ଭୁବନେଶ୍ୱର,୫।୬(ବ୍ୟୁରୋ): ନିଃଶୁଳ୍କ ସାର୍ବଜନୀନ ଟିକାକରଣ ସହ ଦୈନିକ ୧ କୋଟି ଭାରତୀୟଙ୍କୁ ଟିକା ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ଏଆଇସିସି ସମ୍ପାଦକ ତଥା ଏମ୍ପି ସପ୍ତଗିରି ଉଲ୍ଲାକା, ବିଧାୟକ ସୁରେଶ ରାଉତରାୟ ଏବଂ ମହମ୍ମଦ ମୋକିମ ପ୍ରମୁଖ କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ୧୮ରୁ ୪୪ ବର୍ଷୀୟଙ୍କ ଲାଗି ରାଜ୍ୟରେ ଟିକା ପାଇଁ ଅର୍ଡର ଦିଆସରିଛି ବୋଲି ୨୫ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଟୁଇଟ୍ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଦୀପ ମାଝି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତବେଳେ ଟିକାକରଣକୁ ନେଇ ମୁଖ୍ୟମନ୍ତ୍ରୀ କିଛି କହି ନ ଥିବାବେଳେ ଏବେ ଚିଠି ଲେଖିବା ଏକ ନାଟକବାଜି ବୋଲି ସେ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ୨୦୨୧ରେ କରୋନାକୁ ହରାଇଛୁ ବୋଲି ଯେଉଁ ଘୋଷଣା କରିଥିଲେ ତାହା ଏକ ପ୍ରତାରଣା ଥିଲା ବୋଲି ନବନିଯୁକ୍ତ ଏଆଇସିସି ସମ୍ପାଦକ ସପ୍ତଗିରି ଉଲ୍ଲାକା କହିଛନ୍ତି। କେନ୍ଦ୍ରର କୋଓ୍ବିନ ପୋର୍ଟାଲ ମାଧ୍ୟମରେ ଆଦିବାସୀ ଅଞ୍ଚଳରେ ଭାକ୍ସିନ ପାଇବା ପାଇଁ ରେଜିଷ୍ଟ୍ରେଶନ କରିବା ସମ୍ଭବ ନୁହେଁ। ସେହି ଅଞ୍ଚଳକୁ କୋଓ୍ବିନ ପୋର୍ଟାଲରୁ ବାଦ୍ ଦିଅନ୍ତୁ ବୋଲି ଉଲ୍ଲାକା ଦାବି କରିଛନ୍ତି। ସେହିପରି ବିଧାୟକ ସୁରେଶ ରାଉତରାୟ କହିଛନ୍ତି, କୋଭିଡ୍ ନିୟନ୍ତ୍ରଣରେ ସରକାର ସମ୍ପୂର୍ଣ୍ଣ ବିଫଳ। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର ଶୀଘ୍ର ଘର ଘର ବୁଲି ଟେଷ୍ଟିଂ କରି ନିଃଶୁଳ୍କ ଟିକା ଦିଅନ୍ତୁ, ନଚେତ ହଜାର ହଜାର ଲୋକ ପୋକମାଛି ପରି ମରିବେ। ଖାଲି ଲକ୍ଡାଉନ ଓ ଶଟ୍ଡାଉନ ନ କରି ସମସ୍ତଙ୍କୁ ଟିକା ଦେବାକୁ ପଡ଼ିବ ବୋଲି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି। କାର୍ଯ୍ୟକାରୀ ସଭାପତି ମାଝିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜଭବନ ସମ୍ମୁଖରେ ପ୍ଲାକାର୍ଡ ଧରି ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଥିରେ ପିସିସିର ପୂର୍ବତନ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ଓକିଲାତିନାମାରେ ଅତିରିକ୍ତ ଷ୍ଟାମ୍ପ୍ ଫି’ ଲାଗୁ ୬ ସପ୍ତାହ ଘୁଞ୍ଚିଲା
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଓଡ଼ିଶା ଷ୍ଟେଟ୍ ବାର କାଉନ୍ସିଲ ଆଡ୍ଭୋକେଟ୍ସ ଓ୍ବେଲ୍ଫେୟାର କର୍ପସ ଫଣ୍ଡ୍ ଷ୍ଟାମ୍ପ୍ କାର୍ଯ୍ୟକାରିକୁ ସ୍ଥଗିତ ରଖାଯାଇଛି। ପ୍ରତ୍ୟେକ ଓକିଲାତି ନାମାରେ ଏବାବଦକୁ ୧୦୦ ଟଙ୍କାର...
ଅନିର୍ଦ୍ଦିଷ୍ଟ କାଳ ଯାଏ ବସ୍ ଚଳାଚଳ ବନ୍ଦ
ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍-୧୯ ମହାମାରୀ ଦ୍ୱିତୀୟ ଲହରରେ ଯାତ୍ରୀ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷକରି ଯାତ୍ରୀବାହୀ ବସ୍ଗୁଡ଼ିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଲକ୍ଡାଉନ,...
ପେଟ୍ରୋଲ ୨୫, ଡିଜେଲ ୨୮ ପଇସା ବଢ଼ିଲା
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନିୟନ୍ତ୍ରଣକୁ ଆସିପାରୁନାହିଁ। ବୁଧବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ି ୯୬.୩୦ ଟଙ୍କା ଛୁଇଁଛି। ସେହିଭଳି...
ପୋଲିସ ଚାକିରି କରିବେ କିନ୍ନର
ଭୁବନେଶ୍ୱର,୧୩ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ଚାକିରି ଅଭାବ ଦେଖାଦେଇଥିବାବେଳେ ରାଜ୍ୟ ପୋଲିସ ବିଭାଗରେ ୪୭୭ ସବ୍ ଇନ୍ସପେକ୍ଟର(ଏସ୍ଆଇ) ଓ ୨୪୪ କନଷ୍ଟେବଳ ପଦବୀ ପୂରଣ ପାଇଁ...
ଆଜି ରାଜ୍ୟରୁ ୬୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ
ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ ଲଗାତର କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬୧୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...
ନଦୀଭିତ୍ତିକ ବନ୍ଦର ସ୍ବପ୍ନ
କେନ୍ଦ୍ରାପଡ଼ା ଅଫିସ, ୧୪।୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପବ୍ଲିକ୍-ପ୍ରାଇଭେଟ୍-ପାର୍ଟନରଶିପ୍ (ପିପିପି) ମୋଡ୍ରେ...
୬ ହାର୍ଡକୋର ମାଓବାଦୀ ମୃତ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି,୧୬ା୬(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲା କାୟାଉର ଥାନା ଅନ୍ତର୍ଗତ ମେଟା ଜଙ୍ଗଲରେ ବୁଧବାର ଭୋର୍ରୁ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ...
୧୮ରୁ ଊର୍ଦ୍ଧ୍ୱ ସମସ୍ତଙ୍କ ପାଇଁ ଆରମ୍ଭ ହେଲା ସ୍ଲଟ୍ ବୁକିଂ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଅନ୍ଲାଇନ୍ରେ ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ। ୪୫ରୁ ଊର୍ଦ୍ଧ୍ୱ ବର୍ଗର ହିତାଧିକାରୀ ସେମାନଙ୍କ ପ୍ରଥମ...


