତିଶୀଳ ହୋଇଥିବା ‘ଆଟ୍ ନାଇଟ୍ ଅଲ୍ ବ୍ଲଡ୍ ଇଜ୍ ବ୍ଲାକ୍’କୁ ମିଳିଛି ଚଳିତ...
ପ୍ରଧାନମନ୍ତ୍ରୀଙ୍କ ହ୍ବାଟ୍ସଆପ୍ ଚାଟ୍ ଲିକ୍, ପଠାଇଥିଲେ ଏମିତି ମେସେଜ
ଲଣ୍ଡନ,୧୭ା୬: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ହ୍ବାଟ୍ସଆପ୍ ଚାଟ୍ ଲିକ୍ ହୋଇଥିବା ସାମ୍ନାକୁ ଆସିଛି। ଏହି ଚାଟ୍କୁ ବୋରିସ୍ଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଡୋମିନକ୍ କମିଙ୍ଗ୍ସ...
ଲାଇଭ୍ ଶୋ’ବେଳେ ଏମ୍ପିଙ୍କ କଲର୍ ଧରି ଚାପୁଡା ମାରିଲେ ମହିଳା ନେତ୍ରୀ
ଇସଲମାବାଦ,୧୦।୬: ଆଜିକାଲି ନ୍ୟୁଜ୍ ଚ୍ୟାନେଲଗୁଡିକରେ ବିତର୍କ ସମୟରେ ପ୍ୟାନେଲିଷ୍ଟମାନଙ୍କ ମଧ୍ୟରେ ତୀବ୍ର ବିତର୍କ ସାଧାରଣ କଥା ହୋଇଗଲାଣି। ପାକିସ୍ତାନରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି।...


