ସକାରାମତ୍କ ପରିବର୍ତ୍ତନ ଆଣିବାରେ ଗୋଷ୍ଠୀଗତ ପ୍ରୟାସର ଗୁରୁତ୍ୱ ପ୍ରମାଣିତ ହୋଇଛି ତାମିଲନାଡୁରେ। ଶ୍ରୀନିବାସନ ସର୍ଭିସ ଟ୍ରଷ୍ଟ(ଏସ୍ଏସ୍ଟି) ଦ୍ୱାରା ତାମିଲନାଡୁର ୨୫୦୦ ଦୁର୍ଗମ ତଥା ମରୁଡ଼ିପ୍ରବଣ ଗାଁରେ ଲୋକମାନଙ୍କ ମିଳିତ ଉଦ୍ୟମରେ କୃଷିର ଉନ୍ନତି ଓ ଜୈବବିବିଧତାର ସୁରକ୍ଷା ନିଶ୍ଚିତ ହୋଇପାରିଛି। ଏଭଳି ଅଭିଯାନର ନେତୃତ୍ୱ ନେଇଛନ୍ତି ଏସ୍ଏସ୍ଟିର ଚେୟାରମ୍ୟାନ ସ୍ବରନ ସିଂ। ସେ ୨୦୧୮ରୁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି ସଂସ୍ଥା ଦ୍ୱାରା ୨୫୦୦ ଗାଁରେ କ୍ଷୁଦ୍ରଚାଷୀମାନେ ସେମାନଙ୍କ ଆୟ ଦୁଇଗୁଣ ବଢ଼ାଇବାକୁ ସକ୍ଷମ ହୋଇଛନ୍ତି। କୃଷକମାନଙ୍କୁ ପର୍ଯ୍ୟାପ୍ତ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛିି । ଗତ ୪ ବର୍ଷ ମଧ୍ୟରେ ଗାଁଗୁଡ଼ିକରେ କ୍ଷୁଦ୍ର ଜଳସେଚନ ଟାଙ୍କି ନିର୍ମାଣ କରାଯାଇଛି। କେବଳ ଏତିକି ନୁହେଁ, ସ୍ବରନଙ୍କ ଉଦ୍ୟମରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଗ୍ରାମବାସୀଙ୍କ ସହଯୋଗରେ ବୃହତ୍ ଜଳାଶୟ ଖୋଳାଯାଇ ବିଭିନ୍ନ ପ୍ରଜାତି ଜୀବଙ୍କ ସୁରକ୍ଷା କରାଯାଉଛି।
ଘୋର ଅବ୍ୟବସ୍ଥା
ଦେଶର ଅର୍ଥବ୍ୟବସ୍ଥା ତଳକୁ ଖସୁଥିତ୍ବାବେଳେ ଟିକସ ସଂଗ୍ରହ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହୋଇଛି। ଏତିକିବେଳେ ଅଧିତ୍କ ଟିକସ ପାଇବାର ଆଶା କରି ସରକାର ନିଜେ...
ଏଇ ଭାରତରେ
କୋଭିଡ୍ ମହାମାରୀର ମୁକାବିଲା କରିବାକୁ ମହାରାଷ୍ଟ୍ରରେ ଶିକ୍ଷକମାନଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ଅହମ୍ମଦ ନଗରର ଅକୋଲେ ଗାଁରେ ଜିଲା ପରିଷଦ ଶିକ୍ଷକମାନେ କରୋନା ମୃତ୍ୟୁ ରୋକିବା...
ଏଇ ଭାରତରେ
ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍ ଅଧିକାରୀ ଶ୍ରୀକାନ୍ତ ଯାଦବ।...
କରୋନା ଓ ହ୍ବାଇଟ୍ ଫଙ୍ଗସ୍
ନାରାୟଣ ଚନ୍ଦ୍ର ବିଶ୍ୱାଳ କୋଭିଡ୍ ମହାମାରୀ ସମୟରେ ଏହା ପାଟି ଓ ନାକ ରୋଗର ମୁଖଶାଳା ହୋଇଥିବାରୁ ଏହାର ବିଶେଷ ଧ୍ୟାନ ରଖିବା ନିତାନ୍ତ ଜରୁରୀ।...
ଶୁଦ୍ଧତାର ସାମର୍ଥ୍ୟ
ଉପେନ୍ଦ୍ର ବିଶ୍ୱାଳ ମାତୃଜାତିର ଶୁଦ୍ଧତା, ପଣତର ପବିତ୍ରତା ପାଖରେ ସ୍ବୟଂ ସ୍ରଷ୍ଟା ମଧ୍ୟ ହାର ମାନିଥାନ୍ତି। କାରଣ ଜଣେ ସଦାଚାରୀ ନାରୀର ପ୍ରାର୍ଥନା ପରାର୍ଦ୍ଧେ ପୁରୁଷଙ୍କ...
ରାନ୍ସମ୍ୱେର ଯୁଗ
ଗୁଗଲ୍, ଆମାଜନ ଓ ଫେସ୍ବୁକ୍ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ (ଏମ୍ଏନ୍ସି) ସମଗ୍ର ବିଶ୍ୱରେ ବେପାର କରୁଛନ୍ତି। କିନ୍ତୁ ହାତଗଣତି ଦେଶରେ ଟିକସ ଦେଉଛନ୍ତି। ହେଲେ ଆଗକୁ...
କରୋନାର ବୈଜ୍ଞାନିକ ବିଶ୍ଳେଷଣ
ସଂଜୟ କୁମାର ସାମନ୍ତରାୟ ସେଦିନ ଥିଲା ୨୦୧୯ ଡିସେମ୍ବର ୩୧ ତାରିଖ। ଚାଇନାର ଉହାନ୍ ସହରରୁ ଆରମ୍ଭ ହୋଇଥିବା କୋଭିଡ୍-୧୯ ପ୍ରଥମ ଅବସ୍ଥାରେ ଭୂତାଣୁଜନିତ ନିମୋନିଆରୁ...
ଅସତ୍ୟକୁ ହାମ୍ବୁଡୁଛି
ସମଗ୍ର ପୃଥିବୀକୁ ଦେଖିଲେ କରୋନା ମହାମାରୀ ବିଭିନ୍ନ ଦିଗରୁ ଅନେକ କିଛି ଉଜାଡ଼ି ଦେଇଛି। ଏହାର ଦ୍ୱିତୀୟ ଲହରରେ ଭାରତ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଅସଂଖ୍ୟ...


