ଚାନ୍ଦବାଲି,୫।୬: ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଗୋପିନାଥପୁର ପଞ୍ଚାୟତ କର୍ଡୁଆସାହି ଗଁାରେ ଶନିବାର ଛେପ ପକାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗଁାର ଦୁଃଖିରାମ ଦାସ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ପୂର୍ବରୁ ବିବାଦ ରହିଥିଲା। ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଅପରପକ୍ଷର ଜଣେ ସଦସ୍ୟ ପାନ ଛେପ ପକାଇବା ବେଳେ ଦୁଃଖିରାମଙ୍କ ଘର ଦୁଆରେ ପଡ଼ିଥିଲା। ଏହାକୁ ନେଇ କଥା କଟାକଟିରୁ ଉଭୟ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଦୁଃଖିରାମଙ୍କ ସମେତ ଉଭୟ ପକ୍ଷର ୫ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦୁଃଖିରାମଙ୍କୁ ମୃତ ଘୋଷଣା କରିଥିଲେ।
Posted inଆମ ଜିଲା ଖବର, ଭଦ୍ରକ, ରାଜ୍ୟ View All
ଟିକା ପ୍ରାଇସ୍ ବିଡିଂ ୯ରେ
ଭୁବନେଶ୍ୱର,୫।୬(ବ୍ୟୁରୋ): ଟିକା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍ଏମ୍ସିଏଲ) ପକ୍ଷରୁ ଡକାଯାଇଥିବା ଗ୍ଲୋବାଲ ଇ-ଟେଣ୍ଡରରେ ୨ ଜଣ ବିଡର ଅଂଶଗ୍ରହଣ କରିଛନ୍ତି। ସେମାନଙ୍କର ବିଡ୍କୁ...
ହଠାତ୍ ଘରେ ପଶିଗଲେ ଯୁବକ, ପରେ ବନ୍ଧୁକ ଦେଖାଇ…
ବଲାଙ୍ଗୀର ଅଫିସ,୧୫।୬: ବଲାଙ୍ଗୀର ସହର ଶାନ୍ତିପଡାର ଜଣେ ବ୍ୟକ୍ତିଙ୍କ ଘରେ ମଙ୍ଗଳବାର ସକାଳେ ଜଣେ ବନ୍ଧୁକଧାରୀ ଯୁବକ ପଶି ଯାଇଥିଲେ। ଘର ଲୋକଙ୍କୁ ବନ୍ଧକ ଦେଖାଇ...
ବୟସ୍କ, ଦିବ୍ୟାଙ୍ଗଙ୍କ ପାଇଁ ‘ନିଅର ଟୁ ହୋମ୍ ଟିକାକରଣ କେନ୍ଦ୍ର’
ଭୁବନେଶ୍ୱର, ୩୧।୫(ବ୍ୟୁରୋ): ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଘର ନିକଟରେ ଟିକାକରଣ କେନ୍ଦ୍ର ବା ନିଅର ଟୁ ହୋମ୍ ଟିକାକରଣ କେନ୍ଦ୍ର (ଏନ୍ଏଚ୍ସିଭିସି) କରିବାକୁ କେନ୍ଦ୍ର...
ହତାଶାରେ ବିତୁଛି ଶିଳ୍ପୀ, ବୁଣାକାରଙ୍କ ଜୀବନ
ଭୁବନେଶ୍ୱର, ୫।୬ (ବ୍ୟୁରୋ): ଯେଉଁମାନଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପାଇଛି, ସେମାନେ ଆଜି ଦୁର୍ଦ୍ଦଶା ଓ ହତାଶାରେ ଜୀବନ ବିତାଉଛନ୍ତି। କୋଭିଡ୍...
ଚିନ୍ତା ଘାରିଲେ ବି ପ୍ରତିକାର ଶୂନ
ନୟାଗଡ଼ ଅଫିସ,୫।୬: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଜଙ୍ଗଲିଆ ଅଞ୍ଚଳ ଧୀରେ ଧୀରେ ପଦା ହେଉଛି। ଜଙ୍ଗଲ ପରିମାଣ କମି ଚାଲିଥିବାବେଳେ କଂକ୍ରିଟ କୋଠାବାଡି ଓ...
ମାଳ ବିହାରିପୁର କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ବାଙ୍କୀ,୨୦୬(ସ୍ବ.ପ୍ର.): ବାଙ୍କୀ ବ୍ଲକ କଦଳିବାଡି ପଞ୍ଚାୟତର ଅନ୍ତର୍ଗତ ମାଳବିହାରିପୁରରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ପ୍ରକାଶ କୁମାର ବେହେରା ଶନିବାରଠାରୁ...
ରାଇସମିଲ୍ ବର୍ଜ୍ୟବସ୍ତୁରେ ଲୋକେ ଅତିଷ୍ଠ
ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲା ରେମୁଣା ବ୍ଲକ କୁରୁଡ଼ାସ୍ଥିତ ରାଇସମିଲରୁ ବାହାରୁଥିବା ବର୍ଜ୍ୟବସ୍ତୁରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଛନ୍ତି। ଲୋକେ ଗୁରୁବାର ମିଲ୍ ଗେଟ୍ରେ ତାଲା ପକାଇ...
୪ ଜିଲାରେ ହେବ ଅଣଧାନ ଫସଲ
ଭୁବନେଶ୍ୱର, ୧ା୬(ବ୍ୟୁରୋ): ଚଳିତ ଖରିଫ୍ରେ ରାଜ୍ୟର ମୋଟ ୧୨ ହଜାର ୨୦୭ ହେକ୍ଟର ଚାଷଜମିରେ ଫସଲର ବିବିଧୀକରଣର ଏକ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାକୁ...


