ନୂଆଦିଲ୍ଲୀ,୬।୬(ପି.ଟି.): ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍ ଭାରତରେ ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ଏହି ମେଗା ଇଭେଣ୍ଟ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଓ ଓମାନକୁ ସ୍ଥାନାନ୍ତର ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନ୍ତରିକ ଭାବେ ଏ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ଆଇସିସିକୁ ସୂଚନା ଦେଇଛି। ଭାରତରେ କୋଭିଡ୍-୧୯ ମହାମାରୀ ସ୍ଥିତି ଭୟାବହ ରହିଛି। ଏଭଳି ସ୍ଥିତିରେ ଭାରତରେ ଏହି ମେଗା ଇଭେଣ୍ଟ ଆୟୋଜନ ହେବା ଏକପ୍ରକାର ଅସମ୍ଭବ ମନେହେଉଛି।
ୟୁଏଇ ପ୍ରଥମ ବିକଳ୍ପ ଭେନ୍ୟୁ ଭାବେ ଅନୁମୋଦନ ପାଇଛି। ଏବେ ଓମାନ ରାଜଧାନୀ ମସ୍କଟ ଚତୁର୍ଥ ଭେନ୍ୟୁ ଭାବେ ସାମିଲ ହୋଇଛି। ଆବୁଧାବି, ଦୁବାଇ ଓ ଶାରଜା ବିଶ୍ୱକପ ପାଇଁ ପ୍ରଥମ ୩ଟି ଭେନ୍ୟୁ ଭାବେ ଅନୁମୋଦନ ପାଇଥିଲା।
ବିଶ୍ୱକପ୍ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନେବାକୁ ଆଇସିସି ବୋର୍ଡ ବୈଠକରେ ବିସିସିଆଇ ୪ ସପ୍ତାହର ସମୟ ଔପଚାରିକ ଭାବେ ମାଗିଥିଲା। ଆୟୋଜନ ଅଧିକାର ବଜାୟ ରଖିବା ସହ ଟୁର୍ନାମେଣ୍ଟକୁ ୟୁଏଇ ଓ ଓମାନରେ ଆୟୋଜନ କରିବା ନେଇ ଆଦୌ ଦ୍ୱିଧା କରାଯିବ ନାହିଁ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୧୬ଟି ଦଳକୁ ନେଇ ଆୟୋଜନ ହେବାକୁଥିତ୍ବା ଏହି ବିଶ୍ୱକପ୍ର ପ୍ରିଲିମିନାରି ରାଉଣ୍ଡ ମ୍ୟାଚ୍ଗୁଡିକ ମସ୍କଟରେ ଆୟୋଜନ ହେବ। ଯାହାଫଳରେ ୟୁଏଇର ୩ଟି ଗ୍ରାଉଣ୍ଡରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ବାକିଥିବା ୩୧ଟି ମ୍ୟାଚ୍ ଆୟୋଜନ ହେବାରେ କୌଣସି ସମସ୍ୟା ରହିବ ନାହିଁ।
ଯଦି ଆଇପିଏଲ୍ ଅକ୍ଟୋବର ୧୦ ତାରିଖରେ ଶେଷ ହୁଏ ତା’ହେଲେ ବିଶ୍ୱକପର ୟୁଏଇ ଲେଗ୍ ନଭେମ୍ବରରେ ଆରମ୍ଭ ହୋଇପାରିବ। ଫଳରେ ବିଶ୍ୱକପ୍ ପାଇଁ ପିଚ୍ର ପୁନର୍ବିନ୍ୟାସ ତଥା ପ୍ରସ୍ତୁତି ପାଇଁ ୩ ସପ୍ତାହର ସମୟ ମିଳିଯିବ ଓ ଇତିମଧ୍ୟରେ ଓମାନରେ ବିଶ୍ୱକପର ପ୍ରଥମ ସପ୍ତାହ ମ୍ୟାଚ୍ଗୁଡିକ ଆୟୋଜନ ହୋଇପାରିବ। ଏବେ ଭାରତ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି ବୋଲି ଅଧିକାଂଶ ଆଇସିସି ହୃଦୟଙ୍ଗମ କରିଛନ୍ତି। ତେବେ ଅକ୍ଟୋବର ଓ ନଭେମ୍ବରରେ କିଭଳି ସ୍ଥିତି ହୋଇଥିବ ସେ ନେଇ କହିବା କଷ୍ଟକର।
ବ୍ୟବହାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତରେ ପ୍ରତିଦିନ ୧,୨୦,୦୦୦ କରୋନା ମାମଲା ରିପୋର୍ଟ ହେଉଛି। ଏହା ଏପ୍ରିଲ ଶେଷ ଓ ଚଳିତ ମାସ ପ୍ରାରମ୍ଭରେ ଆସୁଥିବା କରୋନ ମୁକାବିଲାର ପାଖାପାଖି ଏକ ତୃତୀୟାଂଶ। ଯଦି କରୋନାର ତୃତୀୟ ଲହର ଆସେ ତା’ହେଲେ ଅକ୍ଟୋବରରେ ସ୍ବାସ୍ଥ୍ୟାବସ୍ଥା କିପରି ହେବ ତାହା ଅନୁମାନ କରିବା କଷ୍ଟକର ହେବ। ଏପରିସ୍ଥଳେ ୨୮ ଜୁନ୍ରେ ବିଶ୍ୱକପ୍ ଆୟୋଜନ ନେଇ କିପରି କୁହାଯାଇପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି। ପୁଣି ଦ୍ୱିତୀୟ ପ୍ରଶ୍ନ ହେଉଛି ସେପ୍ଟେମ୍ବରରେ ବିସିସିଆଇ ୮ଟି ଦଳ ବିଶିଷ୍ଟ ଆଇପିଏଲ୍କୁ ଆୟୋଜନ କରିବାକୁ ଦ୍ୱନ୍ଦ୍ୱରେ ରହୁଛି। ଏଭଳି ଅବସ୍ଥାରେ ଟି୨୦ ବିଶ୍ୱକପ୍ ଗୋଟିଏ ମାସ ମଧ୍ୟରେ କିପରି ଆୟୋଜନ ହୋଇପାରିବ। ମୌସୁମୀ ଉପରେ କୋଭିଡ୍-୧୯ର କୌଣସି ପ୍ରଭାବ ରହିବ ନାହିଁ ବୋଲି ବିସିସିଆଇ କର୍ମକର୍ତ୍ତା ଜାଣନ୍ତି। ଏହି ଟୁର୍ନାମେଣ୍ଟରେ ୨୪୦୦ କୋଟି ଟଙ୍କାର ରାଜସ୍ବ ନେଇ ପ୍ରଶ୍ନ ରହିଛି। ଯଦି ଭାରତରେ କରୋନା ସ୍ଥିତିରେ ସୁଧାର ନ ଆସେ ତା’ହେଲେ ବିଦେଶୀ ତାରକା ଖେଳାଳିମାନେ କିପରି ଭାରତ ଆସିବେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ତେଣୁ ଏହି ଖେଳାଳିମାନେ ଆଇପିଏଲ୍ ଖେଳିବାକୁ ନିଶ୍ଚିତ ଭାବେ ୟୁଏଇ ଆସିବେ ଓ ପରେ ସେଠାରେ ଟି୨୦ ବିଶ୍ୱକପ୍ ଖେଳିବାକୁ ପସନ୍ଦ କରିବେ।
ଟୋକିଓ ଅଲିମ୍ପିକ୍ସ : ସର୍ବାଧିକ ୧୦ହଜାର ସ୍ଥାନୀୟ ଦର୍ଶକଙ୍କୁ ଅନୁମତି
ଟୋକିଓ, ୨୨ା୬ (ଏପି)-ଟୋକିଓ ଅଲିମ୍ପିକ୍ସକୁ ଦେଖିବାଲାଗି କିଛି ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦିଆଯିବ। ଆୟୋଜକ କମିଟିର ଅଫିସିଆଲ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସୋମବାର...
