ପ୍ୟାରିସ୍, ୨ା୬ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କ୍ରୋଏସିଆର ଫ୍ରାଙ୍କୋ ସ୍କୁଗୋର ଫ୍ରେଞ୍ଚ ଓପନ୍ ଟେନିସ୍ ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ପ୍ରଥମ ରାଉଣ୍ଡରେ ଏହି ଯୋଡ଼ି ଜର୍ଜିଆର ନିକୋଲୋଜ୍ ବାସିଲାସ୍ଭିଲି ଓ ଜର୍ମାନୀର ଆନ୍ଦ୍ରେ ବେଜିମାନଙ୍କୁ ସିଧାସଳଖ ସେଟ୍ରେ ହରାଇ ଦେଇଥିଲେ। ଟୁର୍ନାମେଣ୍ଟ ଓପନରରେ ଇଣ୍ଡୋ-କ୍ରୋଟ୍ ଯୋଡ଼ି ବିପକ୍ଷ ଯୋଡ଼ିଙ୍କୁ ଏକ ଘଣ୍ଟା ଏକ ମିନିଟ ଏବଂ ୬-୪, ୬-୨ ସେଟ୍ରେ ପରାସ୍ତ କରିଥିଲେ। ବୋପାନ୍ନା ଓ ସ୍କୁଗୋର ପ୍ରଥମ ସେଟ୍ରେ ଥରେ ଏବଂ ଦ୍ୱିତୀୟ ସେଟ୍ରେ ଦୁଇଥର ବ୍ରେକ୍ ଦେଇଥିଲେ। ବୋପାନ୍ନା ଓ ସ୍କୁଗାର ପରବର୍ତ୍ତୀ ରାଉଣ୍ଡରେ ଆମେରିକୀୟ ଯୋଡ଼ି ନିକୋଲାସ ମନରୋ ଏବଂ ଫ୍ରାନ୍ସେସ୍ ଟିଆଫୋ ଏବଂ ୮ମ ସିଡ୍ ବ୍ରାଜିଲର ମାର୍ସେଲୋ ମେଲୋ ଏବଂ ପୋଲାଣ୍ଡର ଲୁକାଜ କୁବୋଟଙ୍କ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ରାଉଣ୍ଡ ମ୍ୟାଚର ବିଜେତାଙ୍କୁ ଭେଟିବେ।
ଆଇପିଏଲର ବଳକା ମ୍ୟାଚ୍ରେ ନ ଖେଳିପାରନ୍ତି ବହୁ ଅନ୍ତର୍ଜାତୀୟ ତାରକା
ନୂଆଦିଲ୍ଲୀ, ୧।୬: ଆଇପିଏଲ-୧୪’ର ବଳକା ୩୧ ମ୍ୟାଚ୍ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍ଗୁଡ଼ିକରେ ବହୁ ଅନ୍ତର୍ଜାତୀୟ ତାରକା...
ଡବ୍ଲୁଟିସି ଫାଇନାଲର ଆଜି ଶେଷ ଦିନ: ବାହାରିପାରେ ଫଳାଫଳ
ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ମଜାକୁ ବର୍ଷା ନଷ୍ଟ କରିଦେଇଛି। ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଏବଂ...
ପନ୍ତଙ୍କୁ ସମାଲୋଚନା କଲେ ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ରିଜର୍ଭ ଡେ’ରେ ସେଟ୍ ହୋଇସାରିଥିବା ରିଷଭ ପନ୍ତ ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟଙ୍କୁ ଷ୍ଟେପ ଆଉଟ୍ କରି ବଡ଼...
ଟିମ୍ ଇଣ୍ଡିଆକୁ ପରାମର୍ଶ ଦେଲେ ନ୍ୟୁଜିଲାଣ୍ଡ କୋଚ୍
ନୂଆଦିଲ୍ଲୀ,୯।୬ : ଆସନ୍ତା ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୟୁକେର ସାଉଥାମ୍ପଟନଠାରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍। ନ୍ୟୁଜିଲାଣ୍ଡ...
ଗୋଟିଏ ଦିନରେ ୩୦୯ ରନ୍ କରି ଚକିତ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ
ବ୍ରିସ୍ବେନ୍,୨୫।୬: ଅଷ୍ଟ୍ରେଲିୟ କ୍ରିକେଟ ଟିମ୍ ଘରୋଇ ମାଟିରେ ସଂଘର୍ଷ କରିବା ଭଳି ଘଟଣା ବିରଳ। କାରଣ ଅନେକ କ୍ରିକେଟର ଏଠାରେ ବ୍ୟାଟିଂ କରି ଇତିହାସ ସୃଷ୍ଟି...
ଗୋଟିଏ ଭୁଲ୍ ପାଇଁ କ୍ଷତି ହେଲା ୩୦ ହଜାର କୋଟି…
ଲିସବନ୍,୧୬।୬: ଗୋଟିଏ ଭୁଲ୍ ପାଇଁ ସାଙ୍ଗେ ସାଙ୍ଗେ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍...
ଆଇସିସି ହଲ୍ ଅଫ୍ ଫେମ୍ରେ ଭିନୁ ମଙ୍କଡ଼
ଦୁବାଇ, ୧୪ା୬ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ହଲ୍ ଅଫ୍ ଫେମ୍ ତାଲିକାରେ ରବିବାର ଖେଳର ୧୦ଜଣ ଆଇକନ୍ଙ୍କୁ ସାମିଲ କରାଯାଇଛି। ୫ଟି ଯୁଗର ୨ଜଣ...
ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଛନ୍ତି ଏହି ଖେଳାଳି, ନାମରେ ଅଛି ଲଜ୍ଜାଜନକ ରେକର୍ଡ
ନୂଆଦିଲ୍ଲୀ,୧୭।୬: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦେଶ ପାଇଁ ଖେଳିବା ଯେତିକି ଗୌରବର କଥା, ଶୂନରେ ଆଉଟ୍ ହେବା ସେତିକି ଲଜ୍ଜାଜନକ ବିଷୟ। କ୍ରିକେଟଜଗତରେ ଏପରି ଅନେକ ଖେଳାଳି...


