ନୂଆଦିଲ୍ଲୀ,୬।୬(ପି.ଟି.): ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍ ଭାରତରେ ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ଏହି ମେଗା ଇଭେଣ୍ଟ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଓ ଓମାନକୁ ସ୍ଥାନାନ୍ତର ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନ୍ତରିକ ଭାବେ ଏ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ଆଇସିସିକୁ ସୂଚନା ଦେଇଛି। ଭାରତରେ କୋଭିଡ୍-୧୯ ମହାମାରୀ ସ୍ଥିତି ଭୟାବହ ରହିଛି। ଏଭଳି ସ୍ଥିତିରେ ଭାରତରେ ଏହି ମେଗା ଇଭେଣ୍ଟ ଆୟୋଜନ ହେବା ଏକପ୍ରକାର ଅସମ୍ଭବ ମନେହେଉଛି।
ୟୁଏଇ ପ୍ରଥମ ବିକଳ୍ପ ଭେନ୍ୟୁ ଭାବେ ଅନୁମୋଦନ ପାଇଛି। ଏବେ ଓମାନ ରାଜଧାନୀ ମସ୍କଟ ଚତୁର୍ଥ ଭେନ୍ୟୁ ଭାବେ ସାମିଲ ହୋଇଛି। ଆବୁଧାବି, ଦୁବାଇ ଓ ଶାରଜା ବିଶ୍ୱକପ ପାଇଁ ପ୍ରଥମ ୩ଟି ଭେନ୍ୟୁ ଭାବେ ଅନୁମୋଦନ ପାଇଥିଲା।
ବିଶ୍ୱକପ୍ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନେବାକୁ ଆଇସିସି ବୋର୍ଡ ବୈଠକରେ ବିସିସିଆଇ ୪ ସପ୍ତାହର ସମୟ ଔପଚାରିକ ଭାବେ ମାଗିଥିଲା। ଆୟୋଜନ ଅଧିକାର ବଜାୟ ରଖିବା ସହ ଟୁର୍ନାମେଣ୍ଟକୁ ୟୁଏଇ ଓ ଓମାନରେ ଆୟୋଜନ କରିବା ନେଇ ଆଦୌ ଦ୍ୱିଧା କରାଯିବ ନାହିଁ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୧୬ଟି ଦଳକୁ ନେଇ ଆୟୋଜନ ହେବାକୁଥିତ୍ବା ଏହି ବିଶ୍ୱକପ୍ର ପ୍ରିଲିମିନାରି ରାଉଣ୍ଡ ମ୍ୟାଚ୍ଗୁଡିକ ମସ୍କଟରେ ଆୟୋଜନ ହେବ। ଯାହାଫଳରେ ୟୁଏଇର ୩ଟି ଗ୍ରାଉଣ୍ଡରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ବାକିଥିବା ୩୧ଟି ମ୍ୟାଚ୍ ଆୟୋଜନ ହେବାରେ କୌଣସି ସମସ୍ୟା ରହିବ ନାହିଁ।
ଯଦି ଆଇପିଏଲ୍ ଅକ୍ଟୋବର ୧୦ ତାରିଖରେ ଶେଷ ହୁଏ ତା’ହେଲେ ବିଶ୍ୱକପର ୟୁଏଇ ଲେଗ୍ ନଭେମ୍ବରରେ ଆରମ୍ଭ ହୋଇପାରିବ। ଫଳରେ ବିଶ୍ୱକପ୍ ପାଇଁ ପିଚ୍ର ପୁନର୍ବିନ୍ୟାସ ତଥା ପ୍ରସ୍ତୁତି ପାଇଁ ୩ ସପ୍ତାହର ସମୟ ମିଳିଯିବ ଓ ଇତିମଧ୍ୟରେ ଓମାନରେ ବିଶ୍ୱକପର ପ୍ରଥମ ସପ୍ତାହ ମ୍ୟାଚ୍ଗୁଡିକ ଆୟୋଜନ ହୋଇପାରିବ। ଏବେ ଭାରତ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି ବୋଲି ଅଧିକାଂଶ ଆଇସିସି ହୃଦୟଙ୍ଗମ କରିଛନ୍ତି। ତେବେ ଅକ୍ଟୋବର ଓ ନଭେମ୍ବରରେ କିଭଳି ସ୍ଥିତି ହୋଇଥିବ ସେ ନେଇ କହିବା କଷ୍ଟକର।
ବ୍ୟବହାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତରେ ପ୍ରତିଦିନ ୧,୨୦,୦୦୦ କରୋନା ମାମଲା ରିପୋର୍ଟ ହେଉଛି। ଏହା ଏପ୍ରିଲ ଶେଷ ଓ ଚଳିତ ମାସ ପ୍ରାରମ୍ଭରେ ଆସୁଥିବା କରୋନ ମୁକାବିଲାର ପାଖାପାଖି ଏକ ତୃତୀୟାଂଶ। ଯଦି କରୋନାର ତୃତୀୟ ଲହର ଆସେ ତା’ହେଲେ ଅକ୍ଟୋବରରେ ସ୍ବାସ୍ଥ୍ୟାବସ୍ଥା କିପରି ହେବ ତାହା ଅନୁମାନ କରିବା କଷ୍ଟକର ହେବ। ଏପରିସ୍ଥଳେ ୨୮ ଜୁନ୍ରେ ବିଶ୍ୱକପ୍ ଆୟୋଜନ ନେଇ କିପରି କୁହାଯାଇପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି। ପୁଣି ଦ୍ୱିତୀୟ ପ୍ରଶ୍ନ ହେଉଛି ସେପ୍ଟେମ୍ବରରେ ବିସିସିଆଇ ୮ଟି ଦଳ ବିଶିଷ୍ଟ ଆଇପିଏଲ୍କୁ ଆୟୋଜନ କରିବାକୁ ଦ୍ୱନ୍ଦ୍ୱରେ ରହୁଛି। ଏଭଳି ଅବସ୍ଥାରେ ଟି୨୦ ବିଶ୍ୱକପ୍ ଗୋଟିଏ ମାସ ମଧ୍ୟରେ କିପରି ଆୟୋଜନ ହୋଇପାରିବ। ମୌସୁମୀ ଉପରେ କୋଭିଡ୍-୧୯ର କୌଣସି ପ୍ରଭାବ ରହିବ ନାହିଁ ବୋଲି ବିସିସିଆଇ କର୍ମକର୍ତ୍ତା ଜାଣନ୍ତି। ଏହି ଟୁର୍ନାମେଣ୍ଟରେ ୨୪୦୦ କୋଟି ଟଙ୍କାର ରାଜସ୍ବ ନେଇ ପ୍ରଶ୍ନ ରହିଛି। ଯଦି ଭାରତରେ କରୋନା ସ୍ଥିତିରେ ସୁଧାର ନ ଆସେ ତା’ହେଲେ ବିଦେଶୀ ତାରକା ଖେଳାଳିମାନେ କିପରି ଭାରତ ଆସିବେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ତେଣୁ ଏହି ଖେଳାଳିମାନେ ଆଇପିଏଲ୍ ଖେଳିବାକୁ ନିଶ୍ଚିତ ଭାବେ ୟୁଏଇ ଆସିବେ ଓ ପରେ ସେଠାରେ ଟି୨୦ ବିଶ୍ୱକପ୍ ଖେଳିବାକୁ ପସନ୍ଦ କରିବେ।
କୋଣ୍ଟାଙ୍କୁ ଚତୁର୍ଥ ଡବ୍ଲ୍ୟୁଟିଏ ଟାଇଟଲ
ନଟିଂହାମ୍(ୟୁକେ),୧୪ା୬- ବ୍ରିଟେନର ଜୋହାନା କୋଣ୍ଟା ନଟିଂହାମ୍ ଓପନ ଟେନିସ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଚାଇନାର ଝାଙ୍ଗ...
ଭୋ’ ଭୋ’ ହୋଇ କାନ୍ଦିଲେ ସୁଶୀଲ କୁମାର
ନୂଆଦିଲ୍ଲୀ,୪।୬: ଅଲିମ୍ପିଆନ ସୁଶୀଲ କୁମାର ଜେଲ୍ରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ଦୁଇ ଦିନ ହେବ ମାଣ୍ଡୋଲି ଜେଲକୁ ଆସିଥିବା ସୁଶୀଲଙ୍କୁ ଜେଲ ପ୍ରଶାସନ ତାଙ୍କ ପରିବାର...
ରୋନାଲ୍ଡୋଙ୍କ ରେକର୍ଡ
ବୁଦାପେଷ୍ଟ,୧୬।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ୩-୦ ଗୋଲ ବୃହତ୍ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ...
ଟି୨୦ ବିଶ୍ୱକପ୍: ୨୮ ସୁଦ୍ଧା ନିଷ୍ପତ୍ତି
ନୂଆଦିଲ୍ଲୀ, ୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟି୨୦ ବିଶ୍ୱକପ୍ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି...
ଦ୍ୱିତୀୟ ଟେଷ୍ଟ: ନ୍ୟୁଜିଲାଣ୍ଡ ବିଜୟର ନିକଟତର
ବର୍ମିଂହାମ,୧୩।୬: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସ୍ଥିତି ଆହୁରି ଦୃଢ଼ କରି ବିଜୟର ନିକଟତର ହୋଇଛି। ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୦୩...
ଦିନେ ରାସ୍ତାରେ ଭୋକିଲା ବୁଲୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
କେନିଆର ପୂର୍ବତନ ଅଧିନାୟକ ମରିସ ଓଡୁମ୍ବେ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। କେନିଆର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଓଡୁମ୍ବେ ଅନ୍ୟତମ। ତାଙ୍କ ଅଧିନାୟକତ୍ୱରେ ୧୯୯୬...
ଚାମ୍ପିଅନ୍ ହେବା ପରେ ଭାରତୀୟ ଦଳକୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଦେଲେ ନ୍ୟୁଜିଲାଣ୍ଡ ଅଧିନାୟକ
ସାଉଥାମ୍ପଟନ୍,୨୪।୫: କେନ ୱିଲିୟମସନଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ମୁକୁଟ ଜିତିଛି। ଐତିହାସିକ ବିଜୟ ପରେ ୱିଲିୟମସନ ବିରାଟ କୋହଲି ଏବଂ...
ଇଂଲଣ୍ଡ ଗସ୍ତ: ଭାରତ ୨ଟି ଇଣ୍ଟ୍ରା ସ୍କ୍ବାଡ୍ ଗେମ୍ ଖେଳିବ
ନୂଆଦିଲ୍ଲୀ,୨୬।୬: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ୨ଟି ଇଣ୍ଟ୍ରା...


