ନୂଆଦିଲ୍ଲୀ,୬।୬: କେନ୍ଦ୍ରର କୃଷି ଆଇନ ବିରୋଧରେ ଦୀର୍ଘଦିନ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀ ଶନିବାରଦେଶବ୍ୟାପୀ ସମ୍ପୂର୍ଣ୍ଣ କ୍ରାନ୍ତି ଦିବସ ପାଳନ କରିଛନ୍ତି। ସେମାନେ ଭାଜପା ଏମ୍ପି ଏବଂ ବିଧାୟକମାନଙ୍କ ଘର ଆଗରେ କୃଷି ଆଇନର ନକଲ ପୋଡ଼ିଥିଲେ। ୨୦୨୦ ଜୁନ୍ ୫ରେ ସରକାର ଅଧ୍ୟାଦେଶ ବଳରେ ନୂଆ କୃଷି ଆଇନ କାର୍ଯ୍ୟକାରୀ କରିଥିଲେ। ସେଥିପାଇଁ ଆଜିର ଦିନରେ ଚାଷୀମାନେ ଭାଜପା ବିରୋଧୀ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ଆହ୍ବାନରେ ପଞ୍ଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ, କର୍ନାଟକ, ତାମିଲନାଡୁ, ଓଡ଼ିଶା, ଛତିଶଗଡ଼, ବିହାର, ତେଲଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ଚାଷୀମାନେ ବିକ୍ଷୋଭରେ ସାମିଲ ହୋଇଥିଲେ। ହରିୟାଣା ବିଧାନସଭା ବାଚସ୍ପତି ଗିଆନ୍ ଚାନ୍ଦ ଗୁପ୍ତାଙ୍କ ଘର ଆଡ଼କୁ ଶୋଭାଯାତ୍ରାରେ ଯାଉଥିବା ଚାଷୀଙ୍କୁ ପୋଲିସ ଅଟକାଇବାରୁ ସେମାନେ କାଲ୍କା-ଜିରାକପୁର ରାସ୍ତା ଅବରୋଧ କରିଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ଲାଠିଚାଳନା କରିଥିଲା। ହରିୟାଣାର ଫତେହାବାଦ ଅନ୍ତର୍ଗତ ତୋହାନାଠାରେ ରାକେଶ ଟିକାୟତ, ଗୁର୍ନାମ ସିଂ ଚଡୁନି ଏବଂ ଯୋଗେଶ ଯାଦବଙ୍କ ନେତୃତ୍ୱରେ ବହୁସଂଖ୍ୟାରେ ଚାଷୀ ଏକତ୍ର ହୋଇଥିଲେ।
ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ବାତିଲ
ନୂଆଦିଲ୍ଲୀ,୧।୬: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ୍(ସିବିଏସ୍ଇ) ଦ୍ୱାଦଶ ପରୀକ୍ଷା ବାତିଲ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ନେଇ ସମୀକ୍ଷା କରିବା...
ସରକାରୀ କର୍ମଚାରୀଙ୍କୁ ମିଳିବ ବୈଦ୍ୟୁତିକ ଯାନ
ପାଣାଜୀ,୬।୬: ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୋଆ ଏବଂ କେରଳ ସରକାର ସେମାନଙ୍କ ରାଜ୍ୟରେ ସରକାରୀ...
ସ୍ବତନ୍ତ୍ର ଟେନ୍ରେ କାନପୁର ଗସ୍ତରେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୫।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସଫଦରଗଞ୍ଜ ଷ୍ଟେସନରୁ ଏକ ସ୍ବତନ୍ତ୍ର ଟ୍ରେନ୍ରେ କାନପୁରରେ ଥିବା ନିଜ ଜନ୍ମସ୍ଥାନକୁ ଗସ୍ତ କରିଛନ୍ତି। ଏହି ଯାତ୍ରାରେ ରାମନାଥ...
କ୍ଷମା ମାଗିଲେ ହରଭଜନ
ନୂଆଦିଲ୍ଲୀ, ୭ା୬: ହରଭଜନ ସିଂ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭେଟେରାନ ଭାରତୀୟ ଅଫ୍ ସ୍ପିନର ଖଲିସ୍ଥାନୀ ସନ୍ତ୍ରାସବାଦୀ ଜର୍ନେଲ ସିଂ ଭିନ୍ଦ୍ରନଓ୍ବାଲେଙ୍କ ପ୍ରତି...
ଟିକା ଦିଅ, ଇଲିଶି ନିଅ
ନୂଆଦିଲ୍ଲୀ, ୨୪।୬: ଭାରତର ଇଲିଶି ଚାହିଦା ମେଣ୍ଟାଇବା ପାଇଁ ବାଂଲାଦେଶରୁ ଏହି ମାଛକୁ ଆମଦାନୀ କରାଯାଇଥାଏ। ତେବେ ଭାରତ ପଡ଼ୋଶୀ ଦେଶକୁ କୋଭିଡ୍ ଟିକା ଯୋଗାଇବାରେ...
ନୁସ୍ରତଙ୍କ ସମସ୍ୟା ବଢ଼ିଲା
ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ଭାରତୀୟ ଆଇନ ଅନୁସାରେ ବୈଧ ନୁହେଁ ବୋଲି ଟିଏମ୍ସି ଏମ୍ପି ନୁସ୍ରତ ଜହାଁ କହିବା ପରଠାରୁ ବିବାଦ ଘନେଇବାରେ...
‘ ଭାଜପାରେ କେହି ରହିବେ ନାହିଁ ’
ନୂଆଦିଲ୍ଲୀ,୧୧।୬ : ବର୍ତ୍ତମାନ ଭାଜପାରେ ଯେଉଁଭଳି ସ୍ଥିତି କେହି ରହିବାକୁ ଚାହୁଁନାହାନ୍ତି। ଭାଜପାରୁ ବାହାରିବା ପରେ ଚିହ୍ନା ଚେହେରା ଦେଖି ଭଲ ଲାଗୁଛି। ଦୀର୍ଘ ୪...
୨୦୨୨ରେ ଭୋଟ୍ ପ୍ରଚାର କରିବ ରୋବୋ
ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ...


