ନୂଆଦିଲ୍ଲୀ, ୧।୬: ଆଧାର ନିୟମାବଳୀରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଏଥିପାଇଁ ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ଚିଠା ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଏହି ଚିଠା ଆଧାର (ପ୍ରମାଣୀକରଣ ଓ ଅଫ୍ଲାଇନ ଯାଞ୍ଚ) ନିୟମାବଳୀ, ୨୦୨୧ ଅନୁଯାୟୀ ଜଣେ କାର୍ଡଧାରୀ ତାଙ୍କ ବାୟୋମେଟ୍ରିକ୍କୁ ସ୍ଥାୟୀ ଭାବେ ଲକ୍ କରିବାକୁ କର୍ତ୍ତୃପକ୍ଷ ଅନୁମତି ଦେଇପାରିବେ। ବାୟୋମେଟ୍ରିକ୍ ପ୍ରମାଣୀକରଣ ପାଇଁ ଆବଶ୍ୟକ ସମୟରେ ଏହାକୁ ଅସ୍ଥାୟୀ ଭାବେ ଅନ୍ଲକ୍ କରାଯାଇପାରିବ। ଲକ୍ ହୋଇଥିବା ବାୟୋମେଟ୍ରିକ୍ ରେକର୍ଡ କ୍ଷେତ୍ରରେ ପ୍ରମାଣୀକରଣ ହୋଇପାରିବ ନାହିଁ। ଆଧାର (ପ୍ରମାଣୀକରଣ) ନିୟମାବଳୀ, ୨୦୧୬ ପରିବର୍ତ୍ତେ ଏହି ଚିଠା ନିୟମାବଳୀ ଲାଗୁ ହେବାକୁ ଯାଉଛି। ଆଧାର ତଥ୍ୟ ଚୋରି ଏବଂ ବାୟୋମେଟ୍ରିକର ବେଆଇନ ବ୍ୟବହାର ହେଉଥିବାରୁ ଗୋପନୀୟତା ଉଲ୍ଲଂଘନ ନେଇ ଚିନ୍ତାବ୍ୟକ୍ତ କରାଯାଉଥିଲା। ନୂଆ ନିୟମରେ କାର୍ଡଧାରୀଙ୍କୁ ପ୍ରାମାଣୀକରଣ ପାଇଁ ଅସ୍ଥାୟୀ ଭାବେ ତାଙ୍କ ବାୟୋମେଟିକ୍ସକୁ ଅନ୍ଲକ କରିବା ପାଇଁ ଅନୁମତି ଦିଆଯିବ। ଏଥିପାଇଁ କର୍ତ୍ତୃପକ୍ଷ ଯେତିକି ସମୟ ଦେଇଥିବେ, ତାହାଠାରୁ ଅଧିକ ସମୟ ଅନ୍ଲକ କରାଯାଇପାରିବ ନାହିଁ। ପ୍ରମାଣୀକରଣ କାର୍ଯ୍ୟ ଶେଷ ହେଲେ ଏହା ପୁନର୍ବାର ଲକ୍ ହୋଇଯିବ।
୧୨ ରାଜ୍ୟରେ ୫୧ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତ …
ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଯୋଗୁ ପୁଣି ବିପଦ...
ଆନ୍ଧ୍ର ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ,୭।୬(ପି.ଟି.): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରବିବାର ସମଗ୍ର ଉତ୍ତରପୂର୍ବାଞ୍ଚଳରେ ପହଞ୍ଚତ୍ଥିବା ଭାରତର ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ଏହା ସ୍ବାଭାବିକ ତାରିଖର ୪ ଦିନ...
କରୋନାରେ ଡ୍ରିମ୍ଗର୍ଲ ଫେମ୍ ରିଙ୍କୁ ସିଂଙ୍କ ପରଲୋକ
ମୁମ୍ବାଇ,୪।୬: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...
ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କ ବନ୍ଧ୍ୟାକରଣ ଅପରେଶନ୍ କରିଦେଲେ ଡାକ୍ତର…
ରାଞ୍ଚି,୨୦।୬: ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କର ବନ୍ଧ୍ୟାକରଣ ଅପରେଶନ୍ କରି ଡାକ୍ତର ଏବେ ହରଡ଼ଘଣାରେ ପଡ଼ିଛନ୍ତି। ମହିଳା ତାଙ୍କ ପରିବାରର ଅନ୍ୟ...
ମନି ଲଣ୍ଡରିଂ ମାମଲା: ସମନ ସତ୍ତ୍ୱେ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେନି ଅନୀଲ
ମୁମ୍ବାଇ,୨୬।୬: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀଙ୍କ ମୁମ୍ବାଇ ଓ ନାଗପୁର ସ୍ଥିତ ବାସଭବନରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ାଉ କରିଥିଲା। ଏହି ଚଢ଼ାଉ...
‘ଜୟ ଶ୍ରୀ ରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ଆକ୍ରମଣ: ରାହୁଲଙ୍କୁ ପାଲଟା ଜବାବ ଦେଲେ ଯୋଗୀ
ନୂଆଦିଲ୍ଲୀ,୧୫।୬: ‘ଜୟଶ୍ରୀ ରାମ’ ନ କହିବାରୁ ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ଓ ଦାଢ଼ି କାଟି ଦେବା ଘଟଣାକୁ ନେଇ...
ମୃତ୍ୟୁସଂଖ୍ୟା ଲୁଚାଇଛି ଏମ୍ପି
ଭୋପାଳ, ୧୩ା୬: ଦେଶରେ କରୋନାଜନିତ ମୃତ୍ୟୁ ତଥ୍ୟ ଲୁଚାଯିବା ଆଉ ନୂଆ କଥା ହୋଇ ନାହିଁ। ବିଭିନ୍ନ ରାଜ୍ୟ ସରକାର ପ୍ରକୃତ ସଂଖ୍ୟା ପ୍ରକାଶ କରୁ...
ଟିକା ପାଇଁ କମ୍ପାନୀ ରିହାତି
ବେଙ୍ଗାଲୁରୁ, ୨୪।୬: କୋଭିଡ୍ ଟିକାକୁ ନେଇ କେତେକଙ୍କ ମଧ୍ୟରେ ରହିଥିବା କୁଣ୍ଠାବୋଧ ଦୂର କରିବା ଓ ଟିକାକରଣ ଅଭିଯାନରେ ବହୁସଂଖ୍ୟାରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବା...


