କେନ୍ଦୁଝର,୨ା୬: ଘର ଅଗଣାରେ ବସିଥିବା ବେଳେ ଟ୍ରକ ମାଡ଼ି ଯିବାରୁ ଜେଜେମା’ ଓ ନାତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ଥାନା ଅଧୀନ ୨୦ନମ୍ବର ଜାତୀୟ ରାଜପଥର ବାଙ୍କମାରୁଣୀ ସାହି ନିକଟରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ପଳାଶପଙ୍ଗା ପଞ୍ଚାୟତ ବାଙ୍କମାରୁଣୀ ଗ୍ରାମର ସୁମିତ୍ରା ମହାନ୍ତ ଓ ଶୁଭମ ମହାନ୍ତ।
ସୂଚନା ଅନଯାୟୀ, ସାରେ ଏନ୍ଏଚ୍ ପାର୍ଶ୍ୱ ଘର ନିକଟରେ ସୁମିତ୍ରା ତାଙ୍କ ନାତି ଶୁଭମଙ୍କୁ ଧରି ବସିଥିଲେ। ସେତିକିବେଳେ ପଦ୍ମପୁରରୁ ପଳାଶପଙ୍ଗା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡି ଯାଇଥିଲା। ଫଳରେ ଶୁଭମଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳ ସୁମିତ୍ରା ଗୁରୁତର ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପଳାଶପଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିଛି। ଏନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି।
Posted inଆମ ଜିଲା ଖବର, କେନ୍ଦୁଝର, ରାଜ୍ୟ View All
ନେପାଳୀ ନାଗରିକଙ୍କୁ ଟିକାକରଣ ନିର୍ଦ୍ଦେଶ
ଭୁବନେଶ୍ୱର, ୨୪।୬ (ବ୍ୟୁରୋ): ଓଡ଼ିଶାରେ ରହି କାର୍ଯ୍ୟ କରୁଥିବା ନେପାଳୀ ନାଗରିକଙ୍କୁ ଟିକାକରଣ କରାଯିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ...
ନବମ, ଦଶମ ଶ୍ରେଣୀ ସିଲାବସ୍ କମିବ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଚଳିତବର୍ଷ ବି ନବମ,ଦଶମ ଶ୍ରେଣୀର ସିଲାବସ୍ କମିବ। ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ ହ୍ରାସ କରାଯିବ। ସିଲାବସ୍...
ସବୁ ରେକର୍ଡ ଭାଙ୍ଗିଲା: ଦିନକରେ କରୋନା ନେଲା ୪୦ ଜୀବନ
ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୦ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୮୩୧ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...
କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ସିଟୁର ପ୍ରତିବାଦ
କେନ୍ଦୁଝର,୨୬ା୬(ସ୍ବ.ପ୍ର.): ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନ କ୍ରମେ ସ୍ଥାନୀୟ ଢାଙ୍ଗରପଡ଼ା ଏନ୍ଏଚ ୪୯ କଡ଼ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି।...
ଚିନ୍ତା ବଢ଼ାଇଛି ଚୋରା ବନ୍ଧୁକ
ଢେଙ୍କାନାଳ ଅଫିସ, ୨୩।୬ – ଢେଙ୍କାନାଳ ଜିଲାରେ ସକ୍ରିୟ ହୋଇଉଠିଛନ୍ତି ଅପରାଧୀ ଗୋଷ୍ଠୀ। କଥା କଥାରେ ଫୁଟୁଛି ବୋମା। ହେଉଛି ଗୁଳିମାଡ଼। ଗୋଷ୍ଠୀ ସଂଘର୍ଷରେ ଗଡୁଛି...
ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ସୋରୁମରୁ ୨ ବାଇକ ଚୋରି: ୨ ଗିରଫ
ଛତ୍ରପୁର,୨୫।୬(ଡି.ଏନ୍.ଏ.): ଗଞ୍ଜମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଗାଡ଼ି ଶୋରୁମରୁ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରରେ ଚୋରି ହୋଇଥିଲା।...
କିସ୍ତି ଶୁଝିବା ଚିନ୍ତାରେ ଋଣଗ୍ରହୀତା
ପୁରୀ ଅଫିସ,୧ା୬: କିସ୍ତି ଟଙ୍କା ଦେବା ପାଇଁ ଋଣ ଗ୍ରହୀତାମାନେ ଚାପରେ ପଡ଼ି ନୟାନ୍ତ ହେଲେଣି। ଋଣ ଆଦାୟ ପାଇଁ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା ଓ...
କଣ୍ଠଶିଳ୍ପୀ ତପୁଙ୍କୁ ମିଳିଲା ସହାୟତା
ଭୁବନେଶ୍ୱର,୧୮।୬: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ଶୁକ୍ରବାର ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ରାଜ୍ୟ...


