ଯାଜପୁର ଅଫିସ୍, ୫।୬: ରାଜ୍ୟର ବିଭିନ୍ନ ସହରରୁ ନିର୍ଗତ ବର୍ଜ୍ୟଜଳକୁ ବୈଜ୍ଞାନିକ ପଦ୍ଧତିରେ ବିଶୋଧନ ଓ ପ୍ରକ୍ରିୟାକରଣ ନ କରି ବାହାରକୁ ଛଡ଼ାଯାଉଥିବାରୁ ତାହା ସୁସ୍ଥ ପରିବେଶ ପାଇଁ ବିପଦ ହୋଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ୧୧୪ ସହରାଞ୍ଚଳରୁ ଦୈନିକ ୨୧୦୩.୧୪ ଟନ କଠିନ ବର୍ଜ୍ୟବସ୍ତୁ ନିର୍ଗତ ହେଉଛି। ଏହାବାଦ୍ ୧୪୨୫ କିଲୋଲିଟର ପର୍ ଡେ (କେଏଲ୍ଡି) ସେପ୍ଟିକ ଟ୍ୟାଙ୍କର ମଳପଙ୍କ (ସେପ୍ଟେଜ୍) ସୁପରିଚାଳନା ନିମନ୍ତେ ଦୈନିକ ୨୦୩୭ କିଲୋଲିଟର କ୍ଷମତା ବିଶିଷ୍ଟ ୧୧୮ ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍ଟିପି) ନିର୍ମାଣ କରାଯାଉଛି। ଏଥିମଧ୍ୟରୁ ୧୪ଟି ଏସ୍ଟିପି କାର୍ଯ୍ୟକ୍ଷମ କରାଯାଇଛି ବୋଲି କୁହାଯାଉଛି। ଦୀର୍ଘଦିନ ହେଲା ଅବଶିଷ୍ଟ ପ୍ରକଳ୍ପଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏଭଳି ଅବହେଳା ଯୋଗୁ ସହରବାସୀ ହନ୍ତସନ୍ତ ହେଉଛନ୍ତି। ସମ୍ପୃକ୍ତ ମ୍ୟୁନିସିପାଲିଟି ଓ ଏନ୍ଏସିଗୁଡ଼ିକ କେବଳ ଅବହେଳା କରୁନାହାନ୍ତି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି)ର ତାଗିଦକୁ ମଧ୍ୟ ବେଖାତିର କରୁଛନ୍ତି।
ପ୍ରମୁଖ ଶିଳ୍ପାଞ୍ଚଳ ସମ୍ବଲପୁର ଓ ରାଉରକେଲା କଥା ଦେଖିଲେ, ଏହି ୨ ସହରରୁ ନିର୍ଗତ ବର୍ଜ୍ୟଜଳକୁ ବିଶୋଧନ କରିବାକୁ ଗୋଟିଏ ଲେଖାଏ ୪୦ ଏମ୍ଏଲ୍ଡି(ମିଲିୟନ ଲିଟର ପର୍ ଡେ) କ୍ଷମତା ବିଶିଷ୍ଟ ସିୱେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ୨୦୧୬ ଡିସେମ୍ବରରୁ ନିର୍ମାଣ କରାଯାଉଛି। ତାହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ୨୦୧୧ ଜନସଂଖ୍ୟା ଆକଳନ ଅନୁସାରେ ସମ୍ବଲପୁର ସହରରୁ ଦୈନିକ ୪୩.୫୧ ଏମ୍ଏଲ୍ଡି ଓ ରାଉରକେଲାରୁ ୩୫.୬୫ ଏମ୍ଏଲ୍ଡି ବର୍ଜ୍ୟଜଳ ନିର୍ଗତ ହେଉଛି। ଯାଜପୁର ପୌରାଞ୍ଚଳରୁ ୯ କେଏଲ୍ଡି ଓ ବ୍ୟାସନଗର ପୌରାଞ୍ଚଳରୁ ୧୪ କେଏଲ୍ଡି ବର୍ଜ୍ୟଜଳ ନିର୍ଗତ ହେଉଛି। ଏହି ଦୁଇ ସହରରେ ୨୦ ଓ ୩୦ କେଏଲ୍ଡି କ୍ଷମତା ବିଶିଷ୍ଟ ସିୱେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ବ୍ୟାସନଗର ପୌରାଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ଡ୍ରେନେଜ ବ୍ୟବସ୍ଥା ଓ ବହିର୍ଗମନ ପଥ ଅଗ୍ରାଧିକାର ଭିତ୍ତିରେ ନିର୍ମାଣ ହେଉ ନ ଥିବାରୁ ସହରର ପରିମଳ ଓ ଡ୍ରେନେଜ ବ୍ୟବସ୍ଥା ସାଂଘାତିକ ହୋଇପଡ଼ିଛି। ସହରର ଡିଗିସାହି, ଉମାପଦା, ହାଉସିଂବୋର୍ଡ କଲୋନୀ ଆଦି ଅଞ୍ଚଳରେ ନର୍ଦ୍ଦମା ପାଣି ରାସ୍ତାରେ ଜମି ରହିବା ସହ ଘର ଭିତରକୁ ପଶି ଜଳ ପ୍ରଦୂଷଣକୁ ଉକତ୍ଟ କରୁଛି। ରାଜ୍ୟରେ ଯେଉଁ ସହରରେ ଏସ୍ଟିପି ଏବଂ ସିୱେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକାରୀ ହୋଇନାହିଁ ସେଠାରେ ଅନୁରୂପ ପରିସ୍ଥିତି ଦେଖାଦେଉଛି। ସହରର ସ୍ବଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ବାୟତ୍ତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ । କିନ୍ତୁ କୌଣସି ଜିଲାପାଳ କିମ୍ବା ଲୋକ ପ୍ରତିନିଧି ଏଥିପ୍ରତି ଦୃଷ୍ଟି ନ ଦେବା ବିଡ଼ମ୍ବନା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ଯାଜପୁର View All
ସରକାରୀ ଜମି ହଡ଼ପ ଅଭିଯୋଗରେ ବାପା-ପୁଅ ଗିରଫ
ଦାରିଙ୍ଗବାଡ଼ି୨୮ା୬(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ବେଧଡ଼କ ଚାଲିଛି ସରକାରୀ ଜମି ହଡ଼ପ। ବିଭିନ୍ନ ସ୍ଥାନରେ ସରକାରୀ ଜମିକୁ ହଡ଼ପ କରିବା ସହ ବିକ୍ରିବଟା କରାଯାଉଥିବା...
‘ପିନାକ୍’ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୫।୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍)ରେ ଶୁକ୍ରବାର ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର (ଏମ୍ବିଆର୍ଏଲ୍)ରୁ ପରିବର୍ଦ୍ଧିତ ରେଞ୍ଜ ୧୨୨ଏମ୍ଏମ୍ କାଲିବର...
ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ, ରାସ୍ତାରେ ଆବର୍ଜନା
କଟକ ଅଫିସ,୧୯।୬: କଟକ ମହାନଗର ନିଗମ (ସିଏମ୍ସି) ଅଧୀନ ୧୮ ନମ୍ବର ୱାର୍ଡବାସିନ୍ଦା ପରିମଳ ଓ ଡ୍ରେନେଜ୍ ସମସ୍ୟା ଘେରରେ ରହିଛନ୍ତି। ଏହି ୱାର୍ଡର କେତେକ...
ଗଞ୍ଜାମର ୬.୪୩ ଲକ୍ଷ ନେଲେଣି ପ୍ରଥମ ଡୋଜ୍ ଟିକା
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକାକରଣ ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି। ଜିଲାରେ...
୪ବର୍ଷର ପ୍ରତିଭା ସାଇସାଗର
ଖୋର୍ଦ୍ଧା ଅଫିସ/ବେଗୁନିଆ, ୧୩ା୬(ଡି.ଏନ୍.ଏ.): କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗଁାର କୃପାସିନ୍ଧୁ ବରାଡ଼ଙ୍କ...
ଦୋକାନୀଙ୍କୁ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ
ଜି.ଉଦୟଗିରି,୧୧ା୬: କରୋନା ସଂକ୍ରମଣ ରୋକିବା ପାଇଁ କନ୍ଧମାଳ ଜିଲା ଜି.ଉଦୟଗିର ପ୍ରଶାସନ ପକ୍ଷରୁ ଗତ ସପ୍ତାହରେ ବ୍ୟବସାୟୀମାନଙ୍କୁ କୋଭିଡ୍ ପରୀକ୍ଷା କରିବାକୁ ବାରମ୍ବାର କୁହାଯାଇଛି। ହେଲେ...
ଦ୍ୱିତୀୟ ଲହରରେ ଗଞ୍ଜାମରୁ ୩୯ ଜଣଙ୍କ ମୁଣ୍ଡ ନେଲାଣି କରୋନା
ଛତ୍ରପୁର,୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଆଉ ୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାରୁ ୩୯ ଜଣଙ୍କ ଜୀବନ...
ମୁଢ଼ି ବସ୍ତାରେ ଗଞ୍ଜେଇ ଚାଲାଣ
ଜୟପୁର,୭ା୬: ଅଭିନବ ଉପାୟରେ ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚାଲାଣ ବେଳେ କୋରାପୁଟ ଜିଲା ଜୟପୁର ସଦର ପୋଲିସ ଚଢାଉ କରି ଏହାକୁ ଧରିଛି। ପ୍ରାୟ...


