ମୁମ୍ବାଇ, ୨ା୬(ପି.ଟି.)-ରଣଜୀ ଟ୍ରଫି କିମ୍ବଦନ୍ତୀ ତଥା ପୂର୍ବତନ ମୁମ୍ବାଇ ଅଧିନାୟକ ଅମୋଲ ମଜୁମ୍ଦାର ଆସନ୍ତା ଘରୋଇ ସିଜନ ପାଇଁ ମଙ୍ଗଳବାର ସିନିୟର ଦଳର କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ରମେଶ ପାଓ୍ବାର ଭାରତୀୟ ମହିଳା ଦଳର ଦାୟିତ୍ୱ ନେବା ପରେ ଏହି ପଦବୀ ଖାଲିପଡ଼ିଥିଲା। ଯତୀନ ପରଞ୍ଜପେ (ଚେୟାରମ୍ୟାନ), ନୀଲେଶ କୁଲକର୍ନୀ ଓ ବିନୋଦ କୁମ୍ବାଲିଙ୍କୁ ନେଇ ଗଠିତ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍ସିଏ)ର କ୍ରିକେଟ ଇମ୍ପ୍ରୁଭମେଣ୍ଟ କମିଟି (ସିଆଇଏସ୍) ମଜୁମ୍ଦାରଙ୍କୁ ମନୋନୀତ କରିଥିଲା। ମୁମ୍ବାଇ ସିନିୟର ଦଳ ପାଇଁ ଅନ୍ୟ ୮ ଜଣ ପ୍ରାର୍ଥୀ ରହିଥିଲେ। ସେମାନେ ହେଲେ ବଲଓ୍ବିନ୍ଦର ସିଂ ସାନ୍ଧୁ, ଓ୍ବାସିମ୍ ଜାଫର, ସାଇରାଜ ବାହୁତୁଲେ, ସୁଲକ୍ଷଣା କୁଲକର୍ନୀ, ପ୍ରଦୀପ ସୁନ୍ଦରମ, ନନ୍ଦନ ଫାଡ୍ନିସ, ଉମେଶ ପାଟଓ୍ବାଲ ଓ ବିନୋଦ ରାଘବନ। ୪୬ ବର୍ଷୀୟ ମୁମ୍ବାଇ ଷ୍ଟଲଓ୍ବାର୍ଟ ମଜୁମ୍ଦାର ୧୯୯୩ରୁ ୨୦୧୩ ମଧ୍ୟରେ ୧୭୧ ପ୍ରଥମଶ୍ରେଣୀ ମ୍ୟାଚରେ ୧୧,୧୬୭ ରନ କରିଛନ୍ତି। ଅବସର ନେବା ପରେ ସେ ଜଣେ ଭଲ କମେଣ୍ଟେଟର ଭାବେ ପଚିଚିତି ଲାଭ କରିଥିଲେ। ସେ ଏନ୍ସିଏ, ଆଇପିଏଲ ଟିମ୍ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ କୋଚ୍ ଭାବେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ୨୦୧୯-୨୦ ଭାରତ ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର କାମଚଳା କୋଚ୍ ଦାୟିତ୍ୱ ତୁଲାଇଛନ୍ତି।
ମିରାନଚୁକ୍ଙ୍କ ଗୋଲରେ ଜିତିଲା ରୁଷିଆ
ସେଣ୍ଟ ପିଟର୍ସବର୍ଗ, ୧୭।୬- ଆଲେକ୍ସି ମିରାନଚୁକ୍ଙ୍କ ଗୋଲ ବଳରେ ରୁଷିଆ ଚଳିତ ୟୁରୋ ଫୁଟ୍ବଲ ଚାମ୍ପିୟନଶିପ୍ରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ରୁଷିଆ...
