ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍ଆଇଏଲ୍)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ ଆର୍ଥିକ ବର୍ଷ ୨୦୨୦-୨୧ସମୟରେ କୌଣସି ଦରମା ନେଇ ନ ଥିବା ଜଣାପଡ଼ିଛି। ବୁଧବାର ପ୍ରକାଶ ପାଇଥିବା କମ୍ପାନୀର ବାର୍ଷିକ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, କରୋନା ମହାମାରୀ ଅନେକ ଲୋକଙ୍କ ଜୀବନକୁ ନଷ୍ଟ କରିଦେଇଥିବା ବେଳେ ଏଥିଯୋଗୁ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ହଲାଇଦେଇଛି। ଦେଶରେ ଜାରି ରହିଥିବା ସଙ୍କଟ ଯୋଗୁ ସବୁ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିବାରୁ ବହୁ ଲୋକ ବେରୋଜଗାର ମଧ୍ୟ ହୋଇଯାଇଛନ୍ତି। ତେଣୁ ମୁକେଶ ଦରମା ନ ନେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ନିଜ ଅଂଶୀଦାରଙ୍କୁ କହିଛନ୍ତି। କିନ୍ତୁ କମ୍ପାନୀର ଅନ୍ୟ କର୍ମଚାରୀମାନେ ଠିକ୍ ସମୟରେ ନିଜର ବେତନ ଗ୍ରହଣ କରିଥିବା ଜଣାପଡ଼ିଛି। ଅନ୍ୟପଟେ କରୋନା ସଙ୍କଟ ବର୍ଷରେ ବି ମୁକେଶ ଆମ୍ବାନୀଙ୍କ କମ୍ପାନୀ ବହୁ ଲାଭରେ ଥିବା ବେଳେ ଆୟ ମଧ୍ୟ ବୃଦ୍ଧି ପାଇଛି। ସୂଚନା ମୁତାବକ ମୁକେଶ ଅମ୍ବାନୀଙ୍କ ବାର୍ଷିକ ଆୟ ହେଉଛି ୧୫ କୋଟି ଟଙ୍କା।
ସହଜ ନୁହେଁ ୨୦୨୨ ନିର୍ବାଚନ
ନୂଆଦିଲ୍ଲୀ/ଲକ୍ଷ୍ନୌ,୫ା୬ କରୋନା ମହାମାରୀ ମୁକାବିଲାରେ ଉତ୍ତରପ୍ରଦେଶ(ୟୁପି)ର ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିଫଳତାକୁ ନେଇ ଭାଜପା ଚିନ୍ତିତ। ୨୦୨୨ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି...
୯୩୪୬ ଶିଶୁଙ୍କୁ ଅନାଥ କରିଛି କରୋନା: ଉତ୍ତରପ୍ରଦେଶରେ ସର୍ବାଧିକ…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ୯୩୪୬ ଶିଶୁ ମାତାପିତାଙ୍କୁ ହରାଇ ଅନାଥ...
ନୁଶରତ୍ ଜାହାଁ ଠକ; ବିବାହ କରି ନଥିଲେ ତ ସିନ୍ଦୁର କାହିଁକି ଲଗାଇଲେ
କୋଲକାତା,୧୧।୬: ତୃଣମୂଳ କଂଗ୍ରେସ ଏମ୍ପି ନୁଶରତ୍ ଜାହାଁଙ୍କ ବିବାହକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏଥିଯୋଗୁ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି।...
ନୁସରତଙ୍କ ଘର କଳି ଏବେ ସଂସଦରେ, ସଦସ୍ୟତା ରଦ୍ଦ ଦାବି କଲା ଭାଜପା…
ନୂଆଦିଲ୍ଲୀ,୨୨।୬: ପଶ୍ଚିମବଙ୍ଗ ବସିରହାଟ୍ ଲୋକସଭା ଆସନ ଏମ୍ପି ନୁସରତ ଜାହାଁଙ୍କ ଘର କଳି ଏବେ ସଂସଦରେ ପହଞ୍ଚିଛି। ଭାଜପା ପକ୍ଷରୁ ନୁସରତଙ୍କ ସଦସ୍ୟତା ରଦ୍ଧ ପାଇଁ...
ଭାଜପା ଏମ୍ପି, ବିଧାୟକଙ୍କ ଘର ଆଗରେ ବସିବେ ଚାଷୀ
ଗାଜିଆବାଦ,୪।୬: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀ ସଂଗଠନ ପକ୍ଷରୁ ଶନିବାର ଦେଶବ୍ୟାପୀ ଭାଜପା ଏମ୍ପି ଏବଂ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ...
ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା
କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ...
ବଲିଉଡ୍ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ଅନଲାଇନ୍ରେ ମଦ କିଣିବା
ମୁମ୍ବାଇ,୨୪।୬: ବଲିଉଡର ଭେଟେରାନ ଅଭିନେତ୍ରୀ ଶାବାନା ଆଜମି ଗୁରୁବାର ଏକ ମଦ ଯୋଗାଉଥିବା ଅନଲାଇନ୍ ପ୍ଲାଟଫର୍ମ ନାମରେ ଠକାମି ଅଭିଯୋଗ ଆଣିଛନ୍ତି। ହୋମ ଡେଲିଭରି କରୁଥିବା...
ମିଛ ଟିକାକରଣ ଅଭିଯାନ: ଟିକା ନେଇଥିବା ୩୯୦ ଲୋକଙ୍କଠାରେ ନାହିଁ କୌଣସି ଲକ୍ଷଣ…
ମୁମ୍ବାଇ,୧୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି।...


