ମେଲବୋର୍ନ,୫।୬(ପି.ଟି.): କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସନଥ ଜୟସୁରିୟା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ (ଆଇସିସି) ଦ୍ୱାରା ଦୁଇ ବର୍ଷ ବାସନ୍ଦ ହେବା ପରେ ସେ କ୍ରିକେଟକୁ ଫେରି ମେଲବୋର୍ନ କ୍ଲବ ମୁଲଗ୍ରେଭ୍ର କୋଚ୍ ଦାୟିତ୍ୱ ତୁଲାଇବେ। ୨୦୧୯ରେ ଆଇସିସି ଦୁର୍ନୀତି ଆଚରଣ ବିଧି ଉଲ୍ଲଂଘନ କରି ଜୟସୁରିୟା ଦୁଇବର୍ଷ ବାସନ୍ଦ ହୋଇଥିଲେ।
ଶ୍ରୀଲଙ୍କା ପୂର୍ବତନ ଓପନର ତିଲକରତ୍ନେ ଦିଲସାନ ୫୧ ବର୍ଷୀୟ ଜୟସୁରିୟାଙ୍କୁ କୋଚ୍ ଦାୟିତ୍ୱ ନେବା ଲାଗି ବୁଝାଇବାରେ ସଫଳ ହୋଇଛନ୍ତି ବୋଲି ମୁଲଗ୍ରେଭ୍ ଅଧ୍ୟକ୍ଷ ମାଲିନ ପୁଲେନାୟେଗାମ କହିଛନ୍ତି। ଜୟସୁରିୟା କୋଚ୍ ହେଲେ ଆମ ଯୁବ ଖେଳାଳିମାନେ ଅନ୍ତର୍ଜାତୀୟ କ୍ରିକେଟ ବିଷୟରେ ବହୁତ କିଛି ଜାଣିବାକୁ ସକ୍ଷମ ହେବେ ବୋଲି ସେ କହିଛନ୍ତି। ମୁଲଗ୍ରେଭ୍ ପାଇଁ ଦିଲସାନ ଓ ତାଙ୍କ ପୂର୍ବତନ ଟିମ୍ ମେଟ୍ ଉପୁଲ ଥରଙ୍ଗା ଖେଳୁଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଏହି ଦୁଇ ଖେଳାଳି ଅବସର ନେଇ ସାରିଛନ୍ତି। ଜୟସୁରିୟା ଶ୍ରୀଲଙ୍କା ପାଇଁ ବିଶ୍ୱକପ୍ ଜିତିଛନ୍ତି। ସେ ୪୪୫ଟି ଦିନିକିଆ ଓ ୧୧୦ଟି ଟେଷ୍ଟ ଖେଳିଛନ୍ତି।
କାର୍ତ୍ତିକ, ପାର୍ଥିବ ଥାଉ ଥାଉ ଧୋନୀଙ୍କୁ କାହିଁକି ଦିଆଯାଇଥିଲା ସୁଯୋଗ
ନୂଆଦିଲ୍ଲୀ, ୨।୬: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୩ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରେ ଆଉ ପଛକୁ ଫେରି ଚାହିଁ...
୨୪୯ ରନ୍ରେ ଅଟକିଲା ନ୍ୟୁଜିଲାଣ୍ଡ
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୨ ରନ୍ର ଅଗ୍ରଣୀ ହାସଲ କରିଛି। ଏହା ପଛରେ ହାତ ଥିଲା...
ଦୋହାରେ ଭାରତୀୟ ମିଡ୍ ଫିଲ୍ଡର ଅନିରୁଦ୍ଧଙ୍କୁ କରୋନା
ନୂଆଦିଲ୍ଲୀ, ୬ା୬ (ପି.ଟି.)- ଭାରତୀୟ ଫୁଟ୍ବଲ ଦଳର ମିଡ୍ଫିଲ୍ଡର ଅନିରୁଦ୍ଧ ଥାପା କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍ ଟେଷ୍ଟରୁ ପଜିଟିଭ ଜଣାପଡ଼ିବା ପରେ ଦୋହାସ୍ଥିତ ଟିମ୍...
ଡେବ୍ୟୁ ମ୍ୟାଚ୍ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍: ଏବେ ବି ଭାଙ୍ଗିନି ରେକର୍ଡ
ନୂଆଦିଲ୍ଲୀ,୨୩।୬: ଯେକୌଣସି କ୍ରୀଡାରେ ଜଣେ ଯୁବ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା...
ଅଲିମ୍ପିକ ପ୍ରସ୍ତୁତି ପାଇଁ ବିସିସିଆଇ ଦେବ ୧୦ କୋଟି
ନୂଆଦିଲ୍ଲୀ, ୨୧ା୬(ପି.ଟି.)-ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଭାରତୀୟ ଆଥ୍ଲେଟମାନଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ସହାୟତା...
‘ପରାରୁଛ ନା ଗାଳି କରୁଛ’; କାହିଁକି ଇଶାନ୍ତ ଶର୍ମାଙ୍କୁ ଏମିତି କହିଲେ କୋହଲି
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆ ଉପରେ ଭାରୀ ପଡିଛି। ମ୍ୟାଚର ତୃତୀୟ ଦିନରେ ପ୍ରଥମ ଇନିଂସରେ ୨୧୭ରନ ସ୍କୋର କରିବା...
କିଏ ଆପଣଙ୍କ ପସନ୍ଦର ଭାରତୀୟ ଅଭିନେତା; ଜବାବରେ ଏଭଳି କହି ହୃଦୟ ଜିଣିଲେ ପାକିସ୍ତାନର ଏହି ପୂର୍ବ ଦ୍ରୁତ ବୋଲର
ନୂଆଦିଲ୍ଲୀ,୧୧।୬: କ୍ରିକେଟ ଇତିହାସର ସବୁଠାରୁ ଆକ୍ରମଣାତ୍ମକ ଦ୍ରୁତ ବୋଲରଙ୍କ ମଧ୍ୟରୁ ଶୋଏବ ଅଖତର ଜଣେ। ସେ ନିଜର ଗତିକୁ ନେଇ ବ୍ୟାଟ୍ସମ୍ୟାନଙ୍କ ମନରେ ଭୟ ଜାତ...
ମିଷ୍ଟର ଡିପେଣ୍ଡବୁଲ୍ ଟିମ୍ ଇଣ୍ଟିଆ କୋଚ୍: ସୂଚନା ଦେଲେ ଗାଙ୍ଗୁଲୀ…
କୋଲକାତା,୧୫।୬: ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ। ଏନେଇ ବିବିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆ କୋଚ୍ ଭାବେ ମିଷ୍ଟର ଡିପେଣ୍ଡବୁଲ୍ ରାହୁଲ ଦ୍ରାବିଡ୍ଙ୍କୁ ନିଯୁକ୍ତ କରାଯାଇଛି।...