କିଏ ଆପଣଙ୍କ ପସନ୍ଦର ଭାରତୀୟ ଅଭିନେତା; ଜବାବରେ ଏଭଳି କହି ହୃଦୟ ଜିଣିଲେ ପାକିସ୍ତାନର ଏହି ପୂର୍ବ ଦ୍ରୁତ ବୋଲର
ନୂଆଦିଲ୍ଲୀ,୧୧।୬: କ୍ରିକେଟ ଇତିହାସର ସବୁଠାରୁ ଆକ୍ରମଣାତ୍ମକ ଦ୍ରୁତ ବୋଲରଙ୍କ ମଧ୍ୟରୁ ଶୋଏବ ଅଖତର ଜଣେ। ସେ ନିଜର ଗତିକୁ ନେଇ ବ୍ୟାଟ୍ସମ୍ୟାନଙ୍କ ମନରେ ଭୟ ଜାତ...
ଏମିତି ଫଟୋ ଛାଡିଲେ ଜାଡେଜା: ପ୍ରଶଂସକ କଲେ ସନ୍ଦେହ
ଲଣ୍ଡନ,୮।୬: ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଇଂଲଣ୍ଡର ଟିମ ଇଣ୍ଡିଆ ସହିତ ଅଛନ୍ତି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ (ଡବ୍ଲୁଟିସି ଫାଇନାଲ) ପାଇଁ ପ୍ରସ୍ତୁତ...
ଜାଡେଜାଙ୍କ ପାଇଁ ଖୁସି ଖବର
ଦୁବାଇ,୨୩।୬: ଭାରତୀୟ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ବୁଧବାର ମିଳିଛି ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର ମାନ୍ୟତା। ପୂର୍ବରୁ ଏହି ତାଲିକାରେ ଶୀର୍ଷରେ ଥିଲେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ...
ଦିନିକିଆ ବିଶ୍ୱକପ୍ରେ ଖେଳିବେ ୧୪ ଦଳ
ନୂଆଦିଲ୍ଲୀ, ୧।୬: ୨୦୨୭ ଓ ୨୦୩୧ ଦିନିକିଆ ବିଶ୍ୱକପ୍ରେ ୧୪ ଦଳକୁ ସାମିଲ କରାଯିବ। ଏ ନେଇ ଅନ୍ତର୍ଜାତୀୟକ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ମଙ୍ଗଳବାର...
ଓ୍ବିଲିୟମସନ ଆହତ, ଦ୍ୱିତୀୟ ଟେଷ୍ଟରୁ ଓହରିଲେ
ବର୍ମିଂହାମ, ୧୦।୬(ପି.ଟି.)- ନ୍ୟୁଜିଲାଣ୍ଡ କ୍ରିକେଟ ଅଧିନାୟକ କେନ୍ ଓ୍ବିଲିୟମସନ ଆହତ ସମସ୍ୟା ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି। ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ...
ମେସିଙ୍କୁ ପଛରେ ପକାଇଲେ ଛେତ୍ରୀ
ଦୋହା,୮।୬: ଭାରତୀୟ ଫୁଟ୍ବଲ ଷ୍ଟାର ସୁନୀଲ ଛେତ୍ରୀ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତଥା ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି। ଅନ୍ତର୍ଜାତୀୟ ଫୁଟବଲରେ ସକ୍ରିୟ...
ଗୋଟିଏ ଉଇକେଟ୍ ନେଇ ୨ ରେକର୍ଡ କଲେ ଇଶାନ୍ତ ଶର୍ମା: କପିଳ ଦେବଙ୍କୁ ପଛରେ ପକାଇଲେ
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ଇଶାନ୍ତ ଶର୍ମା ଏପର୍ଯ୍ୟନ୍ତ ଗୋଟିଏ ଉଇକେଟ ନେଇଛନ୍ତି। ସେ ନ୍ୟୁଜିଲାଣ୍ଡର ଓପନର୍ ଡେଭନ କନୱେଙ୍କୁ ଆଉଟ କରିଛନ୍ତି। ଏହି...


