ଚଣ୍ଡିଗଡ଼,୪।୬: ହରିଆଣାରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪ ନୂଆ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧ହଜାରରୁ ଊର୍ଦ୍ଧ୍ୱ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇସାରିଲେଣି। ସୂଚନା ମୁତାବକ ମେ’ ୭ରେ ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ୨୭ଦିନ ମଧ୍ୟରେ ୧ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ ହୋଇସାରିଲେଣି। ସେଥିରୁ ୫୦୦ରୋଗୀ ମାତ୍ର ୧୧ ଦିନରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ହରିଆଣାରେ ଏପର୍ଯ୍ୟନ୍ତ ମୋଟ ୧୦୨୫ ବ୍ଲାକ୍ ଫଙ୍ଗସ୍ ରେଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୩୮ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ୭୮୪ଜଣଙ୍କ ଚିକିତ୍ସା ଚାଲିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି। ଅନ୍ୟପଟେ ରାଜ୍ୟରେ ଇଞ୍ଜେକ୍ସନ ଅଭାବରୁ ରୋଗୀଙ୍କ ଚିକିତ୍ସା କରାଯାଇ ପାରୁନାହିଁ ବୋଲି ଗୃହମନ୍ତ୍ରୀ ଅନୀଲ ବିଜ କହିଛନ୍ତି। ତେବେ ଏନେଇ ସେ କେନ୍ଦ୍ରକୁ ଅବଗତ କରାଇଛନ୍ତି। ଖୁବ୍ଶୀଘ୍ର ରାଜ୍ୟରେ ଇଞ୍ଜେକ୍ସନ ଉପଲବ୍ଧ କରାଇ ରୋଗୀଙ୍କ ଚିକିତ୍ସାକୁ ତ୍ୱରାନ୍ବିତ କରାଯିବ ବୋଲି ଅନୀଲ ବିଜ କହିଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
କରୋନା ମୃତକଙ୍କ ପରିବାରକୁ ଦେଇ ହେବନି ୪ ଲକ୍ଷ ସହାୟତା: ସତ୍ୟପାଠ ଦାଖଲ କଲେ ମୋଦି ସରକାର…
ନୂଆଦିଲ୍ଲୀ,୨୦।୬: କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଦେଇ ହେବନି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ...
ଆତଙ୍କବାଦୀଙ୍କ ୯ ଗୁଳି ବାଜିବା ପରେ ମୃତ୍ୟୁ ସହ ସଂଗ୍ରାମରେ ବିଜେତା ହୋଇଥିଲେ ଚେତନ ଚିତା; ଏବେ କୋଭିଡ୍ ସହ ଲଢ଼ୁଛନ୍ତି ଯୁଦ୍ଧ
ନୂଆଦିଲ୍ଲୀ,୩।୬: ସାହସିକତାର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ କିର୍ତ୍ତୀ ଚକ୍ରରେ ପୁରସ୍କୃତ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍) କମାଣ୍ଡାଣ୍ଟ ଚେତନ ଚିତାଙ୍କ ସ୍ବାସ୍ଥାବସ୍ଥା ଗୁରୁତର ରହିଛି।...
କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ
ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍ଆଇଏଲ୍)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ...
୩୦ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ କାମ ଆରମ୍ଭ
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସ ଜରିଆରେ ରାଜ୍ୟର ଆଉ ୭ଟି ଜିଲାରେ ଲିକ୍ୟୁଡ୍ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ...
ଖୁସି ଖବର: ଆଜି ୩୦୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୨୯୧୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୯୩,୫୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...
ଦିଲ୍ଲୀରେ ଡ୍ୟାମେଜ୍ କଣ୍ଟ୍ରୋଲ୍
ନୂଆଦିଲ୍ଲୀ,୧୧ା୬:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି। ସେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବା କାର୍ଯ୍ୟକ୍ରମ...
ଟିକାକରଣ: ରାଶନ କାର୍ଡ ପରିଚୟ ପତ୍ର ହୋଇପାରିବ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ଏଣିକି ରାଶନ କାର୍ଡକୁ ମଧ୍ୟ ଟିକାକରଣବେଳେ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ। ଟିକାକରଣ ପାଇଁ କୋଓ୍ବିନ ପୋର୍ଟାଲରେ ୭ ପ୍ରକାରର ପରିଚୟ...
ଅନୁପ ପାଣ୍ଡେ ନୂଆ ଇସି
ନୂଆଦିଲ୍ଲୀ, ୧୦।୬(ପି.ଟି.): ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନ (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ...


