ପ୍ୟାରିସ,୩।୬: ଫ୍ରେଞ୍ଚ୍ ଓପନ ବୁଧବାର ଚତୁର୍ଥ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍ ଖେଳାଳି ଆଲେକଜାଣ୍ଡର ଜେଭେରେଭ୍, ୧୫ତମ ସିଡ୍ ଖେଳାଳି ନରଓ୍ବେର କାସପର ରୁଡ୍, ୨୭ତମ ସିଡ୍ ଇଟାଲୀର ଫାବିଓ ଫୋଗନିନି, ୩୧ତମ ସିଡ୍ ଖେଳାଳି ଆମେରିକାର ଜନ୍ ଇସ୍ନର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଜେଭେରେଭ ୭-୬, ୬-୩, ୭-୬ ସେଟ୍ରେ କ୍ୱାଲିଫାୟର ରୋମାନ ସାଫିଉଲିନ୍ଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ତୃତୀୟ ରାଉଣ୍ଡରେ ଜେଭେରେଭ ସର୍ବିଆର ଲାସଲୋ ଡେରେଙ୍କୁ ଭେଟିବେ। ଟପ୍ ସିଡ୍ ନୋଭାକ ଜୋକୋଭିଚ୍ ବୁଧବାର ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ୬-୨, ୬-୪, ୬-୨ ସେଟ୍ରେ ଆମେରିକାର ଟେନିସ ସାଣ୍ଡଗ୍ରେନଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ଫୋଗନିନି ୭-୬, ୬-୧, ୬-୨ ସେଟ୍ରେ ହଙ୍ଗେରୀର ମାର୍ଟନ ଫକୋଶୋଭିକ୍ସଙ୍କୁ ଭେଟିବେ। ଇସ୍ନର ୭-୬, ୬-୧, ୭-୬ ସେଟ୍ରେ ଫିଲିପ୍ କ୍ରାଜିନୋଭିକଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
କଲିନ୍ସ, ଭେସନିନା ତୃତୀୟ ରାଉଣ୍ଡକୁ ଉଠିଲେ
ମହିଳା ସିଙ୍ଗଲ୍ସରେ ଆମେରିକାର ଡାନିଏଲ କଲିନ୍ସ ୬-୦, ୬-୨ ସେଟ୍ରେ ଆନହେଲିନା କାଲିଆନାଙ୍କୁ ଦ୍ୱିତୀୟ ରାଉଣ୍ଡରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେହିପରି ରୁଷିଆର ଏଲିନା ଭେସନିନା ଦ୍ୱିତୀୟ ରାଉଣ୍ଡରେ ଓ୍ବାକଓଭର ପାଇ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ସେହିପରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିବା ଅନ୍ୟ ଖେଳାଳିମାନେ ହେଲେ ଟି. ଜିଡାନସେକ, କେ. ସିନିଆକୋଭା, ଏସ୍. ସିର୍ଷ୍ଟିଆ, ଡି. କାସାଟକିନା, ପି. ହେରକୋଗ, ଏମ. ଭୋଣ୍ଡ୍ରୋଉଶୋଭା, ପି. ବଡୋଶା, ଏ. ବୋଗଡାନ।
ଦର୍ଶକଙ୍କୁ ଖୁସି ଖବର ଦେଲା ଆଇସିସି: ୮ ବର୍ଷ ଭିତରେ ହେବ ୧୦ଟି ବିଶ୍ୱକପ୍!
ଦୁବାଇ,୨।୬: ଆଇସିସି କ୍ରିକେଟ ପରିଷଦ (ଆଇସିସି) ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଆଇସିସି ଆସନ୍ତା ୮ ବର୍ଷ ପାଇଁ ଫ୍ୟୁଚର ଟୁର୍ ପ୍ରୋଗ୍ରାମ (ଏଫଟିପି)...
ଘରୋଇ କ୍ରିକେଟରେ କେନ୍ଦ୍ରୀୟ ଚୁକ୍ତି ଲାଗୁ ନେଇ ଦାବି
ନୂଆଦିଲ୍ଲୀ,୩।୬(ପି.ଟି.): କୋଭିଡ୍-୧୯ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘରୋଇ କ୍ରିକେଟରଙ୍କ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ଷତିପୂରଣ ଦେବାକୁ ପ୍ରୟାସ ଆରମ୍ଭ କରିଛି। ଯଦିଓ...
ଅଣ୍ଡା ଖାଇ ଟ୍ରୋଲ୍ ହେଲେ ବିରାଟ କୋହଲି
ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ନିକଟରେ ପ୍ରଶଂସକଙ୍କ ସହ ତାଙ୍କର ଏକ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା। ପ୍ରଶଂସକମାନେ କୋହଲିଙ୍କୁ...
ସ୍କ୍ବାର୍ଜମ୍ୟାନ, ମେଡଭେଡେଭ ତୃତୀୟ ରାଉଣ୍ଡରେ
ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ...
ଏମିତି ଫଟୋ ଛାଡିଲେ ଜାଡେଜା: ପ୍ରଶଂସକ କଲେ ସନ୍ଦେହ
ଲଣ୍ଡନ,୮।୬: ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଇଂଲଣ୍ଡର ଟିମ ଇଣ୍ଡିଆ ସହିତ ଅଛନ୍ତି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ (ଡବ୍ଲୁଟିସି ଫାଇନାଲ) ପାଇଁ ପ୍ରସ୍ତୁତ...
ଏମିତି ଛକା ମାରିଲେ କ୍ରିକେଟର୍, ନିଜର ହେଲା କ୍ଷତି
କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ଛକା ମାରିଲେ ବଲ ସୀମା ବାହାରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ପଡିବା ନୂଆକଥା ନୁହେଁ। କ୍ରିକେଟରେ ଏପରି ଅନେକ ଉଦାହରଣ...
ରୋନାଲ୍ଡୋଙ୍କ ପରେ ପୋଗ୍ବା କଲେ ସମାନ କାମ: ହଟାଇଲେ ବିୟର ବୋତଲ…
ପ୍ୟାରିସ୍,୧୭।୬: ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍ ମଧ୍ୟରେ ୨୯,୩୦୦ କୋଟି...
ପ୍ରତିଷ୍ଠିତ ଫୁଟ୍ବଲ କୋଚ୍ ନନ୍ଦକିଶୋରଙ୍କ ପରଲୋକ
ଭୁବନେଶ୍ୱର, ୨।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଆସିଛି ଆଉ ଏକ ଦୁଃଖ ଖବର। ପ୍ରତିଷ୍ଠିତ ଫୁଟ୍ବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ...


