ଭୁବନେଶ୍ୱର,୬।୬(ବ୍ୟୁରୋ): ଅନେକ ସମୟରେ ପୋଲିସର ଅବହେଳା ଓ ଅସାବଧାନତା ଯୋଗୁ ଅଭିଯୁକ୍ତମାନେ ଖସିପଳାଇବାରେ ସକ୍ଷମ ହେଉଛନ୍ତି। ବଳାତ୍କାର, ହତ୍ୟା ଭଳି ସଙ୍ଗିନ ମାମଲାରେ ଗିରଫ ହୋଇଥିବା ବହୁ ଅଭିଯୁକ୍ତ ପୋଲିସ ହେପାଜତରୁ ଖସିଯାଇଥିବା ନଜିର ରହିଛି। ବର୍ଷ ବର୍ଷ ଧରି ଖସି ବୁଲିବା ସହ ପୁଣି ଅପରାଧ ଘଟାଉଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଫେରାର ଦର୍ଶାଇ ଧରି ନ ଥାନ୍ତି। ଏପରି କି ଏହା ପଛରେ କେତେଜଣ ପୋଲିସର ପ୍ରଚ୍ଛନ୍ନ ହାତ ଥିବା ମଧ୍ୟ ଅଭିଯୋଗ ଉଠିଛି। କମିଶନରେଟ ପୋଲିସରେ ମଧ୍ୟ ଏଭଳି ଏକାଧିକ ଘଟଣା ଘଟିଛି। ଏବେ ନିଜ ପୁରୁଣା ଭୁଲ୍ ସୁଧାରିବାକୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍। ଏହାର ଦାୟିତ୍ୱ ନେଇଛି ସ୍ପେଶାଲ ସ୍କ୍ବାଡ୍। ପୋଲିସ ହେପାଜତ ଓ ଜୁଡ଼ିସିଆଲ ହେପାଜତରୁ ଖସିପଳାଇଥିବା ଅଭିଯୁକ୍ତଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି। ଏଯାଏ ଏହି ତାଲିକାରେ ୧୦ରୁ ଊର୍ଦ୍ଧ୍ୱ ନାଁ ରହିଥିବାବେଳେ ଗତ ୩ଦିନ ଭିତରେ ଏହି ସ୍ପେଶାଲ୍ ଡ୍ରାଇଭ୍ରେ ୨ଜଣ ଫେରାର ଅଭିଯୁକ୍ତ ଧରାପଡିଛନ୍ତି। ୨୦୨୦ରେ ଏୟାରଫିଲ୍ଡ ଥାନାରୁ ଫେରାର ହୋଇଯାଇଥିବା ହତ୍ୟା ଅଭିଯୁକ୍ତ ଜିତେନ୍ଦ୍ର ପରିଡ଼ାଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସେହିପରି ୭ବର୍ଷ ଧରି ଫେରାର ଥିବା ଭାସ୍କର ସାହୁ ନାମକ ଜଣେ ଗଣବଳାତ୍କାର ଅଭିଯୁକ୍ତଙ୍କୁ ନୟାଗଡ଼ ଓଡ଼ଗାଁ ଅଞ୍ଚଳରୁ ଗିରଫ କରାଯାଇଛି। ଭାସ୍କର ୨୦୧୪ରେ ଥରେ ପୋଲିସ ହେପାଜତ ଓ ଆଉଥରେ ଜୁଡିସିଆଲ ହେପାଜତରୁ ଫେରାର ହୋଇଯାଇଥିଲେ। ସେ ନୟାଗଡ଼ସ୍ଥିତ ନିଜ ଘରେ ରହି ବାହାରେ ଆରାମରେ ବୁଲୁଥିଲେ ମଧ୍ୟ ସ୍ଥାନୀୟ ପୋଲିସ ହେଉ ଅବା କମିଶନରେଟ ପୋଲିସ ତାଙ୍କୁ ଧରୁ ନ ଥିଲା। ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହେବା ପରେ ତାଙ୍କ ସମ୍ପର୍କରେ ଖୋଳତାଡ଼ କରାଯାଇଥିଲା। ଶୁକ୍ରବାର ଭାସ୍କର ଘରପାଖ ଏକ ମନ୍ଦିରରେ ବସିଥିବା ସମୟରେ ସ୍ପେଶଲ ସ୍କ୍ବାଡ୍ ତାଙ୍କୁ ମାଡ଼ିବସିଥିଲା।
ଅନୁଯାୟୀ, ୨୦୧୪ ଫେବୃୟାରୀ ୧୩ରେ ଜନୈକା ଯୁବତୀଙ୍କୁ ଗଣବଳାତ୍କାର ମାମଲା (ନଂ.୪୧/୧୪)ରେ ଭାସ୍କରଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା ଭୁବନେଶ୍ୱର ମହିଳା ଥାନା ପୋଲିସ। ମାତ୍ର କୋର୍ଟ ଚାଲାଣ ସମୟରେ ସେ ପୋଲିସ ହେପାଜତରୁ ଚମ୍ପଟ ମାରିଥିଲେ। ଏହାର ଦିନକ ପରେ ପୋଲିସ ତାଙ୍କୁ ଧରି କୋର୍ଟ ଚାଲାଣ କରିଥିଲା। ଡିସେମ୍ବର ୯ରେ ଅନ୍ୟ ୩୨ଜଣଙ୍କ ସହ ଭାସ୍କରଙ୍କୁ ଜେଲ୍ରୁ କୋର୍ଟକୁ ଏସ୍କର୍ଟରେ ନିଆଯାଇଥିଲା। ହେଲେ କୋର୍ଟ ପରିସରରେ ଭିଡ଼ର ସୁଯୋଗ ନେଇ ଭାସ୍କର ପୋଲିସ ଏସ୍କର୍ଟରୁ ଖସିପଳାଇବାରେ ସକ୍ଷମ ହୋଇଥିଲେ।
ଭଉଁରି ଯାତ୍ରାରେ ନିୟୋଜିତ ହେବେ ୫ ପ୍ଲାଟୁନ ଫୋର୍ସ
ପୁରୀ ଅଫିସ, ୩।୬: ଅକ୍ଷୟତୃତୀୟାଠାରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରାର ବିଂଶତମ ଦିବସକୁ ଭଉଁରି ଯାତ୍ରା କୁହାଯାଏ। ଶ୍ରୀମନ୍ଦିର ସ୍ବତ୍ୱଲିପି ଏବଂ ରଥସଂହିତା...
ବଞ୍ଚାଇଦେଲା ପୋଷା କୁକୁର
ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି।...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୨ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୧୫।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଇଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୪୨ ଜଣଙ୍କ ଜୀବନ...
ଡାକ୍ତରଙ୍କ ଆକାଉଣ୍ଟରୁ କାଟି ନେଲେ ୧୦ ଲକ୍ଷ
ଆଳି,୧୪।୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର ବାଦଲ କୁମାର ମହାନ୍ତି ସାଇବର ଠକଙ୍କ ଶିକାର ହୋଇଛନ୍ତି। ଆଳି ଥାନା ଅନ୍ତର୍ଗତ ବଡାମ୍ବିଳା...
ନିଃଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ
ଭୁବନେଶ୍ୱର,୩।୬: କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ଲାଇଲ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଏବଂ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକା ହେଲ୍ଥ ଆଣ୍ଡ...
୧୯ ଜିଲାରେ କାଳବୈଶାଖୀ ଭୟ
ଭୁବନେଶ୍ୱର,୫।୬: ଦକ୍ଷିଣ, ପଶ୍ଚିମ, ଉତ୍ତର ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ମଧ୍ୟମଧରଣର ବର୍ଷା କିମ୍ବା ବଜ୍ରପାତ...
ଚାଷୀ ନ ଥାଇ ଧାନ କିଣା
ଯାଜପୁର ଅଫିସ,୨୩ା୬:୨୦୨୦-୨୧ରେ ଧାନ ସଂଗ୍ରହରେ ଘୋର ଅନିୟମିତତା ହୋଇଛି। ଏଥିରେ ଯାଜପୁର, ବରଗଡ଼, ଭଦ୍ରକ, ଗଞ୍ଜାମ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାର ୩୩ ମହିଳା...
ଟିକା ନେବା ସତ୍ତ୍ୱେ ସଂକ୍ରମଣ: କାରଣ ଖୋଜିବ ୮ଜଣିଆ କମିଟି
ଭୁବନେଶ୍ୱର, ୨୦।୬(ବ୍ୟୁରୋ): କରୋନା ଲଢ଼େଇରେ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଟିକା। ବାରମ୍ବାର ପରୀକ୍ଷଣ ପରେ ଏବେ ଦେଶରେ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ଦିଆଯାଉଛି।...