‘ଦି ହଣ୍ଡ୍ରେଡ୍’ରେ ୫ ଭାରତୀୟ ମହିଳା ଖେଳିବେ
ଲଣ୍ଡନ, ୧୧।୬(ପି.ଟି.)- ୟୁନାଇଟେଡ କିଙ୍ଗ୍ଡମ୍ରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଥିବା ‘ଦି ହଣ୍ଡ୍ରେଡ’ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ୫ ମହିଳା ଖେଳାଳି ଅଂଶଗ୍ରହଣ...
ଗୋଟିଏ ଉଇକେଟ୍ ନେଇ ୨ ରେକର୍ଡ କଲେ ଇଶାନ୍ତ ଶର୍ମା: କପିଳ ଦେବଙ୍କୁ ପଛରେ ପକାଇଲେ
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ଇଶାନ୍ତ ଶର୍ମା ଏପର୍ଯ୍ୟନ୍ତ ଗୋଟିଏ ଉଇକେଟ ନେଇଛନ୍ତି। ସେ ନ୍ୟୁଜିଲାଣ୍ଡର ଓପନର୍ ଡେଭନ କନୱେଙ୍କୁ ଆଉଟ କରିଛନ୍ତି। ଏହି...
ଗୋଟିଏ ତାରିଖ, ଗୋଟିଏ ମଇଦାନ; ୨ ବର୍ଷ-୨ ରେକର୍ଡ…ମହମ୍ମଦ ସାମିଙ୍କ ପାଇଁ ଖାସ୍ ପାଲଟିଲା ୨୨ ଜୁନ୍
ନୂଆଦିଲ୍ଲୀ,୨୩।୬: ପୁଣି ଥରେ ବିଦେଶୀ ମାଟିରେ ନିଜ ବଲ୍ର ଯାଦୁ ଦେଖାଇଛନ୍ତି ଭାରତୀୟ ଟିମ୍ର ୩୦ ବର୍ଷୀୟ ପେସର୍ ମହମ୍ମଦ ସାମି। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ...
ସଙ୍କଟରେ କୁମ୍ବଲେଙ୍କ ରେକର୍ଡ
ବର୍ମିଂହମ, ୧୦।୬: ଟେଷ୍ଟ କ୍ରିକେଟରେ ସର୍ବାଧିକ ଉଇକେଟ ହାସଲକାରୀ ବୋଲରଙ୍କ ତାଲିକାରେ ୬୧୯ ଉଇକେଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଅନିଲ...
ଧାଓ୍ବନଙ୍କୁ ନେତୃତ୍ୱ: ଭାରତୀୟ ଦଳରେ ୬ ନୂଆ ମୁହଁ
ମୁମ୍ବାଇ,୧୦।୬: ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍ ଲାଗି ଗୁରୁବାର ଭାରତୀୟ ଦଳ ଘୋଷିତ ହୋଇଯାଇଛି। ବରିଷ୍ଠ ଓପନର...
ମନ ଭାଙ୍ଗିଦେଲା ବର୍ଷା
ସାଉଥାମ୍ପଟନ,୧୮ା୬: ମନ ଭାଙ୍ଗିଦେଲା ବର୍ଷା। ଲଗାଣ ବର୍ଷ କାରଣରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ର ପ୍ରଥମ ଦିନ ଖେଳ ସମ୍ଭବ ହୋଇପାରିନାହିଁ। ଏପରି...
ଏଫ୍ସି ବେୟର୍ନ ବିଶ୍ୱ ଦଳରେ ଶୁଭୋ ପଲ୍
ନୂଆଦିଲ୍ଲୀ, ୧୨ା୬ (ପି.ଟି.)- ଦିଲ୍ଲୀଭିତ୍ତିକ ସୁଦେଭା ଏଫ୍ସି ଆଇ-ଲିଗ୍ ଦଳର ଅଧିନାୟକ ଶୁଭୋ ପଲ୍ ପ୍ରସିଦ୍ଧ ଜର୍ମାନ ଫୁଟ୍ବଲ କ୍ଲବ ଏଫ୍ସି ବେୟର୍ନର ୧୯ ବର୍ଷରୁ...


