ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ସଚିନ ୱାର୍ନ ୧୪ ବର୍ଷ ପୂର୍ବେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ। କିନ୍ତୁ ଆଜି ମଧ୍ୟ ତାଙ୍କର ‘ବଲ ଅଫ ଦି ସେଞ୍ଚୁରୀ’ ବିଷୟରେ ଚର୍ଚ୍ଚା ହେଉଛି। ଟେଷ୍ଟ କ୍ରିକେଟରେ ୭୦୦ରୁ ଅଧିକ ଉଇକେଟ ନେଇଥିବା ଓ୍ବାର୍ନ ଏକମାତ୍ର ଲେଗ ସ୍ପିନର। ୨୮ ବର୍ଷ ପୂର୍ବେ ଆଜି, ମଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ଆଶେସ ସିରିଜର ଏକ ଟେଷ୍ଟ ମ୍ୟାଚରେ ଓ୍ବାର୍ନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମାଇକ ଗାଟିଙ୍ଗଙ୍କୁ ବୋଲ୍ଡ୍ଡ କରିଥିଲେ। ୯୦ ଡିଗ୍ରୀ ଟର୍ନ ନେଇ ଏହି ବଲ ଗାଟିଙ୍ଗଙ୍କ ଅଫ ଷ୍ଟମ୍ପକୁ ଉପାଡି ଦେଇଥିଲା।
ଇଂଲଣ୍ଡ ଗସ୍ତରେ ଆଶେସ ସିରିଜର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୮୯ ରନରେ ଅଲଆଉଟ ହୋଇଥିଲା। ଏହାର ଜବାବରେ ଓପନର୍ ଗ୍ରାହାମ ଗୁଚ ଏବଂ ମାଇକ ଆର୍ଥନ ଇଂଲଣ୍ଡ ପକ୍ଷରୁ ପ୍ରଥମ ଉଇକେଟ ପାଇଁ ୭୧ ରନ ଯୋଡିଥିଲେ। ପରେ ଆର୍ଥନ ଆଉଟ ହୋଇଥିଲେ। ତାଙ୍କ ପରେ ମାଇକ ଗାଟିଙ୍ଗ ବ୍ୟାଟିଂ କରିବାକୁ ଆସିଥିଲେ। ଅଷ୍ଟ୍ରେଲୀୟ ଅଧିନାୟକ ଆଲାନ ବର୍ଡର ବଲ ଓ୍ବାନର୍ର୍ଙ୍କୁ ଦେଇଥିଲେ। ମ୍ୟାଚରେ ଓ୍ବାର୍ନଙ୍କ ଏହା ପ୍ରଥମ ଓଭର ଥିଲା। ଗାଟିଙ୍ଗ ୪ ରନ୍ରେ ଖେଳୁଥିଲା। ଓ୍ବାର୍ନ ଏକ ଫ୍ଲାଇଟେଡ୍ ବଲ ବୋଲିଂ କରିଥିଲେ। ଯାହା ଲେଗ୍ ଷ୍ଟମ୍ପ ବାହାରେ ପଡିଗଲା। ସମସ୍ତେ ଭାବୁଥିଲେ ଯେ, ବଲ ଲେଗ୍ ଷ୍ଟମ୍ପ ବାହାରେ ଚାଲିଯିବ । କିନ୍ତୁ ଯାହା ଘଟିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବଲ ଗାଟିଙ୍ଗଙ୍କ ଅଫ ଷ୍ଟମ୍ପରେ ବାଜିଥିଲା। ପରେ ଏହି ବଲ୍କୁୁ ଶତାବ୍ଦୀର ସର୍ବଶ୍ରେଷ୍ଠ ବଲ ଆଖ୍ୟା ଦିଆଯାଇଥିଲ। ଗେଟିଂ ସେଠାରେ କିଛି ସମୟ ଛିଡା ହେଲା। କ’ଣ ଘଟିଛି ୱାର୍ନ ମଧ୍ୟ କିଛି ବୁଝିପାରି ନଥିଲେ। କିନ୍ତୁ, ସେତେବେଳକୁ ୱାର୍ଣ୍ଣ ଇତିହାସ ସୃଷ୍ଟି କରି ସାରିଥିଲେ। ୱାର୍ନ କହିଥିଲେ ଯେ ସେ କେବେ ଭାବି ନଥିଲେ ଯେ ସେ ମଧ୍ୟ ଏପରି ବଲ ଫିଙ୍ଗି ପାରିବେ। ୱାର୍ନ ମଧ୍ୟ ‘ବଲ ଅଫ ଦି ସେଞ୍ଚୁରୀ’କୁ ତାଙ୍କ ଜୀବନର ସବୁଠାରୁ ବିଶେଷ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।
ଏମିତି ଫଟୋ ଛାଡିଲେ ଜାଡେଜା: ପ୍ରଶଂସକ କଲେ ସନ୍ଦେହ
ଲଣ୍ଡନ,୮।୬: ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଇଂଲଣ୍ଡର ଟିମ ଇଣ୍ଡିଆ ସହିତ ଅଛନ୍ତି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ (ଡବ୍ଲୁଟିସି ଫାଇନାଲ) ପାଇଁ ପ୍ରସ୍ତୁତ...
