ନୂଆଦିଲ୍ଲୀ,୨।୬: କରୋନା ସଙ୍କଟ ମଧ୍ୟରେ ଗୋଟିଏ ପଟେ ଟିକାକରଣ ଅଭିଯାନ ଯୁଦ୍ଧକାଳୀନ ସ୍ତରରେ ଜାରି ରହିଥିବା ବେଳେ ଅନ୍ୟପଟେ ଗ୍ରାମାଞ୍ଚଳରେ ଭାକ୍ସିନକୁ ନେଇ ଭୟ, ଅନ୍ଧବିଶ୍ୱାସ ଓ ଗୁଜବ ରହିଛି। ଏଥିଯୋଗୁ ଗାଁରେ ଟିକାକରଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଡିସେମ୍ବର ସୁଦ୍ଧା ଭାରତର ସମସ୍ତ ବୟସ୍କ ଲୋକଙ୍କୁ ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଏହାର ପରିସ୍ଥିତି ଭିନ୍ନ ରହିଛି। ଅନେକ ଗାଁଲୋକ ଏହି ଟିକାରଣକୁ ବିରୋଧ କରୁଛନ୍ତି। କାରଣ ଟିକାକରଣରେ ସୃଷ୍ଟି ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଡୋଜ୍ ନେବା ପରେ ବି ଲୋକଙ୍କ ମୃତ୍ୟୁ ଯୋଗୁ ଏହି ଗୁଜବ ଅଧିକ ବ୍ୟାପିବାରେ ଲାଗିଛି। ଆଉ ଏହାର ମାଧ୍ୟମ ସାଜିଛି ସୋସିଆଲ ମିଡିଆ। ସୂଚନାଯୋଗ୍ୟ, ରାଜସ୍ଥାନ, ଲକ୍ଷ୍ନୌ, ବିହାର ଓ ମଧ୍ୟପ୍ରଦେଶ ଆଦି ରାଜ୍ୟର ସହରାଞ୍ଚଳରେ ଟିକାକରଣ ଅଭିଯାନ ଜୋରସୋରରେ ଚାଲିଛି। ହେଲେ କେତେକ ଗ୍ରାମାଞ୍ଚଳର ଲୋକେ ଏବେ ବି ଟିକା ନେଇନାହାନ୍ତି। ସେମାନଙ୍କ କହିବା କଥା ଟିକା ନେବା ପରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଆଉ କେତେକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ୁଛି। ତେଣୁ ଆମେ ଟିକା କାହିଁକି ନେବୁ ବୋଲି ଗାଁଲୋକେ କହିଛନ୍ତି। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଏହି ଗ୍ରାମାଞ୍ଚଳଗୁଡ଼ିକରେ ପହଞ୍ଚି ଟିକାକୁ ନେଇ ସେମାନଙ୍କ ମନରେ ଥିବା ଭୟ, ଅନ୍ଧବିଶ୍ୱାସ ଓ ଗୁଜବକୁ ଦୂର କରିବାକୁ ଉଦ୍ୟମ ଚଳାଇଛି। କିନ୍ତୁ ଏହାର ବ୍ୟାପକ ପ୍ରଭାବ ଏବେ ବି ଦେଖିବାକୁ ମିଳିନାହିଁ।
Posted inକରୋନା ଭାଇରସ୍, ଜାତୀୟ View All
୫୩ ଦିନ ପରେ ମୃତ୍ୟୁ ସଂଖ୍ୟା ୨ ହଜାର ତଳକୁ ଖସିଲା
ନୂଆଦିଲ୍ଲୀ,୧୮।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୭ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୩୭ ଜଣଙ୍କ ଜୀବନ ନେଇଛି।...
ଟୁଇଟର-କେନ୍ଦ୍ର ଶୀତଳଯୁଦ୍ଧ
ନୂଆଦିଲ୍ଲୀ,୬।୬: ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ବେଳେ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟୁଇଟର ମଧ୍ୟରେ ଆରମ୍ଭ ହୋଇଥିବା...
ଅପରେଶନ୍ ଏଲ୍ଜେପି: ପୁତୁରା ବିରୋଧରେ ବିଦ୍ରୋହ କରି ସଂସଦୀୟ ଦଳର ନେତା ହେଲେ ପଶୁପତି
ପାଟନା/ନୂଆଦିଲ୍ଲୀ,୧୪।୬: ଏକଦା ବିହାର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ରେ ଏବେ ଫାଟ ସୃଷ୍ଟି ହୋଇଛି। ଦଳର ନେତା ରାମ...
ବାରମ୍ବାର କଟୁଥିଲା ବିଜୁଳି, ଯାଞ୍ଚ ପାଇଁ ଖୁଣ୍ଟରେ ଚଢ଼ିଲେ ଶକ୍ତିମନ୍ତ୍ରୀ; ଆଉ ତା’ ପରେ…
ଭୋପାଳ,୧୯ା୬: ଗ୍ବାଲିୟରରେ ବାରମ୍ବାର ବିଜୁଳି କଟୁଥିବାରୁ ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ତୋମର ଯାଞ୍ଚ କରିବା ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ିଥିଲେ। ଶିଡ଼ି ସାହାଯ୍ୟରେ ଖୁଣ୍ଟରେ ଚଢ଼ି...
ଏଲ୍ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ
ନୂଆଦିଲ୍ଲୀ,୧୫।୬: ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ରେ ଦଳ କନ୍ଦଳ ବଢ଼ିବାରେ ଲାଗିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସୁରଜଭାନଙ୍କୁ...
ଆଉ ସପ୍ତାହେ ବଢ଼ିଲା ଲକ୍ଡାଉନ
ଚେନ୍ନାଇ,୫।୬: ତାମଲିନାଡୁରେ ଆଉ ସପ୍ତାହେ ବଢ଼ିଲା ଲକ୍ଡାଉନ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ରାଜ୍ୟରେ କଟକଣା କୋହଳ କରିବା ସହ ଆଉ ସପ୍ତାହେ ଲକ୍ଡାଉନ ଅବଧିକୁ...
୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩
ନୂଆଦିଲ୍ଲୀ, ୧୦।୬(ପି.ଟି.): ବିଶ୍ୱର ୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩ଟି ସ୍ଥାନ ପାଇଛି। ବୁଧବାର ପ୍ରକାଶିତ କ୍ୟୁଏସ୍ ଓ୍ବାଲର୍ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ସରେ ଇଣ୍ଡିଆନ ଇନ୍ଷ୍ଟଚ୍ୟୁଟ୍...


