ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୬।୬: ଯାଜପୁର ଜିଲା ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳରେ ମାଟି ଅଳ୍ପ ଖୋଳିଲେ ବାହାରୁଛି ଲୁଣି ପାଣି। ସେହି ପାଣି ପିଇ ହେଉନି କି ଏଥିରେ ରାନ୍ଧିଲେ ଖାଦ୍ୟ ରୁଚୁନି। ଫଳରେ ଏହି ବ୍ଲକର ରତ୍ନଗିରି, ମନ୍ଦାରୀ, ଅମଠପୁର ଓ ସେରପୁର ପଞ୍ଚାୟତର ପ୍ରାୟ ୪୦ ହଜାର ଲୋକ ସ୍ବଚ୍ଛ ପାଣି ପାଇବାରୁ ବଞ୍ଚିତ ରହୁଛନ୍ତି। ଏପରିକି ଲୁଣିପାଣି ଯୋଗୁ ଶତାଧିକ ହେକ୍ଟର ଚାଷଜମି ପଡ଼ିଆ ପଡୁଛି।
ମନ୍ଦାରୀ ପଞ୍ଚାୟତର ବେଞ୍ଜେରାପୁରରେ ୨୦୦ ଫୁଟ୍ର ଉଠାଜଳସେଚନ ପ୍ରକଳ୍ପ ନିମନ୍ତେ ହୋଇଥିବା ସର୍ଭେରୁ ଲୁଣିପାଣି ବାହାରିବା ଜଣାପଡ଼ିଛି। ତେଣୁ ୭୫୦ ଫୁଟ୍ ପର୍ଯ୍ୟନ୍ତ ଖନନ ହେଲେ ଭଲ ପାଣି ବାହାରିବ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି। ଏହି ମର୍ମରେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ, ଜଳସେଚନ ମନ୍ତ୍ରୀ ଓ ସଚିବ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗୀୟ ଅଧିକାରୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ଏପରି କି ଗତ ବିଧାନସଭା ଅଧିବେଶନରେ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଏନେଇ ପ୍ରଶ୍ନ ମଧ୍ୟ କରିଛନ୍ତି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଦାବି ଉପରେ କେହି ଦୃଷ୍ଟି ଦେଉ ନ ଥିବାରୁ ଅଞ୍ଚଳବାସୀ ସ୍ବଚ୍ଛ ପାଣି ନ ପାଇ ଫ୍ଲୋରାଇଡ୍ କବଳରେ ଘାଣ୍ଟି ହେଉଛନ୍ତି।
ବରୀ ବ୍ଲକର ଅଣିକଣା ଓ ମନ୍ଦାରି ରାଜସ୍ବ ଗ୍ରାମରେ ବିଭିନ୍ନ ଯୋଜନାରେ ୨୦୦ ଫୁଟ୍ ଲେଖାଏ ୧୦ରୁ ଊର୍ଦ୍ଧ୍ୱ ବୋର୍ୱେଲ ଖନନ ହୋଇଛି। ହେଲେ ସେଥିରୁ ବାହାରୁଥିବା ପାଣି ଚାଷ ଉପଯୋଗୀ ହେଉନାହିଁ। ଫଳରେ ଚାଷୀ ବିଭିନ୍ନ ଚାଷ କରିବାରୁ ବଞ୍ଚିତ ରହୁଛନ୍ତି। ଚାଷୀ ରଘୁନାଥ ଜେନା, ବିଷ୍ଣୁଚରଣ ଜେନା, ଶ୍ୟାମସୁନ୍ଦର ଜେନା ପ୍ରମୁଖ କହିଛନ୍ତି, ଏହି ଅଞ୍ଚଳରେ ଜଳସମ୍ପଦ ବିଭାଗ ତରଫରୁ ଗଭୀର ନଳକୂପ ଖନନ କରାଯାଇ ମଧୁର ଜଳ ପାଇଁ ବ୍ୟବସ୍ଥା କରାଗଲେ ପଡ଼ିଆ ରହୁଥିବା ଶତାଧିକ ହେକ୍ଟର ଜମିରେ ଚାଷ କରାଯାଇ ପାରନ୍ତା। ବିଶେଷକରି ଏହି ଅଞ୍ଚଳରେ ଅଧିକ ପନିପରିବା ଚାଷ ହେଉଥିବାରୁ ଚାଷୀ ଉପକୃତ ହୋଇପାରନ୍ତେ। ଅନ୍ୟପକ୍ଷରେ ପାନୀୟ ଜଳ ସମସ୍ୟା ମଧ୍ୟ ଏଠାରେ ଉତ୍କଟ। ପଟଣା ଏବଂ ରତ୍ନଗିରିଠାରେ ପାଇପ୍ ଜଳଯୋଗାଣ ପ୍ରକଳ୍ପ ରହିଛି। ହେଲେ ରାଉତପୁର ଗ୍ରାମବାସୀ ଉକ୍ତ ପ୍ରକଳ୍ପରୁ ପାଉଥିବା ପାଣି ଲୁଣିଆ ଲାଗୁଥିବା କହିିଛନ୍ତି। ଅଞ୍ଚଳରେ ଥିବା ନଳକୂପଗୁଡିକରୁ ମଧ୍ୟ ଲୁଣିଆ ପାଣି ବାହାରୁଛି। ଆବଶ୍ୟକ ବିଶୋଧନ ଯନ୍ତ୍ର ଲଗାଯାଇ ନ ଥିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପାଣିରେ ରାନ୍ଧିଲେ ଖାଦ୍ୟର ପ୍ରକୃତ ସ୍ବାଦ ମିଳି ପାରୁନାହିଁ। ପଞ୍ଚାୟତବାସୀଙ୍କ ପାଇଁ ଏହା ଏକ ଗୁରୁତର ସମସ୍ୟା ହୋଇଥିଲେ ହେଁ ଜିଲା ପ୍ରଶାସନ ହାଲୁକା ଭାବେ ଗ୍ରହଣ କରି ଆସୁଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଫ୍ଲୋରାଇଡ୍ ମିଶ୍ରିତ ପାଣି ପିଇ ଲୋକେ ଅଧିକ ରୋଗାକ୍ରାନ୍ତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତିୱାରୀଙ୍କ ମୋବାଇଲ ଫୋନ ବନ୍ଦ ଥିବାରୁ ମତାମତ ନିଆଯାଇ ପାରିନାହିଁ। ସ୍ଥାନୀୟ ବାସିନ୍ଦା ଦେବସ୍ମିତା ବେହୁରିଆ କହନ୍ତି, ସମୁଦ୍ରକୂଳକୁ ଏହି ଅଞ୍ଚଳର ଦୂରତା ଆକାଶ ମାର୍ଗରେ ମାତ୍ର ୨୦ରୁ ୨୫ କିମି ଦୂରହେବ। ସେଥିପାଇଁ କମ୍ ଗଭୀର ଖନନ କରାଗଲେ ଲୁଣି ପାଣି ବାହାରୁଛି। ପାଇପ୍ ଜଳଯୋଗାଣ ପ୍ରକଳ୍ପରେ ମଧ୍ୟ କେତେକ ସ୍ଥାନରେ ପାଣି ଲୁଣିଆ ଲାଗୁଛି। ଏଥିପାଇଁ ରାଜ୍ୟ ସରକାର ଯେଉଁଭଳି ପଦକ୍ଷେପ ନେବା କଥା ତାହା ସମୁଦ୍ରକୁ ଶଙ୍ଖେ। ଜଳସେଚନ ବିଭାଗର ଅବହେଳା ଯୋଗୁ ଚାଷୀଙ୍କ ଅଧିକାଂଶ ଜମି ପଡ଼ିଆ ପଡୁଛି ବୋଲି ବେହୁରିଆ କହିଛନ୍ତି।
ପାଣି ପିଇ ହେଉନି, ଖାଦ୍ୟ ରୁଚୁନି: ଲୁଣିପାଣି କବଳରେ ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳ
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୪ ଜୀବନ
ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୪ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୪୩୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...
୧୧ ଟଙ୍କାରେ ମିଳିବ ଆମ୍ବୁଲାନ୍ସ ସେବା
ସମ୍ବଲପୁର,୨୧ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ବିଭିନ୍ନ ଅନୁଷ୍ଠାନ, ସମାଜିକ କର୍ମୀଙ୍କ ପକ୍ଷରୁ ଲୋକଙ୍କୁ ସହାୟତା କରାଯାଉଛି। ଏହି ଧାରାରେ ସାମିଲ ହୋଇଛି ସମ୍ବଲପୁରର ‘ସାଥୀ’ ଚାରିଟେବୁଲ...
ଆଜି କ୍ରୋମାଇଟ୍ ନିଲାମ
ଯାଜପୁର ଅଫିସ,୨୫ା୬: ଗତ ଫେବୃୟାରୀରୁ ଓଡ଼ିଶା ଖଣି ନିଗମ (ଓଏମ୍ସି)ଦ୍ୱାରା ଆହୂତ କ୍ରୋମାଇଟର ମାସିକ ନିଲାମ ପ୍ରକ୍ରିୟା କ୍ରମାଗତ ଭାବେ ବିଫଳ ହୋଇଆସୁଛି। ଏଥିଯୋଗୁ ନିଲାମ...
୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ
ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...
ମହାକାଶ ଯିବ ଓଡ଼ିଆ ଛାତ୍ରଙ୍କ ପ୍ରକଳ୍ପ
ସୁନାବେଡ଼ା ,୨୦ା୬(ସ୍ବ.ପ୍ର.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଆସନ୍ତା ୨୪ ତାରିଖରେ ଏସ୍ଆର୍-୭ ରକେଟ୍ ଉତ୍କ୍ଷେପଣ କରାଯିବ। ଉକ୍ତ ମିଶନରେ ବ୍ୟବହୃତ ବିଭିନ୍ନ...
ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ବୁଧବାର...
ତଳି ପକାଉଥିବା ବେଳେ ବଜ୍ରାଘାତରେ ଚାଷୀ ମୃତ
ନିଶ୍ଚିନ୍ତକୋଇଲି,୨୬।୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ଦହପଡ଼ା ଗ୍ରାମର ଜଣେ ଚାଷୀଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ସେ ହେଲେ ଶ୍ୟାମସୁନ୍ଦର ବେହେରା (୫୦)।...
ବ୍ୟାଙ୍କରେ ରହୁନି ସାମାଜିକ ଦୂରତା:ଗୋଷ୍ଠୀ ସଂକ୍ରମଣ ଆଶଙ୍କା
ଗଞ୍ଜାମ,୧।୬(ଡି.ଏନ୍.ଏ.): ଗଞ୍ଜାମ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଦ୍ୱିତୀୟ ଲହରରେ ଏହି ସହରରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ...


