ପୁରୀ ଯକ୍ଷ୍ମା ଓ ସଂକ୍ରମିତ ରୋଗ ହସ୍ପିଟାଲର ଅବସରପ୍ରାପ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଉମେଶ ଚନ୍ଦ୍ର ଚୌଧୁରୀ ତାଙ୍କର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି-
କଟକ ଜିଲା ବଡ଼ମ୍ବାଗଡ଼ର ତୁଣପୁର ଗ୍ରାମରେ ୧୯୫୧ ମସିହା ଏପ୍ରିଲ ୫ ତାରିଖରେ ମୋର ଜନ୍ମ। ମୋ ବାପା ବୃନ୍ଦାବନ ଚନ୍ଦ୍ର ଚୌଧୁରୀ ଥିଲେ ଜଣେ ଆଦର୍ଶ ଶିକ୍ଷକ। ଆମେ ୪ଭାଇ ଓ ୪ଭଉଣୀ। ୧୯୬୮ ମସିହାରେ ବଡ଼ମ୍ବାର ମୋହନ ସୁବୁଦ୍ଧି ହାଇସ୍କୁଲରୁ ମାଟ୍ରିକ୍ ପାସ୍ ପରେ ଅନୁଗୋଳ କଲେଜରେ ବିଜ୍ଞାନ ପଢିଲିି। ଏଠାରେ ଗୋଟିଏ ବର୍ଷ ପଢି ଦ୍ୱିତୀୟ ବର୍ଷ ବାରିପଦାର ଏମ୍ପିସି କଲେଜରୁ ୧୯୭୦ ମସିହାରେ ଇଣ୍ଟରମିଡିଏଟ୍ ପାସ୍ କଲି। ଏହା ପରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ନାମ ଲେଖାଇଲି। ୧୯୭୫ ମସିହାରେ ଏମ୍ବିବିଏସ୍ ପାସ୍ କରି ୧୯୭୬ ମସିହାରେ ହାଉସମ୍ୟାନଶିପ୍ ଶେଷ କଲି। ସେହିବର୍ଷ କୋଲକାତାର ଶମ୍ଭୁନାଥ ପଣ୍ଡିତ ହସପିଟାଲରେ ପ୍ରସୂତି ବିଭାଗର ରେସିଡେଣ୍ଟସ ଡାକ୍ତର ଭାବେ ଯୋଗଦେଇ ୧୫ ମାସ ରହିଲି। ସେତେବେଳେ ଜୁନିୟର ରେସିଡେଣ୍ଟମାନଙ୍କୁ ମାସକୁ ୪ଶହ ଟଙ୍କା ମିଳୁଥିଲା। ତାହାଥିଲା ମୋର ପ୍ରଥମ ରୋଜଗାର। ସେହି ୪ଶହ ଟଙ୍କାରୁ ମେସ୍ ଖର୍ଚ୍ଚ ୯୦ ଟଙ୍କା ଯାଉଥିଲା। ବାକି ଭବିଷ୍ୟତରେ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଶହେ ଟଙ୍କା ସଞ୍ଚୟ କରୁଥିଲି ଏବଂ ଆଉସବୁ ଦୈନନ୍ଦିନ ଖର୍ଚ୍ଚରେ ସରିଯାଉଥିଲା। ୧୯୭୮ ମସିହାରେ ରାଣୀଗଞ୍ଜ ମାରୁଆଡ଼ି ରିଲିଭ୍ ସୋସାଇଟି ହସପିଟାଲରେ ପ୍ରସୂତି ବିଭାଗରେ ଆସିଷ୍ଟାଣ୍ଟ ମେଡିକାଲ ଅଫିସର ଭାବେ ଯୋଗଦେଲି। ଏଠାରେ ମାସିକ ଦରମା ଥିଲା ୬୨୫ ଟଙ୍କା। ସେହିବର୍ଷ ଜୁଲାଇ ମାସରେ ପୁରୁଲିଆ ଜିଲା ମାନବଜାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଇସିଡିଏସ୍ ମେଡିକାଲ ଅଫିସର ଭାବେ କାର୍ଯ୍ୟଭାର ଗ୍ରହଣ କଲି। ୧୯୮୧ ମସିହା ଫେବୃୟାରୀରେ ସୁନ୍ଦରଗଡ଼ ଲାଇଙ୍ଗ୍ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର କଲ୍ୟାଣ ଡାକ୍ତର ଭାବେ ଯୋଗଦେଲି। ତାପରେ ୧୯୮୨ରେ କଟକ ଜିଲାର ଡମପଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ମୋର ବଦଳି ହେଲା। ଏଠାରେ ତିନିବର୍ଷ କାମ କରିବା ପରେ ୧୯୮୫ ଜୁନ୍ରେ ନିକଟସ୍ଥ ବୈଦେଶ୍ୱର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ନୂତନ)କୁ ବଦଳି ହେଲା। ଡମପଡ଼ା ଓ ବୈଦେଶ୍ୱର ଅଞ୍ଚଳରେ ଲୋକମାନେ ମୋତେ ଭାରି ଭଲ ପାଉଥିଲେ। ଏଠାକୁ ଆସୁଥିବା ମେଡିସିନ୍ ରିପ୍ରେଜେଣ୍ଟେଟିଭମାନେ ଯାହା ସାମ୍ପଲ ଔଷଧ ଦେଉଥିଲେ, ତାହା ଗରିବ ରୋଗୀମାନଙ୍କୁ ଦେଇଦେଉଥିଲି। ସେମାନଙ୍କର କୃତଜ୍ଞତା ଏବେବି ମୋର ଅଭୁଲା ରହିଛି। ସମୟକ୍ରମେ ୧୯୯୧ ମସିହାରେ କୋରାପୁଟର ରାବଣାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୧ ବର୍ଷ ରହିଲି। ୨୦୦୩ ମସିହାରେ ପୁରୀ ଜିଲା ରେବଣାନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଏବଂ ୨୦୦୫ ମସିହାରେ ପିପିଲି ହସ୍ପିଟାଲ, ୨୦୦୯ ମସିହାରେ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୨୦୧୦ରେ ପୁରୀ ଯକ୍ଷ୍ମା ଓ ସଂକ୍ରମଣ ରୋଗ(ଟିବି ଆଣ୍ଡ ଇନ୍ଫେକସିଅସ୍ ଡିଜିଜ୍) ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଭାବେ କାମ କରିଥିଲି। ଏମିତିରେ ୨୦୧୧ ଏପ୍ରିଲରେ ଅବସର ନେଲି। ଦୀର୍ଘବର୍ଷର ଚାକିରି ଜୀବନ ଭିତରେ କେବେ ମୋ କର୍ତ୍ତବ୍ୟରେ ଅବହେଳା କରିନାହିଁ। ଲୋକମାନଙ୍କର ସୁସ୍ଥ ଓ ନିରାମୟ ଜୀବନ ପାଇଁ ଆପ୍ରାଣ ଉଦ୍ୟମ କରିଛି। ଅବସର ପରେ ଡୁୁମୁଡୁମାସ୍ଥିତ କାନୁନଗୋ ଡାଇବେଟିକ୍ ହସ୍ପିଟାଲରେ କିଛିଦିନ ଯୋଗଦେଲି। ଏହାପରେ ୨୦୧୪ରୁ ୨୦୧୮ ମସିହା ଯାଏ ଆଇଏମ୍ଏ ଓ ସମ୍ ହସ୍ପିଟାଲର ଆଶୁଚିକିତ୍ସା ବିଭାଗରେ କାର୍ଯ୍ୟ କରିଥିଲି। ତେବେ ମୋର ସ୍ବାସ୍ଥ୍ୟଗତ କାରଣରୁ ଆଉ କୌଣସି ହସ୍ପିଟାଲରେ ଯୋଗଦେଇନାହିଁ। ଏବେ ଘରେ ରହି ବିଭିନ୍ନ ବହି ପଢାପଢି କରିବା ସହିତ ଯୋଗ ବ୍ୟାୟାମ କରିବାରେ ସମୟ କାଟୁଛି।
୮୩ ବର୍ଷରେ ଫିଟ୍ ଅଛନ୍ତି ଏହି ମହିଳା: ଶାଢି ପିନ୍ଧି କଲେ ଏମିତି କାମ
ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଜଣଙ୍କ ହେଉଛନ୍ତି ୮୩ ବର୍ଷିୟା ଭାରୋତ୍ତୋଳନକାରୀ କିରଣ ବାଇ। କିରଣ...
