ନୂଆଦିଲ୍ଲୀ, ୪ା୬(ପି.ଟି.)-ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ ୧୯୦ ଜଣିଆ ଦଳ ପଠାଇବ ବୋଲି ଆଶା କରାଯାଉଛି। ତନ୍ମଧ୍ୟରେ ୧୦୦ ଜଣ ଆଥ୍ଲେଟ ଅନ୍ତର୍ଭୁକ୍ତ। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଦେଶର ଅଂଶଗ୍ରହଣକାରୀଙ୍କ ଲାଗି ଅଫିସିଆଲ କିଟ୍ ଉନ୍ମୋଚନ ଅବସରରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଏହି ସୂଚନା ଦେଇଛନ୍ତି। ଟୋକିଓ ଗେମ୍ସ ପାଇଁ ୫୬ ପୁରୁଷ ଓ ୪୪ ମହିଳା ସମେତ ୧୦୦ ଆଥ୍ଲେଟ ଇତିମଧ୍ୟରେ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଜୁଲାଇ ୨୩ରୁ ଆରମ୍ଭ ହେବାକୁଥିବା ଅଲିମ୍ପିକ୍ସ ପାଇଁ ଆହୁରି ୨୫ରୁ ୩୦ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଇଓଏ ଆଶା କରୁଛି। ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଯୋଗ୍ୟତା ହାସଲ ପ୍ରକ୍ରିୟା ଶେଷ ହୋଇଯିବ। ସେତେବେଳକୁ ଯୋଗ୍ୟତା ହାସଲ କରିଥିବା ଆଥ୍ଲେଟମାନଙ୍କ ସଂଖ୍ୟା ୧୨୫ରୁ ୧୩୫ ପହଞ୍ଚତ୍ୟାଇଥିବ। ଗେମ୍ସର ୫୦ ଦିନ ପୂର୍ବରୁ ଅନ୍ଲାଇନ୍ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବାତ୍ରା ଏକଥା କହିଛନ୍ତି। ଅଫିସିଆଲଙ୍କ ସଂଖ୍ୟା ମୋଟ ଆଥ୍ଲେଟଙ୍କ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହେବ ନାହିଁ। ମନ୍ତ୍ରଣାଳୟ ଅତିରିକ୍ତ ଅଫିସିଆଲଙ୍କୁ ଅନୁମତି ଦେଇପାରେ, ହେଲେ ଏ ବାବଦରେ ଖର୍ଚ୍ଚ ସରକାର ବହନ କରିବେ ନାହିଁ। ବାତ୍ରା ଦୋହରାଇ କରି କହିଛନ୍ତି ଟୋକିଓରେ ଭାରତର ପଦକ ସଂଖ୍ୟା ଏଥର ଦୁଇଅଙ୍କ ସ୍ପର୍ଶ କରିପାରେ। ଭାରତ ଏ ପର୍ଯ୍ୟନ୍ତ ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ଶ୍ରେଷ୍ଠ ପ୍ରଦର୍ଶନ କରି ୬ଟି ପଦକ ହାସଲ କରିଥିଲା। ତନ୍ମଧ୍ୟରେ ଦୁଇ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। ଆଇଓଏ ମୁଖ୍ୟ କହିଛନ୍ତି ନିକଟରେ କରୋନା ସଂକ୍ରମିତ ହୋଇଥିବା କେତେଜଣଙ୍କୁ ଛାଡ଼ିଦେଲେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିପାରିଥିବା ଅନ୍ୟ ସମସ୍ତ ଆଥଲେଟ୍ ଇତିମଧ୍ୟରେ ପ୍ରଥମ ଡୋଜ୍ କରୋନା ଟିକା ନେଇ ସାରିଛନ୍ତି। ଟୋକିଓ ଗସ୍ତ ପୂର୍ବରୁ ସମସ୍ତ ଭାରତୀୟ ଆଥ୍ଲେଟମାନେ ଯେପରି କରୋନା ଟିକା ନେଇପାରିବେ ତାହା ବ୍ୟବସ୍ଥା କରିବା ଲାଗି ସେ ରିଜିଜୁଙ୍କୁ ଅନୁରୋଧ କରିଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକ୍ସ ପାଇଁ ଦେଶର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ। ସମଗ୍ର ଦେଶ ଅଂଶଗ୍ରହଣକାରୀ ଆଥ୍ଲେଟମାନଙ୍କ ପଛରେ ରହିଥିବା କହିଛନ୍ତି। ଲି’ ନିଙ୍ଗ୍ ଅଫିସିଆଲ କିଟ୍ର ପ୍ରାୟୋଜକ ହୋଇଥିବାବେଳେ ରେମଣ୍ଡ୍ସ ଅଫିସିଆଲ ସେରିମୋନିଆଲ କିଟ୍ ପ୍ରାୟୋଜକ ରହିଛି। ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କହିଛନ୍ତି ପ୍ରତ୍ୟେକ ଆଥ୍ଲେଟଙ୍କୁ ୪ ସେଟ୍ ଅଫିସିଆଲ କିଟ୍ ଦିଆଯିବ। ଏହାଛଡ଼ା କାଳେ ଆବଶ୍ୟକ ପଡ଼ିବ ସେଥିଲାଗି ଅତିରିକ୍ତ ୧୦୦ରୁ ଊର୍ଦ୍ଧ୍ୱ କିଟ୍ ରଖାଯାଇଛି। ଟୋକିଓ ଗସ୍ତ ପୂର୍ବରୁ ସମସ୍ତ ଆଥ୍ଲେଟଙ୍କର ଡବଲ ଟେଷ୍ଟ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଅଲିମ୍ପିକ୍ସରେ ଭାଗ ନେବାକୁଥିବା ୬ ଆଥ୍ଲେଟ ଉପସ୍ଥିତ ଥିଲେ। ସେମାନେ ହେଲେ ନୀରଜ ଚୋପ୍ରା, ବଜରଙ୍ଗ ପୁନିଆ, ରବି ଡାହିୟା, ଦୀପକ ପୁନିଆ, ସୁମିତ ମଲିକ ଓ ସୀମା ବିସ୍ଲା। ଭାରତୀୟ ଦଳର ଚିଫ୍ ଡି’ ମିଶନ ବି.ପି. ବୈଶ୍ୟ ଓ ତାଙ୍କ ଡେପୁଟି ପ୍ରେମ୍ଚନ୍ଦ ବର୍ମା ମଧ୍ୟ ଉପସ୍ଥିତ ଥିଲେ।
ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମୁକାବିଲା: ବର୍ଷା ଯୋଗୁ ହେବ ନାହିଁ ପ୍ରଥମ ଅଧିବେଶନର ଖେଳ
ସାଉଥାମ୍ପଟନ,୧୮।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ର ପ୍ରଥମ ଅଧିବେଶନରେ କୌଣସି ଖେଳ ହେବନାହିଁ।...
ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ ଜେଡେନ ସିଲ୍ସ
ଗ୍ରସ୍ ଆଇଲେଟ୍ (ସେଣ୍ଟ ଲୁସିଆ), ୬ା୬(ପି.ଟି.)-ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ୧୭ ଜଣିଆ...
ୟୁରୋକପ୍ ଫୁଟ୍ବଲ: ଆତ୍ମଘାତୀ ଗୋଲ, ଫ୍ରାନ୍ସଠାରୁ ହାରିଲା ଜର୍ମାନୀ
ମ୍ୟୁନିକ୍,୧୭।୬: ୟୁରୋକପ୍ ଫୁଟ୍ବଲରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ...
କୋଭିଡ୍-୧୯ : ଭାରତ ପାଇଁ ପାଣ୍ଠି ଯୋଗାଡ଼ କରିବେ ଅଷ୍ଟ୍ରେଲୀୟ କ୍ରିକେଟର
ସିଡ୍ନୀ,୩।୬(ପି.ଟି.): କୋଭିଡ୍- ୧୯ ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ପ୍ୟାଟ୍ କୁମିନ୍ସଙ୍କ ସମେତ କେତେଜଣ ଅଷ୍ଟ୍ରେଲୀୟ କ୍ରିକେଟର ପାଣ୍ଠି ଯୋଗାଡ଼ କରିବାକୁ ପ୍ରୟାସ...
କୋପା ଆମେରିକା ମ୍ୟାଚ୍ ପରିଚାଳନା କରିବେ ସ୍ପାନିଶ୍ ରେଫରି
କୁଇଆବା(ବ୍ରାଜିଲ),୧୭।୬: ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଏକ ସ୍ପାନିଶ୍ ରେଫରିଂ କ୍ରିୟୁ ମ୍ୟାଚ୍ ପରିଚାଳନା କରିବେ। ଏ ନେଇ ୟୁରୋପ ଓ ଦକ୍ଷିଣ ଆମେରିକା...
ୟୁରୋକପ୍ ଫୁଟ୍ବଲ: ବେଲ୍ଜିୟମର ହ୍ୟାଟ୍ରିକ ବିଜୟ
ସେଣ୍ଟ ପିଟର୍ସବର୍ଗ,୨୩।୬: ୟୁରୋକପ୍ରେ ବେଲ୍ଜିୟମ ତା’ର ଆଧିପତ୍ୟ ବଜାୟ ରଖିଛି। ଗ୍ରୁପ୍ ବି’ରେ ବେଲ୍ଜିୟମ ସବୁ ୩ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇ ହ୍ୟାଟ୍ରିକ ଅର୍ଜନ...
ଟୋକିଓ ଅଲିମ୍ପିକ୍ସ: କିମ୍ସ ପ୍ରଫେସର ସୁଦୀପ ଭାରତୀୟ ପୁରୁଷ ହକି ଦଳର ଡାକ୍ତର
ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- କିମ୍ସ ପ୍ରଫେସର ଡକ୍ଟର ସୁଦୀପ ଶତପଥୀ (ଫିଜିଓଲୋଜି ଆଣ୍ଡ ସ୍ପୋଟର୍ସ ମେଡିସିନ୍) ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳର...
ଅଲିମ୍ପିକ୍ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା
ନୂଆଦିଲ୍ଲୀ,୨୦।୬: ଅଲିମ୍ପିକ୍ ଯୋଗ୍ୟତାଧାରୀ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ଦାନ କରିବ।...


