ଭୁବନେଶ୍ୱର/ ପୁରୁଣା ଭୁବନେଶ୍ୱର, ୩।୬(ବ୍ୟୁରୋ/ (ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବୁଧବାର ଏକାମ୍ର ନିର୍ବାଚନମଣ୍ଡଳୀର ଗଙ୍ଗନଗର କମ୍ୟୁନିଟି ସେଣ୍ଟରରେ ଘରେ ଘରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ କରାଯାଉଛି। ଏକାମ୍ର ନିର୍ବାଚନମଣ୍ଡଳୀର ତେଜସ୍ବିନୀ ମିଶନ ଶକ୍ତି ମହାସଂଘ ସହଯୋଗରେ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କପଡ଼ା ମାସ୍କ ପ୍ରତ୍ୟେକ ଘରେ ନିଃଶୁଳ୍କ ବଣ୍ଟନ କରାଯିବ। ଏହା ଦ୍ୱାରା ମହିଳାମାନେ ମାସ୍କ ତିଆରି କରି ଆର୍ଥିକ ସ୍ବାବଲମ୍ବୀ ହେବେ। ଏଥିସହିତ ମନ୍ତ୍ରୀ ପଣ୍ଡା ପ୍ରତ୍ୟେକ ୱାର୍ଡର କୋଭିଡ୍ ଯୋଦ୍ଧାମାନଙ୍କୁ ପିପିଇ କିଟ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ତେଜସ୍ବିନୀ ସଭାପତି ମହାମାୟା ସ୍ବାଇଁ, ସମ୍ପାଦିକା ସଂଯୁକ୍ତା ଭୂତିଆ, ଭୁବନେଶ୍ୱର ବିଡିଓ ରମେଶ ଚନ୍ଦ୍ର ସେଠୀ, ବିଏମ୍ସି ଜେଡିସି ଅଂଶୁମାନ ରଥ, ରବିନାରାୟଣ ଜେଠି, ସିଡିପିଓ ସାରାଣୀ ଦେବୀ, ପୂର୍ବତନ କର୍ପୋରେଟର ଶ୍ରୀଧର ବେହେରା, ସୁଜି ସ୍ବାଇଁ, ରୁନୁ ଜେନା, ତେଜସ୍ବିନୀର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
Posted inକରୋନା ଭାଇରସ୍, ମେଟ୍ରୋ View All
ଚାଇନାକୁ ଘେରିଲା ଡବ୍ଲ୍ୟୁଏଚ୍ଓ: କରୋନା ନମୁନା ନଷ୍ଟ କରୁଥିବା ଅଭିଯୋଗ…
ଜେନେଭା/ବେଜିଂ,୯।୬: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ହରଡ଼ଘଣାରେ ପଡ଼ିଛି। ଏବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ଚାଇନାକୁ ଘେରିଛି। କରୋନା ନମୁନା ସହିତ ଏସମ୍ପର୍କିତ...
ଆହୁରି ୪ ଦିନ ବର୍ଷିବ
ଭୁବନେଶ୍ବର,୨୦।୬: ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ...
କରୋନା ମୁକାବିଲା ପାଇଁ ନିଆରା ଉପାୟ ଆପଣାଇଲେ ମହାରାଷ୍ଟ୍ର ସରକାର
ମୁମ୍ବାଇ,୩।୬: କରୋନା ଭାଇରସ୍ ପ୍ରଥମ ଲହରରେ ଗ୍ରାମାଞ୍ଚଳ ସୁରକ୍ଷିତ ରହିଥିଲା କିନ୍ତୁ ଦ୍ୱିତୀୟ ଲହରରେ କରୋନା କାବୁରେ ରହିଛି ଗ୍ରାମାଞ୍ଚଳ। ପୂର୍ବରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା...
ଗପୁଗପୁ ଅନ୍ୟମନସ୍କରେ ୫ ମିନିଟ୍ରେ ଯୁବକଙ୍କୁ ୨ ଡୋଜ୍ ଟିକା ଦେଲେ ନର୍ସିଂ ଷ୍ଟାଫ୍…
ଲଳିତପୁର,୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଡୋଜ୍...
ଭାକ୍ସିନ୍ ନ ନେଲେ ମୋବାଇଲ୍ ସିମ୍ କାର୍ଡ ହେବ ବ୍ଲକ୍, କଡ଼ା ନିର୍ଦ୍ଦେଶ ଜାରି କଲେ ସରକାର…
କରାଚି,୨୨।୬: କରୋନା ମହ।ମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପାକିସ୍ତାନର...
ଭାକ୍ସିନ୍ର ଗୋଟିଏ ଡୋଜ୍ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ପାଇଁ ପର୍ଯ୍ୟାପ୍ତ !…
ନୂଆଦିଲ୍ଲୀ,୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏ...
ଯୁକ୍ତ ୨ ପରୀକ୍ଷା ବାତିଲ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪ା୬(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ବାତିଲ କରିଛନ୍ତି ରାଜ୍ୟ ସରକାର। କରୋନା ପାଇଁ ପରୀକ୍ଷା ସମ୍ଭବ ହେଉ ନ ଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।...
ରାଜଧାନୀରୁ ଆଉ ୯୭୪ ସଂକ୍ରମିତ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ…
ଭୁବନେଶ୍ୱର,୧।୬(ବ୍ୟୁରୋ): ସଂକ୍ରମଣରେ ରୋକ୍ ଲାଗୁନି। ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ଆଉ ୯୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୦ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ...


