ରାଜଗଡ଼,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ମଧ୍ୟପ୍ରଦେଶର ରାଜଗଡ଼ ଜିଲାରେ ପାଦୁକ ପାଣି ପିଇଲେ କରୋନା ଭଲ ହେଉଥିବା ପ୍ରଚାର ହେବାରେ ଲାଗିଛି। ଏହାର ୫୫ ସେକେଣ୍ଡର ଏକ ଭିଡ଼ିଓ ଟୁଇଟରରେ ଅପଲୋଡ୍ କରାଯାଇଛି। ଏହା ଏବେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ଚାଟୁଖେଡ଼ା ଗାଁରେ ଥିବା ମନ୍ଦିର ସମ୍ମୁଖରେ ଲୋକେ ଭିଡ଼ ଜମାଇ ପାଦୁକ ପାଣି ପିଉଥିବାରୁ ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଲୋକେ କରୋନା ମାର୍ଗଦର୍ଶିକା ପାଳନ ନ କରି ସାମାଜିକ ଦୂରତା ବଜାୟ ନ ରଖିବା ସହିତ ମାସ୍କ୍ ମଧ୍ୟ ପିନ୍ଧି ନ ଥିବା ଭିଡ଼ିଓରେ ଦେଖାଯାଉଛି। ଖବର ପ୍ରଚାର ହେବା ପରେ ବୁଧବାର ପୂର୍ବାହ୍ନ ୧୧ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଲୋକେ ଭିଡ଼ ଜମାଇଥିଲେ। ଖବର ପାଇ ପୋଲିସ ଏଭଳି ପ୍ରଚାର କରିଥିବା ଦୁଇଜଣ ମହିଳା ଏବଂ ଦୁଇଜଣ ପୁରୁଷଙ୍କୁ ଗିରଫ କରିଛି। ଏହାର ତଦନ୍ତ ଜାରି ରହିଛି।
Posted inକରୋନା ଭାଇରସ୍, ଜାତୀୟ, ଫୁରସତ View All
ବୁଲେଟ୍ ଟ୍ରେନ୍ଠାରୁ ବି ତୀବ୍ର ବେଗରେ ଯିବ ଏହି ଯାନ
ବିଗତ କିଛି ଦଶନ୍ଧି ମଧ୍ୟରେ ଟେକ୍ନୋଲୋଜି ଆମ ଜୀବନରେ ଅନେକ ପ୍ରଭାବ ପକାଇଛି। ଯଦିଓ ଭ୍ରମଣ ତରିକା ପାରମ୍ପରିକ ହୋଇଆସୁଛି ତଥାପି କିଛି ସମୟ ପାଇଁ...
ଅଙ୍କୁର ଭାଟିଆଙ୍କ ପରଲୋକ
ନୂଆଦିଲ୍ଲୀ,୪।୬: ଇଣ୍ଡିଗୋ ମାଲିକ ତଥା ବାର୍ଡ ଗ୍ରୁପ (ଆଇବିସ୍)ର କାର୍ଯ୍ୟକାରୀ ମୁଖ୍ୟ ଅଙ୍କୁର ଭାଟିଆଙ୍କ ଶୁକ୍ରବାର ହୃଦଘାତ୍ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮...
ଗୋଇନ୍ଦା, ସୁରକ୍ଷା ଅଧିକାରୀଙ୍କ ଉପରେ ଅଙ୍କୁଶ
ନୂଆଦିଲ୍ଲୀ, ୩।୬(ଆଇଏଏନ୍ଏସ୍): ଦେଶର ଗୋଇନ୍ଦା କିମ୍ବା ସୁରକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କର ପ୍ରାକ୍ ମଞ୍ଜୁରୀ ବିନା କୌଣସି ବିଷୟ ପ୍ରକାଶ କରିପାରିବେ ନାହିଁ।...
ଘରର ପୁଅ ଘରକୁ ଫେରିଲେ: ମମତା
କୋଲକାତା,୧୧।୬: ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ପରେ ଭାଜପାକୁ ପୁଣି ଥରେ ଏକ ବଡ଼ ଝଟ୍କା ଲାଗିଛି। ଭାଜପାର ବରିଷ୍ଠ ନେତା ମୁକୁଲ ରୟ ପୁଅ ଶୁଭ୍ରାଂଶୁଙ୍କ...
ଅମରପ୍ରେମରୁ କାବେରୀ
ଆଲୋ ସୁନ୍ଦରୀ ତୋର କଥାରେ, ମୁଁ ନାଚିବି ଭାଲୁ ସାଥିରେ…। ପୁଣି- ଆସିବ ବର ତୋର ହୋଇବ ବାହାଘର ତା’ପରେ….ଏମିତି ଏକାଧିକ ଚଳଚ୍ଚିତ୍ର ସଂଗୀତର ଲେଖକ...
ବାଘ, ସିଂହର କରୋନା ମୃତ୍ୟୁ
ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ...
ୟୁପିରେ ଲଗାଣ ବର୍ଷା ସାମ୍ନାକୁ ଆଣିଲା ଆଉ ଏକ କବରସ୍ଥାନ
ଲକ୍ଷ୍ନୌ, ୨୪।୬: ମୌସୁମୀ ବର୍ଷା ଯୋଗୁ ବୃଦ୍ଧିପାଇଛି ଗଙ୍ଗାନଦୀର ଜଳସ୍ତର। ଏଥି ଯୋଗୁ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଲୁକାୟତ ଥିବା ଆଉ ଏକ କବରସ୍ଥାନ।...
ଦୈନିକ ସଂକ୍ରମଣ ୫୦ ହଜାର ତଳେ…
ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...


