E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ପ୍ରବାସୀ ଶ୍ରମିକ ବିକାଶକୁ ଉପଭୋଗ କରୁଛି ତ
8:48 amJune 4, 2021

ଇଂ. ଶକ୍ତି ପ୍ରସାଦ ଦାସ

ନବେ ଦଶକରୁ ଅର୍ଥନୀତିର ଜଗତୀକରଣ ଓ ଉଦାରୀକରଣକୁ ବିଶ୍ୱର ଅଧିକାଂଶ ଦେଶ ଆପଣାଇଛନ୍ତି । କୋଭିଡ୍‌ ମହାମାରୀର ପ୍ରଭାବ ଏହାର ଏକପାଖିଆ ବିକାଶର ପରିଭାଷାକୁ ପଦାକୁ ଆଣିଛି। କୋଭିଡ୍‌ ପରବର୍ତ୍ତୀ ଦୃଶ୍ୟପଟରେ ରାଜନୈତିକ, ଅର୍ଥନୈତିକ, ଏପରି କି ବୈଷୟିକ କ୍ଷେତ୍ରରେ ତଥାକଥିତ ଅର୍ଥନୈତିକ ସିଦ୍ଧାନ୍ତଗୁଡ଼ିକର ପରିବର୍ତ୍ତନ ଅବଶ୍ୟମ୍ଭାବୀ ମନେହେଉଛି।
କୋଭିଡ୍‌ ମହାମାରୀ ପୂର୍ବରୁ ଆମ ଦେଶରେ ଉଦାରୀକୃତ ଅର୍ଥନୀତି ବିନା ପ୍ରଶ୍ନବାଚୀରେ ଚାଲିଥିଲା। କେତେକ ଲୋକ ଆରାମଦାୟକ ଜୀବନଯାପନ କରୁଥିଲେ। ମହାମାରୀ କାରଣରୁ ସାରା ଦେଶରେ ହଠାତ୍‌ ଲକ୍‌ଡାଉନ ଲାଗୁ ହେବାରୁ ଆଶ୍ରୟସ୍ଥଳ ଓ ଖାଦ୍ୟପେୟ ହରାଇ ଲକ୍ଷ ଲକ୍ଷ ପ୍ରବାସୀ ରାସ୍ତାକୁ ଚାଲି ଆସିଲେ। ଉଦାର ଅର୍ଥନୀତି ଭିତରେ ଏତେ ଲୋକଙ୍କ ପାଇଁ ଜାଗା ନ ଥିବାରୁ ସେମାନଙ୍କୁ ଅନୌପଚାରିକ ଶ୍ରମିକ ହିସାବରେ ବ୍ୟବସ୍ଥା ବାହାରକୁ ଫୋପାଡି ଦିଆଯାଇଥିଲା। ନୈତିକତାର ପ୍ରଶ୍ନ ହେଉଛି, ବ୍ୟବସ୍ଥା ଭିତରେ ଥିବା ଲୋକମାନେ ଜାଣି ନ ଥିଲେ ଯେ ଏତେ ସଂଖ୍ୟକ ଲୋକ ବାହାରେ ରହିଯାଇଛନ୍ତି। କୌତୂହଳର କଥା ହେଉଛି, ‘ନୀତି’ ଆୟୋଗ ସ୍ବୀକାର କରନ୍ତି ଯେ, ଏହି ପ୍ରବାସୀ ଶ୍ରମିକମାନେ ଦେଶର ଜିଡିପି ଅଭିବୃଦ୍ଧିରେ ପ୍ରାୟ ୧୦ପ୍ରତିଶତ ଯୋଗଦାନ ଦେଇଆସୁଛନ୍ତି।
ବେଙ୍ଗାଲୁରୁର ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟରୁ ପ୍ରକାଶିତ ‘ଷ୍ଟେଟ ଅଫ ୱାର୍କିଂ ଇଣ୍ଡିଆ-୨୦୨୧’ ରିପୋର୍ଟ ଅନୁଯାୟୀ ଦେଶରେ ଆୟ ଓ ରୋଜଗାରର ସ୍ତର କୋଭିଡ୍‌ ମହାମାରୀ (୨୦୨୦)ର ପୂର୍ବସ୍ଥିତିରେ ପହଞ୍ଚିପାରି ନ ଥିବାବେଳେ, ଏହାର ଦ୍ୱିତୀୟ ଲହର ଅତିରିକ୍ତ ଦୁଇ କୋଟି ତିରିଶ ଲକ୍ଷ ଲୋକଙ୍କୁ ଜାତୀୟ ସର୍ବନିମ୍ନ ମଜୁରି ସୀମାରେଖା ତଳକୁ ନେଇଆସିଛି। ହଠାତ୍‌ ଆୟ ହ୍ରାସ ଯୋଗୁ ଶ୍ରମିକମାନେ ଚଢ଼ା ସୁଧ ହାରରେ ଋଣ ଆଣୁଛନ୍ତି, ଯାହା ଶେଷରେ ସେମାନଙ୍କୁ ଭୟଙ୍କର ଋଣଯନ୍ତାରେ ପକାଇବାକୁ ଯାଉଛି । ‘ଆକ୍ସନ ଏଡ୍‌ ଆସୋସିଏଶନ ଅଫ ଇଣ୍ଡିଆ’ର ସର୍ଭେ ଅନୁଯାୟୀ, ଅନୌପଚାରିକ ଶ୍ରମିକମାନଙ୍କ ମଧ୍ୟରୁ ୫୮ପ୍ରତିଶତ ଲୋକ ରୋଜଗାର ନ ଥିବାରୁ ଋଣ କରିଛନ୍ତି।
