ନୂଆଦିଲ୍ଲୀ,୬।୬: ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ବେଳେ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟୁଇଟର ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ଚରମସୀମାରେ ପହଞ୍ଚତ୍ଛି। ସେତେବେଳେ କୃଷକଙ୍କ ଧାରଣାସ୍ଥଳକୁ ଦିଲ୍ଲୀ ପୋଲିସ କଣ୍ଟକିତ ତାରବାଡ଼ରେ ଘେରିଥିଲା, ଯାହାର ଦୃଶ୍ୟ ଟୁଇଟର ଜରିଆରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲା। କରୋନା ଭାଇରସ୍ର ଦ୍ୱିତୀୟ ଲହର ବେଳେ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି ହୋଇଥିବା ରୋଗୀ ଅକ୍ସିଜେନ ଅଭାବରୁ ମରୁଥିବା ଦୃଶ୍ୟ ମଧ୍ୟ ସର୍ବାଧିକ ଶେୟାର କରାଯାଇଛି ଟୁଇଟରରେ। ସେହିପରି ମହାମାରୀ ସମୟରେ ସେଣ୍ଟ୍ରାଲ ଭିଷ୍ଟାର ନିର୍ମାଣକୁ ବିରୋଧ ସାମାଜିକ ଗଣମାଧ୍ୟମରେ ଛାଇ ହୋଇରହିଥିଲା। କେନ୍ଦ୍ରରେ କ୍ଷମତାସୀନ ଭାଜପା ଏହାକୁ କଂଗ୍ରେସର ଟୁଲକିଟ୍ ଆଖ୍ୟାଦେଇ ଟୁଇଟର ଉପରେ ଦୋଷ ଲଦିଥିଲା। ଜବାବରେ ଟୁଇଟର ଭାଜପା ମୁଖପାତ୍ର ସମ୍ବିତ ପାତ୍ରଙ୍କ ପୋଷ୍ଟକୁ ‘ମାନିପୁଲେଟେଡ୍ ମିଡିଆ’ର ଟ୍ୟାଗ୍ ଦେଇଥିଲା। ମେ’ ୨୪ରେ ଦିଲ୍ଲୀ ପୋଲିସର ୬ ଜଣିଆ ଟିମ୍ ଟୁଇଟରର ଗୁରୁଗ୍ରାମ ଓ ଲାଡୋସରାୟ ଅଫିସରେ ପହଞ୍ଚତ୍ବା ପରେ ଏହି ପ୍ଲାଟ୍ଫର୍ମ ଅସନ୍ତୋଷ ବ୍ୟକ୍ତ କରିଥିଲା। ଇତିମଧ୍ୟରେ କେନ୍ଦ୍ର ସରକାର ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ପାଇଁ ନୂଆ ଆଇନ ଆଣିଥିବାବେଳେ ଟୁଇଟର ବ୍ୟତୀତ ଅନ୍ୟ ସାଇଟ୍ଗୁଡ଼ିକ ଏହାକୁ ମାନିବାକୁ ରାଜି ହୋଇଛନ୍ତି। ଗତ ୨୭ ତାରିଖରେ ଟୁଇଟର ଡିଜିଟାଲ ନିୟମଗୁଡ଼ିକ ଉପରେ ଆପତ୍ତି ଉଠାଇ ଏହା ‘ଅଭିବ୍ୟକ୍ତି ସ୍ବାଧୀନତା ପାଇଁ ବିପଦ’ ବୋଲି ଦର୍ଶାଇଥିଲା। ଫଳରେ ଟୁଇଟର ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରକୁ ବଦନାମ କରିବା ପାଇଁ ଉଦ୍ୟମ ଚଳାଇଥିବା କେନ୍ଦ୍ର ସରକାର ସମାଲୋଚନା କରିଥିଲେ। ଶନିବାର କେନ୍ଦ୍ର ପକ୍ଷରୁ ଟୁଇଟରକୁ ଶେଷ ନୋଟିସ ପଠାଯିବା ସହ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ନୂଆ ସୂଚନା ପ୍ରଯୁକ୍ତି ନିୟମାବଳୀ, ୨୦୨୧ ଅନୁପାଳନ କରିବା ଲାଗି କେନ୍ଦ୍ର ସରକାର ଶନିବାର ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟୁଇଟରକୁ ଚୂଡ଼ାନ୍ତ ନୋଟିସ ପଠାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପଠାଇଥିବା