କୋଭିଡ୍ ମହାମାରୀର ମୁକାବିଲା କରିବାକୁ ମହାରାଷ୍ଟ୍ରରେ ଶିକ୍ଷକମାନଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ଅହମ୍ମଦ ନଗରର ଅକୋଲେ ଗାଁରେ ଜିଲା ପରିଷଦ ଶିକ୍ଷକମାନେ କରୋନା ମୃତ୍ୟୁ ରୋକିବା ଲାଗି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କରୋନାର ଦ୍ୱିତୀୟ ଲହରରେ ଅକୋଲେ ଗାଁରେ ସେମାନେ ୨୫,୦୦୦ ଲୋକଙ୍କୁ ସବୁ ସୁବିଧା ଉପଲବ୍ଧ କରାଇ ପାରିଛନ୍ତି। ଏଠାରେ ଲୋକମାନେ ଚିକିତ୍ସା ସୁବିଧାରୁ ବଞ୍ଚତ୍ତ ରହନ୍ତି। ଏହି ବୃହତ୍ ଗାଁରେ ୩୦ ଶଯ୍ୟା ବିଶିଷ୍ଟ ମେଡିକାଲ ରହିଛି, ଯାହା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ନୁହେଁ। ଭଲ ଚିକିତ୍ସା ପାଇବାକୁ ହେଲେ ଗ୍ରାମବାସୀଙ୍କୁ ୭୦ କି.ମି ଦୂର ଚିକିତ୍ସାଳୟକୁ ଯିବାକୁ ପଡ଼େ। ଏଣୁ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ୩୩ ଲକ୍ଷ ଟଙ୍କା ବ୍ୟୟରେ ୬୦ଟି ଅକ୍ସିଜେନ ବେଡ୍ର ସୁବିଧା କରିଛନ୍ତି। ଅକୋଲେଠାରୁ ୨ କି.ମି ଦୂର ସୁଗାନୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ସୁବିଧା କରାଯାଇଛି। ଶିକ୍ଷକମାନେ ସବୁ କାର୍ଯ୍ୟ ପରିଚାଳନା କରିବାକୁ ଏକ ହ୍ବାଟ୍ସଆପ ଗ୍ରୁପ୍ ଖୋଲିଛନ୍ତି। ୧,୧୦୦ଟି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ପ୍ରତ୍ୟେକ ୧,୦୦୦ ଟଙ୍କା ଦେଇ ୧୧ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ୧୨ ଲକ୍ଷ ଟଙ୍କା ଦେଇଛନ୍ତି। ଏହାବାଦ୍ ଘରୋଇ ଅନୁଷ୍ଠାନ ଏବଂ ଲୋକମାନେ ଆଉ ୧୦ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି। ଏହି ଅଭିଯାନର ନେତୃତ୍ୱରେ ରହିଛନ୍ତି ପରଖତ୍ପୁର ଜିଲା ପରିଷଦ ସ୍କୁଲର ଶିକ୍ଷକ ରାଜେନ୍ଦ୍ର ସଦଗିର୍।
ପ୍ରବାସୀ ଶ୍ରମିକ ବିକାଶକୁ ଉପଭୋଗ କରୁଛି ତ
ଇଂ. ଶକ୍ତି ପ୍ରସାଦ ଦାସ ନବେ ଦଶକରୁ ଅର୍ଥନୀତିର ଜଗତୀକରଣ ଓ ଉଦାରୀକରଣକୁ ବିଶ୍ୱର ଅଧିକାଂଶ ଦେଶ ଆପଣାଇଛନ୍ତି । କୋଭିଡ୍ ମହାମାରୀର ପ୍ରଭାବ ଏହାର...
କରୋନା ମୃତ୍ୟୁ
ଗୌରାଙ୍ଗ ଚରଣ ପରିଡ଼ା କରୋନା ମହାମାରୀରେ ମୃତ୍ୟୁସଂଖ୍ୟାକୁ ନେଇ ଏବେ ସବୁଠି ବେଶ ଚର୍ଚ୍ଚା। ଏ ସଂଖ୍ୟା ନେଇ ସରକାରୀ ହିସାବ ଠିକ୍ ନୁହେଁ...
ଏଇ ଭାରତରେ
ଅଭାବ ସମୟରେ ବସ୍ତିବାସିନ୍ଦା, ଦିନମଜୁରିଆ, ଟ୍ୟାକ୍ସିଚାଳକ ଏବଂ ଗୃହହୀନମାନେ ଦିନକର ରୋଜଗାର ବନ୍ଦ କରିବାକୁ ଚାହଁୁ ନ ଥିବାରୁ କୋଭିଡ୍ ଟିକାକରଣରେ ବେଶି ସାମିଲ ହୋଇପାରୁ...
ସୁଧାର ଆଧାର ସଙ୍ଗୀତ ସୁଧାକର
ପ୍ରଫୁଲ୍ଲ କର ପ୍ରାଣହୀନ ସଙ୍ଗୀତ ବୃକ୍ଷହୀନ ଟାଙ୍ଗରା ଭୂଇଁ ପରି। ପ୍ରାଣ ନ ଥିବା ସଙ୍ଗୀତ ପାଗଳର ପ୍ରଳାପ ପରି ବୋଧହୁଏ। ତେବେ ସଙ୍ଗୀତ ସୁଧାକର...
କରୋନା ଓ ହ୍ବାଇଟ୍ ଫଙ୍ଗସ୍
ନାରାୟଣ ଚନ୍ଦ୍ର ବିଶ୍ୱାଳ କୋଭିଡ୍ ମହାମାରୀ ସମୟରେ ଏହା ପାଟି ଓ ନାକ ରୋଗର ମୁଖଶାଳା ହୋଇଥିବାରୁ ଏହାର ବିଶେଷ ଧ୍ୟାନ ରଖିବା ନିତାନ୍ତ ଜରୁରୀ।...
କରୋନା କାଳର ଆର୍ଥିକ ପରିଚାଳନା
ଡ. ଅମରେନ୍ଦ୍ର ଦାସ ବିଶ୍ୱକୁ କରୋନା କବଳିତ କରିବା ପୂର୍ବରୁ ଆମ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଫେବୃୟାରୀ ୧୮, ୨୦୨୦ରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ...
ଅସଲ ଖୁସିର ମୁହୂର୍ତ୍ତ
ପ୍ରକାଶ ତ୍ରିପାଠୀ ଚିତ୍ତେ ପ୍ରସନ୍ନେ ଭୁବନମ୍ ପ୍ରସନ୍ନମ୍,ଚିତ୍ତେ ବିଷଣ୍ଣେ ଭୁବନମ୍ ବିଷଣ୍ଣମ୍। ଅର୍ଥାତ୍ ଯଦି ଆମ ହୃଦୟ ପ୍ରସନ୍ନ ବା ଖୁସି ଅଛି, ତେବେ...
ଘୋର ଅବ୍ୟବସ୍ଥା
ଦେଶର ଅର୍ଥବ୍ୟବସ୍ଥା ତଳକୁ ଖସୁଥିତ୍ବାବେଳେ ଟିକସ ସଂଗ୍ରହ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହୋଇଛି। ଏତିକିବେଳେ ଅଧିତ୍କ ଟିକସ ପାଇବାର ଆଶା କରି ସରକାର ନିଜେ...


