ନୂଆଦିଲ୍ଲୀ,୪।୬:ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଗୁରୁବାର ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ (ଏସ୍ଡିଜି) ବା ନିରନ୍ତର ବିକାଶ ଲକ୍ଷ୍ୟ ସୂଚକାଙ୍କ ୨୦୨୦-୨୧ ପ୍ରକାଶ ପାଇଛି। ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏହି ସୂଚକାଙ୍କର ତୃତୀୟ ସଂସ୍କରଣକୁ ଉନ୍ମୋଚନ କରିଥିଲେ। ଏଥିରେ କେରଳ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ସ୍ଥାନ ହାସଲ କରିଥିବା ବେଳେ ବିହାର ସବୁଠାରୁ ଖରାପ ପ୍ରଦର୍ଶନକାରୀ ଭାବେ ବିବେଚିତ ହୋଇଛି। ତାଲିକାରେ ଓଡ଼ିଶାର ର଼୍ୟାଙ୍କ ଖସିଛି। ୨୦୨୦-୨୧ ଅବଧି ଲାଗି ୬୧ ସ୍କୋର ସହ ଓଡ଼ିଶା ୨୧ତମ ସ୍ଥାନକୁ ଖସିଛି। ୨୦୧୯ରେ ୫୮ ସ୍କୋର ସହ ଏହା ୧୫ ତମ ସ୍ଥାନରେ ଥିଲା। ସେହିଭଳି ୨୦୧୮ରେ ୫୧ ସ୍କୋର ସହ ଏହି ରାଜ୍ୟ ୨୨ତମ ସ୍ଥାନରେ ଥିଲା। ରାଜ୍ୟଗୁଡିକର ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ଭଳି ବିଭିନ୍ନ ମାନକ ଆଧାରରେ ଏଭଳି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ସାରା ଦେଶ କଥା ବିଚାରକୁ ନେଲେ ଭାରତର ସ୍କୋର ୬ ପଏଣ୍ଟ ବୃଦ୍ଧି ହୋଇ ୬୦ରୁ ୬୬କୁ ବଢିଛି। ଭାରତ ସ୍ବଚ୍ଛ ଜଳ ଯୋଗାଣ, ସୁଲଭ ଏବଂ ସ୍ବଚ୍ଛ ଇନ୍ଧନ ଭଳି ଯୋଗାଣ କରିବାରେ ଅଗ୍ରଗତି କରିଥିବାରୁ ଉନ୍ନତ ପଏଣ୍ଟ ହାସଲ କରିଛି।
ତାଲିକାର ପ୍ରଥମ ସ୍ଥାନରେ ରହିଥିବା କେରଳ ୭୫ ସ୍କୋର ହାସଲ କରିଛି। ୭୪ ସ୍କୋର ସହ ଉଭୟ ହିମାଞ୍ଚଳ ପ୍ରଦେଶ ଏବଂ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟ ମଧ୍ୟରେ ବିହାର, ଝାଡ଼ଖଣ୍ଡ ଏବଂ ଆସାମ ରହିଛନ୍ତି। ୭୯ ସ୍କୋର ସହ ଚଣ୍ଡିଗଡ଼ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପରେ ପରେ ୬୮ ସ୍କୋର ସହ ଦିଲ୍ଲୀ ରହିଛି। ୨୦୨୦-୨୧ର ଟପ୍ ଗେନର ସ୍ଥାନରେ ମିଜୋରାମ, ହରିୟାଣା ଏବଂ ଉତ୍ତରାଖଣ୍ଡ ରହିଛନ୍ତି। ୨୦୧୯ ତୁଳନାରେ ଏମାନଙ୍କ ସ୍କୋରରେ ବେଶ୍ ଉନ୍ନତି ଆସିଛି। ଉତ୍ତରାଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର, ମିଜୋରାମ, ପଞ୍ଜାବ, ହରିୟାଣା, ତ୍ରିପୁରା, ଦିଲ୍ଲୀ, ଲାକ୍ଷାଦୀପ, ଆଣ୍ଡାମାନ ଆଣ୍ଡ ନିକୋବର, ଜମ୍ମୁ କଶ୍ମୀର ଏବଂ ଲଦାଖ ଫ୍ରଣ୍ଟ ରନର ବର୍ଗରେ ରହିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁଜରାଟ ଏବଂ ଦିଲ୍ଲୀ ଟପ୍ ପରଫରମର ରହିଛନ୍ତି। ଫ୍ରଣ୍ଟ ରନର ବର୍ଗରେ ୨୧ ରାଜ୍ୟ ଏବଂ ସବୁ କେନ୍ଦ୍ର ଶାସିତ ଅଞ୍ଚଳ ରହିଛନ୍ତି।
ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ କେରଳ ଏବଂ ଚଣ୍ଡିଗଡ଼ ଆଗରେ ରହିଛନ୍ତି। ସେହିଭଳି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ତାମିଲନାଡୁ ଏବଂ ଦିଲ୍ଲୀ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ଏହାବାଦ୍ ଅସମାନତା ହ୍ରାସ କ୍ଷେତ୍ରରେ ମେଘାଳୟ ଏବଂ ଛତିଶଗଡ଼ ବେଷ୍ଟ ପରଫରମର ରହିଛନ୍ତି। ଏଭଳି ଏକ ତାଲିକା ପ୍ରକାଶ ଦ୍ୱାରା ରାଜ୍ୟଗୁଡିକର ନିରନ୍ତର ବିକାଶ ଲକ୍ଷ୍ୟ ଦିଗରେ କିଭଳି ଅଗ୍ରଗତି ହାସଲ କରୁଛନ୍ତି ତା’ର ମନିଟରିଂ କରାଯାଉଛି ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ୨୦୧୮ରେ ପ୍ରଥମ ଥର ଲାଗି ଏଭଳି ସୂଚକାଙ୍କ ପ୍ରକାଶ ପାଇଥିଲା। ଜାତିସଂଘ ସହଯୋଗରେ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
କରୋନାକୁ ସର୍ଜିକାଲ ଷ୍ଟ୍ରାଇକ୍ କର
ମୁମ୍ବାଇ,୧୦ା୬: କେନ୍ଦ୍ର ସରକାର ସୀମାରେ ଅପେକ୍ଷା କରନ୍ତୁ ନାହିଁ। କରୋନା ଭାଇରସ୍ ଆମର ସବୁଠୁ ବଡ଼ ଶତ୍ରୁ। ଏହାକୁ ଶେଷ କରିବାକୁ ପଡ଼ିବ। କେନ୍ଦ୍ରର ଆଭିମୁଖ୍ୟ...
ଅଧିକ ଆଣ୍ଟିବଡି ସୃଷ୍ଟି କରୁଛି କୋଭିଶିଲ୍ଡ
ନୂଆଦିଲ୍ଲୀ,୭।୬: କୋଭାକ୍ସିନ ଅପେକ୍ଷା କୋଭିଶିଲ୍ଡ ଟିକା ଅଧିକ ଆଣ୍ଟିବଡି ସୃଷ୍ଟି କରୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଉପରୋକ୍ତ ଟିକାର ଦୁଇଟି ଡୋଜ୍ ନେଇଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ...
ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା
କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ...
୮୧ ଦିନ ପରେ ୬୦ ହଜାର ତଳକୁ ଖସିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ୮୧ ଦିନ ପରେ ଦେଶରେ ନୂଆ...
ଅପରେଶନ୍ ଏଲ୍ଜେପି: ପୁତୁରା ବିରୋଧରେ ବିଦ୍ରୋହ କରି ସଂସଦୀୟ ଦଳର ନେତା ହେଲେ ପଶୁପତି
ପାଟନା/ନୂଆଦିଲ୍ଲୀ,୧୪।୬: ଏକଦା ବିହାର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ରେ ଏବେ ଫାଟ ସୃଷ୍ଟି ହୋଇଛି। ଦଳର ନେତା ରାମ...
୬୧ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ଅଢ଼େଇ କିଲୋର ଟ୍ୟୁମର ବାହାର କଲେ ଡାକ୍ତର
ପାଟନା,୧୯।୬: ବିହାର ପାଟନା ସ୍ଥିତ ଏମ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏମ୍ସର ଡାକ୍ତରମାନେ ଜଣେ ୬୧ବର୍ଷୀୟ ବୃଦ୍ଧଙ୍କ ସଫଳ ଚିକିତ୍ସା କରି ତାଙ୍କର...
କରୋନା ଗ୍ରାଫ୍ ତଳମୁହାଁ: ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ କମିଲା…
ନୂଆଦିଲ୍ଲୀ,୮।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ...
ଟୁଇଟରକୁ ମୋଦି ସରକାରଙ୍କ ଶେଷ ଚେତାବନୀ…
ନୂଆଦିଲ୍ଲୀ,୫।୬: ଦେଶରେ ପ୍ରଚଳିତ ଆଇଟି ନିୟମର ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଟୁଇଟର୍କୁ ଶେଷ ଚେତାବନୀ ଦିଆଯାଇଛି। ନୂଆ ନିୟମ...


