ଭୁବନେଶ୍ୱର,୧୪।୬: ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ଗୁରୁତ୍ୱ ଦେବା ସହ ସମସ୍ତ ସହରବାସୀ କିପରି ସୁବିଧାରେ ଟିକା ନେଇ ପାରିବେ ସେ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସହରର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର, ସ୍ବତନ୍ତ୍ର ଭାବେ କେତେକ ଟିକାକରଣ କେନ୍ଦ୍ର ସମେତ ୧୦ଟି ଡ୍ରାଇଭ ଇନ୍ ଭାକ୍ସିନେଶସନ କେନ୍ଦ୍ରରେ ମଧ୍ୟ ଟିକା କରଣ କରାଯାଉଛି। ଏହି ତାଲିକାରେ ଏବେ ଆଉ ୪ଟି ସ୍ଥାନ ଯୋଡି ହୋଇଛି। ସତ୍ୟନଗର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଜୟଦେବ ବିହାରସ୍ଥିତ ଇଏସ୍ଆଇ ହସ୍ପିଟାଲ, ୟୁନିଟ-୪ସ୍ଥିତ ସିଜିଏଚ୍ଏସ୍ ହସ୍ପିଟାଲ ଓ ଭରତପୁରସ୍ଥିତ ସେଣ୍ଟ୍ରାଲ୍ ଆୟୁର୍ବେଦିକ ଇନ୍ଷ୍ଟିଚ୍ୟୁଟ୍ ଠାରେ ନୂତନ କେନ୍ଦ୍ର ଖୋଲା ଯାଇଛି। ଏଠାରେ ୧୮ରୁ ୪୪ବର୍ଗଙ୍କୁ ପ୍ରଥମ ଡୋଜ୍ ଏବଂ ୪୫ରୁ ଊର୍ଦ୍ଧ୍ୱ ବର୍ଗଙ୍କ ପାଇଁ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାରଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏଠାରେ ଟିକାକରଣ କରାଯିବ। ଏନେଇ ସୋମବାର ସନ୍ଧ୍ୟା ୭ଟାରୁ ବୁକିଂ ଆରମ୍ଭ ହୋଇଯାଇଛି। ସକଳା ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉଭୟ ବର୍ଗଙ୍କୁ ଟିକା ଦିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
ଦାୟିତ୍ୱ ଗ୍ରହଣ କଲେ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ
ଭୁବନେଶ୍ୱର,୪ା୬(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ ଗୁରୁବାର ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।...
ବେଦାନ୍ତର ଅସୁରକ୍ଷିତ ଓସ୍ତପାଳ ଖଣି: ଡିଜିଏମ୍ଏସ୍ର ତଦନ୍ତ ଆରମ୍ଭ
ଯାଜପୁର ଅଫିସ, ୧୮ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ କମ୍ପାନୀ ଦ୍ୱାରା ଗତ ପ୍ରାୟ ୬ ମାସ ହେବ କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ୍...
ବଜ୍ରପାତ ନେଲା ୨ ଚାଷୀଙ୍କ ଜୀବନ
ପାଟଣା,୨୧।୬: କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମରେ ସୋମବାର ବଜ୍ରପାତ ଘଟି ୨ ଚାଷୀଙ୍କ ମୃତ୍ୟୁ ଘଟିଛି। ସେମାନେ ବିଲରେ ତଳି...
ପାଠକ ବାପାପୁଅଙ୍କୁ ମିଳିଲା ଜାମିନ: ହେଲେ ବାହାରିପାରିବେନି ଜେଲ୍ରୁ
ଭୁବନେଶ୍ୱର, ୯।୬(ବ୍ୟୁରୋ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ପାଠକ ବାପାପୁଅ ଗତ ବର୍ଷ ଗିରଫ ହୋଇଥିଲେ। ତେବେ ବୁଧବାର ତାଙ୍କୁ ସାମାନ୍ୟ...
କରୋନା ଲଦିଲା ୭ ବର୍ଷର ଝିଅ ମୁଣ୍ଡରେ ଦାୟିତ୍ୱର ପାହାଡ଼
ଭୋଗରାଇ,୧୪।୬- ବାପା ମା’ଙ୍କୁ ଛଡ଼ାଇ ନେଲା ମହାମାରୀ। ଉଜୁଡ଼ିଗଲା ସଂସାର। ଏବେ ପରିବାରରେ କେବଳ ୭ ବର୍ଷର ଝିଅ କ୍ରିଷ୍ଣା ଆଉ ତା’ର ଦେଢ଼ ମାସର...
ଶ୍ରମିକଙ୍କୁ ପଥରରେ ଛେଚି ମାରିଲେ ସାଥୀ
ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜଧାନୀରେ ପୁଣି ଜଣେ ଶ୍ରମିକଙ୍କୁ ହତ୍ୟା। ଗତ ୮ ତାରିଖରେ ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଶ୍ରମିକଙ୍କୁ ତାଙ୍କ ସହଯୋଗୀ ପଥରରେ ଛେଚି ହତ୍ୟା କରିଥିବାବେଳେ...
ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ଝାରସୁଗୁଡ଼ା ଅଫିସ,୧୨।୬: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ବୃନ୍ଦାମାଲ ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ଘଟିିଛି। ମୃତକ...
ଅଖାରେ ପୂରାଇ ଶିଶୁକନ୍ୟାଙ୍କୁ ଫୋପାଡ଼ି ଦେଲେ
ବଡ଼ବିଲ,୯।୬ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ୪ନଂ. ଓ୍ବାର୍ଡ ଅନ୍ତର୍ଗତ ଭୁଷୁଗାଁରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ଜରି...