୨.୭ କୋଟିର ମୋନାଲିସା ପେଣ୍ଟିଂ
ଲିଓନାର୍ଡୋ ଡା ଭିନ୍ସିଙ୍କ ବିଶ୍ୱପ୍ରସିଦ୍ଧ ମୋନାଲିସା ପେଣ୍ଟିଂର ଅବିକଳ ପ୍ରତିକୃତି ପ୍ୟାରିସ୍ରେ ନିଲାମ ହେଉଥିବାବେଳେ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି।...
ଯେଉଁ ଶିକ୍ଷକଙ୍କୁ ପ୍ରେମ କରୁଥିଲେ ଯୁବତୀ, ସେହି ଶିକ୍ଷକଙ୍କ ମୃତ ସ୍ତ୍ରୀ ଦେଖାଦେଲେ ଇନ୍ଷ୍ଟାଗ୍ରାମରେ
ମଣିଷ ପ୍ରେମରେ ବେଳେବେଳେ ଏମିତି ଧୋକା ଖାଏ ଯେ, ଚାହିଁଲେ ବି କିଛି କରିବାର କ୍ଷମତା ନ ଥାଏ। ସେମିତି ଏକ ଘଟଣା ଘଟିଛି ଜଣେ...
ଏହି ବ୍ୟକ୍ତି ଏମିତି ଶବ୍ଦ କରନ୍ତି ଯେ ଚାରିଆଡୁ ଉଡିଆସି ଏକାଠି ହୋଇଯାଆନ୍ତି କାଉ; ଭିଡିଓ ଦେଖିଲେ…
ଭାରତରେ ପ୍ରତିଭାର ଅଭାବ ନାହିଁ। ହେଲେ ଅନେକ ସମୟରେ ପ୍ରତିଭା ଦେଖାଇବା ପାଇଁ ସମସ୍ତଙ୍କୁ ପ୍ଲାଟଫର୍ମ ମିଳି ନ ଥାଏ। ଫଳରେ ବଣମଲ୍ଲୀର ମହକ ବଣରେ...
କେହି ମାଲିକଙ୍କ ଘର କବାଟ ବାଡେଇଲେ ଛାତ ଉପରୁ ଥାଇ ଇଟା ଫିଙ୍ଗିଥାଏ ଏହି କୁକୁର; ଏବେ ଘଟିଲା କିଛି…
ପଶୁମାନଙ୍କ ମଧ୍ୟରେ ସବୁଠାରୁ ବିଶ୍ୱାସୀ କୁକୁର ବୋଲି କୁହାଯାଏ। କାରଣ ସେ ମାଲିକର ସୁରକ୍ଷା କରିବା ସହ ତାଙ୍କର ସବୁକଥା ଅକ୍ଷରେ ଅକ୍ଷରେ ପାଳନ କରିଥାଏ।...
ବର ମଦନିଶାରେ ଶାଶୁଙ୍କୁ ପିନ୍ଧାଇଲେ ବରଣମାଳା…
ମୁମ୍ବାଇ,୫।୬:ଏବେ ସୋସିଆଲ୍ ମିଡ଼ିଆରେ ଏକ ବିବାହ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ବିବାହରେ ମଦ ନିଶାରେ ଚୁର୍ ଥିବା ବର ବିଚରା କନ୍ୟା ବଦଳରେ...
କରୋନା ମାତା ମନ୍ଦିର ହେଲା ନିର୍ମାଣ: ମାସ୍କ୍ ପିନ୍ଧି ପୂଜା କରିବାକୁ ନିର୍ଦ୍ଦେଶ…
ପ୍ରତାପଗଡ଼,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...
ଅନ୍ଲାଇନ୍ରେ ଯୁବତୀ ଅର୍ଡର କରିଥିଲେ ଡ୍ରେସ୍, ଘରେ ପହଞ୍ଚିଲା…
ଅନ୍ଲାଇନ୍ ଶପିଂର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି, କିନ୍ତୁ ଲୋକେ ଅଭିଯୋଗ କରନ୍ତି ଯେ, ସେମାନେ ଓ୍ବେବ୍ସାଇଟ୍ରେ ଡ୍ରେସ୍ର ଫଟୋ ଏବଂ ରଙ୍ଗ ଦେଖନ୍ତି।...


