ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଆରୋଗ୍ୟ ଲାଭ କରିବା ପରେ ଆକ୍ରାନ୍ତଙ୍କ ଶରୀରରେ ଅନ୍ୟାନ୍ୟ ଜଟିଳତା ଦେଖାଯାଉଛି। ଫଳରେ ରୋଗୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏଥିପ୍ରତି ହୃଦ୍ରୋଗୀମାନେ ଅଧିକ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ଇଣ୍ଟରଭେନ୍ସନାଲ କାର୍ଡିଓଲୋଜିଷ୍ଟ ଓ କାର୍ଡିଆକ୍ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ ଡା. ଅନୁପମ ଜେନା। ସେ କହିଛନ୍ତି, ଯେଉଁ ହୃଦ୍ରୋଗୀମାନେ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେମାନେ ଆରୋଗ୍ୟ ଲାଭ ପରେ ହାର୍ଟ ଚେକ୍ ଅପ୍ କରିବା ଉଚିତ। ଫଳରେ ଭାଇରସ୍ଜନିତ କୌଣସି ପାର୍ଶ୍ୱ ପ୍ରତିକ୍ରିୟାକୁ ଦୂର କରାଯାଇପାରିବ। ନଚେତ୍ ଭବିଷ୍ୟତରେ ହୃଦ୍ଘାତର ସମସ୍ୟା ଦେଖାଦେଇପାରେ। ଏସିଆ, ୟୁରୋପ ଓ ୟୁଏସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ, କାର୍ଡିଓଭାସ୍କୁଲାର କୋମର୍ବିଡିଟି ବା ପୂର୍ବରୁ କୌଣସି ସମସ୍ୟା ରହିଥିଲେ ହୃତ୍ପିଣ୍ଡରେ ଜଟିଳା ସମସ୍ୟା ଦେଖାଯିବାର ଅଧିକ ସମ୍ଭାବନା ରହିଛି। ଅନେକ ସମୟରେ ବିଳମ୍ବରେ ରୋଗ ନିରୂପିତ ହେବା ଯୋଗୁ ରୋଗୀ ହସ୍ପିଟାଲରେ ପହଞ୍ଚତ୍ବା ବେଳକୁ ଅନେକ କ୍ଷତି ହୋଇସାରିଥାଏ। ତେଣୁ କରୋନାରୁ ଆରୋଗ୍ୟ ଲାଭ କରିବା ପରେ ସମ୍ପୂର୍ଣ୍ଣ ରୋଗ ନିରୂପଣ ନିଶ୍ଚିତ ଭାବେ କରାଯିବା ଆବଶ୍ୟକ। ଏହାଦ୍ୱାରା ହୃଦ୍ଘାତ ବା ହଠାତ୍ କାର୍ଡିଆକ ଆରେଷ୍ଟଜନିତ ବିପଦକୁ ଦୂର କରାଯାଇପାରିବ ବୋଲି ଡା. ଜେନା କହିଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ବଦଳିବ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ରୂପରେଖ
ଅନୁଗୋଳ ଅଫିସ, ୬।୬: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ନବକଳେବର ହେବ। ମଲ୍ଟି ସ୍ପେଶିଆଲିଟି ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ନୂଆ କୋଠାରେ ପୃଥକ୍ ବହିର୍ବିଭାଗ (ଓପିଡି),...
‘ପାଖରେ ଟଙ୍କା ନାହିଁ ଘର ଚଳିବ କେମିତି’
ରାଉରକେଲା/ସୁନ୍ଦରଗଡ଼,୪।୬: ଲକଡାଉନ ଓ ଶଟଡାଉନ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ସେଲୁନ ଦୋକାନୀ। ଦୀର୍ଘ ଦିନ ହେଲା ଦୋକାନ ବନ୍ଦ ପଡିଥିବା ବେଳେ ବର୍ତ୍ତମାନ ସେମାନଙ୍କ...
କଙ୍ଗାରୁ କୋର୍ଟରେ ସାକ୍ଷୀ ଦେବାରୁ ଯୁବକଙ୍କୁ ହତ୍ୟା
ଜୟପୁର,୧୧ା୬: ଜୟପୁର ସଦର ଥାନା ଅଧୀନ କଣ୍ଡାପୁଟ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି ଜୟପୁର ସଦର ପୋଲିସ।...
ପାଳିଆ ସେବାୟତଙ୍କୁ ସ୍ନାନଯାତ୍ରା ପାସ୍
ପୁରୀ ଅଫିସ,୨୩ା୬: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ଆଜି ରାତିରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି ନୀତି। ତେବେ କୋଭିଡ କଟକଣା ପାଇଁ ଚଳିତବର୍ଷ ବିନା...
ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର
ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି...
ଡଙ୍ଗରିଆ କନ୍ଧ ଜନଜାତିଙ୍କ ‘ଶ୍ରମ ସମବାୟ’ ସମ୍ପର୍କରେ ଜାଣିବେ ଦର୍ଶକ
ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଡଙ୍ଗରିଆ କନ୍ଧମାନେ ସାଧାରଣତଃ ରାୟଗଡ଼ା ଜିଲାର ବିଷମକଟକ, କଲ୍ୟାଣସିଂପୁର ଓ ମୁନିଗୁଡ଼ା ବ୍ଲକ୍ରେ ବସବାସ କରିଥାନ୍ତି । ସେମାନଙ୍କର ମୁଖ୍ୟ ପେସା...
ସମସ୍ତ ରାଜ୍ୟ ବୋର୍ଡରେ ସମାନ ମୂଲ୍ୟାଙ୍କନ ପଦ୍ଧତି ନୁହେଁ ସମ୍ଭବ, କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ୨୧ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ରଦ୍ଦ କରି ଦିଆଯାଇଛି। ଏନେଇ ସିବିଏସ୍ଇ ବୋର୍ଡ ପକ୍ଷରୁ ଆଗତ...
ଆଜି ରାଜ୍ୟରୁ ୭୦୦୨ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ କମିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୭,୦୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ...


