ବାଉଁଶରେ ତିଆରି କଳାକୃତି ହେଉ କି ପାରମ୍ପରିକ ବିଭିନ୍ନ କୃଷି ସାମଗ୍ରୀ । କାହିଁ କେଉଁକାଳରୁ ଲୋକଙ୍କ ଗୃହ ଉପକରଣ ଭାବେ ଏହାର ବ୍ୟବହାର ହୋଇଆସୁଛି। ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ବାଉଁଶରେ ତିଆରି ବିଭିନ୍ନ ଘରକରଣା ଜିନିଷ ଦେଖିବାକୁ ମିଳିଥାଏ। ଓଡ଼ିଶାରେ ବାସ କରୁଥିବା ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନେ ବାଉଁଶରେ ନାନା ପ୍ରକାର ଉପକରଣ ତିଆରିକରି ଜୀବିକାଅର୍ଜନ କରିଥାନ୍ତି। ବିଭିନ୍ନବର୍ଗର ଲୋକମାନଙ୍କ ଚାହିଦା ଅନୁସାରେ ସେମାନେ ଆବଶ୍ୟକ ବାଉଁଶ ସାମଗ୍ରୀକୁ ସୁଲଭ ଦରରେ କିଣିଥାନ୍ତି, ଗ୍ରାମୀଣ ଅର୍ଥନୀତିରେ ବାଉଁଶର ସ୍ଥାନ ସ୍ବତନ୍ତ୍ର। ମାତ୍ର କରୋନା ମହାମାରୀ ସମୟରେ ବାଉଁଶଶିଳ୍ପ ଉପରେ ନିର୍ଭରଶୀଳ ଅନେକ କାରିଗରଙ୍କ ଚଳଣିରେ ବହୁ ଅଭାବ ଅସୁବିଧା ଦେଖାଦେଇଛି । ସେମିତି କେତେ ଜଣ ବାଉଁଶ କାରିଗରଙ୍କ ସମ୍ପର୍କରେ…
ଜିଲାର ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଘୋଡ଼ାଦୌଡ଼ ପେଣ୍ଠଠାରେ ରହିଛନ୍ତି ୨୦ଟି ପରିବାର। ସେମାନେ ଦୀର୍ଘବର୍ଷ ଧରି ବାଉଁଶରେ ମାଛଝୁଡ଼ି, ବୋଝ, ଚିଡ଼େଇ ଆଦି ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଏବେ କରୋନା ତାଙ୍କ ପାଇଁ ସମସ୍ୟା ହୋଇ ଛିଡାହୋଇଛି। ଏ ସମ୍ପର୍କରେ କୈଳାସ ବେହେରା କୁହନ୍ତି, ଆମେ ଜେଜେଙ୍କ ଅମଳରୁ ବାଉଁଶକାମ କରିଆସୁଛୁ। ପ୍ରାୟ ୩୦ବର୍ଷ ତଳେ ବହୁଳ ପରିମାଣରେ ବାଉଁଶ ତଲେଇ, ଝୁଡ଼ି, ତାଟି ଇତ୍ୟାଦିକୁ ଏହି ଅଞ୍ଚଳର ମତ୍ସ୍ୟଜୀବୀମାନେ ନେଉଥିଲେ। କାରଣ ଚିଲିକାରେ ବ୍ୟବହୃତ ଦେଶୀଡ଼ଙ୍ଗାରେ ବାଉଁଶ ପାତିଆରେ ତିଆରି ତଲେଇକୁ ବ୍ୟବହାର କରାଯାଉଥିଲା। । ଅବଶ୍ୟ ସମୟକ୍ରମେ ତାହା ବଦଳି ଗଲାଣି। ମାଛ ରଖିବାପାଇଁ କିମ୍ବା ରାଜ୍ୟ ବାହାରକୁ ମାଛକୁ ପଠେଇବା ପାଇଁ ବାଉଁଶ ଝୁଡ଼ିର ଆବଶ୍ୟକତା ପଡ଼ୁଥିଲା। ସେତେବେଳେ ବାଉଁଶଝୁଡ଼ି ତିଆରିକରି ଭଲ ରୋଜଗାର କରିପାରୁଥିଲୁ । ଆଜିକାଲି ସେସବୁ ଆଉ ବିଶେଷ ଚଳୁନି। ଏବେ କିନ୍ତୁ ଅନେକ ମତ୍ସ୍ୟଜୀବୀ ଆମଠାରୁ ବାଉଁଶକିଳାକୁ କିଣି କି ନେଉଛନ୍ତି। କେହି କେହି ବୋଝ, ଝୁଡ଼ି ଆଦି ନେଇଥାନ୍ତି। କିନ୍ତୁ କରୋନା ମହାମାରୀ ପରିସ୍ଥିତିରେ ପ୍ରାୟ ବର୍ଷେ ବିତିଗଲାଣି ହେଲେ କିଛି ଭଲ ବେପାର ହେଉନାହିଁ। ସେହିପରି ଏଠାରୁ କାଳୁପଡ଼ାଘାଟକୁ ଯାଇ ସେଠାରେ ଅର୍ଡ଼ର ଅନୁସାରେ ବାଉଁଶର ସାମଗ୍ରୀ ତିଆରିକରି କିଛିକିଛି ରୋଜଗାର କରୁଛନ୍ତି। । ପାଟ ବେହରା କୁହନ୍ତି- ଆମର ଇଏ କୁଳ ବେଉସା। ଏଥିରୁ ଯାହାକିଛି ରୋଜଗାର ହୁଏ ପରିବାର ଚଳେ। ହେଲେ କରୋନା ଯୋଗୁ ସେମିତି ବିଶେଷ ଗରାଖ ଆସୁନାହାନ୍ତି। ଯାହା ହାତଗଣତି ଭାବେ କେତୋଟି ବୋଝ, କୁଲା, ବିଛଣା ତିଆରି କରୁଛୁ। ଏଠାରେ ବିଞ୍ଚଣା ଗୋଟାକୁ ୨୦ରୁ ୩୦ଟଙ୍କା। ବାଉଁଶିଆ ୫୦ଟଙ୍କା ଓ ଛୋଟବଡ଼ ବୋଝକୁ ଦେଖି ଦର କରିଥାଉ। ସେହିପରି ନୟାଗଡ଼ ଜିଲାର ରଣପୁର ଅଞ୍ଚଳର ରଘୁ ନାୟକ କୁହନ୍ତି- ଆମେ ବୋଝ, ବାଉଁଶିଆ, ଡାଲା,କୁଲା,ଟୋକେଇ ଆଦି ତିଆରିକରି ରଣପୁର ବଜାରରେ ବିକ୍ରି କରିଥାଉ। ପୁଣି ବିଭିନ୍ନ ସମୟରେ ଆଖପାଖ ଅଞ୍ଚଳରେ ପଡ଼ୁଥିବା ଯାନିଯାତରେ ଆମର ବାଉଁଶତିଆରି ପସରା ମେଲାଇଥାଉ। ହେଲେ କରୋନା ଯୋଗୁ କିଛି ବେପାର ନ ହେବାରୁ କିଛିଦିନ ପାଇଁ ଅନ୍ୟର ମୂଲମଜୁରି ଲାଗି ଚଳୁଛୁ। ସେହିପରି ଗୋପାଳପୁରର କାଳିଆ ନାୟକ କୁହନ୍ତି, ଆମ ଅଞ୍ଚଳରେ ବାଉଁଶକାରିଗରଙ୍କ ଅବସ୍ଥା ଏବେ ଭଲନାହିଁ। କାରଣ କରୋନା ମହାମାରୀ ଯୋଗୁ ବିଭିନ୍ନ କଟକଣା ରହୁଛି । କାରିଗରମାନେ ବାଉଁଶରେ ବିଭିନ୍ନ ସାମଗ୍ରୀ ବୁଣିବା କାମକୁ ଅମଙ୍ଗ ହେଉଛନ୍ତି। ଏଥିଯୋଗୁ ବହୁ ପରିବାର ଘର ଚଳାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଯେଉଁମାନେ କିଛି ବୁଣାବୁଣି କରୁଛନ୍ତି ସେମାନେ ଅର୍ଡ଼ର ଅନୁସାରେ ହିଁ ବାଉଁଶ କାମ କରିଥାନ୍ତି। ସୁନାଖଳା ଅଞ୍ଚଳର ହାଡ଼ୁ ନାୟକ କୁହନ୍ତି, ଆମ ଅଞ୍ଚଳର ବାଉଁଶକାରିଗରଙ୍କ ନାଁ ରହିଛି,ଏମାନେ ସୁନ୍ଦରସୁନ୍ଦର ଡୋଲି ତିଆରିକରି ପ୍ରତିବର୍ଷ ଭଲ ରୋଜଗାର କରିଥାନ୍ତି । ହେଲେ ଏବେ ଏସବୁ ବନ୍ଦ କରି ଦେଇଛନ୍ତି । ପରିବାର ଚଳେଇବା ପାଇଁ ଅନ୍ୟକିଛି ମୂଲମଜୁରିରେ ଯାଉଛନ୍ତି। ଗଞ୍ଜାମ ଜିଲା ଖଲିକୋଟ ତୁଳସୀପୁର ଅଞ୍ଚଳର ସନାତନ ଦାସ କୁହନ୍ତି ଆମ ପରିବାରର ସମସ୍ତେ ବାଉଁଶରେ ବିଭିନ୍ନ ଘରକରଣା ସାମଗ୍ରୀ ତିଆରିକରି ଖଲିକୋଟ, ବାଣପୁର ଓ ବାଲୁଗାଁ ବଜାରକୁ ନେଇ ବିକ୍ରି କରିଥାଉ। ଏବେ ଚାରିଆଡ଼େ ଗାଡ଼ିମୋଟରରେ ଯିବାର ବହୁ କଟକଣା ରହିଛି। ପୁଣି ଅଧିକାଂଶ ବଜାରହାଟ ବନ୍ଦ ରହୁଛି। କରୋନା ମହାମାରୀ ଡରରେ କିଛି ବି ବେଉସା ହୋଇପାରୁନି। ଗାଁରେ ଧାର କରଜ କରି ଚଳୁଛୁ। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଛନ୍ତି ଅନେକ ବାଉଁଶ କାରିଗର। ଭାରତରେ ବିଭିନ୍ନ କିସମର ବାଉଁଶଗଛ ରହିଛି।କିନ୍ତୁ ବାଉଁଶ ତିଆରି ସାମଗ୍ରୀ ଆମର ଯେତିକି ବ୍ୟବହାରିକ କାର୍ଯ୍ୟରେ ଆସିଥାଏ, ସେହିପରି ବାଉଁଶଗଛ ୩୫ ପ୍ରତିଶତ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼ିଥାଏ। ଅନ୍ୟପକ୍ଷେ ଗ୍ରାମୀଣ ଅର୍ଥନୀତିରେ ବାଉଁଶ ଶିଳ୍ପର ପ୍ରଭାବ ପଡ଼ିଥାଏ । ଏଥିପାଇଁ ରାଜ୍ୟରେ ବାଉଁଶ ଉଦ୍ୟୋଗ ବିକାଶ ଦିଗରେ ଓଡ଼ିଶା ବାମ୍ବୋ ଡେଭଲପମେଣ୍ଟ ଏଜେନ୍ସି ରହିଛି। ରୋଜଗାର ପାଇଁ ବି ଭିନ୍ନ ପରିଚୟ ରହିଛି। ପ୍ରତିବର୍ଷ ସେପ୍ଟେମ୍ବର ୧୮ରେ ବିଶ୍ୱ ବାଉଁଶ ଦିବସ ପାଳିତ ହୋଇଥାଏ । ମାତ୍ର କରୋନା ମହାମାରୀ ସମୟରେ ଅନେକ ଅଞ୍ଚଳର ବାଉଁଶ କାରିଗରମାନଙ୍କ ଅବସ୍ଥା ଜଟିଳ ହୋଇପଡ଼ିଛି।
– ବନବିହାରୀ
ରଣଜିତ୍ ସାହୁ (ଫଟୋ)
ଡାକ୍ତରଖାନା ବାହାରେ ଅମ୍ଳଜାନ ନ ପାଇ ଆଖି ବୁଜିଥିଲେ ମା’: ଏବେ ତାଙ୍କ ସ୍ମୃତିରେ କିଛି ଏଭଳି କରି ଉଦାହରଣ ପାଲଟିଲେ ଝିଅ
ମହାମାରୀ କରୋନାର ଦ୍ୱିତୀୟ ଲହରରେ ପ୍ରିୟଜନଙ୍କୁ ହରାଇଛନ୍ତି ଅନେକେ। ସେମାନଙ୍କ ମଧ୍ୟରୁ କିଛି ଦୁଃଖଦ ସମୟରୁ ନିଜକୁ ବାହାର କରି କିଛି ଅଲଗା କରି ଉଦାହରଣ...
