ଭୁବନେଶ୍ୱର,୨ା୬(ବ୍ୟୁରୋ):ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ। ରାଜ୍ୟରେ ହାରାହାରି ବୃଷ୍ଟିପାତ ୧୧୫ରୁ ୧୨୦ ସେଣ୍ଟିମିଟର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୩ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଜୁନ୍ ୧୦ କିମ୍ବା ୧୧ ତାରିଖରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ରହିଛି। ଜୁନ୍ ୭ କିମ୍ବା ୮ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ମୌସୁମୀକୁ ଅଧିକ ସକ୍ରିୟ କରିବ ବୋଲି ଅନୁମାନ କରାଯାଇଛି। ଲଘୁଚାପ ପ୍ରଭାବରେ ମୌସୁମୀ ଆଗକୁ ବଢ଼ିବା ସହ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ଗଞ୍ଜାମର କିଛି ଅଞ୍ଚଳରେ ପ୍ରବେଶ କରିବ। ଜୁନ୍ ମାସରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଜୁଲାଇ ଓ ଅଗଷ୍ଟ ମାସରେ ମୌସୁମୀ ବର୍ଷା କିଭଳି ରହିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇ ନାହିଁ। ଗତ ବର୍ଷ ମୌସୁମୀ ରାଜ୍ୟକୁ ନିର୍ଦ୍ଧାରିତ ସମୟରେ ଆସିଥ୍ତ୍ଲେ ମଧ୍ୟ ଭଲ ବର୍ଷି ନ ଥିଲା। ଜୁନ୍ ମାସ ଶୁଖିଲା ପଡ଼ିଥିବା ବେଳେ ଜୁଲାଇ ମାସରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ମଙ୍ଗଳବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ବାଭାବିକ ରହିବ।
ତେବେ କେନ୍ଦ୍ରାଞ୍ଚଳ ମୁଖ୍ୟତଃ ମଧ୍ୟପ୍ରଦେଶ, ମହାରାଷ୍ଟ୍ରର କିଛି ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ। ଏହାଛଡ଼ା ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଆସାମ, ଅରୁଣାଚଳପ୍ରଦେଶରେ ବର୍ଷାର ପରିମାଣ ସ୍ବାଭାବିକଠାରୁ କମ୍ ହୋଇପାରେ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ରାଜ୍ୟରେ ଗତ କିଛିଦିନ ହେବ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ବାୟୁ ମଣ୍ଡଳରେ ଆର୍ଦ୍ରତା ୮୦ ପ୍ରତିଶତରୁ ଅଧିକ ରହୁଛି। ଆସନ୍ତା ୩ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆକାଶ ମେଘାଚ୍ଛନ୍ନ ରହୁଥିବାରୁ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ ୪୦.୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।
ପୁରୀ ବ୍ୟତୀତ ଆଉ କୌଣସି ସ୍ଥାନରେ ହେବ ନାହିଁ ରଥଯାତ୍ରା: ହାଇକୋର୍ଟ
କଟକ ଅଫିସ,୨୩ା୬: ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ପିଟିଶନକୁ ଖାରଜ କରିଛନ୍ତି...
ଟିକାକୁ ନେଇ ଟଣାଓଟରା: ଓଡ଼ିଶାରେ ୬୦୦ କେନ୍ଦ୍ର ବନ୍ଦ
ଭୁବନେଶ୍ୱର,୭।୬(ବ୍ୟୁରୋ): କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ କୋଭିଡ୍ ଭାକ୍ସିନ ଯୋଗାଇ ଦେଉଛୁ ବୋଲି ଦାବି କରୁଥିବା ବେଳେ ଓଡ଼ିଶାରେ ଟିକା ଅଭାବରୁ ପ୍ରାୟ ୬୦୦ଟିକାକରଣ କେନ୍ଦ୍ର...
ଟିକା ନେଲେ ଜରାଶ୍ରମ ଅନ୍ତେବାସୀ
ଭୁବନେଶ୍ୱର, ୩।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ରେ କେତେକ ସ୍ବତନ୍ତ୍ର ବର୍ଗଙ୍କ ପାଇଁ ଟିକା ବ୍ୟବସ୍ଥାକୁ ଏବେ ପ୍ରାଥମିକତା ଦିଆଯାଉଛି। ବିଶେଷକରି ବୟୋଜ୍ୟେଷ୍ଠ ବୃଦ୍ଧାବୃଦ୍ଧଙ୍କୁ ଅଧିକ...
ସିବିଏସ୍ଇ, ସିଆଇଏସ୍ସିଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଶୁଣାଣି ୩କୁ ଘୁଞ୍ଚିଲା
ଭୁବନେଶ୍ୱର, ୧ା୬(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ ସ୍କୁଲ୍ ସାର୍ଟିଫିକେଟ୍ ଏଜୁକେଶନ (ସିଆଇଏସ୍ସିଇ)ର ଦ୍ୱାଦଶ ବୋର୍ଡ...
ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ
କଟକ ଅଫିସ,୧୨।୬: ଝାରପଡ଼ା ଜେଲ୍ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ...
ସ୍କୁଲ୍ ଫି’ ଛାଡ଼ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୪ା୬(ବ୍ୟୁରୋ): କରୋନା କାଳରେ ଘରୋଇ ସ୍କୁଲର ଛାତ୍ରୀଛାତ୍ରଙ୍କ ଫି’ ଛାଡ଼କୁ ନେଇ ସୁପ୍ରିମ୍କୋର୍ଟଙ୍କ ରାୟକୁ ଆଧାର କରି ରାଜ୍ୟ ସରକାର ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ...
କବିସୂର୍ଯ୍ୟନଗର, କୋଦଳାରେ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ବିଧାୟିକା
ଛତ୍ରପୁର,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।...
୧୪ ଯାଏ ପ୍ରବଳ ବର୍ଷା
ଭୁବନେଶ୍ୱର, ୯/୬(ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨ରୁ ୩ଦିନ ମଧ୍ୟରେ ଓଡ଼ିଶା ଛୁଇଁବ। ଏ ନେଇ ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...