ନୋଟିସ୍ରେ କୁହାଯାଇଛି, ମନ୍ତ୍ରଣାଳୟ ପୂର୍ବରୁ ଯେଉଁ ଚିଠିଗୁଡ଼ିକ ପଠାଇଥିଲା ସେଥିରେ ଟୁଇଟରର ଜବାବ ନୈରାଶ୍ୟଜନକ। ଏହା ମନ୍ତ୍ରଣାଳୟକୁ ନା ସ୍ପଷ୍ଟୀକରଣ ଦେଇଛି, ନା ନିୟମାବଳୀ ସମ୍ପୂର୍ଣ୍ଣ ଅନୁପାଳନ କରିବ ବୋଲି ସୂଚାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟୁଇଟର ଜବାବରେ ମୁଖ୍ୟ କମ୍ପ୍ଲିଆନ୍ସ ଅଫିସରଙ୍କ ସମ୍ପର୍କରେ ସବିଶେଷ ସୂଚନା ଦେଇନାହିଁ। ଜଣେ କମ୍ପ୍ଲିଆନ୍ସ ଅଫିସରଙ୍କ ସମେତ କମ୍ପାନୀର ଜଣେ କର୍ମଚାରୀଙ୍କୁ ଗ୍ରିଭାନ୍ସ ଅଫିସର ଏବଂ ଅନ୍ୟ ଜଣେ ନୋଡାଲ କଣ୍ଟାକ୍ଟ ପର୍ସନ ନିଯୁକ୍ତି କରିବା ଲାଗି କେନ୍ଦ୍ର ସରକାର ଉକ୍ତ ମାଇକ୍ରୋ-ବ୍ଲଗିଂ ପ୍ଲାଟ୍ଫର୍ମକୁ ନିର୍ଦ୍ଦେଶ ଦେଇଥିଲେ। ସଦ୍ଦିଚ୍ଛା ପୂର୍ବକ ଟୁଇଟରକୁ ଶେଷ ନୋଟିସ୍ ପଠାଯାଇ ତୁରନ୍ତ ନିୟମାବଳୀ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଅନୁପାଳନ ନ କଲେ ଟୁଇଟର ଆଇଟି ଆଇନରେ ଥିବା ଉତ୍ତରଦାୟିତ୍ୱ କ୍ଷମା ପାଇବା ସୁଯୋଗ ହରାଇବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ଡିଜିଟାଲ ମିଡ଼ିଆ ପାଇଁ ସରକାରଙ୍କ ନୂଆ ଆଇଟି ନିୟମାବଳୀକୁ ଟୁଇଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍ଫର୍ମକୁ ଅନୁପାଳନ କରିବାକୁ ପଡ଼ିବ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ କହିଥିଲେ। ଟୁଇଟର ନିୟମାବଳୀ ପାଳନ କରିବା ସହ ଆବାସିକ ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିଥିବା କୋର୍ଟଙ୍କୁ ଜଣାଇଥିଲା ଓ ପିଟିଶନର ଜବାବ ରଖିବ ବୋଲି କହିଥିଲା। କିନ୍ତୁ କେନ୍ଦ୍ର ସରକାର ଉକ୍ତ ଦାବିକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ନୂଆ ଡିଜିଟାଲ ନିୟମାବଳୀ ଅନୁଯାୟୀ ଫେସ୍ବୁକ୍, ହ୍ବାଟ୍ସଆପ୍ ଏବଂ ଟୁଇଟର ଭଳି ସୋସିଆଲ ମିଡିଆ କମ୍ପାନୀକୁ ମେସେଜଗୁଡ଼ିକର ସୃଷ୍ଟିକର୍ତ୍ତାଙ୍କୁ ୩୬ ଘଣ୍ଟା ମଧ୍ୟରେ ଚିହ୍ନଟ କରିବା ସହ ମୁଖ୍ୟ କମ୍ପ୍ଲିଆନ୍ସ ଅଫିସର, ଯୋଗାଯୋଗ ପାଇଁ ନୋଡାଲ ଅଫିସର ଏବଂ ଆବାସିକ ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିବା ଲାଗି କୁହାଯାଇଥିଲା।
ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଲକ୍ଷେରୁ କମ୍…
ନୂଆଦିଲ୍ଲୀ,୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ...
ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କ ବନ୍ଧ୍ୟାକରଣ ଅପରେଶନ୍ କରିଦେଲେ ଡାକ୍ତର…
ରାଞ୍ଚି,୨୦।୬: ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କର ବନ୍ଧ୍ୟାକରଣ ଅପରେଶନ୍ କରି ଡାକ୍ତର ଏବେ ହରଡ଼ଘଣାରେ ପଡ଼ିଛନ୍ତି। ମହିଳା ତାଙ୍କ ପରିବାରର ଅନ୍ୟ...
ଭାଜପା ସମର୍ଥକଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଲା ଟିଏମ୍ସି
ବୀରଭୂମ୍,୧୯।୬: ପଶ୍ଚିମବଙ୍ଗ ବୀରଭୂମ୍ ଜିଲାର ୩୦୦ ଭାଜପା ସମର୍ଥକ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ଫେରିଛନ୍ତି। ଦଳକୁ ଫେରିବା ପାଇଁ ସେମାନେ ବୀରଭୂମ୍ସ୍ଥିତ ଟିଏମ୍ସି କାର୍ଯ୍ୟାଳୟ ଆଗରେ...
ପୁଣି ଥରେ ସିଦ୍ଧାର୍ଥ ହେଲେ ‘ମୋଷ୍ଟ ଡିଜାରେବଲ ମ୍ୟାନ-୨୦୨୦’
ମୁମ୍ବାଇ,୧୧।୬: ଟେଲି ପପୁଲାର ଶୋ’ ବିଗ୍ ବସ୍-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ପ୍ରଶଂସକଙ୍କ ମନକୁ ଜିଣିପାରି...
କରୋନା ମୁକାବିଲା ପାଇଁ ନିଆରା ଉପାୟ ଆପଣାଇଲେ ମହାରାଷ୍ଟ୍ର ସରକାର
ମୁମ୍ବାଇ,୩।୬: କରୋନା ଭାଇରସ୍ ପ୍ରଥମ ଲହରରେ ଗ୍ରାମାଞ୍ଚଳ ସୁରକ୍ଷିତ ରହିଥିଲା କିନ୍ତୁ ଦ୍ୱିତୀୟ ଲହରରେ କରୋନା କାବୁରେ ରହିଛି ଗ୍ରାମାଞ୍ଚଳ। ପୂର୍ବରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା...
ପତ୍ନୀଙ୍କୁ କାମୁଡ଼ିଥିବା କୁକୁରକୁ ଗୁଳି କରି ହତ୍ୟା କଲେ ସ୍ବାମୀ
ଇନ୍ଦୋର,୩।୬: ପତ୍ନୀଙ୍କୁ କାମୁଡ଼ି କ୍ଷତାକ୍ତ କରି ଦେଇଥିଲା ପଡ଼ୋଶୀଙ୍କ ପୋଷା କୁକୁର। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ଗୁଳିକରି ଉକ୍ତ କୁକୁରକୁ ହତ୍ୟା କରିଛନ୍ତି। ଅଭିଯୁକ୍ତଙ୍କୁ...
ସମସ୍ତ ରାଜ୍ୟ ବୋର୍ଡରେ ସମାନ ମୂଲ୍ୟାଙ୍କନ ପଦ୍ଧତି ନୁହେଁ ସମ୍ଭବ, କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ୨୧ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ରଦ୍ଦ କରି ଦିଆଯାଇଛି। ଏନେଇ ସିବିଏସ୍ଇ ବୋର୍ଡ ପକ୍ଷରୁ ଆଗତ...
ମୁଣ୍ଡ ପିଟି ବାହୁନି କାନ୍ଦିଲେ ମା’: ଜୀବନ ଫେରି ପାଇଲେ ୭ ବର୍ଷର ବାଳକ…
ବାହାଦୂରଗଡ଼,୧୭।୬: କୁହାଯାଏ ମା’ ଡାକରେ ଅମୃତ ରହିଛି। ମା’ ଡାକରେ ପିଲା ଆପଣା ଛାଏଁ ଟାଣି ହୋଇ ଚାଲି ଆସିଥାଏ। ଏହାର ସଦ୍ୟତମ ଉଦାହରଣ ହରିୟାଣାର...


