ନୂଆଦିଲ୍ଲୀ,୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୨୬୪ ଥିବାବେଳେ ମୃତକଙ୍କ ସଂଖ୍ୟା ୨,୭୧୩ ଥିଲା । ତେବେ ଶନିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ମୃତକଙ୍କ ସଂଖ୍ୟା ପୁଣି ବଢ଼ିିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୫୨୯ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩,୩୮୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୧ ଲକ୍ଷ ୯୭ ହଜାର ୮୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୫ ଲକ୍ଷ ୫୫ ହଜାର ୨୪୮ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୨ କୋଟି ୭୮ ଲକ୍ଷ ୬୦ ହଜାର ୩୧୩ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୬ କୋଟିରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
ରାଗିଛନ୍ତି ପାଇଲଟ୍: ମନାଇବା ପାଇଁ ଫୋନ୍ କଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୧୧।୬: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ ଗତ କିଛି ଦିନ ହେବା ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର...
ଇଟାଲୀ ମରିନ୍ଙ୍କ ବିରୋଧରେ ମାମଲା ବନ୍ଦ
ନୂଆଦିଲ୍ଲୀ,୧୬ା୬: ୨୦୧୨ରେ ଇଟାଲୀର ୨ ନୌସୈନିକ(ମରିନ୍)ଙ୍କ ଦ୍ୱାରା କେରଳ ଉପକୂଳରେ ୨ ଦୁଇଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ହତ୍ୟା ମାମଲାର ଶୁଣାଣିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି।...
କୋଭିଡ୍ ନିୟମ ଭୁଲି ନାଚିଲେ ଭାଜପା ଏମ୍ପି
ଜୟପୁର,୨୨।୬: ଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଉଛି। ହେଲେ ଏବେ ମଧ୍ୟ ବିଭିନ୍ନ ରାଜ୍ୟରେ କଟକଣା ବଳବତ୍ତର ରହିଛି। କିନ୍ତୁ କଟକଣାକୁ ଖାତିର କରୁ...
ମୂଲ୍ୟାୟନ ସୂତ୍ରକୁ ବିରୋଧ
ନୂଆଦିଲ୍ଲୀ, ୨୨ା୬: କରୋନା ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ସିବିଏସ୍ଇ ଏବଂ ସିଆଇଏସ୍ସିଇର ଫଳାଫଳ ମୂଲ୍ୟାୟନ ସୂତ୍ରକୁ ନେଇ କେତେଜଣ ଛାତ୍ରୀଛାତ୍ର...
ତାରାପ୍ରସାଦ ବାହିନୀପତି ଅସୁସ୍ଥ
ଭୁବନେଶ୍ୱର,୬ା୬(ବ୍ୟୁରୋ): ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ...
ତଥ୍ୟ ଦେଲେ ୮୦୦ ଓଟିଟି ପ୍ଲାଟଫର୍ମ
ନୂଆଦିଲ୍ଲୀ, ୧୪।୬: ଭିଡିଓ ଷ୍ଟ୍ରିମିଂ ସେବା ପ୍ରଦାନକାରୀ ନେଟ୍ଫ୍ଲିକ୍ସ, ହଟ୍ଷ୍ଟାର ଭଳି ୮୦୦ରୁ ଊର୍ଦ୍ଧ୍ୱ ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମ ଏବଂ ଡିଜିଟାଲ ନ୍ୟୁଜ୍...
ପରକୀୟା ପ୍ରୀତି ଥିଲେ ବି ମା’ ନେଇପାରିବେ ପିଲାଙ୍କ ଦାୟିତ୍ୱ
ଚଣ୍ଡିଗଡ଼, ୪ା୬: ପରକୀୟା ପ୍ରୀତି ଥିଲେ ବି ଜଣେ ମହିଳା ଭଲ ମା’ ନୁହନ୍ତି ବୋଲି ସିଦ୍ଧାନ୍ତ ହୋଇପାରିବ ନାହିଁ। ଏହି ଆଧାରରେ ସନ୍ତାନର ସୁରକ୍ଷା...
୧୨ ରାଜ୍ୟରେ ୫୧ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତ …
ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଯୋଗୁ ପୁଣି ବିପଦ...