ବିବାହ ସମୟରେ ଆରବୀ ଶବ୍ଦ କହିଲା ବେଳେ ଝୁଣ୍ଟିଲେ ବର: ମୌଲବୀଙ୍କୁ ସନ୍ଦେହ ହେବାରୁ ଜଣାପଡ଼ିଲା ସତ
ଲକ୍ଷ୍ନୌ,୧୪।୬: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ସମୟରେ ଜଣେ ବରଙ୍କ ମିଥ୍ୟା ପଦାକୁ ଆସିଛି। ବିବାହ ସମୟରେ ଆରବୀ...
୬୫୦୦ ଫୁଟ ଉଚ୍ଚ ପାହାଡ଼ ଉପରେ ଅନ୍ତରଙ୍ଗ ମୁହୂର୍ତ୍ତରେ ମାତିଥିଲେ ପ୍ରେମୀଯୁଗଳ, ଜାଣି ନ ଥିଲେ ଲାଗିଛି ଓ୍ବେବ୍ କ୍ୟାମେରା, ଆଉ ତା’ ପରେ…
ପ୍ରେମୀଯୁଗଳ ଉଚ୍ଚ ପାହାଡ଼ ଉପରେ ରୋମାନ୍ସ କରୁଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଯୋଡ଼ି ୬୫୦୦ ଫୁଟ ଉଚ୍ଚରେ ଶାରୀରିକ ସମ୍ବନ୍ଧ ରକ୍ଷା କରିଥିଲେ।...
ଅନ୍ଲାଇନ୍ରେ ଯୁବତୀ ଅର୍ଡର କରିଥିଲେ ଡ୍ରେସ୍, ଘରେ ପହଞ୍ଚିଲା…
ଅନ୍ଲାଇନ୍ ଶପିଂର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି, କିନ୍ତୁ ଲୋକେ ଅଭିଯୋଗ କରନ୍ତି ଯେ, ସେମାନେ ଓ୍ବେବ୍ସାଇଟ୍ରେ ଡ୍ରେସ୍ର ଫଟୋ ଏବଂ ରଙ୍ଗ ଦେଖନ୍ତି।...
ବନ୍ୟାରେ ଭାସିଗଲା କାର୍, ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁଲେ ମହିଳା, ଆଉ ତା’ ପରେ…
ଆମେରିକାର ଟେକ୍ସାସରେ ହୋଇଥିବା ବନ୍ୟା ପାଣିରେ ଏକ କାର୍ ଭାସିଗଲା। ଜଣେ ମହିଳା ଏହି କାର୍କୁ ପାଣିରୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ।...
ସମୁଦ୍ରରେ ବିଲୀନ ହେବ ଏହି ଦ୍ୱୀପ
ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀର ଗତି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହି କାରଣରୁ ସାରା ବିଶ୍ୱରେ ପ୍ରବଳ ବର୍ଷା, ବନ୍ୟା, ବାତ୍ୟା, ଘୂର୍ଣ୍ଣିବଳୟ ଭଳି...
ହ୍ରଦରେ କମୁଛି ଅମ୍ଳଜାନ
ଜଳବାୟୁ ପରିବର୍ତ୍ତନ କାରଣରୁ ମଧୁର ଜଳପୂର୍ଣ୍ଣ ହ୍ରଦର ଅମ୍ଳଜାନସ୍ତର କମିବାରେ ଲାଗିଛି। ଏହାଦ୍ୱାରା ଜୀବଜଗତ ସମେତ ପରିବେଶ ଉପରେ ବଡ଼ ବିପତ୍ତି ଘନେଇବାରେ ଲାଗିଛି। ନୂଆଦିଲ୍ଲୀ:...
୧୫୦ କୋଟି ବର୍ଷ ତଳେ ସମୁଦ୍ରରେ ବୁଡ଼ି ରହିଥିଲା ବଲିଉଡ୍…
ମୁମ୍ବାଇ,୧୯।୬: ମହାରାଷ୍ଟ୍ରର ରାଜଧାନୀ ତଥା ବଲିଉଡ୍ ମୁମ୍ବାଇର ଆଖପାଖ ଅଞ୍ଚଳ ଦିନେ ସମୁଦ୍ର ତଳେ ବୁଡ଼ି ରହିଥିଲା। ମିଳିଥିବା କେତେକ ଜୀବାଶ୍ମରୁ ଏହା ଜଣାପଡ଼ିଛି। ମୁମ୍ବାଇ...


