ପୁରୀ ଅଫିସ,୩।୬: ଜୁନ ୩ ତାରିଖକୁ ସାରା ବିଶ୍ୱରେ ୱାର୍ଲଡ ସାଇକେଲ ଦିବସ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ବାସ୍ଥ୍ୟ ଠିକ ରହିବା ସହ ପରିବେଶ ପ୍ରଦୂଷଣ ହୋଇ ନ ଥାଏ। ଏଣୁ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ଦିବସର ପରିକଳ୍ପନା କରାଯାଇଛି। ଏହି ୱାର୍ଲଡ ସାଇକେଲ ଦିବସ ଉପଲକ୍ଷେ ଲୋକଙ୍କୁ ସାଇକେଲ ଚଳାଇବାକୁ ସଚେତନ କରିବା ନିମନ୍ତେ ନିଆରା ଉଦ୍ୟମ କରିଛନ୍ତି ପୁରୀ କୁମ୍ଭାରପଡା ଅଞ୍ଚଳର ଯୁବ ଚିତ୍ରଶିଳ୍ପୀ ଶ୍ୱାସତ ରଞ୍ଜନ ସାହୁ। ସେ ୩ ହଜାର ୬ ଶହ ୫୩ଟି ଦିଆସିଲି କାଠିରେ ଏକ ସାଇକେଲର ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି। ଏହି ନିଆରା କଳାକୃତି ନିର୍ମାଣ କରିବା ନିମନ୍ତେ ତାଙ୍କୁ ୭ ଦିନ ସମୟ ଲାଗିଥିଲା। ଏହି ସାଇକେଲ ପ୍ରତିକୃତିର ଉଚ୍ଚତା ୫୦ ଇଞ୍ଚ ରହିଥିବା ବେଳେ ଲମ୍ବ ୨୫ ଇଞ୍ଚ ରହିଛି। ସେ ଏହା ପୂର୍ବରୁ ମଧ୍ୟ ଦିଆସିଲି କାଠିରେ ଅନେକ କଳାକୃତି ନିର୍ମାଣ କରିଛନ୍ତି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All
ମା’ଙ୍କ ସୁଦ୍ଧି କ୍ରିୟାରେ ଭୋଜି ନ କରି ବୃଦ୍ଧାଶ୍ରମରେ ବାଣ୍ଟିଲେ ଶୁଖିଲା ଖାଦ୍ୟ
ମାଲକାନଗିରି,୬ା୬: ମାଲକାନଗିରି ଜିଲା ସଦର ବ୍ଲକ ଏମଭି-୮୪ ଗ୍ରାମର ସଞ୍ଜୟ ଢାଲି ତାଙ୍କ ମା’ଙ୍କ ପରଲୋକରେ ଦଶାହ କାର୍ଯ୍ୟରେ ଜ୍ଞାତି କୁଟୁମ୍ବ, ଅତିଥିମାନଙ୍କୁ ନିମନ୍ତ୍ରଣ କରି...
କୋଭିଡ୍ ଟିକା ପ୍ରସଙ୍ଗ: ନବୀନଙ୍କୁ ପିନାରାୟୀଙ୍କ ସମର୍ଥନ
ଭୁବନେଶ୍ୱର, ୫।୬(ବ୍ୟୁରୋ): କୋଭିଡ୍-୧୯ ଟିକା କ୍ରୟ କରି ରାଜ୍ୟକୁ ଯୋଗାଇବାକୁ କେନ୍ଦ୍ର ସରକାର ଉପରେ ଚାପ ସୃଷ୍ଟି କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ...
ଗୋଧୂଳି ଲଗ୍ନରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ
ସମ୍ବଲପୁର,୧୭ା୬(ବ୍ୟୁରୋ): ସାତଦିନ ଧରି ଚାଲିଥିବା ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଗୁରୁବାର ଶେଷ ହୋଇଛି। ନବବିବାହିତ ଶିବପାର୍ବତୀଙ୍କୁ ପଣ୍ଡିତମାନେ ମହାଆଳତି କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଳ...
ହୋଟେଲ, ଭଡ଼ାଘରେ ଚାଲିଥିଲା ଦେହ ବ୍ୟବସାୟ; ଚଢାଉ କରି…
କଟକ ଅଫିସ, ୧୩ା୬: କଟକ ସହରର ଦୁଇଟି ସ୍ଥାନରେ ଶନିବାର ଦେହ ବ୍ୟବସାୟ ଚାଲିଥିବା ପୋଲିସ ଚଢାଉ କରିଥିଲା। ଉଭୟ ସ୍ଥାନରୁ ୪ ଜଣ ଯୁବତୀଙ୍କୁ...
ଯୁବ ବିଜେଡି ଉପସଭାପତି ଗିରଫ
ପାଟଣା,୨୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୁବ ବିଜେଡି ଉପସଭାପତି କରୁଣା ସାଗର ଖଟୁଆ ମଙ୍ଗଳବାର ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ସୋମବାର ସାହାରପଡା ବ୍ଲକ କାର୍ଯ୍ୟାଳୟ ପରିସରରେ...
୮ ବର୍ଷ ହେଲା ବନ୍ଦ ଥିବା ଷ୍ଟାଡିୟମ କାମ ଶେଷ କର
ଝାରସୁଗୁଡ଼ା ଅଫିସ,୨୩ା୬: ଏମ୍ସିଏଲ୍ ସିଏସ୍ଆର୍ ପାଣ୍ଠିରୁ ୮କୋଟି ଟଙ୍କା ବ୍ୟୟରେ ୨୦୧୩-୧୪ରୁ ଝାରସୁଗୁଡ଼ା ମାଳିମୁଣ୍ଡାଠାରେ ଷ୍ଟାଡିୟମ ନିର୍ମାଣ ଚାଲିଛି। ଅର୍ଥାଭାବରୁ ଦୀର୍ଘଦିନ ହେଲାଣି ଏହା ଅର୍ଦ୍ଧନିର୍ମିତ...
କସିବଣୀ ଗାଁକୁ ଛୁଇଁନି କରୋନା
କୁଆମରା,୧୧।୬(ଡି.ଏନ.ଏ.)- ଦୁଇବର୍ଷ ହେଲା ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ କୁଆମରା ପଞ୍ଚାୟତ...
ଆଜି ଆଉ ୪୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୩୪୬କୁ ବୃଦ୍ଧି
ଭୁବନେଶ୍ୱର,୧୪ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୪୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...


