ନୂଆଦିଲ୍ଲୀ, ୪ା୬(ପି.ଟି.)-ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ ୧୯୦ ଜଣିଆ ଦଳ ପଠାଇବ ବୋଲି ଆଶା କରାଯାଉଛି। ତନ୍ମଧ୍ୟରେ ୧୦୦ ଜଣ ଆଥ୍ଲେଟ ଅନ୍ତର୍ଭୁକ୍ତ। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଦେଶର ଅଂଶଗ୍ରହଣକାରୀଙ୍କ ଲାଗି ଅଫିସିଆଲ କିଟ୍ ଉନ୍ମୋଚନ ଅବସରରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଏହି ସୂଚନା ଦେଇଛନ୍ତି। ଟୋକିଓ ଗେମ୍ସ ପାଇଁ ୫୬ ପୁରୁଷ ଓ ୪୪ ମହିଳା ସମେତ ୧୦୦ ଆଥ୍ଲେଟ ଇତିମଧ୍ୟରେ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଜୁଲାଇ ୨୩ରୁ ଆରମ୍ଭ ହେବାକୁଥିବା ଅଲିମ୍ପିକ୍ସ ପାଇଁ ଆହୁରି ୨୫ରୁ ୩୦ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଇଓଏ ଆଶା କରୁଛି। ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଯୋଗ୍ୟତା ହାସଲ ପ୍ରକ୍ରିୟା ଶେଷ ହୋଇଯିବ। ସେତେବେଳକୁ ଯୋଗ୍ୟତା ହାସଲ କରିଥିବା ଆଥ୍ଲେଟମାନଙ୍କ ସଂଖ୍ୟା ୧୨୫ରୁ ୧୩୫ ପହଞ୍ଚତ୍ୟାଇଥିବ। ଗେମ୍ସର ୫୦ ଦିନ ପୂର୍ବରୁ ଅନ୍ଲାଇନ୍ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବାତ୍ରା ଏକଥା କହିଛନ୍ତି। ଅଫିସିଆଲଙ୍କ ସଂଖ୍ୟା ମୋଟ ଆଥ୍ଲେଟଙ୍କ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହେବ ନାହିଁ। ମନ୍ତ୍ରଣାଳୟ ଅତିରିକ୍ତ ଅଫିସିଆଲଙ୍କୁ ଅନୁମତି ଦେଇପାରେ, ହେଲେ ଏ ବାବଦରେ ଖର୍ଚ୍ଚ ସରକାର ବହନ କରିବେ ନାହିଁ। ବାତ୍ରା ଦୋହରାଇ କରି କହିଛନ୍ତି ଟୋକିଓରେ ଭାରତର ପଦକ ସଂଖ୍ୟା ଏଥର ଦୁଇଅଙ୍କ ସ୍ପର୍ଶ କରିପାରେ। ଭାରତ ଏ ପର୍ଯ୍ୟନ୍ତ ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ଶ୍ରେଷ୍ଠ ପ୍ରଦର୍ଶନ କରି ୬ଟି ପଦକ ହାସଲ କରିଥିଲା। ତନ୍ମଧ୍ୟରେ ଦୁଇ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। ଆଇଓଏ ମୁଖ୍ୟ କହିଛନ୍ତି ନିକଟରେ କରୋନା ସଂକ୍ରମିତ ହୋଇଥିବା କେତେଜଣଙ୍କୁ ଛାଡ଼ିଦେଲେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିପାରିଥିବା ଅନ୍ୟ ସମସ୍ତ ଆଥଲେଟ୍ ଇତିମଧ୍ୟରେ ପ୍ରଥମ ଡୋଜ୍ କରୋନା ଟିକା ନେଇ ସାରିଛନ୍ତି। ଟୋକିଓ ଗସ୍ତ ପୂର୍ବରୁ ସମସ୍ତ ଭାରତୀୟ ଆଥ୍ଲେଟମାନେ ଯେପରି କରୋନା ଟିକା ନେଇପାରିବେ ତାହା ବ୍ୟବସ୍ଥା କରିବା ଲାଗି ସେ ରିଜିଜୁଙ୍କୁ ଅନୁରୋଧ କରିଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକ୍ସ ପାଇଁ ଦେଶର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ। ସମଗ୍ର ଦେଶ ଅଂଶଗ୍ରହଣକାରୀ ଆଥ୍ଲେଟମାନଙ୍କ ପଛରେ ରହିଥିବା କହିଛନ୍ତି। ଲି’ ନିଙ୍ଗ୍ ଅଫିସିଆଲ କିଟ୍ର ପ୍ରାୟୋଜକ ହୋଇଥିବାବେଳେ ରେମଣ୍ଡ୍ସ ଅଫିସିଆଲ ସେରିମୋନିଆଲ କିଟ୍ ପ୍ରାୟୋଜକ ରହିଛି। ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କହିଛନ୍ତି ପ୍ରତ୍ୟେକ ଆଥ୍ଲେଟଙ୍କୁ ୪ ସେଟ୍ ଅଫିସିଆଲ କିଟ୍ ଦିଆଯିବ। ଏହାଛଡ଼ା କାଳେ ଆବଶ୍ୟକ ପଡ଼ିବ ସେଥିଲାଗି ଅତିରିକ୍ତ ୧୦୦ରୁ ଊର୍ଦ୍ଧ୍ୱ କିଟ୍ ରଖାଯାଇଛି। ଟୋକିଓ ଗସ୍ତ ପୂର୍ବରୁ ସମସ୍ତ ଆଥ୍ଲେଟଙ୍କର ଡବଲ ଟେଷ୍ଟ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଅଲିମ୍ପିକ୍ସରେ ଭାଗ ନେବାକୁଥିବା ୬ ଆଥ୍ଲେଟ ଉପସ୍ଥିତ ଥିଲେ। ସେମାନେ ହେଲେ ନୀରଜ ଚୋପ୍ରା, ବଜରଙ୍ଗ ପୁନିଆ, ରବି ଡାହିୟା, ଦୀପକ ପୁନିଆ, ସୁମିତ ମଲିକ ଓ ସୀମା ବିସ୍ଲା। ଭାରତୀୟ ଦଳର ଚିଫ୍ ଡି’ ମିଶନ ବି.ପି. ବୈଶ୍ୟ ଓ ତାଙ୍କ ଡେପୁଟି ପ୍ରେମ୍ଚନ୍ଦ ବର୍ମା ମଧ୍ୟ ଉପସ୍ଥିତ ଥିଲେ।
ଭୋ’ ଭୋ’ ହୋଇ କାନ୍ଦିଲେ ସୁଶୀଲ କୁମାର
ନୂଆଦିଲ୍ଲୀ,୪।୬: ଅଲିମ୍ପିଆନ ସୁଶୀଲ କୁମାର ଜେଲ୍ରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ଦୁଇ ଦିନ ହେବ ମାଣ୍ଡୋଲି ଜେଲକୁ ଆସିଥିବା ସୁଶୀଲଙ୍କୁ ଜେଲ ପ୍ରଶାସନ ତାଙ୍କ ପରିବାର...
କୋପା ଆମେରିକା ଫୁଟ୍ବଲ: ବ୍ରାଜିଲ ଦଳରେ ନେମାର, ସିଲ୍ଭା ସାମିଲ
ସାଓ ପାଉଲୋ,୧୧।୬(ଏପି): କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ବ୍ରାଜିଲ ଏକ ୨୪ ଜଣିଆ ଦଳ ଘୋଷଣା କରିଛି। ତାରକା ଷ୍ଟ୍ରାଇକର...
କେବେ ଅନ୍ତର୍ଜାତୀୟ କ୍ରିକେଟ୍କୁ କହିବେ ବାଏ ବାଏ; ଅଶ୍ୱିନଙ୍କ କଲେ ଖୁଲାସା
ସାଉଥମ୍ପଟନ,୨୦।୬: ଭାରତର ଭେଟେରାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବେ ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଡବ୍ଲୁଟିସି ଫାଇନାଲ ଖେଳୁଛନ୍ତି। ଏହି ସମୟରେ ସେ ନିଜ ସନ୍ୟାସ...
୨୦୧୧ ବିଶ୍ୱକପ୍ ହିରୋଙ୍କ ସନ୍ୟାସ
ଡବଲିନ,୧୮ା୬: ଭାରତରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍ର ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଆୟର୍ଲାଣ୍ଡ ଆଗରେ ୩୨୮ ରନ୍ର ବିଶାଳ ଟାର୍ଗେଟ ଛିଡ଼ା କରିଥିଲା ଇଂଲଣ୍ଡ। ବଡ଼...
ଏମିତି ଛକା ମାରିଲେ କ୍ରିକେଟର୍, ନିଜର ହେଲା କ୍ଷତି
କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ଛକା ମାରିଲେ ବଲ ସୀମା ବାହାରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ପଡିବା ନୂଆକଥା ନୁହେଁ। କ୍ରିକେଟରେ ଏପରି ଅନେକ ଉଦାହରଣ...
ଦେଶର ଶ୍ରେଷ୍ଠ ଆଥଲେଟିକ୍ ଏକାଡେମୀ ମଧ୍ୟରେ କିଟ୍
ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ...
ଜାଡେଜାଙ୍କ ପାଇଁ ଖୁସି ଖବର
ଦୁବାଇ,୨୩।୬: ଭାରତୀୟ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ବୁଧବାର ମିଳିଛି ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର ମାନ୍ୟତା। ପୂର୍ବରୁ ଏହି ତାଲିକାରେ ଶୀର୍ଷରେ ଥିଲେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ...
ଦିୟା-ସ୍ବସ୍ତିକା ରନର୍ସଅପ୍
ନୂଆଦିଲ୍ଲୀ, ୧ା୬ (ପି.ଟି.)- ଟ୍ୟୁନିସିଆର ଟୁନିସ୍ଠାରେ ଚାଲିଥିବା ଡବ୍ଲ୍ୟୁଟିଟି ୟୁଥ୍ ଷ୍ଟାର କଣ୍ଟେଣ୍ଡର ଟେବୁଲ ଟେନିସ ଟୁର୍ନାମେଣ୍ଟରେ ଭାରତର ଯୁବ ଟେବୁଲ ଟେନିସ ଖେଳାଳି ଦିୟା...


