କୁଆମରା,୧୧।୬(ଡି.ଏନ.ଏ.)- ଦୁଇବର୍ଷ ହେଲା ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ କୁଆମରା ପଞ୍ଚାୟତ ଅନ୍ତର୍ଗତ କସିବଣୀ ଗଁାକୁ ଛୁଇଁ ପାରିନାହିଁ। ପ୍ରବାହିତ ନାଲୁହା ନଦୀର ଉପରମୁଣ୍ଡରେ ଅବସ୍ଥିତ ଏହି ଗଁାକୁ ଚାରିଚକିଆ ଗାଡ଼ି ଯିବା ପାଇଁ ରାସ୍ତା ନାହିଁ। ସବୁ କ୍ଷେତ୍ରରେ ଅବହେଳିତ ଏହି ଗାଁର ଲୋକସଂଖ୍ୟା ୧ ଶହ। ୧୦ ପ୍ରତିଶତ ଶିକ୍ଷିତ ଥିବାବେଳେ ସ୍ବାଧୀନତାର ୭୦ ବର୍ଷ ପରେ ବି ଗ୍ରାମର ଜଣେ ହେଲେ ସରକାରୀ କିମ୍ବା ବେସରକାରୀ ଚାକିରି କରି ନାହାନ୍ତି। ଖଟିଲେ ସମସ୍ତଙ୍କ ଚୁଲି ଜଳେ।
ଦୁର୍ଗମ ଅଞ୍ଚଳରେ ଥିବା ଏହି ଗାଁକୁ ଖବରକାଗଜ ଯାଏନି କି କାହା ଘରେ ଟିଭି ନାହିଁ। କେତେବେଳେ କେମିତି ଜଣେ ଅଧେ ମୋବାଇଲ ଦ୍ୱାରା ଖବର ପାଆନ୍ତି। ଆଖପାଖ ଲୋକଙ୍କଠାରୁ କରୋନା ବିଷୟରେ ଶୁଣି ସେମାନେ ଏବେ ବହୁ ସଚେତନ ଅଛନ୍ତି। ମହାମାରୀ ଲୋକଙ୍କ ଜୀବନ ନେଉଥିବା ଜାଣି ଏହି ଗ୍ରାମର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। କରୋନା ରୋକିବା ଲାଗି ୨ ବର୍ଷ ହେଲା ଗାଁରେ ବିବାହ କିମ୍ବା କୌଣସି ଭୋଜି ଭାତ ମଧ୍ୟ ହୋଇନାହିଁ। ସାପ୍ତାହିକ ହାଟକୁ ଗଲେ ଲୋକେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ଦେଉଛନ୍ତି। ଗ୍ରାମର ଜଣେ ବି କେହି କୋଭିଡ୍ ଟିକା ନେଇ ନ ଥିବା ବେଳେ ସମସ୍ତେ ସରକାରଙ୍କ କଟକଣା ମାନି ଚଳୁଥିବା ଗ୍ରାମର ଲକ୍ଷ୍ମୀଧର ମାରାଣ୍ଡି, ବିରାମ ମାରାଣ୍ଡି, ବୈଦ୍ୟନାଥ ମାଝି, ଦେବେନ୍ଦ୍ର ମାଝି ଓ ରୁହିଆ ସୋରେନ ପ୍ରମୁଖ କହିଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚ ସସ୍ମିତା ନାୟକଙ୍କୁ ପଚାରିବାରୁ ଉକ୍ତ ଗାଁର କୌଣସୀ ଲୋକଙ୍କଠାରେ ଅଦ୍ୟାବଧି କରୋନା ଲକ୍ଷଣ ପ୍ରକାଶ ପାଇନାହିଁ। ତେଣୁ ସେମାନଙ୍କର କୋଭିଡ୍ ଟେଷ୍ଟର ଆବଶ୍ୟକତା ପଡ଼ିନାହିଁ ବୋଲି କହିଛନ୍ତି। ତେବେ କରୋନା ଏବେ ଗାଁ ମୁହଁା ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏହି ଗାଁରେ ଅଧିକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯିବା ଲାଗି ମତ ପ୍ରକାଶ ପାଇଛି।
ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ
ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଶନିବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୭...
ବାଡେଇ ବାଡେଇ ଥାନାରେ ଛାଡିଲେ
ଭଦ୍ରକ ଅଫିସ, ୨୦।୬: ଏଟିଏମ୍ କାର୍ଡରେ ଟଙ୍କା ଉଠାଣକୁ ନେଇ କଙ୍ଗାରୁ କୋର୍ଟ। ଜଣେ ଯୁବକଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରି ଥାନା ପର୍ଯ୍ୟନ୍ତ ନିଆଗଲା।...
ସୁରକ୍ଷା କର୍ମୀଙ୍କୁ ହତ୍ୟା ଅଭିଯୋଗ
ଭୁବନେଶ୍ୱର,୨ା୬(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ କଳ୍ପନା ଛକସ୍ଥିତ ଭଞ୍ଜକଳା ମଣ୍ଡପ ନିକଟ ୟୋଗିକ୍ ଜିମ୍ ସେଣ୍ଟର ପରିସରରୁ ମଙ୍ଗଳବାର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ...
‘ମଦ ପାଇଁ ଟଙ୍କା ଦିଅ ନ ହେଲେ ଡେଇଁଲି’
ଝାରସୁଗୁଡ଼ା ଅଫିସ,୧୬ା୬: ଏକା ଜିଦ୍ ମଦ ପିଇବି। ମଦ ପାଇଁ ଟଙ୍କା ଦିଅ ନହେଲେ ଡେଇଁଲି। ଅଗ୍ନିଶମ କର୍ମୀଙ୍କ ଆଗରେ ଏଭଳି ସର୍ତ୍ତ ରଖିଥିଲେ ଟେଲିଫୋନ...
‘ୟାସ୍’ କ୍ଷୟକ୍ଷତି ୬୧୦ କୋଟି
ଭୁବନେଶ୍ୱର, ୩।୬(ବ୍ୟୁରୋ): ବାତ୍ୟା ‘ୟାସ୍’ କାରଣରୁ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ତନ୍ମଧ୍ୟରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଏବଂ ୯୦ କୋଟି...
ଭିଡ଼ କଲେ, ବୋହିନେଲେ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ବାର ଅବାର ଯୋଗୁ ରଜରେ ଟିକେ ପାଟିରେ ଆମିଷ ବାଜି ନ ଥିଲା। ଶେଷ ରଜକୁ ଆମିଷ ବାର ପଡ଼ିଲା। ସୁଯୋଗ ହାତ...
ଦ୍ୱାଦଶ ମୂଲ୍ୟାୟନ ସୂତ୍ରକୁ ମୋହର
ଭୁବନେଶ୍ୱର,୨୩।୬(ବ୍ୟୁରୋ)କରୋନା ଯୋଗୁ ବାତିଲ ହୋଇଯାଇଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ (ସିଆଇଏସ୍ସିଇ) ଦ୍ୱାଦଶ...
ଶୁଦ୍ଧିକ୍ରିୟା ପାଇଁ ରାଶନ କାର୍ଡ ବନ୍ଧା ପଡ଼ିବା ଘଟଣା: ତଦନ୍ତ ପାଇଁ ଏନ୍ଏଚ୍ଆର୍ସିରେ ପିଟିଶନ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଞ୍ଚଳର ଦଳିତ ମହିଳା ରେବତୀ ବେହେରା ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଦଲାଲ ନିକଟରେ ରାଶନ କାର୍ଡ ବନ୍ଧା ପକାଇ...