ଦେଶରେ ୯୦ପ୍ରତିଶତରୁ ଅଧିକ ଶ୍ରମିକଙ୍କ ଅନୌପଚାରିକ କ୍ଷେତ୍ରରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୭୫ପ୍ରତିଶତ ହେଉଛନ୍ତି ପ୍ରବାସୀ। ଅଧିକନ୍ତୁ, ଔପଚାରିକ କ୍ଷେତ୍ରରେ ଥିବା ସ୍ବଳ୍ପ ଶ୍ରମବଳ ବିପଜ୍ଜନକ ବେଗରେ ଅନୌପଚାରିକ ଅର୍ଥବ୍ୟବସ୍ଥାକୁ ଚାଲିଯାଉଛନ୍ତି। ଦେଶର ସହରାଞ୍ଚଳରେ ଅଧିକାଂଶ ପ୍ରବାସୀ ଶ୍ରମିକଙ୍କ କାର୍ଯ୍ୟାବସ୍ଥା, ନିଯୁକ୍ତି ସର୍ତ୍ତାବଳୀ, କାର୍ଯ୍ୟାଧିକାର, ସୁରକ୍ଷା ଓ ମର୍ଯ୍ୟାଦାକୁ ଖୋଲାଖୋଲି ଭାବରେ ବଳି ଦିଆଯାଉଛି। ମାସରେ ମାତ୍ର କିଛି ଦିନର କାମ ମିଳୁଛି। ତାହା ପୁଣି ଦିନକୁ ୧୨ଘଣ୍ଟା। ଏହା ହିଁ ହେଉଛି ଅନୌପଚାରିକ ଅର୍ଥନୀତିର ବାସ୍ତବ ପରିଭାଷା।
ମହାମାରୀର ଦ୍ୱିତୀୟ ଲହରରେ ପ୍ରବାସୀ ଶ୍ରମିକଙ୍କ ପୁନର୍ବାର ଗଣ ଲେଉଟାଣି ଆମକୁ ଏହା ଭାବିବା ପାଇଁ ବାଧ୍ୟ କରୁଛି ଯେ, ବିକାଶର ପରିଭାଷା ଏବଂ ଏହାର କାର୍ଯ୍ୟକାରିତାରେ କେଉଁଠି ନା କେଉଁଠି କିଛି ମୌଳିକ ତ୍ରୁଟି ରହିଯାଉଛି। ସତେ ଯେପରି ପୁଞ୍ଜିବାଦୀ ଅର୍ଥନୀତିରେ ନୀତି ପ୍ରଣୟନ କଲାବେଳେ ଏହି ପ୍ରବାସୀ ଶ୍ରମିକର ଭଲମନ୍ଦ ବିଚାର ପରିସରକୁ ଆଣିବାକୁ ଆମେ ଉଚିତ ମନେକରିନାହୁଁ। ନିିର୍ମାଣାଧୀନ ‘ନୂତନ ଭାରତ’ରେ ଏମାନଙ୍କର ସ୍ଥାନ ନାହିଁ। ସତେ ଯେପରି ଏମାନେ ‘ନୂତନ ଭାରତ’ ପାଇଁ ବୋଝ।
ପଚାଶ ଦଶକରେ ବିଶ୍ୱ ଅର୍ଥନୀତିର ଏକତରଫା ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହେଲା। ଶ୍ରମବଳ, କୃଷିକ୍ଷେତ୍ର (ଅନୌପଚାରିକ)ରୁ ଶିଳ୍ପକ୍ଷେତ୍ର (ଔପଚାରିକ) ଆଡକୁ ମୁହଁାଇଲା। ସୂଚନା ପ୍ରଯୁକ୍ତିବିଦ୍ୟାର ଅଭିବୃଦ୍ଧି ହେତୁ ନବେ ଦଶକରୁ ଶ୍ରମବଳ ଶିଳ୍ପରୁ ସେବା କ୍ଷେତ୍ରକୁ ସ୍ଥାନାନ୍ତରିତ ହେବାକୁ ଲାଗିଲା। ଉଦାର