E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, ଗଞ୍ଜାମ

ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ସ୍ବାମୀ
1:01 pmJune 3, 2021

ପୁରୁଷୋତ୍ତମପୁର,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ଛେଲୁ ଗ୍ରାମରେ ଜଣେ ମଦ୍ୟପ ସ୍ବାମୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସେ ସ୍ତ୍ରୀଙ୍କ ମୁଣ୍ଡକୁ ପଥର ଛେଚି ବୀଭତ୍ସ ଭାବେ ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ପ୍ରଶାନ୍ତ ମୁଦୁଲି (୩୮) ସବୁଦିନ ମଦ୍ୟପାନ ସହ ବିଭିନ୍ନ ପ୍ରକାରର ନିଶା ସେବନ କରି ସ୍ତ୍ରୀ ଝିଲି (୩୦)ଙ୍କ ସହ ଝଗଡ଼ା କରିବା ସହ ମାଡ଼ପିଟ୍‌ କରୁଥିଲେ। ଏହାକୁ ନେଇ ସ୍ତ୍ରୀ ଝିଲି ବହୁବାର ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହାର ସମାଧାନ ମଧ୍ୟ କରିଥିଲା। ବୁଧବାର ରାତିରେ ପରିବାର ସମସ୍ତେ ଖାଇପିଇ ନିଜ ନିଜର କୋଠରିରେ ଶୋଇଥିଲେ। ଏହି ସମୟରେ ପ୍ରଶାନ୍ତ ସ୍ତ୍ରୀ ଝିଲି ଓ ସାତବର୍ଷର ପୁଅ ସହ ତାଙ୍କ କୋଠରିରେ ଶୋଇବାକୁ ଯାଇଥିଲେ। ଝିଲି ଶୋଇଥିବା ବେଳେ ପ୍ରଶାନ୍ତ ନିଶାଶକ୍ତ ଅବସ୍ଥାରେ ଘରେ ଥିବା ପେଷଣା ପଥରକୁ ଆଣି ଝିଲିଙ୍କ ମୁଣ୍ଡରେ ଛେଚି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ପରେ ପ୍ରଶାନ୍ତ ମାନସିକ ଭାରସାମ୍ୟ ହରାଇ ନିଜେ ଆତ୍ମହତ୍ୟା କରିଥିଲେ। ସକାଳୁ ଘର କବାଟ ଖୋଲା ଯାଇ ନ ଥିବାରୁ ପରିବାର ଲୋକେ ଓ ଗ୍ରାମବାସୀ କବାଟ ଭାଙ୍ଗି ଏସବୁ ଘଟଣା ଦେଖିବାକୁ ପାଇଥିଲେ। ଏନେଇ ସରପଞ୍ଚଙ୍କ ପ୍ରତିନିଧି ଜୟନାରାୟଣ ଦାଶଙ୍କୁ ଜଣାଇଥିଲେ। ପୁରୁଷୋତ୍ତମପୁର ପୋଲିସକୁ ଖବର ଦେବାରୁ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ସହ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ଦଳେଇ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ସାଇଣ୍ଟିଫିକ୍‌ ଟିମ୍‌ ଡକାଇ ଘଟଣାର ତଦନ୍ତ ଚଲାଇଛନ୍ତି। ଏଥିନେଇ ଥାନାରେ କେସ୍‌ ନଂ ୨୩୬/୨୧ରେ ଏକ ମାମଲା ରୁଜୁ କରାଯାଇଛି।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, ଗଞ୍ଜାମ View All

କେନ୍ଦୁପତ୍ର ବାନ୍ଧି ଶୋଇଥିଲେ: ଦଳିଦେଲା ଦନ୍ତା, ଚାଲିଗଲା ଜୀବନ

ରେଢ଼ାଖୋଲ,୨୦।୬(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତର ଗାଡୁମୁଣ୍ଡା କେନ୍ଦୁପତ୍ର ଫଡିରେ ଶନିବାର ବିଳମ୍ବିତ ରାତିରେ ଦନ୍ତାହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର...

କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍‌: ପୁଣି ୩ ଜଣଙ୍କ ନେଲା ଜୀବନ

ଛତ୍ରପୁର,୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ । ପୁଣି ଜିଲାରେ ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ...

କୁଲାବେଡା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ ଜାରି

ମାଲକାନଗିରି,୧୬।୬(ଡି.ଏନ.ଏ): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ଜାରି ରହିଛି। କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା...

ଗଞ୍ଜାମରେ ଟିକାକରଣ ସ୍ବଭାବିକ

ଛତ୍ରପୁର,୨୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମେଗା କୋଭିଡ୍‌ ଟିକାକାରଣ ଶୁକ୍ରବାର ଠାରୁ ପୁଣି ସ୍ବଭାବିକ ହୋଇଛି। ଗୁରୁବାର ଜିଲାର ୧୦ବ୍ଲକରେ ଟିକା ଦେବା ବନ୍ଦ ଥିଲା। ତେବେ...

ଗାଈ ଗୋଠରେ ବଜ୍ରପାତ

ଝାରସୁଗୁଡ଼ା ଅଫିସ,୫।୬: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଖଡାମ ଗ୍ରାମ ନିକଟରେ ଶନିବାର ରାତିରେ ଏକ ଗାଈ ଗୋଠରେ ବଜ୍ରପାତ ଘଟିଛି। ଫଳରେ ୨ ଗାଈଙ୍କ...

ହୋମଗାର୍ଡ଼ଙ୍କ ସହ ମିଶି ଲୁଟ କରିଥିଲେ ବୋଲେରୋ

ସୋହେଲା,୧୨।୬୫: ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଅଞ୍ଚଳରୁ ଗତ ୮ ତାରିଖ ଏକ ବୋଲେରୋ ଗାଡ଼ି ଲୁଟ୍‌ ହୋଇଥିଲା। ଶନିବାର ଏହି ଘଟଣାର ପର୍ଦ୍ଦାଫାଶ...

ଦ୍ୱିତୀୟ ଲହରରେ ଗଞ୍ଜାମରୁ ୩୯ ଜଣଙ୍କ ମୁଣ୍ଡ ନେଲାଣି କରୋନା

ଛତ୍ରପୁର,୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାରୁ ୩୯ ଜଣଙ୍କ ଜୀବନ...

କବିସୂର୍ଯ୍ୟନଗର, କୋଦଳାରେ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ବିଧାୟିକା

ଛତ୍ରପୁର,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ସ୍ଫୁଟନିକ୍‌ ଭି ଭାକ୍ସିନ ତିଆରି ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ
Next Post Next post:
ତୃତୀୟ ଲହର ଆତଙ୍କ: ରିପୋର୍ଟ ନେଗେଟିଭ୍‌ ଥିଲେ ବି ଫୁସ୍‌ଫୁସ୍‌ର ୯୦ ପ୍ରତିଶତ ସଂକ୍ରମିତ…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts