କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ଲଢ଼େଇ ଘଟଣା ଏବେ ବଢୁଛି ଓ ଅମଲାତନ୍ତ୍ରୀମାନେ ଏହା ମଧ୍ୟରେ ଫସୁଛନ୍ତି। ଏ ସମ୍ପର୍କରେ ଯେଉଁମାନେ ଅବଗତ ସେମାନେ କହନ୍ତି, ନିକଟରେ କେନ୍ଦ୍ର ଆଇଏଏସ୍ ଅଧିକାରୀମାନଙ୍କର ଏମ୍ପାନେଲ୍ମେଣ୍ଟ ପଲିସି ବା ନିଯୁକ୍ତି ପାଇଁ ତାଲିକା ପ୍ରସ୍ତୁତି ନୀତିିକୁ ସଂଶୋଧନ କରିବା ପରେ ଯୁବ ଅଧିତ୍କାରୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଯଦି କେନ୍ଦ୍ର ଓ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ମଧ୍ୟରେ ସହମତି ବା ବୁଝାମଣା ନ ହୁଏ, ତେବେ ସେମାନଙ୍କ କ୍ୟାରିୟର ବିପଦରେ ପଡ଼ିବ ବୋଲି ଆଶଙ୍କା କରୁଛନ୍ତି। ଏହି ସଂଶୋଧିତ ନୀତିରେ ଆଇଏଏସ୍ ଅଧିକାରୀମାନଙ୍କ ପାଇଁ ଭବିଷ୍ୟତରେ ଦିଲ୍ଲୀରେ ଯୁଗ୍ମ ସଚିବ ପଦବୀ ପାଇବା ଲାଗି ଯୋଗ୍ୟତାର ଆଧାର ଦର୍ଶାଯାଇଛି। ଏଥିପାଇଁ ନିଜ କ୍ୟାଡର୍ ରାଜ୍ୟରେ ଚାକିରିର ପ୍ରଥମ ୧୬ ବର୍ଷ ପୂରଣ କରିବା ପୂର୍ବରୁ ସେମାନଙ୍କ ଲାଗି ୨ ବର୍ଷର ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ର ପ୍ରତିନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ଓ ରାଜ୍ୟରେ ସମାନ ଦଳ ଶାସନରେ ରହିଲେ କିଛି ସମସ୍ୟା ଉପୁଜିବ ନାହିଁ। କିନ୍ତୁ ଯଦି ଉଭୟ କ୍ଷେତ୍ରରେ ତୀବ୍ର ରାଜନୈତିକ ଶତ୍ରୁତା ଆଚରଣ କରୁଥିବା ଦଳ କ୍ଷମତାରେ ରହନ୍ତି ତେବେ ସମସ୍ୟା ଦେଖାଦେବ,ଯାହା ଘଟିଛି ପଶ୍ଚିମବଙ୍ଗରେ। କହିବାକୁ ଗଲେ ଏଭଳି ରାଜନୈତିକ ବିବାଦରେ ବାବୁମାନେ ଫସିଯାଉଛନ୍ତି। ସଂଘୀୟ ବ୍ୟବସ୍ଥାର ଏହା ଏକ ଅନିବାର୍ଯ୍ୟ ବିଶେଷତା କି ନାହିଁ ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏବେ ବାବୁଙ୍କ ମନରେ ସୃଷ୍ଟି କରାଯାଇଥିତ୍ବା ଭୟ ଏମିତି କିଛି ନୁହେଁ ଯାହା ଏହି ସଙ୍କଟ ସମୟରେ ଉତ୍ତମ ପ୍ରଶାସନକୁ ସହାୟକ ହେବ।
ଆଇଏଫ୍ଏସ୍ଙ୍କ ବିଜୟ
ଲ୍ୟୁଟିୟନ୍ସ ଦିଲ୍ଲୀରେ ଯେ କେବଳ ଉପ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନୂଆ ଘର ପାଉଛନ୍ତି ତାହା ନୁହେଁ,ଅନ୍ୟମାନେ ବି ଏଠାରେ ଘର ପାଇବେ। ଯଦିଓ ଦିଲ୍ଲୀର କେନ୍ଦ୍ର ସ୍ଥଳରେ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରୋଜେକ୍ଟରେ ନ ଥାଇ ବି ବହିର୍ବ୍ୟାପାର ମନ୍ତ୍ରଣାଳୟର ଅଧକାରୀମାନେ କିମ୍ବା ଅତି କମ୍ରେ କିଛି ଭାଗ୍ୟଶାଳୀ ଅଧିତ୍କାରୀ ୨୦୨୩ ସୁଦ୍ଧା ବଢିଆ ନୂଆ ଘର ପାଇପାରନ୍ତି ବୋଲି କୁହାଯାଉଛି। ଉକ୍ତ ମନ୍ତ୍ରଣାଳୟ ୯୭ ଅତ୍ୟାଧୁନିକ ଘର ଗୋୟଲ ମାର୍କେଟ ଅଞ୍ଚଳରେ ନିର୍ମାଣ କରୁଛି। ବିଶେଷ କରି ସରକାରଙ୍କ ଦ୍ୱାରା ନିର୍ମିତ ଶସ୍ତା ଘରକୁ ନେଇ ଏହି ଅଞ୍ଚଳ ଜଣାଶୁଣା। କିନ୍ତୁ ଏହା ଏବେ ଆଧୁନିକ ବେଲ୍ ଏବଂ ହ୍ବିସିଲ ଥିବା ଉଚ୍ଚ କ୍ଷମାସମ୍ପନ୍ନ କୂଟନୈତିକ ପରିପୂର୍ଣ୍ଣ ଅଞ୍ଚଳ ହେବାକୁ ଯାଉଛି, ଯାହାଦ୍ୱାରା କ୍ଷମତାଶାଳୀ ଭାରତୀୟ ବିଦେଶ ସେବା (ଆଇଏଫ୍ଏସ୍) ଅଧିତ୍ତ୍କାରୀମାନେ ବିଦେଶରେ କାର୍ଯ୍ୟ କରୁଥିବା ସମୟରେ ଯେଭଳି ଜୀବନଶୈଳୀରେ ରହନ୍ତି ସେଭଳି ପରିବେଶ ଉପଭୋଗ କରିବେ। ସମ୍ଭବତଃ ମୋଦି ସରକାରଙ୍କର ଏହି ରେସିଡେନ୍ସିଆଲ ପ୍ରୋଜେକ୍ଟ ଏକ ବିଳମ୍ବିତ ଅଭିଯାନ। ଏହା ଆରମ୍ଭ କରି ସୂଚେଇ ଦେବାକୁ ଚାହାନ୍ତି ଯେ,ସରକାର ଭାରତୀୟ ବିଦେଶ ସେବାକୁ ଅଣଦେଖା କରନ୍ତି ନାହିଁ। ଏଇ ନିକଟରେ କିଛି ବର୍ଷ ହେବ ଆଇଏଏସ୍ କ୍ଲବ ଦଶନ୍ଧି ଦଶନ୍ଧି ଧରି ଉପଭୋଗ କରୁଥିତ୍ବା ବିଶିଷ୍ଟତାକୁ ଧୀରେ ଧୀରେ କମାଇବାକୁ ଅନ୍ୟ ସେବାଗୁଡ଼ିକ ଆଗକୁ ବଢ଼ିଛନ୍ତି ଓ ଆଇଏଫ୍ଏସ୍ ଏବେ ତା’ଭାଗ ପାଉଛି। ଦିଲ୍ଲୀରେ ଏକ ସରକାରୀ ଘର ପାଇବା ଓ ତା’ର ଅବସ୍ଥିତି ସମ୍ପର୍କରେ ଯେ କୌଣସି ସରକାରୀ ବାବୁ ତୁମକୁ କହିବେ। କିନ୍ତୁ ଏବେ ଆଇଏଫ୍ଏସ୍ ଘର ପାଇବା ଓ ତା’ର ଅବସ୍ଥିତିକୁ ନେଇ ଏକ କୂଟନୈତିକ ବିଜୟ ହାସଲ କରିଥିବା ଜଣାପଡ଼ୁଛି।
ଅଯଥା ହୋହଲ୍ଲା
କର୍ନାଟକ କୋଭିଡ୍ ମହାମାରୀ ସଙ୍କଟକୁ ସାମ୍ନା କରୁଥିବା ବେଳେ ଦୁଇ ମହିଳା ଆଇଏଏସ୍ ଅଧିତ୍କାରୀ ବିବାଦରେ ଲାଗିପଡ଼ିଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ଯେଉଁ ବିବାଦକୁ ସହଜରେ ଟାଳି ଦିଆଯାଇ ପାରିଥାଆନ୍ତା ତାକୁ ନେଇ ହୋହଲ୍ଲା ସୃଷ୍ଟି କରିଛନ୍ତି। ମହୀଶୂର କର୍ପୋରେଶନ କମିଶନର ଶିଳ୍ପା ନାଗ୍ ତାଙ୍କଠୁ ବରିଷ୍ଠ ତଥା ଜିିଲାର ଡେପୁଟି କମିଶନର ରୋହିଣୀ ସୁନ୍ଦରୀ ଦସାରିଙ୍କ ବିରୋଧରେ ଅଭିଯୋଗ ଆଣି ଆଇଏଏସ୍ରୁ ଇସ୍ତଫା ଦେଇଛନ୍ତି। ମହାମାରୀ ପରିଚାଳନା ପାଇଁ ତାଙ୍କ ଅଭିଯାନରେ ଦସାରି ହସ୍ତକ୍ଷେପ କରିଥିତ୍ବା ଅଭିଯୋଗ ଆଣିଛନ୍ତି ନାଗ୍। ନାଗ୍ଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ କି ଆଗକୁ କରାଯିବ ନାହିଁ ବୋଲି ରାଜ୍ୟ ସରକାର ଜଣାଇ ଦେଇଛନ୍ତି । କିନ୍ତୁ ସୂତ୍ରରୁ ଜଣାପଡିଛି ଯେ, ନାଗ୍ ତାଙ୍କ ସପକ୍ଷରେ ଅନେକଙ୍କୁ ଏକାଠି କରିପାରିଛନ୍ତି। ଏପରି କି ଅନ୍ୟ ସିଟି କର୍ପୋରେଟର୍ମାନେ ମଧ୍ୟ ଦସାରିଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରୁଛନ୍ତି। ଏହି ଅଭିଯୋଗକୁ ଦସାରି ଅସ୍ବୀକାର କରି କହିଛନ୍ତି ଯେ ସେ କେବଳ ତାଙ୍କ ଓ୍ବାର୍ଡରୁ ପ୍ରାପ୍ତ କାଭିଡ୍ର ବିରୋଧାମତ୍କ ବା ଅସଙ୍ଗତ ତଥ୍ୟ ସମ୍ପର୍କରେ ସ୍ପଷ୍ଟ କରିବାକୁ ନାଗ୍ଙ୍କୁ କହିଥିତ୍ଲେ। ସହରାଞ୍ଚଳରେ କୋଭିଡ୍ ପରିଚାଳନା ପାଇଁ ସିଏସ୍ଆର୍ ପାଣ୍ଠିକୁ ସୀମିତ ରଖିବା ବଦଳରେ ସାରା ଜିଲା ପାଇଁ ଏହାକୁ ଉପଯୋଗ କରିବାକୁ ଦସାରି ଜୋର୍ ଦେବା ଯୋଗୁ ଦୁଇ ବରିଷ୍ଠ ଆଇଏଏସ୍ ଅଧିତ୍କାରୀଙ୍କ ମଧ୍ୟରେ ଏହି ବିବାଦ ଉପୁଜିଛି ବୋଲିି ବିଶ୍ୱାସ କରାଯାଉଛି। ଏହି ସମୟରେ ବିବାଦକୁ ଶିଥିଳ କରିବା ପାଇଁ ରାଜ୍ୟ ସରକାର ଦୁଇ ଅଧିକାରୀଙ୍କୁ ବଦଳି କରିଛନ୍ତି। ଦସାରି ଏବେ ହିନ୍ଦୁ ରିଲିଜିୟସ ଆଣ୍ଡ୍ ଚାରିଟେବଲ ଏଣ୍ଡାଓମେଣ୍ଟସ୍ର ନୂଅ କମିଶନର ହେବେ ଓ ନାଗ୍ଙ୍କୁ ଗ୍ରମ୍ୟ ବିକାଶ ଓ ପଞ୍ଚାୟତିରାଜ ବିଭାଗରେ ଇ-ଗଭର୍ନାନସ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। କୁହାଯାଇପାରେ ଯେ,ଏହି ବିବାଦକୁ ଆରମ୍ଭରୁ ରୋକାଯାଇ ସମସ୍ୟାକୁ ସରକାରୀ ସ୍ତରରେ ବିନା ହୋହଲ୍ଲାରେ ସମାଧାନ କରାଯାଇପାରିଥଆନ୍ତା। କିନ୍ତୁ ତାହା ହୋଇପାରିଲା ନାହିଁ।
Email: dilipcherian@gmail.com
ବାପା ହେବା ପରେ, ବାପା ଯିବା ପରେ
ବିପିନ୍ ବିହାରୀ ମହାନ୍ତି ପୁଅର ସବୁବେଳେ ଗୋଟିଏ ଅଭିଯୋଗ, ବାପା ଆଜିକାଲି କାହିଁକି ବିଳମ୍ବରେ ଅଫିସରୁ ଫେରୁଛନ୍ତି। ଆଉ ଏହି ଅଭିଯୋଗ ସହିତ ବୋଉ ମଧ୍ୟ...
ଦୃଷ୍ଟିପଡ଼ୁ
କୋଭିଡ୍-୧୯ ମହାମାରୀ ଦେଶରେ ଅନେକ ପିଲାଙ୍କୁ ଅନାଥ କରିଛି। ଏହି ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ିବାରେ ଲାଗିଛି। ଜୁନ୍ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟଙ୍କୁ ଜାତୀୟ ଶିଶୁ...
ସମସ୍ୟା ସମାଧାନ କରାଯାଉ
ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ କରୋନା ମହାମାରୀଜନିତ ଲକ୍ଷଲକ୍ଷ ଲୋକ ଜୀବନ ଓ ଜୀବିକା ହରାଇବାର ଦୃଶ୍ୟରେ ବ୍ୟସ୍ତହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନ୍ଦି...
କରୋନା କାଳର ଆର୍ଥିକ ପରିଚାଳନା
ଡ. ଅମରେନ୍ଦ୍ର ଦାସ ବିଶ୍ୱକୁ କରୋନା କବଳିତ କରିବା ପୂର୍ବରୁ ଆମ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଫେବୃୟାରୀ ୧୮, ୨୦୨୦ରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ...
ବାବା ଓ ବିଜ୍ଞାନ
ଡ. ପ୍ରଫୁଲ୍ଲ କୁମାର ସାହୁ ସଭ୍ୟତା ଆରମ୍ଭରୁ କେତେ କେତେ ମହାମାରୀକୁ ପରାସ୍ତ କରି ବିଜ୍ଞାନ ଆଗକୁ ବଢିଛି, ଯା’ର ସାକ୍ଷୀ ହେଉଛି ଇତିହାସ। ବିଜ୍ଞାନର...
ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ
ଅମିତ ଶାହା ୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର...
ଏଇ ଭାରତରେ
କୋଭିଡ୍ ମହାମାରୀ ପରିଚାଳନାରେ ସରପଞ୍ଚମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। କିନ୍ତୁ ମହାରାଷ୍ଟ ସୋଲାପୁର ଜିଲାର ଅଟ୍ରୋଲି ଏବଂ ଘଟନେ ପଞ୍ଚାୟତର ଦୁଇ ଯୁବ ସରପଞ୍ଚଙ୍କ ମହାମାରୀ...
ଅସଲ ଖୁସିର ମୁହୂର୍ତ୍ତ
ପ୍ରକାଶ ତ୍ରିପାଠୀ ଚିତ୍ତେ ପ୍ରସନ୍ନେ ଭୁବନମ୍ ପ୍ରସନ୍ନମ୍,ଚିତ୍ତେ ବିଷଣ୍ଣେ ଭୁବନମ୍ ବିଷଣ୍ଣମ୍। ଅର୍ଥାତ୍ ଯଦି ଆମ ହୃଦୟ ପ୍ରସନ୍ନ ବା ଖୁସି ଅଛି, ତେବେ...