ଅର୍ଥନୀତିରେ ଅଧିକ ମୁନାଫାର ଲୋଭ ଶିଳ୍ପ ଓ ସେବା କ୍ଷେତ୍ରରେ ଅନୌପଚାରିକତାକୁ ଗୁରୁତ୍ୱ ଦେବାକୁ ଲାଗିଲା। ଏପରି କି ବଡ଼ ବଡ଼ ଶିଳ୍ପୋଦ୍ୟୋଗଗୁଡ଼ିକ ଶ୍ରମିକମାନଙ୍କ ସହିତ ଔପଚାରିକ-ଚୁକ୍ତିରୁ ଓହରିବାକୁ ଲାଗିଲେ । ଏଇଠୁ ଆରମ୍ଭ ହେଲା ଅନୌପଚାରିକ ଶ୍ରମବଳ ଉପରେ ପୁଞ୍ଜିବାଦୀ ଅର୍ଥନୀତିର ଶୋଷଣ, ଯାହା ବାହାରକୁ ଦେଖାଯାଉ ନ ଥିଲା କିମ୍ବା ଆମେ ଦେଖି ନ ଦେଖିବାର ଅଭିନୟ କରୁଥିଲୁ। ଶେଷରେ ମହାମାରୀ ଆମର ନିଦ ଭାଙ୍ଗିଦେଲା।
ବିଳମ୍ବରେ ହେଲେ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ସଙ୍କଟକୁ ଦେଖି ‘ନୀତି’ ଆୟୋଗ ଏକ ଚିଠା ‘ଜାତୀୟ ପ୍ରବାସନ ନୀତି’ ପ୍ରସ୍ତୁତ କରିଛନ୍ତି। ଏହା ଏକ ‘ଅଧିକାର-ଆଧାରିତ ଆଭିମୁଖ୍ୟ’ ବୋଲି ଦାବି କରାଯାଉଛି । ଏମାନଙ୍କ ଦୁର୍ଦ୍ଦଶାକୁ ମାନବିକ ତଥା ଅର୍ଥନୈତିକ ସଙ୍କଟ ବୋଲି ସ୍ବୀକାର କରାଯାଇଛି। ଏଥିରେ ସାମାଜିକ ସୁରକ୍ଷା, ଆବାସ ସ୍ଥଳୀ, ସ୍ବାସ୍ଥ୍ୟ ଓ ଶିକ୍ଷା ସମେତ ଶ୍ରମିକଙ୍କ ବିଭିନ୍ନ ପ୍ରସଙ୍ଗକୁ ଏକୀକୃତ ଭାବରେ ଆଲୋଚନା କରାଯାଇଛି । ସରକାରଙ୍କ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟ ମଧ୍ୟରେ ଏକ ସମନ୍ବିତ କାର୍ଯ୍ୟ ପ୍ରଣାଳୀ ଆଣିବାକୁ ଜୋର୍‌ ଦିଆଯାଇଛି।
ଆଜିର ଆବଶ୍ୟକତା ହେଉଛି ଏକ ନିୟାମକର ଢାଞ୍ଚା ଓ ପ୍ରତିକାର-ପ୍ରଣାଳୀ, ଯାହା ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ଅନୁକୂଳ ହେଉଥିବ ଓ ସେମାନଙ୍କ ନିକଟରେ ସହଜରେ ଉପଲବ୍ଧ କରାଯାଇପାରୁଥିବ। ନିକଟରେ କେନ୍ଦ୍ର ସରକାର ‘ଶିଳ୍ପ ସମ୍ବନ୍ଧିତ କୋଡ୍‌’; ‘ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସର୍ତ୍ତାବଳୀ କୋଡ୍‌’ ଏବଂ ‘ସାମାଜିକ ସୁରକ୍ଷା କୋଡ୍‌’ ନାମରେ ତିନୋଟି ଶ୍ରମ ସଂହିତା ଆଣିଛନ୍ତି। ଏହି କୋଡ୍‌ଗୁଡିକ ସରକାରୀ ଆଦେଶନାମା, ଶ୍ରମିକ-ଛଟେଇ, ଉଦ୍ୟୋଗ-ବନ୍ଦ, ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ ଚୁକ୍ତିଭିତ୍ତିକ ଶ୍ରମିକ-କଲ୍ୟାଣ ସମ୍ବନ୍ଧିତ ନିୟନ୍ତ୍ରଣରୁ ନିଯୁକ୍ତିଦାତା ଓ କଣ୍ଟ୍ରାକ୍ଟରମାନଙ୍କୁ ଅଧିକରୁ ଅଧିକ ଛାଡ଼ ଦେବାରେ ନମନୀୟତା ପ୍ରଦାନ କରିଛି। ଶ୍ରମବଳକୁ କିଛି ସୁବିଧା ଉପଲବ୍ଧ କରାଇବାର ପ୍ରତିଶ୍ରୁତି ଦେଇଛି। ଯେପରି କି, ସାର୍ବଜନୀନ ନୂ୍ୟନତମ ମଜୁରି, ଶ୍ରମିକ ସଂଘଗୁଡ଼ିକୁ ସ୍ବୀକୃତି, ଗିଗ୍‌ ଓ ପ୍ଲାଟଫର୍ମ କର୍ମୀଙ୍କ ପାଇଁ ସାମାଜିକ ସୁରକ୍ଷା, ପ୍ରବାସୀ ଶ୍ରମିକଙ୍କର ବ୍ୟାପକ ସଂଜ୍ଞା ଇତ୍ୟାଦି। ପ୍ରଭାବଶାଳୀ କାର୍ଯ୍ୟକାରିଣୀ ତଥା ଇଚ୍ଛାଶକ୍ତିର ଅଭାବ ଏହି ସୁବିଧାଗୁଡ଼ିକୁ ହିତାଧିକାରୀଙ୍କ ନିକଟରେ କେତେଦୂର ପହଞ୍ଚାଇବାରେ ସକ୍ଷମ ହେବ ତାହା ସମୟ କହିବ।
ଯଦିଓ ଆମ ସରକାର ‘ଆଇଏଲଓ’ର ଅନ୍ତର୍ଜାତୀୟ ଶ୍ରମମାନକର ତ୍ରିପାକ୍ଷିକ ପରାମର୍ଶକୁ ୧୯୭୬ ମସିହାରୁ ଅନୁମୋଦନ କରିଛନ୍ତି, ଦେଶରେ ପାରସ୍ପରିକ ସାମାଜିକ ବାର୍ତ୍ତାଳାପକୁ ଗୁରୁତ୍ୱ ଦିଆଯାଇନାହିଁ। ତ୍ରୁଟିପୂର୍ଣ୍ଣ ଶ୍ରମ ସଂହିତା ସଂଶୋଧନ କଲାବେଳେ, ମହାମାରୀର ପ୍ରଭାବକୁ ମୁକାବିଲା କରିବା ପାଇଁ ବିଭିନ୍ନ ହିତଧାରକମାନଙ୍କ ପରାମର୍ଶକୁ ଶୁଣିବାର ଅଛି। ଆଇନ ଆଣିବାକୁ ରାଜ୍ୟ ସରକାରଙ୍କୁ ସହଜ ହେବ। ଉନ୍ନତ ଶ୍ରମ ଆଇନ ତିଆରି କରିବାରେ ଏବଂ ଅଧିକ ଦକ୍ଷ ଶ୍ରମ ଶାସନ ନୀତି ଆପଣାଇବାରେ ‘ଆଇଏଲଓ’ ର ଅଭିଜ୍ଞତାକୁ ବିଶ୍ୱାସକୁ ନେବା ମଧ୍ୟ ଜରୁରୀ।
ଏହା ନିଶ୍ଚିତ ଯେ କୋଭିଡ୍‌ ପରବର୍ତ୍ତୀ ଦୁନିଆ ଆଉ ପୂର୍ବ ଭଳି ରହିବନାହିଁ। ମହାମାରୀ ସାମାଜିକ ଅସମାନତାକୁ ଏଭଳି ପ୍ରାଞ୍ଜଳ ଭାବରେ ଅନାବୃତ କରିଛି ଯେ ପୁରୁଣା ରୂପରେ ଅର୍ଥନୀତିର ପୁନରୁଦ୍ଧାର କରିବା ନୈତିକତା ଦୃଷ୍ଟିରୁ ଗ୍ରହଣୀୟ ହେବନାହିଁ। ତେଣୁ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତି ପଛରେ ଦୌଡ଼ିବା ପରିବର୍ତ୍ତେ, ଲୋକାଭିମୁଖୀ ବିକାଶ ହିଁ ଆମର ଲକ୍ଷ ହେବା ଆବଶ୍ୟକ। କାରଣ, ବିକାଶର ଫଳକୁ ଉପଭୋଗ କରିବାର ଅଧିକାର ପ୍ରବାସୀ ଶ୍ରମିକର ମଧ୍ୟ ଅଛି।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର, ମୋ:୯୪୩୭୧୬୪୬୧୧
Email: saktiprasadd@yahoo.in