ଇତିହାସ ରଚିଲେ ଏହି କ୍ରିକେଟର୍: ୬୧ ବର୍ଷ ପରେ କଲେ ଏମିତି କାରନାମା
ସେଣ୍ଟ ଲୁସିଆ,୨୨।୬: ସେଣ୍ଟ ଲୁସିଆରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାମହାତୀ ସ୍ପିନର କେଶବ ମହାରାଜ ଇତିହାସ...
ଫାଇନାଲ ପୂର୍ବରୁ ଏମିତି କହିଲେ ନ୍ୟୁଜିଲାଣ୍ଡ ଅଧିନାୟକ: ସମସ୍ତେ କରିବେ ପ୍ରଶଂସା
ଲଣ୍ଡନ,୧୮।୬: ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ଜଣେ ଭଲ ବ୍ୟାଟ୍ସମ୍ୟାନ ତଥା ଜଣେ ଚମତ୍କାର ବ୍ୟକ୍ତି। ଡବ୍ଲୁଟିସି ଫାଇନାଲ ପୂର୍ବରୁ, କେନ ୱିଲିୟମ୍ସନ ପୁଣି ଥରେ...
ମନ ଭାଙ୍ଗିଦେଲା ବର୍ଷା
ସାଉଥାମ୍ପଟନ,୧୮ା୬: ମନ ଭାଙ୍ଗିଦେଲା ବର୍ଷା। ଲଗାଣ ବର୍ଷ କାରଣରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ର ପ୍ରଥମ ଦିନ ଖେଳ ସମ୍ଭବ ହୋଇପାରିନାହିଁ। ଏପରି...
ଫାଇନାଲ୍ ହାରିବା ପରେ ଏମିତି କହିଲେ କୋହଲି
ସାଉଥାମ୍ପଟନ୍,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ...
ଅଖତରଙ୍କ ବଡ଼ ଚ୍ୟାଲେଞ୍ଜ: ‘ମୋର ଯେତୋଟି ବଲ୍ ଖେଳିପାରିବ ସେତୋଟି ବାଇକ୍ ଦାନ କରିବି’
ନୂଆଦିଲ୍ଲୀ,୪।୬: ଚର୍ଚ୍ଚାରେ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍ ସୋଏବ ଅଖତର। କାରଣଟି ହେଲା ତାଙ୍କର କିଛି ସୋସିଆଲ ମିଡିଆ ପୋଷ୍ଟ। ମଜାରେ କିଛି କଥା କହୁ...
ଏହି କ୍ରିକେଟର୍ଙ୍କ ଜ୍ୟାକେଟ୍ ପିନ୍ଧି ଫଟୋ ଶେୟାର କଲେ ଅଭିନେତ୍ରୀ
ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...
ସ୍କ୍ବାର୍ଜମ୍ୟାନ, ମେଡଭେଡେଭ ତୃତୀୟ ରାଉଣ୍ଡରେ
ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ...


