ବାଲୁଗାଁ,୬।୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଅଧୀନ ହାଟବରଡ଼ି ମୌଜାର ନିମୁନା ଠାରୁ ହାଟବରଡ଼ି ମଧ୍ୟରେ ଚିଲିକାରେ ବେଆଇନ ଭାବେ ଗଢ଼ି ଉଠିଥିବା ୫୫ ଏକର ପରିବ୍ୟାପ୍ତ ୧୦ଟି ବେଆଇନ୍ ଚିଙ୍ଗୁଡ଼ି ଘେରିକୁ ଶନିବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଉପଜିଲାପାଳ ଅଶୋକ କୁମାର ବେହୁରିଆଙ୍କ ତତ୍ତ୍ୱାବଧାନରେ ଚିଲିକା ତହସିଲଦାର ପୁନମ୍ ମହାପାତ୍ର, ବାଲୁଗଁା ଏସ୍ଡିିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗୀ ଥାନାଧିକାରୀ ବିଜୟ କୁମାର ମଲ୍ଲିକ, ସିଡିଏ ଏବଂ ମତ୍ସ୍ୟ ବିଭାଗ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତିରେ ହାଟବରଡ଼ିଠାରୁ ନିମନା ପର୍ଯ୍ୟନ୍ତ ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଉଚ୍ଛେଦରେ ୩ଟି ବୋଟ୍ ସମେତ ୨୫ରୁ ଊର୍ଦ୍ଧ୍ୱ ଶ୍ରମିକ ସାମିଲ ହୋଇଥିଲେ। ଘେରିରୁ ଜବତ ଜାଲ ଓ ବାଉଁଶଗୁଡ଼ିକ ଓଦା ଥିବାରୁ ଶୁଖାଯାଇ ଦିନେ ଦୁଇଦିନ ମଧ୍ୟରେ ପୋଡ଼ି ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ତହସିଲଦାର ମହାପାତ୍ର କହିଛନ୍ତି । ସୂଚନାଥାଉ କି, ସମଗ୍ର ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ବେଆଇନ ଭାବେ ଚିଙ୍ଗୁଡ଼ି ଘେରି ମୁଣ୍ଡ ଟେକିଛି। ଫଳରେ ମତ୍ସ୍ୟଜୀବୀ ଚିଲିକା ମଧ୍ୟକୁ ପ୍ରବେଶ କରିବାରେ ବାଧା ଉପୁଜିବା ସହ ମାଛ ମାରି ନ ପାରି ନିଜର କୁଳବେଉସା ହରାଉଛନ୍ତି। ଏହାର ସ୍ଥାୟୀ ନିରାକରଣ ପାଇଁ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଅଭିଯୋଗ ହୋଇଆସୁଅଛି। ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁନର୍ବାର ଉକ୍ତ ସ୍ଥାନରେ ଘେରି ମୁଣ୍ଡ ଟେକୁଛି। ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ କରିବା ପାଇଁ ବିଭିନ୍ନ ମତ୍ସ୍ୟଜୀବୀ ସଙ୍ଗଠନ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ଆଗତ ହୋଇଥିଲା। ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜିଲାପାଳ ସନତ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ପର୍ଯ୍ୟାୟକ୍ରମେ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।
Posted inଆମ ଜିଲା ଖବର, ଖୋର୍ଦ୍ଧା View All
ବିନା ଭକ୍ତରେ ସ୍ନାନ କଲେ ମହାପ୍ରଭୁ
ଖୋର୍ଦ୍ଧା ଅଫିସ,୨୪ା୬: ଖୋର୍ଦ୍ଧା ଜାଗୁଳାଇପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପବିତ୍ର ଦେବସ୍ନାନ ଯାତ୍ରା ବିନା ଭକ୍ତରେ ବିଧି ଅନୁଯାୟୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୧୦୮...
ହାତଗଣ୍ଠି ପୂର୍ବରୁ ଉଠିଲା କୋକେଇ
ଭଦ୍ରକ ଅଫିସ,୧୮।୬: ଶୁକ୍ରବାର ଥିଲା ବାହାଘର। ଏନେଇ ଘରେ ଚାଲିଥିଲା ପ୍ରସ୍ତୁତି। ବେଶ୍ ଖୁସି ଥିଲେ ପରିବାର ଲୋକ। ହେଲେ ବିଧିର ବିଧାନ ଥିଲା ଭିନ୍ନ।...
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ସଞ୍ଜୟଙ୍କ ଶେଷକୃତ୍ୟ ସମ୍ପନ୍ନ
ରାଇକିଆ୧୫।୬(ଡି.ଏନ୍.ଏ.): ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ସଞ୍ଜୟ ପ୍ରଧାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶ୍ରୀନଗରରୁ ଭୁବନେଶ୍ୱର ପରେ ନିଜ ଜନ୍ମ ମାଟି ରାଇକିଆ ବ୍ଲକର ବାଘରମା...
ସୁକିନ୍ଦା ତହସିଲଦାର ନିଲମ୍ବିତ: କରୋନା ନିୟମ ଉଲ୍ଲଂଘନ ଅଭିଯୋଗ
ଯାଜପୁର ଅଫିସ/କାଳିଆପାଣି, ୧୯।୬(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ତହସିଲଦାର ବୁଲ୍ବୁଲ୍ ବେହେରାଙ୍କୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ କରିଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର...
କିନ୍ନର ଚିନ୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍, ପ୍ରଶଂସା
ଛେଣ୍ଡିପଦା,୫।୬(ସ୍ବ.ପ୍ର.): ୫୦ କିଲୋମିଟର ଦୂରରେ ଥିଲେ ମଧ୍ୟ ଫୋନ୍ କଲ୍ଟିଏ ପାଇ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସଂସ୍କାର ନିମନ୍ତେ ପହଞ୍ଚିଯାଉଥିବା ଅନୁଗୋଳ ଜିଲା ଜରପଡ଼ାର ସାମାଜିକ...
ବ୍ରାହ୍ମଣୀ ସହ ସଂଯୋଗୀକରଣ ଯୋଜନା ବାଧାପ୍ରାପ୍ତ
ପଟ୍ଟାମୁଣ୍ଡାଇ,୭ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ପୋତା ଗୋବରୀ ନଦୀ ଓ ପଠା ସରକାରୀ ଜମି ପ୍ରଭାବଶାଳୀ ବ୍ୟକ୍ତିମାନେ ହାତେଇ ନେବାରେ ସକ୍ଷମ ହୋଇଛନ୍ତି। ଫଳରେ...
ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଅନୁଧ୍ୟାନ ଲାଗି ବାଲେଶ୍ୱରରେ କେନ୍ଦ୍ରୀୟ ଟିମ୍
ବାଲେଶ୍ୱର ଅଫିସ,୭ା୬: ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ସୋମବାର କେନ୍ଦ୍ରୀୟ ଟିମ୍ ବାଲେଶ୍ୱରରେ ପହଞ୍ଚିଛନ୍ତ। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏହି...
ଚାଲାଣ ହେଉଥିଲା ବଳଦ ବୋଝେଇ ଗାଡି: ଅଟକ ରଖିଲେ ଗ୍ରାମବାସୀ
ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖଜିରାପାଟ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମବାସୀ ଶୁକ୍ରବାର ଏକ ବଳଦ ଚାଲାଣ ହେଉଥିବା ଟାଟା ମ୍ୟାଜିକ୍ ଗାଡିକୁ ଅଟକାଇଥିଲେ। ପରେ...


