ନୟାଗଡ଼ ଅଫିସ,୫।୬: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଜଙ୍ଗଲିଆ ଅଞ୍ଚଳ ଧୀରେ ଧୀରେ ପଦା ହେଉଛି। ଜଙ୍ଗଲ ପରିମାଣ କମି ଚାଲିଥିବାବେଳେ କଂକ୍ରିଟ କୋଠାବାଡି ଓ ରାସ୍ତା ନିର୍ମାଣ ବୃଦ୍ଧି ପାଇଛି। ସଚେତନତାର ଅଭାବ ଓ ବିକାଶ ନାଁରେ ବିନାଶ ଚାଲିଥିବାରୁ ସ୍ଥଳ, ଜଳ ଓ ଆକାଶ ପ୍ରଦୂଷିତ ହୋଇ ଚାଲିଛି। ବୁଦ୍ଧିଜୀବୀ, ପରିବେଶବିତ୍, ସରକାର ଓ ସାଧାରଣ ଲୋକଙ୍କୁ ପରିବେଶ ସୁରକ୍ଷା ଚିନ୍ତା ଘାରୁଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ଶୂନ।
ପରିବେଶବିତ୍ ସଞ୍ଜୟ ସାହୁ କୁହନ୍ତି, ପାହାଡ଼ିଆ ଅଞ୍ଚଳ ନୟାଗଡ଼ ଜିଲାରେ ପଥରଚୋର, କାଠଚୋର, କରତ କଳ ଓ କ୍ରଶର ମାଲିକ, ଶିକାରୀଙ୍କ ଯୋଗୁ ବହୁ ମୁଣ୍ଡିଆ ପଦା ହୋଇଗଲାଣି। ଅନେକ ଜଙ୍ଗଲ ଲୋପ ହୋଇଗଲାଣି। ଠେଙ୍ଗାପାଳିରେ ଜଙ୍ଗଲ ସୁରକ୍ଷା ଯୋଗୁ ନୟାଗଡ଼ ଜିଲାରେ କିଛି ଉଜୁଡା ଜଙ୍ଗଲର ପୁନରୁଦ୍ଧାର ହୋଇ ପାରିଛି। ହେଲେ ନୂଆ ଜଙ୍ଗଲ ସୃଷ୍ଟି କରିବାରେ ଆନ୍ତରିକତା ନ ଥିବା ପରି ମନେ ହେଉଛି। ପରିବେଶ ସୁରକ୍ଷା ପାଇଁ ନୂଆ ଆଇନ ଆଣି ଲୋକମାନଙ୍କୁ ଏଥିରେ ସଂଶ୍ଳିଷ୍ଟ କରାଇ ନିଜ ପରିବେଶକୁ ନିଜେ ସମ୍ଭାଳିବାକୁ ବ୍ୟବସ୍ଥା କରାଇବା ଦରକାର।
ଗଛ ସାର୍ ତଥା ପରିବେଶବିତ୍ ଅନ୍ତର୍ଯ୍ୟାମୀ ସାହୁ କୁହନ୍ତି, ପ୍ରକୃତି ଉପରେ ମଣିଷର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ବିଗିଡ଼ିଚାଲିଛି ପରିବେଶ। ଭୂତଳ ଜଳ ବି ବିଷ ହେଲାଣି। ପଲିଥିନ ବ୍ୟାଗ୍ ବ୍ୟବହାର ନିଷିଦ୍ଧ ହୋଇଥିଲେ ହେଁ ଏହାର ଅଧିକ ବ୍ୟବହାର ହେଉଛି। ପ୍ରଦୂଷିତ ପରିବେଶ କେବଳ ମାନବ ସଭ୍ୟତା ପାଇଁ ନୁହେଁ, ଜୀବଜଗତ ପାଇଁ ମହା ବିପତ୍ତି ସୃଷ୍ଟି କରିଛି। ଜନସଂଖ୍ୟା ବିସ୍ଫୋରଣର ପ୍ରତିକୂଳ ପ୍ରଭାବ ପ୍ରକୃତି ଆଉ ସହ୍ୟ କରିପାରୁନି। ଭୂମିର ବ୍ୟବହାରିକ ପରିବର୍ତ୍ତନ, ଜଙ୍ଗଲ କ୍ଷୟ, ପ୍ରାକୃତିକ ଆବାସସ୍ଥଳୀ ନଷ୍ଟ ପଛରେ ମଣିଷର ହାତ ରହିଛି। ଭଲ ପରିବେଶ ପାଇଁ ଆନ୍ଦୋଳନର ଆବଶ୍ୟକତା ଦେଖାଦେଇଛି।
ପରିବେଶବିତ୍ ଶାନ୍ତନୁ ବିଶୋଇ କୁହନ୍ତି, ବିକାଶ ନାଁରେ ଗଛ କଟା ଚାଲିଛି। ତେବେ ନୂଆ ବୃକ୍ଷ ସେଇ ପରିମାଣର ଲଗା ଯାଉନି। ବୃକ୍ଷରୋପଣ ନାଁରେ ଯେଉଁ ବାହାବା ନିଆଯାଉଛି ତେବେ କେତେ ଗଛ ବଞ୍ଚୁଛି ତା’ର ହିସାବ କେହି ଦେଉ ନାହାନ୍ତି। କିଛି ଫଟୋ ଓ ଭିଜୁଆଲ ସଂଗ୍ରହ କରାଯାଇ ପରିବେଶବିତ୍ ପୁରସ୍କାର ହାତେଇବା ପାଇଁ ଯେତିକି ତପତ୍ରତା ପ୍ରକାଶ ପାଉଛି ପରିବେଶ ସୁରକ୍ଷା ପାଇଁ ସେତିକି ଉଦ୍ୟମ ନାହିଁ। ପରିବେଶ ସୁରକ୍ଷାକୁ ଯଦି ଗୁରୁତ୍ୱ ଦିଆ ନ ଯାଏ ଆଗକୁ ଆସୁଥିବା ବିପଦ କୋଭିଡ୍ଠାରୁ ଅଧିକ ଭୟଙ୍କର ହେବ। ଏଥିରେ ସନ୍ଦେହ ନାହିଁ।
ଡିଏଫଓ ଧନରାଜ ଏଚ୍ଡି କୁହନ୍ତି, ନୟାଗଡ଼ ବନଖଣ୍ଡରେ ୩୭ ପ୍ରତିଶତ ଜଙ୍ଗଲ ରହିଛି। ବନବିଭାଗ ସହ ୩୩୬ ବନସୁରକ୍ଷା ସମିତି ଜଙ୍ଗଲ ସୁରକ୍ଷା କାମରେ ନିୟୋଜିତ ଅଛନ୍ତି। ବୃକ୍ଷରୋପଣକୁ ଗୁରୁତ୍ୱ ସହ କାଠଚୋରଙ୍କୁ ଦମନ ପାଇଁ ପଦକ୍ଷେପ ନିଆଯାଉଛି।
Posted inଆମ ଜିଲା ଖବର, ନୟାଗଡ଼, ରାଜ୍ୟ View All
ସ୍କୁଲ୍ ଫି’ ଛାଡ଼ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୪ା୬(ବ୍ୟୁରୋ): କରୋନା କାଳରେ ଘରୋଇ ସ୍କୁଲର ଛାତ୍ରୀଛାତ୍ରଙ୍କ ଫି’ ଛାଡ଼କୁ ନେଇ ସୁପ୍ରିମ୍କୋର୍ଟଙ୍କ ରାୟକୁ ଆଧାର କରି ରାଜ୍ୟ ସରକାର ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ...
ପୂର୍ବତନ ଜିଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର
ଭୁବନେଶ୍ୱର,୧୪।୬ : ନୟାପଲ୍ଲୀ ଆଇଆର୍ସି ଭିଲେଜସ୍ଥିତ ଜଣେ ଅବରସରପ୍ରାପ୍ତ ଜିଲାପାଳଙ୍କ ଘରୁ ସୋମବାର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକାଙ୍କୁ ପ୍ରାୟ...
ରାଜଧାନୀରୁ ୬୦ ଲକ୍ଷର ବ୍ରାଉନସୁଗାର ଜବତ
ଭୁବନେଶ୍ୱର,୧୯।୬(ବ୍ୟୁରୋ): କରୋନା କଟକଣା ଭିତରେ ରାଜ୍ୟରେ ବେଧଡ଼କ ଚାଲିଛି ନିଶା କାରବାର। ବିଶେଷକରି ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟ ବାଲେଶ୍ୱରରୁ ଭୁବନେଶ୍ୱର ଲମ୍ବିଛି। କିଛି ଦିନର...
ପ୍ରେମ ପାଇଁ ୫ ଘଣ୍ଟାର ଆତଙ୍କ
ବଲାଙ୍ଗୀର ଅଫିସ, ୧୬ା୬:ଏକତରଫା ପ୍ରେମକୁ ନେଇ ବଲାଙ୍ଗୀର ସହରରେ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି ୫ଘଣ୍ଟାର ଆତଙ୍କ। ଜଣେ ବନ୍ଧୁକଧାରୀ ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କ...
ରେଡ ଜୋନ୍ରେ ଗଞ୍ଜାମର ୨୮୮ ଗାଁ: ୨୧.୭୮ ଲକ୍ଷ ଲୋକଙ୍କ ହେଲାଣି ଥର୍ମାଲ ସ୍କ୍ରିନିଂ
ଛତ୍ରପୁର,୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଘରକୁ ଘର ଯାଇ ସମସ୍ତ ପରିବାର ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି। ଗଞ୍ଜାମରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା...
ଭୋଟର ତାଲିକାରୁ ୩୪ ବାଦ୍
ଜଗତ୍ସିଂହପୁର ଅଫିସ,୪।୬: ଭୋଟର ତାଲିକାରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସାମିଲ କରିବା ପାଇଁ ପ୍ରତ୍ୟେକ ବର୍ଷ ଉଦ୍ୟମ ହେଉଛି। ଏହା ଭିତରେ ସ୍ପେଶିଆଲ ସମରୀ ରିଭିଜନ୍...
ପ୍ରେମ ନିବେଦନରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ନାବାଳିକାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ
ଖଇରା,୧୦।୬(ଡି.ଏନ୍.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ନିବେଦନରେ ବିଫଳ ହେବା ପରେ ଜଣେ ଯୁବକ...
ରାଜଧାନୀରେ ଆଉ ୪ଟି କେନ୍ଦ୍ରରେ ଦିଆଯିବ ଟିକା
ଭୁବନେଶ୍ୱର,୧୪।୬: ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ଗୁରୁତ୍ୱ ଦେବା ସହ ସମସ୍ତ ସହରବାସୀ କିପରି ସୁବିଧାରେ ଟିକା ନେଇ ପାରିବେ ସେ ନେଇ ଭୁବନେଶ୍ୱର ମହାନଗର ନିଗମ...