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଜି୭ର ମିଥ୍ୟା ପ୍ରତିଶ୍ରୁତି

ଜେମ୍ସ କେ.ଗଲବ୍ରେଥ୍‌ ନିକଟରେ ଏକ ନିବନ୍ଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ୟୁନାଇଟେଡ୍‌ ଷ୍ଟେଟ୍‌ସ ୍‌ଏଜେନ୍ସି ଫର୍‌ ଇଣ୍ଟର୍‌ନ୍ୟାଶନାଲ ଡେଭଲପ୍‌ମେଣ୍ଟର ନୂଆ ପ୍ରଶାସକ ସାମଂଥା ପାଓ୍ବାରଙ୍କ...

ବାକ୍‌ ସ୍ବାଧୀନତା ବନାମ ମିଥ୍ୟା ଖବର

ଅନିଲ କୁମାର ବିଶ୍ୱାଳ କୋଭିଡ୍‌ର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ, କୋଭିଡ୍‌ ସମ୍ବନ୍ଧିତ ଖବରଗୁଡ଼ିକୁ ଛାଡ଼ିଦେଲେ ଆଉ ଯେଉଁ ଅଳ୍ପ କେତୋଟି ପ୍ରସଙ୍ଗ ଦେଶର ଜନମାନସକୁ ବିଶେଷ...

ଅସଲ ଖୁସିର ମୁହୂର୍ତ୍ତ

ପ୍ରକାଶ ତ୍ରିପାଠୀ   ଚିତ୍ତେ ପ୍ରସନ୍ନେ ଭୁବନମ୍‌ ପ୍ରସନ୍ନମ୍‌,ଚିତ୍ତେ ବିଷଣ୍ଣେ ଭୁବନମ୍‌ ବିଷଣ୍ଣମ୍‌। ଅର୍ଥାତ୍‌ ଯଦି ଆମ ହୃଦୟ ପ୍ରସନ୍ନ ବା ଖୁସି ଅଛି, ତେବେ...

ଏଇ ଭାରତରେ

ପେସାରେ ଅଟୋଚାଳକ ହେଲେ ମଧ୍ୟ ହୃଦୟରେ ସେବାର ସ୍ଥାନ ବହୁ ଉଚ୍ଚରେ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଅକ୍ଷୟ ସଞ୍ଜୟ କୋଥଓ୍ବାଲେ। ପୁଣେରେ ରହନ୍ତି ଓ...

ଏଇ ଭାରତରେ

କୃଷି ଛାଡ଼ି ଚାକିରି କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ଏସ୍‌.ଶିବଗଣେଶ ଚାକିରି ଛାଡ଼ି ଚାଷରେ ଲାଗିଛନ୍ତି। ୨୦୦୬ରେ ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା...

ବାବୁଙ୍କ ଭୟ

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ଲଢ଼େଇ ଘଟଣା ଏବେ ବଢୁଛି ଓ ଅମଲାତନ୍ତ୍ରୀମାନେ ଏହା ମଧ୍ୟରେ ଫସୁଛନ୍ତି। ଏ ସମ୍ପର୍କରେ ଯେଉଁମାନେ ଅବଗତ ସେମାନେ...

ଜୀବନର ସାତରଙ୍ଗ

ରଞ୍ଜନ କୁମାର ଦାସ ଏବେ ଏସି ନ ଲଗେଇଲେ ରହିହଉନି। ଆମ ପିଲାଦିନେ କୋଉ ଏସି ଥିଲା? କୁଲର ବି ନ ଥିଲା। କଦବା କାହାଘରେ...

ଚେଇଁ ଶୋଇଥିବା ଲୋକ

ଶୁଭନାରାୟଣ ଶତପଥୀ କରୋନା ସଂକ୍ରମଣ ଦ୍ୱିତୀୟ ଲହର ଆରମ୍ଭ ସମୟ। ପ୍ରାରମ୍ଭରୁ ସବୁବେଳେ ସଚେତନ କରାଯାଉଥାଏ ଯେ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ତଥ୍ୟରେ ନିିବେଶ ଲୋଡ଼ା
Next Post Next post:
ଏଇ ଭାରତରେ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts